ଅନଗୁଳ-ଢେଙ୍କାନାଳ

ସ୍ତ୍ରୀଙ୍କୁ ଆକ୍ରମଣ, ସ୍ବାମୀ ଗିରଫ

ସ୍ତ୍ରୀଙ୍କୁ ଆକ୍ରମଣ, ସ୍ବାମୀ ଗିରଫ
ତାଳଚେର,୧୯। ୧୨(ନି.ପ୍ର.)- ସ୍ତ୍ରୀଙ୍କୁ ପନିକିରେ ହାଣି ଦେବା ଅଭିଯୋଗରେ ତାଳଚେର ପୋଲିସ ୮ ନମ୍ବର ୱାର୍ଡର ଅଜୟ ନାଥଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସକ୍ରାନ୍ତରେ ଥାନାରେ ନମ୍ବର ୩୦୪/୧୭ରେ ଏକ ମାମଲା ରୁଜୁ କରାଯାଇଛି। ସମ୍ପୃକ୍ତ ମହିଳା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବିବାହ ପରଠାରୁ ସ୍ବାମୀ ଅଜୟ ତାଙ୍କୁ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ। ସୋମବାର ତାଙ୍କୁ ପନିକିରେ ହାଣି ପକାଇଥିଲେ। ଗୁରୁତର ଅବସ୍ଥାରେ ସେ ଏବେ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ବାପୁଜୀ ମହାବିଦ୍ୟାଳୟରେ ମୁଁ ବି ହିରୋ କାର୍ଯ୍ୟକ୍ରମ

ବାପୁଜୀ ମହାବିଦ୍ୟାଳୟରେ ମୁଁ ବି ହିରୋ କାର୍ଯ୍ୟକ୍ରମ

ଛେଣ୍ଡିପଦା,୨୬।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟରେ ବୁଧବାର ମୁଁ ବି ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସଭାପତିତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା।

ବ୍ୟାଙ୍କ ଏଟିଏମ୍‌ କାଉଣ୍ଟର ଗେଟ୍‌, ସାଇନବୋର୍ଡ ଭଙ୍ଗାରୁଜା: ଅଭିଯୁକ୍ତ ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ବ୍ୟାଙ୍କ ଏଟିଏମ୍‌ କାଉଣ୍ଟର ଗେଟ୍‌, ସାଇନବୋର୍ଡ ଭଙ୍ଗାରୁଜା: ଅଭିଯୁକ୍ତ ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଛେଣ୍ଡିପଦା,୨୬।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମଠାରେ ଥିବା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ଶାଖା ସମ୍ମୁଖରେ ଉକ୍ତ ବ୍ୟାଙ୍କର ଏକ ଏଟିଏମ୍‌ କାଉଣ୍ଟର୍‌ ରହିଛି। ଏହି କାଉଣ୍ଟର୍‌ର ଗେଟ୍‌ ଏବଂ ସାଇନବୋର୍ଡକୁ ଜଣେ ଯୁବକ  ମଙ୍ଗଳବାର ବିଳମ୍ବିତ ରାତିରେ ଭଙ୍ଗାରୁଜା କରିଥିଲେ।

ଧୁମ୍‌ଧାମରେ ଗଜାନନଙ୍କ ଭସାଣି ପର୍ବ ଶେଷ:ଲୋକକଳା, ଲୋକନୃତ୍ୟରେ ଦୁଲୁକିଲା ସହର

ଧୁମ୍‌ଧାମରେ ଗଜାନନଙ୍କ ଭସାଣି ପର୍ବ ଶେଷ:ଲୋକକଳା, ଲୋକନୃତ୍ୟରେ ଦୁଲୁକିଲା ସହର

ତାଳଚେର,୨୬ା୯(ନି.ପ୍ର.):ତାଳଚେରର ପ୍ରସିଦ୍ଧ ଗଣପର୍ବ ଗଣେଶ ପୂଜା ମଙ୍ଗଳବାର ସମାପନ ହୋଇଛି। ୧୧ ଦିନ ହେଲା ପ୍ରଭୁ ଗଜାନନଙ୍କ ଲାଗି ସହରରେ ଲାଗି ରହିଥିବା ଭକ୍ତିମୟ ପରିବେଶ ଭସାଣି ଶୋଭାଯାତ୍ରା ସହ ଧୁମ୍‌ଧାମରେ ଶେଷ ହୋଇଛି। ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ୩୩ଟି ମେଢ଼ ଶୋଭାଯାତ୍ରା ସନ୍ଧ୍ୟା ପରେ ବି ଜାରି ରହିଥିଲା। ବିଭିନ୍ନ ବାଦ୍ୟ, ଲୋକକଳା ଓ ଲୋକ ନୃତ୍ୟରେ ସହର ଯେମିତି ଦୁଲୁକି ଉଠିଥିଲା। ହଜାର ହଜାର ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିବା ବେଳେ ରାସ୍ତାପାର୍ଶ୍ୱରେ ଉପସ୍ଥିତ ରହି ସହରବାସୀ ଗଣପତିଙ୍କୁ ବିଦାୟ ଦେଇଥିଲେ।

