ଅନଗୁଳ-ଢେଙ୍କାନାଳ

୧୪ ଦିନରେ ୩୯୬ କୁଷ୍ଠ ରୋଗୀ ଚିହ୍ନଟ

୧୪ ଦିନରେ ୩୯୬ କୁଷ୍ଠ ରୋଗୀ ଚିହ୍ନଟ

ଢେଙ୍କାନାଳ ଅଫିସ, ୧୮।୧୨-ଢେଙ୍କାନାଳ ଜିଲାରେ ଜାତୀୟ କୁଷ୍ଠରୋଗ ନିରାକରଣ ଅଭିଯାନ ଜିଲାର ୮ଟି ବ୍ଲକ ଓ ଢେଙ୍କାନାଳ ପୌରାଞ୍ଚଳରେ ଜାରି ରହିଛି। ଗତ ୨୩।୧୦।୧୭ ଠାରୁ ୫।୧୧।୧୭ ପର୍ଯ୍ୟନ୍ତ ୧୪ ଦିନ ମଧ୍ୟରେ ଏହି ଅଭିଯାନ ମାଧ୍ୟମରେ ଜିଲାରେ ୩୯୬ ରୋଗୀ ଚିହ୍ନଟ କରାଯାଇଛି। ସେମାନଙ୍କୁ ମଲଟି ଡ୍ରଗ୍‌ ଥେରାପି(ଏମ୍‌ଡିଟି) ମାଧ୍ୟମରେ ଚିକିତ୍ସା ପ୍ରଦାନ କରାଯାଉଛି। କେବଳ କାମାକ୍ଷାନଗର ବ୍ଲକରେ ୧୧୪ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇ ଏମ୍‌ଡିଟି ମାଧ୍ୟମରେ ଚିକିତ୍ସା ଜାରି ରହିଛି। ଯାହା କି ଜିଲାରେ ସର୍ବାଧିକ। ଏଥିପାଇଁ ଜଣେ ଆଶା, ଆଉ ଜଣେ ସ୍ବାସ୍ଥ୍ୟକର୍ମୀ ବିଭିନ୍ନ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳ ବୁଲି ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ବିତ କରୁଛନ୍ତି। ଯେଉଁମାନେ କୁଷ୍ଠରୋଗରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି, ସେମାନଙ୍କୁ ମଧ୍ୟ ଏମ୍‌ଡିଟି ମାଧ୍ୟମରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଏ ସଂକ୍ରାନ୍ତରେ ଗତ ୧୩।୧୦।୨୦୧୭ରେ ଜିଲା କାର୍ଯ୍ୟାଳୟରେ ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ କୁଷ୍ଠରୋଗ ଚିହ୍ନଟ ଓ ନିରାକରଣ ଅଭିଯାନକୁ ଗୁରୁତ୍ୱର ସହ କରାଯିବା ପାଇଁ ଆଲୋଚନା ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜ୍ୟୋତିଷଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଜିଲା କୁଷ୍ଠରୋଗ ନିରାକରଣ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ଜିଲାରେ ରୋଗ ଚିହ୍ନଟ ପ୍ରକ୍ରିୟା ଓ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିଛି। ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପ୍ରକଳ୍ପ ପରିଚାଳକ ରୂପକ ମହାପାତ୍ର ଓ ଜିଲା କୁଷ୍ଠରୋଗ କନସଲଟାଣ୍ଟ ଡା. ସୂର୍ଯ୍ୟ ନାରାୟଣ ଦତ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ୨୦୨୦ ସୁଦ୍ଧା ଏହି ରୋଗକୁ ସମ୍ପୂର୍ଣ୍ଣ ନିରାକରଣ କରାଯିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଓ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲା କୁଷ୍ଠରୋଗ ନିରାକରଣ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ନୂତନ ତହସିଲଦାରଙ୍କ ଯୋଗଦାନ

