ଅନଗୁଳ-ଢେଙ୍କାନାଳ

ସାଥୀ କ୍ୟାସିଓ ଅଚଳ; ଦୃଷ୍ଟିହୀନ ରଞ୍ଜନ ବେସାହାରା

ସାଥୀ କ୍ୟାସିଓ ଅଚଳ; ଦୃଷ୍ଟିହୀନ ରଞ୍ଜନ ବେସାହାରା
ଢେଙ୍କାନାଳ ଅଫିସ,୧୮।୧୨-ଆଖି ଦେଇନାହାନ୍ତି ଈଶ୍ୱର। ହେଲେ ଦେଇଥିବା ମଧୁର କଣ୍ଠ ପାଇଁ ସେ ପାଇଛନ୍ତି ପରିଚୟ। ସୁନ୍ଦର ସଙ୍ଗୀତ ପରିବେଷଣ କରିପାରୁଥିବାରୁ ଅନେକ ପୁରସ୍କାର ମିଳିଛି ତାଙ୍କୁ। ବିଶେଷକରି ଦଣ୍ଡନାଚ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୀତ ଗାଇ ପାଉଥିବା ଦୁଇ ପଇସାରେ ଘର ଚଳାନ୍ତି ସେ। ହେଲେ ଏବେ ବେସାହାରା ହୋଇଯାଇଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଗୁନେଇବିଲି ଗ୍ରାମର ଦୃଷ୍ଟିହୀନ ରଞ୍ଜନ ବେହେରା। କାରଣ ଗୀତ ବୋଲିବା ବେଳେ ସେ ବଜାଉଥିବା କ୍ୟାସିଓ ଅଚଳ ହୋଇଯାଇଛି। ଦୀର୍ଘ ୨ ମାସ ହେଲା ଏପରି ଅବସ୍ଥା ଯୋଗୁ ରୋଜଗାର କମିଯାଇଛି। ଫଳରେ ବୃଦ୍ଧ ରୋଗଗ୍ରସ୍ତ ବାପାଙ୍କ ଠିକ୍‌ ଭାବେ ଦେଖାଶୁଣା କରିପାରୁ ନାହାନ୍ତି ରଞ୍ଜନ। ଏଥିପାଇଁ ସେ ଗତମାସରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଚଳ କ୍ୟାସିଓ ମରାମତି କରିଦେବାକୁ ନିବେଦନ କରିଥିଲେ। ହେଲେ ପଦକ୍ଷେପ ନିଆ ନ ଯିବାରୁ ସୋମବାର ୩୨ କିମି ଦୂର ଜିଲା ସଦରମହକୁମାରେ ପହଞ୍ଚି ପୁଣି ଥରେ ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ରଞ୍ଜନ। ୪୪ ବର୍ଷ ବୟସ୍କ ରଞ୍ଜନ କୁହନ୍ତି, ତାଙ୍କ ରୋଜଗାର ଉପରେ ପରିବାର ସମ୍ପୂର୍ଣ୍ଣ ନିର୍ଭର କରେ। ୧୯୮୫ରେ ସେ କଟକ ଦୃଷ୍ଟିହୀନ ବିଦ୍ୟାଳୟରୁ ବାଦ୍ୟ ଓ ଗୀତ ଶିକ୍ଷା କରିଥିଲେ। ୧୯୯୫ରେ ୩୮୧ ନଂ. ରଖି ମାଟ୍ରିକ୍‌ ପାସ କରିଥିଲେ। ହେଲେ ଶିକ୍ଷା ଅନୁଯାୟୀ କର୍ମନିଯୁକ୍ତି ନ ମିଳିବାରୁ ସେବେଠୁ ଗାଁକୁ ଫେରି ପରିବାର ସହ ରହୁଛନ୍ତି। ଭଲ କ୍ୟାସିଓ ବଜାଇ ଗୀତବୋଲି ପାରୁଥିବାରୁ ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି। ଦିବ୍ୟାଙ୍ଗ ଭତ୍ତା ବାବଦକୁ ତାଙ୍କୁ ୫୦୦ ଟଙ୍କା ମିଳୁଛି। ହେଲେ ଏତିକି ଅର୍ଥରେ ପକ୍ଷାଘାତରେ ଆକ୍ରାନ୍ତ ବାପା ଓ ଦିବ୍ୟାଙ୍ଗ ସାନଭାଇଙ୍କ ଖର୍ଚ୍ଚ ଉଠାଇବା ମୁସ୍କିଲ। ଗତବର୍ଷ ୩ ହଜାର ଟଙ୍କା ଦେଇ ସେ କ୍ୟାସିଓ କିଣିଥିଲେ। ଏହାକୁ ବଜାଇ ଗୀତ ବୋଲି ପେଟ ଓ ପରିବାର ପାଇଁ କିଛି ଅର୍ଥ ସେ ସଂଗ୍ରହ କରିପାରୁଛନ୍ତି। କିନ୍ତୁ ଦୁଇମାସ ହେଲା ସାଥୀ କ୍ୟାସିଓ ଖରାପ ହୋଇଯିବାରୁ ସେ ନିରାଶ ହୋଇପଡିଛନ୍ତି। ମରାମତି ପାଇଁ ତାଙ୍କର ଆର୍ଥିକ ସମ୍ବଳ ନାହିଁ। ତେଣୁ ସହାୟତା ନିମନ୍ତେ ସେ ୨୭।୧୧।୧୭ରେ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ସେ ସୋମବାର ପୁନର୍ବାର ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୦୪-୦୫ରେ ତତ୍କାଳୀନ ଜିଲାପାଳ ଉଷା ପାଢୀଙ୍କ ସମୟରେ ତାଙ୍କୁ ଏକ ଇନ୍ଦିରାଆବାସ ମିଳିଥିଲା। ଅଧିକ କିଛି ସହାୟତା ମିଳି ନ ଥିବା ବେଳେ କ୍ୟାସିଓ ଖରାପ ହୋଇଯିବା ତାଙ୍କୁ ଅସହାୟ କରିଦେଇଛି। ପରିବାର କେମିତି ଚଳାଇବେ ସେ ନେଇ ଚିନ୍ତା ବଢିଯାଇଛି। ବଞ୍ଚିବା ପାଇଁ କିଛି ସହାୟତା ଯୋଗାଇ ଦେବା ସହ କ୍ୟାସିଓଟିକୁ ଠିକ୍‌ କରିଦେଲେ ସେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ରଞ୍ଜନ। ତେବେ ପ୍ରଶାସନ ପକ୍ଷରୁ ତାଙ୍କୁ କେବଳ ପ୍ରତିଶ୍ରୁତି ଦିଆଯିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
All Right Reserved By

ଅନଗୁଳ-ଢେଙ୍କାନାଳ

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାମାକ୍ଷାନଗର,୧୮।୧୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା କଙ୍କଡାହାଡ ଥାନା ଉର୍ବେଙ୍ଗି ନାଳ ଭିତରୁ  ମଙ୍ଗଳବାର  ବ୍ରାହ୍ମଣିଆ ଗ୍ରାମର ଶ୍ରୀକାନ୍ତ ନାୟକ(୪୦)ଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। 

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ସାଲୁଇଖମଣ ଗ୍ରାମରେ ଦନ୍ତାହାତୀ ଉପଦ୍ରବ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଛେଣ୍ଡିପଦା ପଞ୍ଚାୟତ ସାଲୁଇଖମଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଦନ୍ତାହାତୀ ଉତ୍ପାତ କରିଥିବା ଜଣାପଡିଛି।

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ସନ୍ଧ୍ୟା ୬ରୁ ସକାଳ ୬ ବିଦ୍ୟୁତ୍‌ କାଟ

ବଇଣ୍ଡା, ୧୮।୧୨(ଡି.ଏନ.ଏ.)ସଞ୍ଜ ନଇଁବା କ୍ଷଣି ବିଦ୍ୟୁତ୍‌ କାଟ୍‌ କରିଦେଉଛି ବିଭାଗ। ଦିନେ କି ସପ୍ତାହେ ନୁହେଁ ମାସେ ହେଲାଣି ଅନ୍ଧାରରେ ହନ୍ତସନ୍ତ ହେଉଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ୫ ପଞ୍ଚାୟତବାସୀ। 

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଘର, ଜମି ବଞ୍ଚାଇବାକୁ ପ୍ରଶାସନର ଦ୍ୱାରସ୍ଥ ଶିଥିରାସାହିବାସୀ:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଅନୁଗୋଳ ଅଫିସ, ୧୮।୧୨ଅନୁଗୋଳ ପଞ୍ଚମହଲାରେ ଥିବା ଶିଥିରାସାହିର ଲୋକଙ୍କ ଜାଗା ହଡ଼ପ କରାଯାଇଥିବା ନେଇ ଅଞ୍ଚଳବାସୀ ସୋମବାର ଜିଲାପାଳଙ୍କ ସହଯୋଗ ଲୋଡ଼ିଛନ୍ତି।

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ବିଦ୍ୟୁତ୍‌ ସଂସ୍ପର୍ଶରେ ହେଲ୍‌ପର ମୃତ

ଓଡ଼ାପଡ଼ା, ୧୮ା୧୨(ଡି.ଏନ.ଏ.ଢେଙ୍କାନାଳ ଜିଲା ବାଲିମୀ ଥାନା ଅନ୍ତର୍ଗତ ୫୫ନଂ. ଜାତୀୟ ରାଜପଥର ନିମବାହାଳି ନିକଟ କାର୍ଯ୍ୟରତ ଏସ୍କାଭେଟର (ମାଟିଖୋଳା ମେଶିନ) ହେଲ୍‌ପର ଦୀପକ ସାହୁ (୨୩)  ଉଚ୍ଚଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ରାସ୍ତା ମରାମତି ଦାବି:ଓଭରବ୍ରିଜ କାମ ବନ୍ଦ କଲେ ଗ୍ରାମବାସୀ

