ଅନଗୁଳ-ଢେଙ୍କାନାଳ

ନାଳରୁ ମୃତଦେହ ଉଦ୍ଧାର

ନାଳରୁ ମୃତଦେହ ଉଦ୍ଧାର
ପାଲଲହଡ଼ା,୧୯।୧୧(ଡି.ଏନ.ଏ.)- ପାଲଲହଡ଼ା ଥାନା ଫପଣ୍ଡ ଗ୍ରାମ ପାଖଦେଇ ଯାଇଥିବା ଯୌତୁକ ନାଳରେ ଭାସିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଦେବଗଡ଼ ଜିଲା ବାରକୋଟ ଥାନା ଗୁରୁସଙ୍ଗ ଗ୍ରାମର ଚନ୍ଦ୍ର ମହାକୁଳ(୬୦)। ପ୍ରକାଶ ଯେ, ଚନ୍ଦ୍ର ଗତ ରବିବାରଠାରୁ ଫପଣ୍ଡ ଗ୍ରାମକୁ ମଜୁରିଆ ଭାବେ ଧାନ ଅମଳ କରିବାକୁ ଆସିଥିଲେ। ସୋମବାର ସେ ନାଳ ପାର ହେଉଥିବାବେଳେ ଭାସି ଯାଇଥିଲେ। ମଙ୍ଗଳବାର ତାଙ୍କ ମୃତଦେହ ନାଳରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ପାଲଲହଡ଼ା ପୋଲିସକୁ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସଂକ୍ରାନ୍ତରେ ନଂ. ୨୮/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ପାଲଲହଡ଼ା ଥାନା ଅଧିକାରୀ ମଳୟ କିଶୋର ନାଏକ ସୂଚନା ଦେଇଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଢେଙ୍କାନାଳ ଅଫିସ,୧୬।୮- ଢେଙ୍କାନାଳ ଜିଲା ଗଦଁିଆ ବ୍ଲକ ନିହଲପ୍ରସାଦ ଥାନା  ଲହଡ଼ା କୋକୁଆଝର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ୨ ଭଉଣୀ ପ୍ରାଣ ହରାଇଛନ୍ତି। ମୃତା ହେଲେ  ପୂର୍ଣ୍ଣିମା ହେମ୍ରମ୍‌(୫) ଓ ରଜନୀ ହେମ୍ରମ। ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। 

ବଇଣ୍ଡାରେ ବିଜୁ ଯୁବ ବାହିନୀ  କର୍ମଶାଳା

ବଇଣ୍ଡାରେ ବିଜୁ ଯୁବ ବାହିନୀ କର୍ମଶାଳା

ବଇଣ୍ଡା,୧୬।୮(ଡି.ଏନ.ଏ.)- ଯୁବ ଗୋଷ୍ଠୀ ଦ୍ୱାରା ଗ୍ରାମାଞ୍ଚଳର ଅଧିକ ବିକାଶ ହୋଇ ପରିବ। ନବୀନ ସରକାର  ଅନେକ ଯୋଜନା ପ୍ରଚଳନ  କରିଛନ୍ତି। ସେ ଗୁଡ଼ିକ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉ। 

ପୋଲ ତଳକୁ ଖସିଲା କାର, ଜଣେ ଗୁରୁତର

ପୋଲ ତଳକୁ ଖସିଲା କାର, ଜଣେ ଗୁରୁତର

ବଇଣ୍ଡା,୧୬।୮(ଡି.ଏନ.ଏ.)-   କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ହଣ୍ଡପା ଥାନା ରାଣିଭୂଇଁ ନିକଟରେ ଗୁରୁବାର ଏକ କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଛି। 

ପୋଖରୀରେ ବୁଡ଼ି ବାଳିକା ମୃତ

ପୋଖରୀରେ ବୁଡ଼ି ବାଳିକା ମୃତ

କାମାକ୍ଷାନଗର, ୧୬।୮(ଡି.ଏନ.ଏ.)-କାମାକ୍ଷାନଗର ଥାନା ବାଲିଗୋରଡ଼ ପଞ୍ଚାୟତ କନ୍ତାରିପାଟ ଗ୍ରାମର ସୁରେଶ ସାମଲଙ୍କ ଝିଅ ପ୍ରିୟଙ୍କା (୧୦) ବୁଧବାର ଅପରାହ୍ନରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। 

ବିଭିନ୍ନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବିଭିନ୍ନ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଅଁରପାଳ,୧୬।୮(ଡି.ଏନ.ଏ.)- ଅନୁଗୋଳଠାରୁ ବଅଁରପାଳ ପର୍ଯ୍ୟନ୍ତ ମରଣଯନ୍ତା ପାଲଟି ଥିବା ରାସ୍ତାର ଦୁରାବସ୍ଥା ଦୂର କରିବା, ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର  ପଦବୀ ପୂରଣ ଦାବିରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। 

୨୬୯  ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

୨୬୯ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଛେଣ୍ଡିପଦା,୧୬।୮(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ ଗୁରୁବାର ସ୍ଥାନୀୟ ବ୍ଲକ ସଭାଗୃହଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଦୁଦୁରୁକୋଟ ସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ଭାଙ୍ଗିଲେ ହାତୀ

ଦୁଦୁରୁକୋଟ ସ୍ବାସ୍ଥ୍ୟକେନ୍ଦ୍ର ପାଚେରୀ ଭାଙ୍ଗିଲେ ହାତୀ

 ସାତମାଇଲ,୧୬।୮(ଡି.ଏନ.ଏ.)- ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଭୋର ୪ ଟାରେ ଦୁଦୁରୁକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପଶି କେତେକ ଗଛ ଭାଙ୍ଗି ଦେଇଛନ୍ତି।

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଛେଣ୍ଡିପଦା,୧୬।୮(ଡି.ଏନ୍‌.ଏ.): ସମ୍ବଲପୁର ଏମ୍‌ପି ନଗେନ୍ଦ୍ର କୁମାର ପ୍ରଧାନ ଏବଂ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଏକ ଦିନିକିଆ ଛେଣ୍ଡିପଦା ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତର ନୂତନ ପ୍ରକଳ୍ପମାନ ଉଦ୍‌ଘାଟନ କରିଛନ୍ତି।

ଅନୁଗୋଳ ଜିଲାରେ ମୃଦୁ ଭୂମିକମ୍ପ

ଅନୁଗୋଳ ଜିଲାରେ ମୃଦୁ ଭୂମିକମ୍ପ

ଛେଣ୍ଡିପଦା/ବଇଣ୍ଡା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୨୧ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି।