ଅନଗୁଳ-ଢେଙ୍କାନାଳ

ଭାଇରାଲ ହେଉଛି ନୂଆ ରାଇଗୁଡ଼ା; ସୋସିଆଲ ମିଡିଆରେ ଦିଶୁଛି ମୁହଁ

ଭାଇରାଲ ହେଉଛି ନୂଆ ରାଇଗୁଡ଼ା; ସୋସିଆଲ ମିଡିଆରେ ଦିଶୁଛି ମୁହଁ
ବନ୍ତଳା,୧୮।୧୨- ଦିନେ ସାତକୋଶିଆର କୋର୍‌ ଜଙ୍ଗଲ ମଧ୍ୟରେ ଆତଯାତ ହେଉଥିବା ମଣିଷ ଏବେ ସୋସିଆଲ ମିଡିଆରେ ସାଜିଛନ୍ତି ନୂଆ ମୁହଁ। ଭାଇରାଲ ହେବାରେ ଲାଗିଛି ସେମାନଙ୍କ ଗୋଟିଏ ପରେ ଗୋଟିଏ ସେଲ୍‌ଫି। ପ୍ରକୃତି କୋଳରେ ଥାଇ ବି ସମସ୍ତ ଆଧୁନିକ ସେବା ପାଇପାରିଥିବା ଏହି ବିସ୍ଥାପିତ ନୂଆ ରାଇଗୁଡ଼ାବାସୀଙ୍କ ସହ କିଛି ସମୟ କାଟିବାକୁ, ଫଟୋ ଉଠାଇ ପୋଷ୍ଟ କରିବାକୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଛି। ସେଥିପାଇଁ ଦୈନିକ ହଜାରେରୁ ଊର୍ଦ୍ଧ୍ୱ ଆଗନ୍ତୁକଙ୍କ ପାଦ ପଡ଼ୁଛି ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଏହି ନୂଆ ରାଇଗୁଡ଼ା ଗଁାରେ। ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବିସ୍ଥାପିତ ଗ୍ରାମବାସୀଙ୍କ ପାଇଁ ଯେପରି ଅତ୍ୟାଧୁନିକ ଥଇଥାନ ବ୍ୟବସ୍ଥା କରାଯାଇଛି ତାହା ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ବନ ବିଭାଗ କର୍ତ୍ତୃପକ୍ଷ। ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଥିବାରୁ ଆଗାମୀ ଦିନରେ ଏହାକୁ ଏକ ପର୍ଯ୍ୟଟନସ୍ଥଳରେ ପରିଣତ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡ. ସୁଦର୍ଶନ ପଣ୍ଡା କହିଛନ୍ତି। ଜଙ୍ଗଲ ପାର୍ଶ୍ୱ ପ୍ରାକୃତିକ ପରିବେଶ ମଧ୍ୟରେ ୭୮ ପରିବାର ପାଇଁ ନିର୍ମାଣ କରାଯାଇଛି ନୂଆ ରାଇଗୁଡ଼ା ଗଁା। ବାଉଁଶରେ ମାଟି ପ୍ରଲେପ ଦିଆଯାଇ ଆଦିବାସୀଙ୍କ ପରି ପାରମ୍ପରିକ ପଦ୍ଧତିରେ କରାଯାଇଥିବା ଘର ବେଶ୍‌ ସୁନ୍ଦର ହୋଇଛି। କାନ୍ଥରେ ବିଭିନ୍ନ ପ୍ରକାରର ଝୋଟି ପକାଯାଇଛି। ସୁବିଧା ପାଇଁ କୋଠଘର, ରୋଷେଇ ଘର, ଷ୍ଟୋର ରୁମ୍‌, ଷ୍ଟାଫ୍‌ ଗୃହ, ଗୁହାଳ, ସୋଲାର ପାୱାର ଗୃହ ଯୋଗାଇ ଦିଆଯାଇଛି। ୫ଟି ପାଇଖାନା, ୨ଟି ଗାଧୁଆ ଘର, ୮ଟି ପାଣି ଟ୍ୟାପ୍‌, ନଳକୂପ, ବୋରୱେଲ ସହ ୮ କିଲୋୱାଟ୍‌ର ୨ଟି ସୋଲାର ପ୍ଲେଟ୍‌, ୧୬ଟି ସୋଲାର ଲାଇଟ୍‌, ଇନ୍‌ଭଟର, ଟିଭି ଲଗାଯାଇଛି। ୧୧କେଭି ବିଦ୍ୟୁତ୍‌ ସଂଯୋଗ କରାଯାଉଛି। ଅଭୟାରଣ୍ୟକୁ ଅତି ପାଖରୁ ଦେଖିବା ସହ ନିକଟରେ ଥିବା ଏହି ନୂଆ ରାଇଗୁଡ଼ା ଗଁାର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ସକାଳୁ ସନ୍ଧ୍ୟା