ଉପକୂଳ ଓଡିଶା

ପ୍ରଥମ ଅନ୍ତର୍ଜାତୀୟ ତ୍ରିପିଟକ ମନ୍ତ୍ର ଆବୃତ୍ତି ଉତ୍ସବ ଆରମ୍ଭ

ପ୍ରଥମ ଅନ୍ତର୍ଜାତୀୟ ତ୍ରିପିଟକ ମନ୍ତ୍ର ଆବୃତ୍ତି ଉତ୍ସବ ଆରମ୍ଭ
ଚଣ୍ଡିଖୋଲ,୧୯ା୧୨(ଡି.ଏନ୍‌.ଏ.)- ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରିଠାରେ ମଙ୍ଗଳବାରଠାରୁ ତିନି ଦିନିଆ ପ୍ରଥମ ଅକନ୍ତର୍ଜାତୀୟ ତ୍ରିପିଟକ ବାର୍ଷିକ ମନ୍ତ୍ର ଆବୃତ୍ତି ଉତ୍ସବ ଆରମ୍ଭ ହୋଇଛି। ଏହା ବିଶ୍ୱର ୨୧ତମ ଉତ୍ସବ ହୋଇଥିବାବେଳେ ଓଡ଼ିଶାରେ ପ୍ରଥମ କରି ଆରମ୍ଭ ହୋଇଛି। ବଡ଼ଚଣା ବ୍ଲକରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରିକୁ ଭାରତ, ତିଦ୍ଧତ, ବ୍ରାଜିଲ୍‌, ଚାଇନା, ଥାଇଲାଣ୍ଡ, ମ୍ୟାନମାର ପ୍ରଭୃତି ୬ଟି ଦେଶରୁ ଶତାଧିକ ବୌଦ୍ଧଭିକ୍ଷୁ ଓ ବୌଦ୍ଧ ସନ୍ନ୍ୟାସୀମାନେ ଆସି ଏହି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଉଦୟଗିରିସ୍ଥିତ ତୋଷାଳି ପ୍ଲାଜା ପରିସରରେ ସେମାନେ ପହଞ୍ଚତ୍ ବୌଦ୍ଧଧର୍ମର ମୁଖ୍ୟ ଗ୍ରନ୍ଥ ତ୍ରିପିଟକ ପଠନ କରିବା ସହିତ ମନ୍ତ୍ର ଆବୃତ୍ତି କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ବୁଦ୍ଧଂ ଶରଣଂ ଗଚ୍ଛାମି ଧ୍ୱନିରେ ସ୍ଥାନଟି ପ୍ରକମ୍ପିତ ହୋଇଥିଲା। ସୋମବାର ରାତ୍ରିରେ ବୌଦ୍ଧ ସନ୍ୟାସୀମାନେ ପହଞ୍ଚିବା ପରେ ପତରାଜପୁରସ୍ଥିତ ତୋଷାଳି ହୋଟେଲଠାରେ ଅବସ୍ଥାନ କରିଥିଲେ। ପୂର୍ବାହ୍ନରେ ହୋଟେଲ ପରିସରରେ ସେମାନଙ୍କ ପକ୍ଷରୁ ଏକ ସଂକ୍ଷିପ୍ତ ଦୀପଦାନ ଓ ଉଦ୍‌ଘାଟନ ଉତ୍ସବ କାର୍ଯ୍ୟକ୍ରମ ହୋଇଥିଲା। ବିଭିନ ରାଷ୍ଟ୍ରରୁ ଧାର୍ମିକ ପ୍ରତିନିଧି ଗୋଷ୍ଠୀର ମୁଖ୍ୟଙ୍କ ସମେତ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗର ଉପନିର୍ଦ୍ଦେଶକ ଉପତ୍ଳ ପତି ଓ ସୁନୀଲ କୁମାର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା କାଲିଫର୍ନିଆସ୍ଥିତ ”ଲାଇଟି ଅଫ୍‌ ବୁଦ୍ଧ ଧାମ ଫାଉଣ୍ଡେଶନ୍‌ ସଂସ୍ଥାର ମୁଖ୍ୟ ଓମଗା ଡିସ୍କି“ ରାଷ୍ଟ୍ର ମୁଖ୍ୟଙ୍କୁ ଗୌରିକ ଅଙ୍ଗ ବସ୍ତ୍ର ପ୍ରଦାନ କରି ସ୍ବାଗତ କରିଥିଲେ। ଦିନ ୧ ଟା ପରେ ଧର୍ମାବଲମ୍ବୀମାନେ ଉଦୟଗିରି ସ୍ଥିତ ତୋଷାଳି କନକ୍ଲେଭସ୍‌ ହଲ ଠାରେ ମନ୍ତ୍ର ଆବୃତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ପହଞ୍ଚିବା ମାତ୍ରେ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ, ଆବାହକ ମହେଶ୍ୱର ବଳ, କିଶୋର ଚନ୍ଦ୍ର ଦାସ, ରାମ ଚନ୍ଦ୍ର ସାମଲ, ଅନିରୁଦ୍ଧ ପାଢୀ, ଶୈଳେନ୍ଦ୍ର ନାରାୟଣ ରାୟ, ଅଭିମନ୍ୟୁ ଶତପଥୀ, ହିମାଂଶୁ ଶେଖର ମହାନ୍ତି, କେଦାର ଗୁରୁମା ଓ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଦେଶରୁ ଆସିଥିବା ବୌଦ୍ଧଧର୍ମାବଲମ୍ବୀଙ୍କୁ ସ୍ବାଗତ କରିଥିଲେ।
All Right Reserved By

