ଅନଗୁଳ-ଢେଙ୍କାନାଳ

ହତ୍ୟା ଆସାମୀଙ୍କୁ ଆଜୀବନ କାରାଦଣ୍ଡ

ହତ୍ୟା ଆସାମୀଙ୍କୁ ଆଜୀବନ କାରାଦଣ୍ଡ
ତାଳଚେର,୧୮ା୧୨(ନି.ପ୍ର.)- ଏକ ହତ୍ୟା ମାମଲାର ବିଚାର କରି ସୋମବାର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ ଯେ, ଏନ୍‌ଟିପିସି ଥାନା ଅଞ୍ଚଳର ରାଜୁ ଗୋଛାୟତ ଓରଫ ବେହେରା ୨୦୧୪ ଜୁଲାଇ ୭ରେ ସ୍ତ୍ରୀ ନିଲମଙ୍କୁ ସାଇକେଲରେ ଏନ୍‌ଟିପିସି ଷ୍ଟେଜ-୨ ଆଡେ ବୁଲାଇବାକୁ ନେଇଥିଲେ। ରାତିରେ ସମ୍ପୃକ୍ତ ଦମ୍ପତି ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହି ସମୟରେ ବାଟରେ ରାଜୁ ବଡ ବ୍ୟତିବ୍ୟସ୍ତ ଅବସ୍ଥାରେ ଆସୁଥିବା ସେମାନେ ଦେଖିବାକୁ ପାଇଥିଲେ। ନିଲମ ସମ୍ପର୍କରେ ପଚାରିବାରୁ ଷ୍ଟେଜ ୨ ପାଚେରି ପାଖରେ ସ୍ତ୍ରୀଙ୍କୁ ମାରି ପକାଇ ଦେଇଥିବା ରାଜୁ ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ପରେ ନିଲମଙ୍କ ବାପାଙ୍କ ଅଭିଯୋଗ କ୍ରମେ ଏନ୍‌ଟିପିସି ପୋଲିସ ନଂ.୨୮/୧୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜୁଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ସାକ୍ଷୀମାନଙ୍କ ବୟାନ, ପାରିପାର୍ଶ୍ୱିକ ଅବସ୍ଥାକୁ ବିଚାରକୁ ନେଇ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଲୁନା ମହାନ୍ତି ଆସାମୀ ରାଜୁଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ଓ ଜରିମାନା ଦଣ୍ଡରେ ଦଣ୍ଡିତ କରିଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ହରେକୃଷ୍ଣ ପାତ୍ର ମକଦ୍ଦମା ପରିଚାଳନା କରିଥିଲେ।
All Right Reserved By

ଅନଗୁଳ-ଢେଙ୍କାନାଳ

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଅନୁଗୋଳ ଅଫିସ,୧୭।୧: ଏନ୍‌ଟିପିସି-ଟିଏସ୍‌ଟିପିଏସ୍‌ କଣିହାଁ ଓ ଏନ୍‌ଟିପିସି-ଟିଟିପିଏସ୍‌ ତାଳଚେରର ୮ମ ଆର୍‌ପିଡିଏସି ବୈଠକକୁ ବର୍ଜନ କଲେ ଜନ ପ୍ରତିନିଧି। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେଉଥିଲା। ତେବେ ୨୦୧୬ ମସିହା ଏପ୍ରିଲ ମାସରେ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜନ ପ୍ରତିନିଧିମାନେ ବୈଠକ ବର୍ଜନ କରିଥିବା ଜଣାପଡ଼ିଛି। 

ନାଳରୁ ୨  ଯୁବକଙ୍କ ମୃତଦେହ ଉଦ୍ଧାର

ନାଳରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର

ଡେଙ୍କାନାଳ ଅଫିସ୍‌, ୧୭।୧: ଢେଙ୍କାନାଳ ସଦର ଥାନା ପଦ୍ମନାଭପୁର ରାସ୍ତା ନିକଟରେ ଥିବା ନାଳରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। 

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ

ତାଳଚେର, ୧୭।୧(ସ୍ବ.ପ୍ର): ଅନୁଗୋଳ ଜିଲା ତାଳଚେରରେ ଥିବା ସେଣ୍ଟ୍ରାଲ କଲୋନୀ ଜଙ୍ଗଲରେ ବୁଧବାର ରାତିରେ ଏକ ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରି ୧ ଲକ୍ଷ ୮୪ହଜାର ଟଙ୍କା, ୬ଟା ମୋବାଇଲ ଓ ୧୫ଟା ବାଇକ ଜବତ କରିଛି।

୩ ଦଫା ଦାବି ନେଇ ଅନଶନରେ ବସିଲେ ସାମାଜିକ କର୍ମୀ

୩ ଦଫା ଦାବି ନେଇ ଅନଶନରେ ବସିଲେ ସାମାଜିକ କର୍ମୀ

ତାଳଚେର, ୧୭।୧(ସ୍ବ.ପ୍ର):ସାମାଜିକ କର୍ମୀ ବିଷ୍ଣୁମୋହନ ରଥ ୩ଦଫା ଦାବି ନେଇ ଗୁରୁବାର ସକାଳଠାରୁ ଟିଟିପିଏସ ପ୍ଲାଣ୍ଟ ସମ୍ମୁଖରେ ଅନଶନରେ ବସିଛନ୍ତି। 

କଲରାପତରିଆ ମୃତଦେହ ଉଦ୍ଧାର

କଲରାପତରିଆ ମୃତଦେହ ଉଦ୍ଧାର

ପାଲଲହଡ଼ା, ୧୭।୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଅଞ୍ଚଳରେ ଥିବା ରେଙ୍ଗାଳି ଜଳଭଣ୍ଡାରରୁ ବୁଧବାର ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ମୃତ ବାଘର ବୟସ ୫ରୁ ୬ ବର୍ଷ ହେବ। ତେବେ କେଉଁ କାରଣରୁ ବାଘର ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନ ଥିବା ବେଳେ ବ୍ୟବଚ୍ଛେଦ ପରେ ଘଟଣା ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

ନିଷ୍ଠାପର ଉଦ୍ୟମ ଆଣିଲା ଗୌରବ: ବିଶୁ ମହାରଣାଙ୍କ ଇ-ବାଇକ୍‌ ଓ୍ବାର୍କଶପ୍‌ ଉଦ୍‌ଘାଟିତ

ନିଷ୍ଠାପର ଉଦ୍ୟମ ଆଣିଲା ଗୌରବ: ବିଶୁ ମହାରଣାଙ୍କ ଇ-ବାଇକ୍‌ ଓ୍ବାର୍କଶପ୍‌ ଉଦ୍‌ଘାଟିତ

ଭୁବନ,୧୭ା୧(ଡି.ଏନ୍‌.ଏ.) କୁହାଯାଏ ନିଷ୍ଠାପର ଉଦ୍ୟମ କେବେ ବି ବିଫଳ ହୁଏନାହିଁ। ଉନ୍ନତମାନର ଇ-ବାଇକ୍‌ ଉଦ୍ଭାବନ କରି ଚର୍ଚ୍ଚାର ପରିସରକୁ ଆସିଥିବା ଭୁବନର ବରିଷ୍ଠ ମେକାନିକ୍‌ ବିଶୁ ମହାରଣାଙ୍କ କ୍ଷେତ୍ରରେ ଏହା ସତ୍ୟ ପ୍ରମାଣିତ ହୋଇଛି। ବୁଧବାର ବିଶୁଙ୍କ ପ୍ରଚେଷ୍ଟାରେ ଭୁବନ ରାମମନ୍ଦିର ନିକଟରେ ଉଦ୍‌ଘାଟିତ ହୋଇଛି ଇ-ବାଇକ୍‌ ଓ୍ବାର୍କଶପ୍‌।

ପୌରାଞ୍ଚଳରେ ୬ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ପୌରାଞ୍ଚଳରେ ୬ ପ୍ରକଳ୍ପ ଉଦ୍‌ଘାଟନ କଲେ ଏମ୍‌ପି

ଅନୁଗୋଳ ଅଫିସ, ୧୭।୧: ନାଲ୍‌କୋ ସିଏସ୍‌ଆର ଓ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି (ଏମ୍‌ପିଲାଡ୍‌) ଅର୍ଥରେ ଅନୁଗୋଳ ପୌରପାଳିକା ଦ୍ୱାରା ନିର୍ମିତ ହୋଇଥିବା ୬ଟି ପ୍ରକଳ୍ପ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। 