ପ୍ରହସନ ପାଲଟିଲା ନିଯୁକ୍ତି ପରାମର୍ଶ ମେଳା:ପଞ୍ଜୀକୃତଙ୍କ ସଂଖ୍ୟା ୬୦ ଟପିଲାନ

କାମାକ୍ଷାନଗର,୨୬।୯(ଡି.ଏନ.ଏ.):ପ୍ରଚାର ପ୍ରସାର ଅଭାବରୁ କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟରେ ମଙ୍ଗଳବାର ଆୟୋଜିତ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ନିଯୁକ୍ତି ମେଳା ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି। ପଞ୍ଜୀକୃତ ଆଶାୟୀଙ୍କ ସଂଖ୍ୟା ୬୦ ନ ଟପିବା ଏହାର ସଫଳତା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ।
ଜିଲା ଏବଂ ବ୍ଲକ ପ୍ରଶାସନ ସହଯୋଗରେ ଆୟୋଜିତ ଉକ୍ତ ମେଳାରେ ନିଯୁକ୍ତି ଓ ପରାମର୍ଶ ଲାଗି ୧୭ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ହେଲେ ଅପରାହ୍ନ ୧ଟା ସୁଦ୍ଧା ମାତ୍ର ୩୪ଜଣ ଯୁବତୀଯୁବକ ନାମ ପଞ୍ଜୀକରଣ କରାଇଥିଲେ।

ପାଇଖାନା ନିର୍ମାଣରେ ଭୁବନ ପଛୁଆ:୧୦,୩୭୮ରୁ ସରିଛି ମାତ୍ର ୪୨୬୮

ଭୁବନ, ୨୬।୯(ଡି.ଏନ୍‌.ଏ.):ପାଇଖାନା ନିର୍ମାଣରେ ପଛରେ ପଡ଼ିଛି ଭୁବନ ବ୍ଲକ। ଧାର୍ଯ୍ୟଲକ୍ଷ୍ୟର ୫୦% ମଧ୍ୟ ପୂରଣ ହୋଇନାହିଁ। ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ସମୀକ୍ଷା ବେଳେ ଏହି ତଥ୍ୟ ପଦାକୁ ଆସିଛି, ଯାହା ଏପରି ବହୁମୁଖୀ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଜବରଦଖଲରେ ୩୦ ଏକର ଜମି

ଜବରଦଖଲରେ ୩୦ ଏକର ଜମି

ଢେଙ୍କାନାଳ ଅଫିସ, ୨୬ା୯:ଢେଙ୍କାନାଳ ସଦର ବ୍ଲକ ମାଣିପୁର ପଞ୍ଚାୟତର ୩୦ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ଜବରଦଖଲରେ ରହିଛି। ଅଞ୍ଚଳର କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଜମିକୁ କବ୍‌ଜା କରି ସେଠାରେ କାଜୁଗଛ ଲଗାଇଛନ୍ତି। ତୁରନ୍ତ ଜମି ମାପ କରି ଏହାକୁ ପଞ୍ଚାୟତକୁ ହସ୍ତାନ୍ତର କରିବା ଦିଗରେ ପଦକ୍ଷେପ  ନେବାକୁ ଗ୍ରାମବାସୀ ମଙ୍ଗଳବାର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