ଉପକୂଳ ଓଡିଶା

ଜିଲାପାଳଙ୍କ ଅଚାନକ ମାର୍ଶାଘାଇ ଗସ୍ତ: ବିଇଓ ଅଫିସ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ

ମାର୍ଶାଘାଇ,୧୮।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ବିଇଓ ଅଫିସରେ ମଙ୍ଗଳବାର ଜିଲାପାଳ ଦାଶରଥି ଶତପଥୀ ଅଚାନକ ପହଞ୍ଚିଥିଲେ।

ବିଭିନ୍ନ ଦାବିନେଇ ଡାକ କର୍ମଚାରୀଙ୍କ ଧର୍ମଘଟ

ବିଭିନ୍ନ ଦାବିନେଇ ଡାକ କର୍ମଚାରୀଙ୍କ ଧର୍ମଘଟ

ଆଳି,୧୮।୧୨(ଡି.ଏନ୍‌.ଏ.): ବିଭିନ୍ନ ଦାବିନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ଜାତୀୟ ଗ୍ରାମୀଣ ଡାକ ସେବକ ସଂଘର ଆହ୍ବାନ କ୍ରମେ ଡାକ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମଙ୍ଗଳବାର ଧାରଣାରେ ବସିଛନ୍ତି।

ମୌଳିକ ସୁବିଧାରୁ ବଞ୍ଚିତ ୪୨ ଆଦିବାସୀ ପରିବାର: ରାସ୍ତା, ପାନୀୟଜଳ ପାଲଟିଛି ସାତସପନ

ମୌଳିକ ସୁବିଧାରୁ ବଞ୍ଚିତ ୪୨ ଆଦିବାସୀ ପରିବାର: ରାସ୍ତା, ପାନୀୟଜଳ ପାଲଟିଛି ସାତସପନ

ବୋଲଗଡ଼,୧୮ା୧୨(ମନୋରଞ୍ଜନ ମିଶ୍ର)-ଗ୍ରାମାଞ୍ଚଳର ବିକାଶ, ଗରିବ ଓ ଆଦିବାସୀଙ୍କ ଜୀବନ ଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତିି। ହେଲେ ଏହାକୁ କାର୍ଯ୍ୟକାରୀ କରିବାରେ ଉଦାସୀନତା ଏବଂ ତଦାରଖ ଅଭାବରୁ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି।

ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ : ଦିବ୍ୟାଙ୍ଗ କୃପାସିନ୍ଧୁ ରାଶନ କାର୍ଡରୁ ବଞ୍ଚିତ

ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ : ଦିବ୍ୟାଙ୍ଗ କୃପାସିନ୍ଧୁ ରାଶନ କାର୍ଡରୁ ବଞ୍ଚିତ