ଯାଏ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଲାଇନ ଲାଗୁଛି। ସେମାନେ ଗଁା ଲୋକଙ୍କୁ ଭେଟି ନୂଆ, ପୁରୁଣା ଅନୁଭତି ସମ୍ପର୍କରେ ବୁଝୁଛନ୍ତି। ସେମାନଙ୍କ ସହିତ ସେଲ୍‌ଫି ଉଠାଇ ଫେସବୁକ୍‌, ହ୍ବାଟ୍‌ସଆପରେ ପୋଷ୍ଟ କରୁଛନ୍ତି। ପର୍ଯ୍ୟଟକମାନଙ୍କ ମଧ୍ୟରେ ଏହି ଉତ୍ସାହ ଯୋଗୁ ଜିଲାର ଅଧିକାଂଶ ଫେସବୁକ୍‌ ଓ ହ୍ବାଟସ୍‌ଆପ୍‌ରେ ବର୍ତ୍ତମାନ ନୂଆ ରାଇଗୁଡ଼ା ଗ୍ରାମବାସୀଙ୍କ ଫଟୋ ସ୍ଥାନ ପାଇଛି। ୧୧ ତାରିଖରେ ଏହି ଗଁାକୁ ୪୪ଟି ଗାଡ଼ି ଆସିଥିବା ବେଳେ ୧୨ ତାରିଖରେ ୪୬ଟି ଓ ୧୩ ତାରିଖରେ ୫୨ଟି ପର୍ଯ୍ୟଟକଙ୍କ ଗାଡ଼ି ଆସିଥିବା ରେଜିଷ୍ଟରରୁ ଜଣାପଡ଼ିଛି। ସ୍ଥାନୀୟ ଯୁବକମାନେ ଗଁା ନିକଟରେ ଏକ ଗେଟ୍‌ ନିର୍ମାଣ କରି ଗାଡ଼ିଗୁଡ଼ିକର ନମ୍ବର ରେଜିଷ୍ଟରରେ ଉଲ୍ଲେଖ କରୁଛନ୍ତି। ହିନ୍ଦୋଳରୁ ଆସିଥିବା ପର୍ଯ୍ୟଟକ ଡିଲେଶ୍ୱର ସାହୁ କୁହନ୍ତି, ଗଁା ବହୁତ ସୁନ୍ଦର ହୋଇଛି। ଏହାକୁ ନିଶ୍ଚିତ ଦେଖିବା କଥା। ବନ ବିଭାଗର କାର୍ଯ୍ୟ ପ୍ରଶଂସନୀୟ। ସେହିପରି ରେଢ଼ାଖୋଲରୁ ଆସିଥିବା ସରୋଜ ସାହୁ କୁହନ୍ତି, ଗଁାଟି ଉତ୍ତମ ପରିବେଶରେ ନିର୍ମାଣ ହୋଇଛି। ଏହା ଦେଖିବାକୁ ଏତେ ସୁନ୍ଦର ଯେ ପର୍ଯ୍ୟଟକଙ୍କୁ ନିଶ୍ଚିତ ଆକୃଷ୍ଟ କରିବ। ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିବା ଗଁାର ଦିବ୍ୟସିଂହ ଦେହୁରୀ, ମୁଳିଆ ପଧାନ, ବିନୋଦ ପଧାନ, ଗନ୍ଧର୍ବ ଦେହୁରୀ, ବୁଦ୍ଧିଆ ବେହେରା, ପଦନ ପଧାନ, ମହର୍ଗା ପଧାନ, ଅମି ଦେହୁରୀ, ମାୟା ଦେହୁରୀ, ଘାସିଆ ପଧାନ କୁହନ୍ତି, ଜଙ୍ଗଲି ଢାଞ୍ଚାରେ ଚଳୁଥିଲୁ। ଏବେ ସହରକୁ ଆସିଲା ପରି ଲାଗୁଥିବାରୁ ଖୁସି ହେଉଛୁ। ଗଁା ଦେଖିବା ପାଇଁ ଆସୁଥିବା ଲୋକେ ଭଲ ବ୍ୟବହାର କରୁଛନ୍ତି। ସୁଖଦୁଃଖ ବିଷୟରେ ପଚାରୁଛନ୍ତି। ବାହାର ଅଞ୍ଚଳର ଲୋକେ ଆସୁଥିବାରୁ ବେଶ୍‌ ଗହଳି ହେଉଛି। ଏହା ଆମ ପାଇଁ ନିଶ୍ଚିତ ଖୁସିର କଥା। ପର୍ଯ୍ୟଟକଙ୍କ ଏହି ଆଗମନ ବିଷୟରେ ବନ୍ତଳା ଥାନା ଆଇଆଇସି ସବ୍ୟସାଚୀ ରାଉତ କହିଛନ୍ତି, ସୁରକ୍ଷା ପାଇଁ ପାଟ୍ରୋଲିଂ ଓ ସାଦା ପୋଷାକରେ ପୋଲିସ ମୁତୟନ କରାଯାଇଛି। ସାତକୋଶିଆ ଡିଏଫଓ ଏସ୍‌ଏମ୍‌ଡିଟି ରହମାନ କହିଛନ୍ତି, ଗଁା ଲୋକଙ୍କୁ ରୋଜଗାରକ୍ଷମ, ସୁସ୍ଥ ବାତାବରଣ ମଧ୍ୟରେ ରଖିବା ପାଇଁ ଅଧିକରୁ ଅଧିକ ବ୍ୟବସ୍ଥା ଜିଲାପାଳଙ୍କ ସହଯୋଗରେ କରାଯାଉଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ଛାତ୍ରୀଙ୍କ ସ୍କୁଲ ସ୍ତବ୍ଧ, ଦିନଟିଏ ଛୁଟି