କାମଚଳାରେ ଚାଲିଛି ବଅଁରପାଳ ବ୍ଲକ:୨୬ ଦିନରେ ଦାୟିତ୍ୱରେ ୪ ବିଡିଓ

କାମଚଳାରେ ଚାଲିଛି ବଅଁରପାଳ ବ୍ଲକ:୨୬ ଦିନରେ ଦାୟିତ୍ୱରେ ୪ ବିଡିଓ

ବଅଁରପାଳ,୨୬।୯ (ଡି.ଏନ୍‌.ଏ.)- ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ସ୍ଥାୟୀ ବିଡିଓ ନ ଥିବା ବେଳେ ଗତ ୨୬ ଦିନ ମଧ୍ୟରେ ୪ ଜଣ ବିଡିଓ ଅତିରିକ୍ତ ଦାୟିତ୍ୱରେ ରହିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କାମଚଳା ଭାବେ ଦାୟିତ୍ୱ ଦିଆଯାଉ ଥିବାରୁ ବ୍ଲକର ବିକାଶ ବାଧାପ୍ରାପ୍ତ ହେଉଛି। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।ପ୍ରକାଶଥାଉ କି, ୩୫ଟି ପଞ୍ଚାୟତ ଥିବା ଏହି ବ୍ଲକର ସ୍ଥାୟୀ ବିଡିଓ ସୁଧାଂଶୁ ମହାନ୍ତିଙ୍କୁ ଗତ ଅଗଷ୍ଟ ୩୧ରେ କାମାକ୍ଷାନଗର ତହସିଲଦାର ଭାବେ ବଦଳି କରାଯାଇଥିଲା। ଏହାପରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ୭ ଦିନ ପାଇଁ ବଅଁରପାଳ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ବିଡିଓ ଦାୟିତ୍ୱରେ ଥିଲେ। ସେହିପରି ସେପ୍ଟେମ୍ବର ୬ରୁ ୨୪ ତାରିଖ ପର୍ଯ୍ୟନ୍ତ ବଅଁରପାଳ ତହସିଲଦାର ଜିତେନ୍ଦ୍ର ସାହୁ ଏହି ଦାୟିତ୍ୱ ତୁଲାଇଥିଲେ। ଗତ ୨୪ ତାରିଖ ଠାରୁ ଏଯାଏ ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକଙ୍କୁ ବଅଁରପାଳ ବିଡିଓ ଦାୟିତ୍ୱ ଦିଆଯାଇଛି। ସ୍ଥାୟୀ ବିଡିଓ ବଦଳରେ ଏପରି ଅସ୍ଥାୟୀ ତଥା କାମଚଳା ଦାୟିତ୍ୱ ବିଭିନ୍ନ ଅଧିକାରୀଙ୍କୁ ଦିଆଯାଉଥିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। 

ଅନୁଗୋଳ ବାଳ ସୁଧାରଗୃହ ଅନ୍ତେବାସୀଙ୍କ ତୁମୁଳକାଣ୍ଡ:ଚୌକିଦାରଙ୍କୁ ଆକ୍ରମଣ, ବାଇକ୍‌ ପୋଡ଼ିଦେଲେ

ଅନୁଗୋଳ ବାଳ ସୁଧାରଗୃହ ଅନ୍ତେବାସୀଙ୍କ ତୁମୁଳକାଣ୍ଡ:ଚୌକିଦାରଙ୍କୁ ଆକ୍ରମଣ, ବାଇକ୍‌ ପୋଡ଼ିଦେଲେ

ଅନୁଗୋଳ ଅଫିସ, ୨୬ା୯:ଅନୁଗୋଳ ବାଳ ସୁଧାର ଗୃହ (ଜୁଭେନାଇଲ ଜଷ୍ଟିସ ହୋମ୍‌)ରେ ଅନ୍ତେବାସୀମାନେ ମଙ୍ଗଳବାର ତୁମୁଳକାଣ୍ଡ ଭିଆଇଛନ୍ତି। ସେମାନେ ବିଭିନ୍ନ ଦାବି ଓ ଜଣେ ଅନ୍ତେବାସୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରି ମୁଖ୍ୟ ଫଟକ ନିକଟରେ ଧାରଣା ଦେବା ସହ ଚୌକିଦାର କେ.ଏଲ.ଏନ୍‌. ରେଡ୍ଡିଙ୍କୁ ଆକ୍ରମଣ କରିଛନ୍ତି। ଏଥିସହ ତାଙ୍କୁ ଏକ କୋଠରିରେ ବନ୍ଦ କରି ରଖିବା ଓ ସେଠାରେ ଥିବା ଶିକ୍ଷକ ଅନ୍ତର୍ଯ୍ୟାମୀ ରାଉତଙ୍କ ଏକ ମୋଟର ସାଇକେଲକୁ ପୋଡ଼ି ଦେଇଛନ୍ତି। ଖବରପାଇ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଉପଜିଲାପାଳ ବାସୁଦେବ ଶତପଥୀଙ୍କ ସହ ଏସ୍‌ଡିପିଓ ହରିହର ପାଣି ଓ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ପହଞ୍ଚି ବୁଝାଶୁଝା କରି ପରିସ୍ଥିତି ଆୟତ୍ତକୁ ଆଣିଥିଲେ। ଅନ୍ତେବାସୀମାନେ କରିଥିବା ଦାବିଗୁଡ଼ିକର ବିଚାର କରାଯିବ ଓ ଅଭିଯୋଗ ହୋଇଥିବା କର୍ମଚାରୀଙ୍କୁ ଏଠାରୁ ବଦଳି କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

୬୩ ୟୁନିଟ୍‌ ରକ୍ତ ସଂଗ୍ରହ

୬୩ ୟୁନିଟ୍‌ ରକ୍ତ ସଂଗ୍ରହ

ସାତମାଇଲ, ୨୫।୯(ଡି.ଏନ୍‌.ଏ.)-ହିନ୍ଦୋଳ ବ୍ଲକ ଖଜୁରିଆକଟାସ୍ଥିତ ଜନତା କଲେଜ ଅଡିଟୋରିୟମ୍‌ରେ ୟୁଥ ରେଡ୍‌କ୍ରସ୍‌ ଏବଂ ଏଚଡିଏଫ୍‌ସି ବ୍ୟାଙ୍କର ମିଳିତ ସହଯୋଗରେ ମଙ୍ଗଳବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। 

ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ

ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ


ସାତମାଇଲ, ୨୫।୯(ଡି.ଏନ୍‌.ଏ.)-ହିନ୍ଦୋଳ ବ୍ଲକ ଖଜୁରିଆକଟା ଦଶହରା ପଡ଼ିଆରେ ଓଡ଼ିଶା ନିର୍ମାଣ ମଜଦୁର ସଭା ଶାଖା ପକ୍ଷରୁ ମଙ୍ଗଳବାର ନିର୍ମାଣ ଶ୍ରମିକଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି। ବିଧାୟିକା ସୀମାରାଣୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ  ୫୦୦ଜଣ ଶ୍ରମିକଙ୍କୁ ଗୃହ ନିିର୍ମାଣ ଉପକରଣ ଏବଂ ୪୮୦ ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଥିଲା।

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ


ବଇଣ୍ଡା,୨୫।୯(ଡି.ଏନ.ଏ.)- ହଣ୍ଡପା ପୋଲିସ ସୋମବାର ରାତିରେ କଣ୍ଢାଳ ଓ ପାପସରା ଗ୍ରାମରେ ଚଢାଉ କରି ଚୋରା ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଣ୍ଢାଳ ଗ୍ରାମର ନିଳକଣ୍ଠ ପ୍ରଧାନ, ପାପସରା ଗ୍ରାମର ଝାଡ଼ୁ ବେହେରା।

ହତ୍ୟା ଅଭିଯୁକ୍ତ ଗିରଫ

ହତ୍ୟା ଅଭିଯୁକ୍ତ ଗିରଫ

ତାଳଚେର,୨୫ା୯(ନି.ପ୍ର.)- ତାଳଚେର ବ୍ଲକ କୁକୁଡଲା ଗ୍ରାମର ଭିକାରୀ ଭୂତିଆ(୫୨)ଙ୍କୁ ହତ୍ୟା ଅଭିଯୋଗରେ ତାଳଚେର ପୋଲିସ ସେହି ଗ୍ରାମର କିଶୋରୀ ଭୂତିଆଙ୍କୁ ଗିରଫ କରିଛି। ମୃତ ଭିକାରୀଙ୍କ ପୁଅ ଗଙ୍ଗୁଆ ଦେଇଥିବା ଏତଲା ଓ ବ୍ୟବଚ୍ଛେଦ ରିପୋର୍ଟକୁ ଭିତ୍ତିକରି ପୋଲିସ ନମ୍ବର ୨୬୮/୧୮ରେ ଏକ ହତ୍ୟା ମାମଲା ରୁଜୁ କରିଛି। ପୋଲିସ କହିଛି, ଭିକାରୀ ରବିବାର ଅପରାହ୍ନ ୧ଟାରେ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ କିଶୋରୀ ତାଙ୍କୁ ଛୁରୀରେ ଭୁଶି ଦେଇଥିଲେ।