ମଣ୍ଡିରେ ଅନିୟମିତତା ଘଟଣାରେ ଯୁବବାହିନୀର ଧାରଣା: ୭ ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ମଣ୍ଡିରେ ଅନିୟମିତତା ଘଟଣାରେ ଯୁବବାହିନୀର ଧାରଣା: ୭ ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଛେଣ୍ଡିପଦା, ୧୭।୧(ସ୍ବ.ପ୍ର.) ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ପାତ୍ରପଡା ସମବାୟ ଅଫିସଠାରେ ଧାନ ମଣ୍ଡିରେ ଓଜନରେ ଠକେଇକୁ ନେଇ ମଙ୍ଗଳବାର ଚାଷୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। 

ଉନ୍ନୟନ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ: ଅଧାରୁ ‘ପିଠା’ ବନ୍ଦ, ବ୍ୟାନର ପୋଡ଼ିଦେଲେ

ଉନ୍ନୟନ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ: ଅଧାରୁ ‘ପିଠା’ ବନ୍ଦ, ବ୍ୟାନର ପୋଡ଼ିଦେଲେ

ଛେଣ୍ଡିପଦା,୧୭ା୧(ଡି.ଏନ.ଏ./ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗେଡିଆ ପଞ୍ଚାୟତଠାରେ ବୁଧବାର ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପିଠା ସଚେତନତା କାର୍ଯ୍ୟକ୍ରମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। 

ଅତିଷ୍ଠ କଲାଣି ହାତୀ ଆତଙ୍କ

ଅତିଷ୍ଠ କଲାଣି ହାତୀ ଆତଙ୍କ

ପରଜଙ୍ଗ, ୧୭।୧(ଡି.ଏନ୍‌.ଏ.) ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଏହାକୁ ନେଇ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବାରେ ଲାଗିଛି।

ଟେବୁଲ, ବେଞ୍ଚରେ ଗଦା ହୋଇଛି ପୁରୁଣା ବହି: ଛାତ୍ରୀଛାତ୍ରଙ୍କୁ ବସିବାକୁ ମିଳୁନି ଜାଗା

ଟେବୁଲ, ବେଞ୍ଚରେ ଗଦା ହୋଇଛି ପୁରୁଣା ବହି: ଛାତ୍ରୀଛାତ୍ରଙ୍କୁ ବସିବାକୁ ମିଳୁନି ଜାଗା

ଅନୁଗୋଳ ଅଫିସ, ୧୭।୧: ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ  ଗ୍ରନ୍ଥାଗାର ଷ୍ଟଡି ରୁମ୍‌ରେ ବସିବାକୁ ମିଳୁନି ଜାଗା। ଛାତ୍ରୀଛାତ୍ରମାନେ ବହି ଧରି ସେଠାକୁ ଯାଉଥିଲେ ବି ପଢ଼ିବା ମୁସ୍କିଲ ହୋଇପଡ଼ୁଛି। କାରଣ ମାସେ ହେଲା ଛାତ୍ରୀଛାତ୍ରଙ୍କ ଟେବୁଲ ଓ ବେଞ୍ଚ ଉପରେ ଗଦା ହୋଇ ରହିଛି ହଜାର ହଜାର ବହି।

ଆଇଆଇଏମ୍‌ସିରେ ଆଲୋଚନାଚକ୍ର: ‘ପ୍ରତ୍ୟେକ ଚଳଚ୍ଚିତ୍ର ରାଜନୈତିକ’

ଆଇଆଇଏମ୍‌ସିରେ ଆଲୋଚନାଚକ୍ର: ‘ପ୍ରତ୍ୟେକ ଚଳଚ୍ଚିତ୍ର ରାଜନୈତିକ’

ଢେଙ୍କାନାଳ ଅଫିସ,୧୭ା୧: ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ପକ୍ଷରୁ ଆୟୋଜିତ ‘ଫିଲ୍ମ ଚକ୍କର-୨’ର ବୁଧବାର ଥିଲା ଅନ୍ତିମ ଦିବସ। ଏହି ଅବସରରେ ‘ଭାରତୀୟ ଚଳଚ୍ଚିତ୍ରରେ ରାଜନୈତକ ପ୍ରତିଛବି’ ଶୀର୍ଷକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।