ଅନଗୁଳ-ଢେଙ୍କାନାଳ

୧୮୬ ଛାତ୍ରୀଛାତ୍ରଙ୍କୁ ଚଷମା ବଣ୍ଟନ

୧୮୬ ଛାତ୍ରୀଛାତ୍ରଙ୍କୁ ଚଷମା ବଣ୍ଟନ


କଣିହାଁ,୧୯।୧୧(ଡି.ଏନ.ଏ.)- କଣିହାଁ ବ୍ଲକ ପବିତ୍ର ମୋହନ ହାଇସ୍କୁଲ ପରିସରରେ ମଙ୍ଗଳବାର ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। ନେତ୍ରଜ୍ୟୋତି ଅଭିଯାନ ଯୋଜନାରେ ସର୍ବଶିକ୍ଷା ଅଭିଯାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ଅନଃନିବେଶି ଶିକ୍ଷା ସଂଯୋଜକ ବିଜୟ କୁମାର ସାହୁ, ବ୍ଲକ ଶିକ୍ଷା ଅଧିକାରୀ ଖଗେଶ୍ୱର ବେହେରା, ଗୋଷ୍ଠୀସାଧନ କର୍ମୀ ସାଗରିକା ଜଗଦେବ ଅଶଂଗ୍ରହଣ କରିଥିଲେ। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୨୮୭ ଛାତ୍ରୀଛାତ୍ର ଶିବିରରେ ଚକ୍ଷୁ ପରୀକ୍ଷା କରିଥିଲେ। ୧୮୬ ଛାତ୍ରୀଛାତ୍ରଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ତାଳଚେର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଚକ୍ଷୁ ବିଶେଷଜ୍ଞ ଡାକ୍ତର ପରମେଶ୍ୱର ଜେନା, ସହାୟକ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା, ଭାରତୀ ସାହୁ, କ୍ଷେତ୍ରବାସୀ ବେହେରା ସହଯୋଗ କରିଥିଲେ। ଜାନୁୟାରୀ ୫ରେ ଦ୍ୱିତୀୟ ପର୍ଯ୍ୟାୟ ଶିବିର ପବିତ୍ରନଗର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ପ୍ରକାଶ କରିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଗାଡ଼ରଖାଇ ସ୍ଥାନାନ୍ତର ଦାବିରେ ଜିଲାପାଳଙ୍କ ସହ ଗ୍ରାମବାସୀଙ୍କ ଆଲୋଚନା

ଗାଡ଼ରଖାଇ ସ୍ଥାନାନ୍ତର ଦାବିରେ ଜିଲାପାଳଙ୍କ ସହ ଗ୍ରାମବାସୀଙ୍କ ଆଲୋଚନା

ଅନୁଗୋଳ ଅଫିସ୍‌,୨୦।୬- ନାଲକୋ ପାର୍ଶ୍ୱରେ ଥିବା ଗାଡ଼ରଖାଇ ଗ୍ରାମ ପ୍ରଦୂଷଣ ବଳୟ ମଧ୍ୟରେ ରହିଛି। ତେଣୁ ଗ୍ରାମକୁ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନରୁ ଦାବି କରିଆସୁଛନ୍ତି। ହେଲେ ଦାବି ପ୍ରତି ଜିଲା ପ୍ରଶାସନ କର୍ଣ୍ଣପାତ କରୁ ନ ଥିବାରୁ ଆସନ୍ତା ୨୧ ତାରିଖ ଠାରୁ ଗ୍ରାମବାସୀ ରେଳରୋକୋ କରିବେ ବୋଲି ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ଗ୍ରାମବାସୀଙ୍କ ଏହି ଚେତାବନୀକୁ ଦୃଷ୍ଟିରେ ରଖି ଜିଲାପାଳ ଅନିଲ କୁମାର ସାମଲ ଗ୍ରାମବାସୀଙ୍କୁ ଡାକି ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଲୋଚନା କରିଛନ୍ତି।

୨୨ରେ ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ନିର୍ବାଚନ

ଢେଙ୍କାନାଳ ଅଫିସ,୨୦।୬- ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘର ସଭାପତି ଓ ସାଧାରଣ ସମ୍ପାଦକ ପଦବୀ ପାଇଁ ଆସନ୍ତା ୨୨ ତାରିଖରେ ଗୋପବନ୍ଧୁ ଟାଉନହଲଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର ପ୍ରାର୍ଥତ୍ପତ୍ର ଦାଖଲ ଓ ପ୍ରତ୍ୟାହାର କାର୍ଯ୍ୟ ଶେଷ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଛି।

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ହନ୍ତସନ୍ତ; ଦାଉ ସାଧୁଛି ବିଦ୍ୟୁତ୍‌ କାଟ

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ହନ୍ତସନ୍ତ; ଦାଉ ସାଧୁଛି ବିଦ୍ୟୁତ୍‌ କାଟ