ଅନୁଗୋଳ ଅଫିସ, ୨୨।୧ : ଘଟଣା ଜଣାପଡ଼ିବା ପରେ ସୋମବାର ସ୍ତବ୍ଧ ହୋଇଯାଇଥିଲା ସମ୍ପୃକ୍ତା ଛାତ୍ରୀ ପଢ଼ୁଥିବା ସ୍ତୁଲ। ତାଙ୍କ ସହପାଠୀମାନେ ଘଟଣାକୁ ନେଇ ଭାଙ୍ଗି ପଡ଼ିଥିଲେ। ବିଦ୍ୟାଳୟ ଖୋଲିବା କ୍ଷଣି ସମସ୍ତଙ୍କ ଆଖିରେ ଅଶ୍ରୁ ଭରିଯାଇଥିଲା। 

ପରିବାରକୁ ଭେଟିଲେ, କ୍ଷତିପୂରଣ ଦାବି କଲେ

ପରିବାରକୁ ଭେଟିଲେ, କ୍ଷତିପୂରଣ ଦାବି କଲେ

ଅନୁଗୋଳ ଅଫିସ, ୨୨।୧ : ଅନୁଗୋଳ ଜିଲା ମହିଳା କଂଗ୍ରେସର ସଭାନେତ୍ରୀ ସବିତା ରାଣୀ ଧୀରଙ୍କ ନେତୃତ୍ୱରେ ଏକ ଟିମ୍‌ ନାବାଳିକାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ଏଥିସହ ସେଠାରୁ ଆସି ଅନୁଗୋଳ ଜିଲା ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। 

ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ, ୨୨।୧ : ଅନୁଗୋଳ ଖମାର ଛକରେ ମଧ୍ୟ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତାରୋକୋ କରାଯାଇଥିଲା। ଅପରାଧୀଙ୍କୁ ଧରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପାଇଁ ଦାବି କରାଯାଇଥିଲା। ଏଥିଯୋଗୁ  ଅନୁଗୋଳ-ଭୁବନେଶ୍ୱର ରଜପଥରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା।

ଚକୋଲେଟ୍‌ ଖାଇ୧୫ ଅସୁସ୍ଥ

ଚକୋଲେଟ୍‌ ଖାଇ୧୫ ଅସୁସ୍ଥ

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ଉପକଣ୍ଠରେ ଥିବା କୁମଣ୍ଡ ଚଣ୍ଡୀବଜାର ସ୍ଥିତ ଅଲେଖପାଟଣା ପ୍ରାଥମିକ ବିଦ୍ୟାଳୟରେ ଚକୋଲେଟ୍‌ ଖାଇ ୧୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ଭାଜପାର ରାସ୍ତାରୋକୋ, ହାତାହାତି

ଭାଜପାର ରାସ୍ତାରୋକୋ, ହାତାହାତି

ଅନୁଗୋଳ ଅଫିସ, ୨୨।୧: ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲା ଭାଜପା। ଦଳ ପକ୍ଷରୁ କାଙ୍ଗୁଲା ଠାରେ ରାସ୍ତାରୋକୋ କରାଯିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ କରିବାକୁ ଦାବି କରାଯାଇଥିଲା।

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା : ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା : ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅପରାହ୍ନରେ ଘଟିଥିବା ୮ମ ଶ୍ରେଣୀ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ ଜୋର୍‌ ଧରିଛି। ସୋମବାର ସକାଳୁ ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ଛାନଭିନ କରି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଛି। 