ପାଲଲହଡା,୧୮।୧୨(ଡି.ଏନ.ଏ.)ରାସ୍ତା ମରାମତି ଦାବିରେ ପାଲଲହଡା ନୋ-ଏଣ୍ଟ୍ରି ଛକଠାରେ ଏକ ଠିକାସଂସ୍ଥା ପକ୍ଷରୁ ଚାଲିଥିବା ଓଭରବ୍ରିଜ କାମକୁ ଗ୍ରାମବାସୀ ସୋମବାର ବନ୍ଦ କରିଛନ୍ତି। 

ଓଟିିପିିସିଏଲ୍‌ କାର୍ଯ୍ୟକୁ ବିରୋଧ:ମରିଚକଣରେ ଉତ୍ତେଜନା

ଓଟିିପିିସିଏଲ୍‌ କାର୍ଯ୍ୟକୁ ବିରୋଧ:ମରିଚକଣରେ ଉତ୍ତେଜନା

କାମାକ୍ଷାନଗର, ୧୮ା୧୨(ଡି.ଏନ୍‌.ଏ)ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମରିଚକଣରେ ପ୍ରସ୍ତାବିତ ଓଟିପିସିଏଲ୍‌ ପ୍ରକଳ୍ପ କାର୍ଯ୍ୟକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏହାକୁ ନେଇ ସୋମବାର ସନ୍ଧ୍ୟାରେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ


ଢେଙ୍କାନାଳ ଅଫିସ, ୧୭ା୧୨-ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ସାନବଉଳପୁର ଗ୍ରାମର ସବିତା ପାତ୍ର ଯୌତୁକ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମହିଳା ଅଦାଲତ ବିଚାରପତି ଗୀତାଞ୍ଜଳି ନନ୍ଦ ଅଭିଯୁକ୍ତ ପ୍ରଫୁଲ୍ଲ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  ୧ବର୍ଷ ୩ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ପାନ୍ଥର କ୍ରିକଫେଷ୍ଟ-୨୦୧୮:   ଏକ୍ସଟ୍ରିମ୍‌ ଟିମ୍‌ ଚାମ୍ପିୟନ

ପାନ୍ଥର କ୍ରିକଫେଷ୍ଟ-୨୦୧୮: ଏକ୍ସଟ୍ରିମ୍‌ ଟିମ୍‌ ଚାମ୍ପିୟନ

ଅନୁଗୋଳ ଅଫିସ, ୧୭।୧୨- ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅଫିସର୍ସ କ୍ଲବ ପକ୍ଷରୁ ୭ ଦିନ ଧରି ଚାଲିଥିବା ପାନ୍ଥର କ୍ରିକଫେଷ୍ଟ-୨୦୧୮ର ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ଟିମ୍‌ ଏକ୍ସଟ୍ରିମ ଓ ଟିମ୍‌ ସ୍ପାର୍‌ଟନ ମଧ୍ୟରେ ଖେଳାଯାଇଥିଲା। ଏକ୍ସଟ୍ରିମ ଦଳ ୮ ୱିକେଟରେ ସ୍ପାର୍‌ଟନ ଦଳକୁ ପରାସ୍ତ କରି ପାନ୍ଥର କ୍ରିକଫେଷ୍ଟ-୨୦୧୮ ଚାମ୍ପିୟନ ହୋଇଛି। 

ଭଲିବଲ ଫାଇନାଲରେ ଟାକୁଆ ବିଜୟୀ

ଭଲିବଲ ଫାଇନାଲରେ ଟାକୁଆ ବିଜୟୀ

ତାଳଚେର,୧୭ା୧୨(ନି.ପ୍ର.)- ଏନ୍‌ଟିପସି କଣିହାଁ ପକ୍ଷରୁ ଏକ ଦିବସୀୟ ଭଲିବଲ ଟୁର୍ନାମେଣ୍ଟ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଣିହାଁ ବ୍ଲକର ୨୮ଟି ଗ୍ରାମର ପ୍ରତିଯୋଗୀ ଭାଗ ନେଇଥିଲେ।

୧୯ରେ ତାଳଚେର ବନ୍ଦ

୧୯ରେ ତାଳଚେର ବନ୍ଦ

ତାଳଚେର, ୧୭ା୧୨(ନି.ପ୍ର.)- ୪ ଦଫା ଦାବି ନେଇ ତାଳଚେର ସୁରକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୯ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ଡାକରା ଦିଆଯାଇଛି। ତାଳଚେର ସମସ୍ତ ଦୋକାନ, ବଜାର, ସ୍କୁଲ କଲେଜ, ଖଣିଖାଦାନ, ସରକାରୀ ଅଫିସ ସବ ସମେତ ଗାଡ଼ି ଚଳାଚଳ ବନ୍ଦ କରାଯିବ ବୋଲି ପରିଷଦ ସଦସ୍ୟମାନେ ସୂଚନା ଦେଇଛନ୍ତି।