ପାଲଲହଡ଼ା,୧୭ା୭(ଡି.ଏନ.ଏ.)ପାଲଲହଡ଼ାର ନୂତନ ତହସିଲଦାର ଭାବେ କୃଷ୍ଣଚନ୍ଦ୍ର ଦଳପତି ସୋମବାର ଯୋଗଦେଇଛନ୍ତି। ବିଦାୟୀ ତହସିଲଦାର ଦାରିଦ୍ର୍ୟଭଞ୍ଜନ ମଦନମୋହନ ପାତ୍ରଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି।

ଗଛ ହଲିଲେ କଟୁଛି ବିଦ୍ୟୁତ୍‌

ଗଛ ହଲିଲେ କଟୁଛି ବିଦ୍ୟୁତ୍‌

ବଇଣ୍ଡା, ୧୭ା୭(ଡି.ଏନ.ଏ.)ଆଠମଲ୍ଲିକ ବ୍ଲକରେ ବିଦ୍ୟୁତ୍‌ କାଟ ଏବେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ସାମାନ୍ୟ ପବନରେ ଗଛ ହଲିଲେ ବି ଏଠାରେ ବିଦ୍ୟୁତ୍‌ କାଟି ଦିଆଯାଉଛି।

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

ପାଉଁଶ ସମସ୍ୟା, ଏନ୍‌ଟିପିସି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର

କଣିହାଁ,୧୭।୭(ଡି.ଏନ.ଏ.)କଣିହାଁ ବ୍ଲକ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶ ପ୍ରଦୂଷଣ ସମସ୍ୟା ଦୂର ହେଉ ନାହିଁ। ବର୍ତ୍ତମାନ ପାଉଁଶ ପୋଖରୀକୁ ଛାଡ଼ିବା ପରିବର୍ତ୍ତେ ଚିମିନି ଦ୍ୱାରା ଆକାଶ ମାର୍ଗକୁ ଛଡ଼ାଯାଉଛି।

ଚିହ୍ନଟ ସରଳ କଲା ମୁହଁର ଦାଗ

ଚିହ୍ନଟ ସରଳ କଲା ମୁହଁର ଦାଗ

ଅନୁଗୋଳ ଅଫିସ, ୧୭।୭:ଅନୁଗୋଳ ସମେତ ରାଉରକେଲାରେ ହୋଇଥିବା ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଡକାୟତ ଓମ ପ୍ରକାଶ ଦାସ ଓ ରାଜେଶ ଦାସଙ୍କ ଟିଆଇ ପରେଡ ସୋମବାର ଅନୁଗୋଳ ଜେଲରେ କରାଯାଇଥିଲା।

ବିକ୍ରି ହେଉଛି ବିଜୁ ପକ୍କାଘର

ବିକ୍ରି ହେଉଛି ବିଜୁ ପକ୍କାଘର

ଓଡାପଡା,୧୭।୭(ଡି.ଏନ.ଏ)ଢେଙ୍କାନାଳ ଜିଲା ଓଡାପଡା ବ୍ଲକରେ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହେଉଥିବା ଜିଲାପାଳଙ୍କଠାରେ ଅଭିଯୋଗ ହୋଇଛି।

ଲିଙ୍କ୍‌ ଫେଲ: ବ୍ୟାଙ୍କ ଅଚଳାବସ୍ଥା

ବଇଣ୍ଡା,୯।୭(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରେ ସୋମବାର ଲିଙ୍କ୍‌ ଫେଲ ହୋଇଯାଇଛି। ଫଳରେ ବ୍ୟାଙ୍କରେ ଅଚଳାବସ୍ଥା ସୃଷ୍ଟି ହୋଇଛି।

ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତୁତି ବୈଠକ

ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତୁତି ବୈଠକ

ବଇଣ୍ଡା,୯।୭(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳିତ ହୋଇ ରହିଛି। ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ବିଦ୍ୟାଳୟର କିଭଳି ବିକାଶ ହୋଇପାରିବ ଏ ନେଇ ପୁରାତନ ଛାତ୍ର ସଂସଦ ଓ ମୋ ସ୍କୁଲ ଅଭିଯାନ କମିଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ଘର ଯୋଗାଇ ଦେବାକୁ ଦାବି