ଆଇଆଇଏମ୍‌ସିରେ ଆଲୋଚନାଚକ୍ର : ନିରପେକ୍ଷତାକୁ ଗୁରୁତ୍ୱ ସମାଜର ହିତ କରିବ

ଆଇଆଇଏମ୍‌ସିରେ ଆଲୋଚନାଚକ୍ର : ନିରପେକ୍ଷତାକୁ ଗୁରୁତ୍ୱ ସମାଜର ହିତ କରିବ

ଢେଙ୍କାନାଳ ଅଫିସ,୨୨ା୧: ଢେଙ୍କାନାଳ ଭାରତୀୟ ଜନସଞ୍ଚାର ସଂସ୍ଥାନ ପରିସରରେ ସୋମବାର ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନର ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ‘ଗଣମାଧ୍ୟମ ସମାଜର ଦର୍ପଣ କି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଅଟକିଛି ୨୩ କୋଟିର ପାନୀୟ ଜଳ ପ୍ରକଳ୍ପ: ଧାରଣାରେ ଯୋରନ୍ଦା ସାଧୁସନ୍ନ୍ୟାସୀ

ଅଟକିଛି ୨୩ କୋଟିର ପାନୀୟ ଜଳ ପ୍ରକଳ୍ପ: ଧାରଣାରେ ଯୋରନ୍ଦା ସାଧୁସନ୍ନ୍ୟାସୀ

ଢେଙ୍କାନାଳ ଅଫିସ, ୨୨ା୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମହିମାପୀଠ ଯୋରନ୍ଦା ସମେତ ଆଖପାଖ ଅଞ୍ଚଳର ୧୩ଟି ଗ୍ରାମ ପାଇଁ ଏକ ପାନୀୟ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁର କରିଥିଲେ ୨୩ କୋଟି ୭୩ ଲକ୍ଷ ଟଙ୍କା। ହେଲେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳୁ ନ ଥିବାରୁ ୩ ବର୍ଷ ହେଲା ଟଙ୍କା ପଡିରହିଛି। 

ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା: ଅନୁଗୋଳରେ ୯, ୫୬, ୭୬୧ ଭୋଟର

ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା: ଅନୁଗୋଳରେ ୯, ୫୬, ୭୬୧ ଭୋଟର

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ଜିଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧୬୩ଟି ମତଦାନ କେନ୍ଦ୍ରର ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି। ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍‌ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଅନିଲ କୁମାର ସାମଲ ଯୋଗଦେଇ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରଥିଲେ।

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ବଇଣ୍ଡା,୨୧।୧(ଡି.ଏନ.ଏ)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି।  ସୋମବାର  ବିଶିକେଶନ ନାୟକଙ୍କ ଏକ ଛେଳିକୁ ବାଘ ଆକ୍ରମଣ କରିଛି।   ଏହାକୁ ନେଇ ଗ୍ରାମରେ ଆତଙ୍କ ଦେଖାଦେଇଛି। ଜଙ୍ଗଲରେ ଛେଳିମାନେ ଚରୁଥିବାବେଳେ ବାଘଟି ଗ୍ରାମାଭିମୁଖୀ ହୋଇ ଉକ୍ତ ଛେଳିକୁ ଆକ୍ରମଣ କରୁଥିବାବେଳେ  ଛେଳି ଚରାଳି  ବାଘକୁ ଦେଖି ପାଟି କରିଥିଲେ।

ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉ

ଗ୍ରାମାଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯାଉ

ବଇଣ୍ଡା,୨୧।୧(ଡି.ଏନ.ଏ)- ସାଧାରଣ ଲୋକ କିଭଳି ସହଜରେ ଜୀବନ ଯାପନ କରିପାରିବେ ସେ ନେଇ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଲୋକମାନେ ଠିକ୍‌ ଭାବେ ଏସବୁ ଯୋଜନାର ସୁଯୋଗ  ନେଇ ପାରୁନାହାନ୍ତି।

କିଶୋରନଗର ବ୍ଲକରେ ଭାଜପାର ଜନସମ୍ପର୍କ ପଦଯାତ୍ରା

କିଶୋରନଗର ବ୍ଲକରେ ଭାଜପାର ଜନସମ୍ପର୍କ ପଦଯାତ୍ରା

ବଇଣ୍ଡା,୨୧।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଭୋଜିଗୋଠ, ଧଉରାଗୋଠ, କରଡ଼ାବାହାଳୀ, ବିଲେଇନାଳୀ, ବଡ଼ବାହାଳ, ଗୋବିନ୍ଦପୁର, ଗରୁଡ଼ ଗ୍ରାମରେ ଭାଜପା ପକ୍ଷରୁ  ଜନସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି।