ଅନଗୁଳ-ଢେଙ୍କାନାଳ

ଦୁର୍ଘଟଣାରେ ଶ୍ରମିକ ଗୁରୁତର

ଦୁର୍ଘଟଣାରେ ଶ୍ରମିକ ଗୁରୁତର
ବଅଁରପାଳ,୧୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ସ୍ମେଲ୍‌ଟର ପ୍ଲାଣ୍ଟ ପରିସରରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଠିକା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେ ପଟ୍‌ଲାଇନରେ କାମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଗୋଡରେ ଶକ୍ତ ଆଘାତ ଲାଗିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ବଇଣ୍ଡା, ୧୪। ୧୨(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା କ୍ଷେତିରମାହାରସାହିଠାରେ ଗୁରୁବାର ରାତିରେ ସଞ୍ଜାମୁରା ପଞ୍ଚାୟତ ହତାନାଳୀ ଗ୍ରାମର ଦାଶରଥୀ ବେହେରା(୪୫)ଙ୍କୁ କେତେଜଣ ଦୁର୍ବୃତ୍ତ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ଜଲି ବେହେରା ଥାନାରେ ଅଭିଯୋଗ କରିଛନ୍ତି। 

ସାଢେ ୭ ଘଣ୍ଟା ରେଳରୋକୋ

ସାଢେ ୭ ଘଣ୍ଟା ରେଳରୋକୋ

ବଇଣ୍ଡା, ୧୪।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଳ ଷ୍ଟେଶନରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ ରହଣି ଦାବିରେ ଶୁକ୍ରବାର ରେଳରୋକୋ ଆନ୍ଦୋଳନ କରାଯାଇଛି। 

୮୧ ୟୁନିଟ ରକ୍ତ ସଂଗ୍ରହ

୮୧ ୟୁନିଟ ରକ୍ତ ସଂଗ୍ରହ

ବଇଣ୍ଡା, ୧୪।୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ବିପିନ ବିହାରୀ ପ୍ରଧାନ ଯୋଗଦେଇ ଶିବିର ଉଦ୍‌ଘାଟନ କରିଥିଲେ। 

ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ବାଳକ ଉଚ୍ଚ ବିଦ୍ୟାଳୟର ମିଶ୍ରଣକୁ ବିରୋଧ କରି ବିଦ୍ୟାଳୟରେ ତାଲା

ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ବାଳକ ଉଚ୍ଚ ବିଦ୍ୟାଳୟର ମିଶ୍ରଣକୁ ବିରୋଧ କରି ବିଦ୍ୟାଳୟରେ ତାଲା

ଭୁବନ,୧୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହିତ ବାଳକ ଉଚ୍ଚ ବିଦ୍ୟାଳୟର ମିଶ୍ରଣକୁ  ନେଇ  ଶୁକ୍ରବାର ଅଞ୍ଚଳବାସୀ ବିଦ୍ୟାଳୟରେ ତାଲା ପକାଇଛନ୍ତି। 

ପରଜଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ମେଡିକାଲ ପରିସରରେ ଭାଜପାର ଗଣଧାରଣା

ପରଜଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବି: ମେଡିକାଲ ପରିସରରେ ଭାଜପାର ଗଣଧାରଣା

ପରଜଙ୍ଗ, ୧୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବିରେ ଶୁକ୍ରବାର ମେଡିକାଲ ପରିସରରେ ଭାଜପା ପକ୍ଷରୁ ଗଣ ଧାରଣା ଦିଆଯାଇଛି। ଏଥିରେ ବିଜେପି ଜିଲା ସଭାପତି ବିଭୁତି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣ ଧାରଣାରେ ଅଞ୍ଚଳରୁ ଶତାଧିକ ଭାଜପା ନେତା, କର୍ମୀ ଉପସ୍ଥିତ ଥିଲେ। 

ସରକାରୀ ଜମି ହଡ଼ପ ଉଦ୍ୟମ: ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ

ସରକାରୀ ଜମି ହଡ଼ପ ଉଦ୍ୟମ: ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ

ଢେଙ୍କାନାଳ ଅଫିସ,୧୪ା୧୨: ଢେଙ୍କାନାଳ ପୌରାଞ୍ଚଳ ଅଧୀନ ସିମିଳିଆ ଗ୍ରାମ କାମନାଦେବୀ ଦଣ୍ଡପଡ଼ିଆ ସରକାରୀ ଜାଗାକୁ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ହାତେଇବାକୁ ମସୁଧା କରୁଥିବା କରୁଥିବା ଅଭିଯୋଗ ହୋଇଛନ୍ତି। ଉକ୍ତ ଜାଗାକୁ ମନ୍ଦିରକୁ ହସ୍ତାନ୍ତର କରିବାସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଗୁରୁବାର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।

ଦଳିଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଦଳିଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ପରଜଙ୍ଗ, ୧୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଘୂରିବୁଲୁଥିବା ହିଂସ୍ର ଦନ୍ତା ପୁଣିଥରେ ଜଣେ ମହିଳାଙ୍କୁ କଚାଡ଼ି ମାରିଛି। ମୃତକ ହେଲେ କନ୍ଦରସିଂହା ପଞ୍ଚାୟତ ମଝିକା ଝରାସାହିର ଚାଣ୍ଟି ବେହେରା। ଏ

ରୋମିଓ ସାଜି ଟ୍ରେନ୍‌ରେ ହରାଇଲେ ଗୋଡ଼

ରୋମିଓ ସାଜି ଟ୍ରେନ୍‌ରେ ହରାଇଲେ ଗୋଡ଼

ଅନୁଗୋଳ ଅଫିସ, ୧୪।୧୨: ସମ୍ବଲପୁର ସିଟି ଷ୍ଟେଶନରେ ବସି ଝିଅଙ୍କୁ କମେଣ୍ଟ ମାରୁଥିବା ଜଣେ ଯୁବକଙ୍କୁ ବହୁମୂଲ୍ୟ ଦେବାକୁ ପଡିଛି। ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଚଳନ୍ତା ଟ୍ରେନ୍‌ରେ ଚଢ଼ି ଖସିଯିବାକୁ ଚେଷ୍ଟା କରୁଥିବାବେଳେ ପଡିଯାଇ ତାଙ୍କର ଗୋଡ କଟିଯାଇଛି। ତାଙ୍କୁ ଉଦ୍ଧାର ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। 

ଓଡ଼ିଶାରେ ପରିବର୍ତ୍ତନ ଜରୁରୀ: ନିରଞ୍ଜନ

ଓଡ଼ିଶାରେ ପରିବର୍ତ୍ତନ ଜରୁରୀ: ନିରଞ୍ଜନ

ବଇଣ୍ଡା/ବନ୍ତଳା/ଛେଣ୍ଡିପଦା,୧୪।୧୨ (ଡି.ଏନ.ଏ./ସ୍ବ.ପ୍ର.): କେନ୍ଦ୍ରରେ ସାଢେ ୪ ବର୍ଷ ଧରି ଶାସନରେ ଥିବା ମୋଦି ସରକାର ଚାଷୀଙ୍କୁ ଅବହେଳା କରୁଛନ୍ତି। ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନି। ବେକାରି ସମସ୍ୟା ବଢୁଥିବାବେଳେ ସରକାର କେବଳ ଶିଳ୍ପପତିଙ୍କୁ ଫାଇଦା ଦେଇଚାଲିଛନ୍ତି।

ଡମ୍ପିଂୟାର୍ଡରେ ପୋଲିସ ଟେଣ୍ଟ ପୋଡ଼ିଲେ ଦୁର୍ବୃତ୍ତ

ଡମ୍ପିଂୟାର୍ଡରେ ପୋଲିସ ଟେଣ୍ଟ ପୋଡ଼ିଲେ ଦୁର୍ବୃତ୍ତ

ଅନୁଗୋଳ ଅଫିସ, ୧୪।୧୨: ଅନୁଗୋଳ ସହର ଅଳିଆ ପଡ଼ିବା ପାଇଁ କୁଶାସିଂହାରେ ପୋଲିସ ସୁରକ୍ଷାରେ ଡମ୍ପିଂୟାର୍ଡ ପାଚେରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ବୁଧବାର ବିଳମ୍ବିତ ରାତିରେ ଡମ୍ପିଂୟାର୍ଡ ନିକଟରେ ଡେରା ପକାଇଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ:   ଶିଖିଲେ, ଶିଖାଇଲ ଜ୍ଞାନ ବଢ଼େ

କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ଉତ୍ସବ: ଶିଖିଲେ, ଶିଖାଇଲ ଜ୍ଞାନ ବଢ଼େ

ଢେଙ୍କାନାଳ ଅଫିସ, ୧୩ା୧୨-ଢେଙ୍କାନାଳ ସହର ଉପକଣ୍ଠ ବନମାଳୀପ୍ରସାଦସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି ା ମୁଖ୍ୟଅତିଥି ଭାବେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ, ପିଲାଙ୍କ ମଧ୍ୟରେ ଆଗ୍ରହ ଶକ୍ତି ବଢ଼ାଇବା ଦରକାର। ଶିଖିବା ସହ ଅନ୍ୟକୁ ଶିଖାଇଲେ ଜ୍ଞାନ ବଢ଼େ। ଆଜିକାର ପିଲାମାନେ ମୋବାଇଲରେ ଅଧିକ ସମୟ ବିତାଉଛନ୍ତି। ଫଳରେ ସାମାଜିକସ୍ତରରେ ଭାବର ଆଦାନପ୍ରଦାନ କମିଗଲାଣି। 

ମଠକରଗୋଳାରେ ମଣ୍ଡି ଆରମ୍ଭ:  ପ୍ରଥମ ଦିନ ଧାନ ବିକିଲେ ୮ ଚାଷୀ

ମଠକରଗୋଳାରେ ମଣ୍ଡି ଆରମ୍ଭ: ପ୍ରଥମ ଦିନ ଧାନ ବିକିଲେ ୮ ଚାଷୀ

ଭୁବନ, ୧୩।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ମଠକରଗୋଳା ସେବା ସମବାୟ ସମିତି ପକ୍ଷରୁ ଗୁରୁବାର ଧାନମଣ୍ଡି ଆରମ୍ଭ ହୋଇଛି। ଅନୁଗୋଳ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅଭିମନ୍ୟୁ ବେହେରା, ସେବା ସମବାୟ ସମିତି ସଭାପତି ନିରଞ୍ଜନ ବେହେରା ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୧,୦୦୦ କୁଇଣ୍ଟାଲ ଧାନ କିଣିବାକୁ ଅନୁମତି ମିଳିଛି। ପ୍ରଥମ ଦିନରେ ୮ଚାଷୀଙ୍କଠାରୁ ୨୨୦.୫୬ କୁଇଣ୍ଟାଲ ଧାନ କିଣାଯାଇଛି। ହେଲେ ଧାନକ୍ରୟ ଦାୟିତ୍ୱ ନେଇଥିବା ମା’ କାମାକ୍ଷୀ ଫୁଡ଼ ପ୍ରୋସେଶର ମିଲର କୁଇଣ୍ଟାଲ ପିଛା ୪କେଜି ଧାନ କାଟିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।