ବଇଣ୍ଡା,୨୦। ୬(ଡି.ଏନ.ଏ.)- ମୌସୁମୀର ଦୁର୍ବଳ ସ୍ଥିତି ଯୋଗୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିଛି ଦିନ ହେବ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଅନୁଗୋଳ ଜିଲା କିଶୋରନଗର ବ୍ଲକ, ବଇଣ୍ଡା ତଥା ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ୪୧ ଡିଗ୍ରୀରୁ ଊର୍ଦ୍ଧ୍ୱ ରହିଥିବା ଜଣାପଡିଛି। ଏପରିସ୍ଥିତିରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ଖରାକୁ ଡ଼ରି ଲୋକେ ବାହାରକୁ ବାହାରି ପାରୁ ନ ଥିବାବେଳେ ବିଦ୍ୟୁତ୍‌ କାଟ ଯୋଗୁ ଘରେ ରହିବା ଅସମ୍ଭବ ହୋଇପଡ଼ୁଛି। ବିଦ୍ୟୁତ୍‌ ବିଭାଗର ଏପରି କାର୍ଯ୍ୟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଇକୋ ପାର୍କ ପୋଖରୀରୁ ରାତିଅଧରେ ମାଛ ମାରିବା ଘଟଣା ; ଚାପରେ ଚେପା ହୋଇଗଲା ପ୍ରଶାସନ

ଇକୋ ପାର୍କ ପୋଖରୀରୁ ରାତିଅଧରେ ମାଛ ମାରିବା ଘଟଣା ; ଚାପରେ ଚେପା ହୋଇଗଲା ପ୍ରଶାସନ

ଅନୁଗୋଳ ଅଫିସ୍‌, ୨୦।୬- ଅନୁଗୋଳ ଶିକ୍ଷକପଡ଼ାସ୍ଥିତ ଇକୋ ପାର୍କ ପୋଖରୀରୁ ରାତି ଅଧରେ ମାଛ ମରାଯିବା ଘଟଣାର ତଦନ୍ତ କରୁଥିବା ପୌର ପରିଷଦ ଆଠ ଦିନ ପରେ ଏହାର ମୋଡ଼ ବଦଳାଇ ଦେଇଛି। ଗତ ୧୨ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ଦିନ ହିଁ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନର ଫଁ ଦେଖାଇଥିବା ପୌର ପ୍ରଶାସନ ଏବେ ଚାପରେ ଚେପା ହୋଇ ମାଛମରା ନୁହେଁ, ପୋଖରୀ ସଫା କରାଯାଉଥିବା କହିବା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ସନ୍ତରାବନ୍ଧ ଗ୍ରାମରେ ଜଗନ୍ନାଥ ମନ୍ଦିର ପାଇଁ ଭୂମିପୂଜା

ସନ୍ତରାବନ୍ଧ ଗ୍ରାମରେ ଜଗନ୍ନାଥ ମନ୍ଦିର ପାଇଁ ଭୂମିପୂଜା

ଛେଣ୍ଡିପଦା,୨୦ା୬(ଡି.ଏନ.ଏ.)-ଛେଣ୍ଡିପଦା ବ୍ଲକ ସନ୍ତରାବନ୍ଧ ଗ୍ରାମରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯଥାବିଧି ହୋମଯଜ୍ଞ, ଭୂମିପୂଜନ, ନାମ ସଂକୀର୍ତ୍ତନ, ପ୍ରସାଦ ସେବନ ଆଦି ପୂଜାନୀତି ସହ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନାଲକୋ ନଗରରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’

ନାଲକୋ ନଗରରେ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’

ବଅଁରପାଳ,୨୦।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ଟ୍ରେନିଂ ସେଣ୍ଟରଠାରେ ବୁଧବାର ଜନ ସେବା କେନ୍ଦ୍ର ଦ୍ୱାରା ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ‘ ମନ କି ବାତ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଗ୍ରାମ୍ୟସ୍ତରୀୟ ନୂତନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ

ଗ୍ରାମ୍ୟସ୍ତରୀୟ ନୂତନ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ

ବଅଁରପାଳ,୨୦।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ଠାରେ ବୁଧବାର ଗ୍ରାମସ୍ତରୀୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦିଆଯାଇଛି।