ଘର ଯୋଗାଇ ଦେବାକୁ ଦାବି

ତାଳଚେର, ୧୬ା୭(ନି.ପ୍ର.)- ତାଳଚେର ପୌରାଞ୍ଚଳ ୧୬ ନମ୍ବର ୱାର୍ଡ ହରିଜନ ସାହିର କେତେଜଣ ଗରିବ ବାସିନ୍ଦା ଜମି ଓ ଘର ଯୋଗାଇ ଦେବାକୁ ସୋମବାର ତାଳଚେର ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସର୍ପାଘାତରେ  ଖଣି କର୍ମଚାରୀ ମୃତ

ସର୍ପାଘାତରେ ଖଣି କର୍ମଚାରୀ ମୃତ

କଣିହାଁ,୧୬।୭(ଡି.ଏନ.ଏ.)- ଏମ୍‌ସିଏଲ କଣିହାଁ କୋଇଲା ଖଣି କର୍ମଚାରୀ ତେଲିସିଂହା ଗ୍ରାମର ମାଧବ ନାୟକ ସୋମବାର ସର୍ପାଘାତରେ ପ୍ରାଣ ହରାଇଛନ୍ତି।

ଦିନକର କାହାଣୀ: ବରା ଦେଇଛି ପରିଚୟ

ଦିନକର କାହାଣୀ: ବରା ଦେଇଛି ପରିଚୟ

ବରା ବିକି ପରିବାର ଚଳାଉଥିଲେ ବାପା। ପିଲାବେଳୁ ତାଙ୍କ ସହ ଦୋକାନରେ ରହି ବରା ତିଆରି କରିବା ଶିଖିଥିଲି। ବାପାଙ୍କ ପରେ ଏକା ମୋତେ ସେହି କାମ କରିବାକୁ ପଡ଼ିଲା। ୨୦ ପଇସାରେ ବିକୁଥିବା ବରା ଏବେ ୨ଟଙ୍କାରେ ବିକ୍ରି ହେଉଛି। ହେଲେ ବାପାଙ୍କ ଅମଳର ସେହି ପୁରୁଣା ସ୍ବାଦ ଏବେ ବି ମୋ ହାତ ତିଆରି ବରାରେ ଗ୍ରାହକଙ୍କୁ ମିଳୁଛି। ସେଥିପାଇଁ ଆଖପାଖ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ପାଇଛି ବୋଲି କହିଛନ୍ତି ଅନୁଗୋଳ ଜିଲା କୁମୁରିସିଙ୍ଗାର ସୁବାସ ସାହୁ।

ରାଜୀବ ଜେନା ଖୋଖୋ ଆସୋସିଏଶନ ଅଧ୍ୟକ୍ଷ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ଷ୍ଟାଡିୟମଠାରେ ଓଡ଼ିଶା ୭ ବ୍ଲକ ଖୋଖୋ ଆସୋସିଏଶନ ରବିବାର ଗଠିତ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଇଂ. ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦ୍‌ଯାପିତ

ବଅଁରପାଳ,୧୬।୭(ଡି.ଏନ.ଏ.)- ଅନୁଗୋଳ ବ୍ୟାଡ଼ମିଣ୍ଟନ ଅସୋସିଏଶନ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋେଇଯାଇଛି। ନାଲ୍‌କୋ ବ୍ୟାଡମିଣ୍ଟନ ହଲଠାରେ ଆୟୋଜିତ ଏହି ପ୍ରତିଯୋଗିତରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୯୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ୧୩ ବର୍ଷରୁ କମ ପ୍ରତିଯୋଗିତାରେ ଅନିର୍ବାଣ ସାମନ୍ତ ଚାମ୍ପିୟନ ହୋଇଛନ୍ତି। ଡବଲ୍ସରେ ଔରସ ମହାନ୍ତି ଓ ଚିତନ ସିହ୍ନାଙ୍କ ଯୋଡି ଚାମ୍ପିୟନ ହୋଇଛି। ୧୫ ବର୍ଷରୁ କମ୍‌ ସିଙ୍ଗିଲ୍ସରେ ସୁମିତ ପ୍ରଧାନ ଚାମ୍ପିୟନ ହୋଇଛନ୍ତି।

Model This Week

ରୂପେଶ