ଏଫ୍‌୨ଏଫ୍‌, ଜେ୪କେ ଶୋ’ରୁମ୍‌ ଉଦ୍‌ଘାଟିତ

ଏଫ୍‌୨ଏଫ୍‌, ଜେ୪କେ ଶୋ’ରୁମ୍‌ ଉଦ୍‌ଘାଟିତ

ଅନୁଗୋଳ ଅଫିସ୍‌,୨୦-୬:ଏକସଙ୍ଗେ ଫ୍ୟାଶନ୍‌ ଏବଂ ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେଉଥିବା ଗ୍ରାହକଙ୍କୁ ଦୃଷ୍ଟିରେ ରଖି ମାର୍ଦା ଗ୍ରୁପ୍‌ ପକ୍ଷରୁ ଅନୁଗୋଳରେ ଏଫ୍‌୨ଏଫ୍‌(ଫିଟ୍‌ନେସ୍‌ ୨ ଫ୍ୟାଶନ୍‌) ଏବଂ ଜେ୪କେ(ଜଷ୍ଟ୍‌ ଫର୍‌ କିଡ୍‌ସ) ଶୋ’ରୁମ୍‌ ଗୋଟିଏ ଛାତ ତଳେ ଖୋଲିଛି। ଏଠାରେ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର ବ୍ୟାପକ ଲାଇଫ୍‌ଷ୍ଟାଇଲ୍‌ ଏବଂ ସ୍ପୋର୍ଟସଓ୍ବେର୍‌ ଉପଲବ୍ଧ ଅଛି। ଏଫ୍‌୨ଏଫ୍‌ ଷ୍ଟୋରରେ ବିଶାଳ ଲାଇଫ୍‌ଷ୍ଟାଇଲ୍‌ ଏବଂ ସ୍ପୋର୍ଟସ କଲେକ୍ସନ୍‌ ଉପଲବ୍ଧ ଥିବାବେଳେ ଜେ୪କେ(ଜଷ୍ଟ୍‌ ଫର୍‌ କିଡ୍‌ସ) ଷ୍ଟୋରରେ ଅନ୍ତର୍ଜାତୀୟ ବ୍ରାଣ୍ଡର କିଡ୍‌ସ ଓ୍ବେର୍‌ ରହିଛି। କେବଳ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ପୋଷାକ ନୁହେଁ ପିଲାଙ୍କ ଖେଳ ସାମଗ୍ରୀ ମଧ୍ୟ ଏଠାରେ ଉପଲବ୍ଧ। ଫଳରେ ଗୋଟିଏ ଛାତ ତଳେ ଉଭୟ ପ୍ରାପ୍ତ ବୟସ୍କ ତଥା ଛୋଟ ପିଲାମାନେ ସେମାନଙ୍କ ମନ ପସନ୍ଦ ବ୍ରାଣ୍ଡର ଉତ୍ପାଦ ପାଇପାରିବେ।

ଜଙ୍ଗଲରୁ କଙ୍କାଳ ଜବତ : ହତ୍ୟା ଅଭିଯୋଗ

ଜଙ୍ଗଲରୁ କଙ୍କାଳ ଜବତ : ହତ୍ୟା ଅଭିଯୋଗ

ପରଜଙ୍ଗ,୧୯।୬(ଡି.ଏନ.ଏ.)- ପରଜଙ୍ଗ ଥାନା ଆମ୍ବପଳାସ କାଜୁ ଜଙ୍ଗଲରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ କଙ୍କାଳକୁ ପୋଲିସ ଜବତ କରିଛି। ମୃତକ ଜଣକ ଆମ୍ବପଳାସ ପଞ୍ଚାୟତ ବରକଟା ସାହିର ବିଜୟ କଡ଼ା ବୋଲି ଜଣାପଡ଼ିଛି।

ଅଶୁଂଘାତରେ ନାଇଟ୍‌ ଓ୍ବାଚର ମୃତ

ଅଶୁଂଘାତରେ ନାଇଟ୍‌ ଓ୍ବାଚର ମୃତ

ରାସୋଳ,୧୯।୬(ଡି.ଏନ.ଏ.)- ଢେଙ୍କାନାଳ ଜିଲା ରାସୋଳ ଥାନା ବାବନ୍ଧ ଗ୍ରାମର ଲକ୍ଷ୍ମଣ ବିଶ୍ୱାଳ(୫୮)ଙ୍କ ସୋମବାର ଅଶୁଂଘାତରେ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଲକ୍ଷ୍ମଣ ବାବନ୍ଧଠାରେ ଥିବା ଗୋ-ସଦନରେ ନାଇଟ୍‌ ଓ୍ବାଚର ଭାବେ କାମ କରନ୍ତି।

ଡକାୟତି ମାମଲାରେ ୩ କୋର୍ଟଚାଲାଣ

ଡକାୟତି ମାମଲାରେ ୩ କୋର୍ଟଚାଲାଣ

ଭୁବନ,୧୯।୬(ଡି.ଏନ.ଏ)- ଡକାୟତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଢେଙ୍କାନାଳ ଜିଲା ଭୁବନ ପୋଲିସ ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ସୁକିନ୍ଦା ଥାନା ଦାମୋଦରପୁର ଗ୍ରାମର ସୁଧାଂଶୁ ସେଠୀ(୨୨), ସେହି ଗ୍ରାମର ନିରଞ୍ଜନ ପାତ୍ର(୩୨) ଓ ଭୁବନ ବାଉଁଶକଣ ଗ୍ରାମର ବିପିନ ବେହେରା(୨୬) ।

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକ୍‌ଡ୍ରିଲ

ଢେଙ୍କାନାଳ ଅଫିସ,୧୯।୬- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ନିଖିଲ ପବନ କଲ୍ୟାଣ କହିଲେ ଯେ, ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ

Model This Week

ପ୍ରଭାତ