ନୂଆଗାଁ,୧୮।୧୨ (ଡି.ଏନ.ଏ.)-ଦେଶର କୌଣସି ଲୋକଙ୍କୁ ଭୋକରେ ନ ରଖିବା ଆଭିମୁଖ୍ୟ ନେଇ ୨୦୧୫ ନଭେମ୍ବରଠାରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ସାମିଲ ହେବା ପାଇଁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଧାର୍ଯ୍ୟ ପୂର୍ବକ ରାଜ୍ୟର ୩ କୋଟି ୨୬ଲକ୍ଷ ୪୧ ହଜାର ହିତାଧିକାରୀ ଚୟନ କରାଯାଇଛି। 

ବାର୍ଡ ଫ୍ଲୁ : ମରାଗଲାଣି ୭୩୧୫ କୁକୁଡ଼ା

ବାର୍ଡ ଫ୍ଲୁ : ମରାଗଲାଣି ୭୩୧୫ କୁକୁଡ଼ା

କୃଷ୍ଣପ୍ରସାଦ,୧୮ା୧୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ୪ ଦିନ ହେଲା କୁକୁଡ଼ାମରା ଅଭିଯାନ ଜାରି ରହିଛି ା ବର୍ତ୍ତମାନ ସୁଦ୍ଧା ୭୩୧୫ କୁକୁଡ଼ା ମାରି ପୋତି ଦିଆଯାଇଛି ା

ଖୋଲିଲା ସରକାରୀ ଧାନମଣ୍ଡି : ପ୍ରଥମ ଦିନରେ ୧୧ ଚାଷୀଙ୍କଠାରୁ  ୪୨୬ କୁଇଣ୍ଟାଲ ଧାନକ୍ରୟ

ଖୋଲିଲା ସରକାରୀ ଧାନମଣ୍ଡି : ପ୍ରଥମ ଦିନରେ ୧୧ ଚାଷୀଙ୍କଠାରୁ ୪୨୬ କୁଇଣ୍ଟାଲ ଧାନକ୍ରୟ

ନୟାଗଡ଼ ଅଫିସ,୧୭ା୧୨- ଜିଲା ଯୋଗାଣ ବିଭାଗ ଦ୍ୱାରା ନୟାଗଡ଼ ଜିଲାରେ  ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ) ଜରିଆରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ଖଣ୍ଡପଡ଼ା ରୋଡ଼ସ୍ଥିତ ନିୟନ୍ତ୍ରିତ ବଜାର କମିଟି ବାହାଡ଼ାଝୋଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲାପାଳ ପ୍ରସନ୍ନ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

କଳିଙ୍ଗନଗର ପୁସ୍ତକମେଳାରେ କବିତା ପାଠୋତ୍ସବ

କଳିଙ୍ଗନଗର ପୁସ୍ତକମେଳାରେ କବିତା ପାଠୋତ୍ସବ

କଳିଙ୍ଗନଗର, ୧୭ା୧୨(ଡି.ଏନ.ଏ.)- ରାଜ୍ୟସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାରେ ସୋମବାର ବଉଳଫୁଲ ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ଏକ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା

ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା

ଜଗତ୍‌ସିଂହପୁର ଅଫିସ,୧୭ା୧୨- ସ୍ଥାନୀୟ ଏସ୍‌.କେ. ଏକାଡେମୀ ପରିସରରେ ସୋମବାର ୭ମ ଜିଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ତଥା ୪୫ତମ ଜବାହରଲାଲ ନେହେରୁ ବିଜ୍ଞାନମେଳା ଉଦ୍‌ଘାଟିତ ହୋଇଯାଇଛି।

ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ସ୍ମାର୍ଟ ସିଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ

ନୟାଗଡ଼ ଅଫିସ,୧୭।୧୨- ନୟାଗଡ଼ ଜିଲା ଓଡ଼ଗାଁଠାରେ ହୋଇଥିବା ଜିଲାସ୍ତରୀୟ ବିଜ୍ଞାନମେଳା ପ୍ରତିଯୋଗିତାରେ ନୟାଗଡ଼ ଏନ୍‌ଏସି ସ୍କୁଲର ଛାତ୍ରଙ୍କ  ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଛି। 

ବାଲୁଗାଁ ଏନ୍‌ଏସିରେ ସ୍ବଚ୍ଛ ଭାରତ ସ୍ବଚ୍ଛ ଓଡ଼ିଶା କାର୍ଯ୍ୟକ୍ରମ

ବାଲୁଗାଁ ଏନ୍‌ଏସିରେ ସ୍ବଚ୍ଛ ଭାରତ ସ୍ବଚ୍ଛ ଓଡ଼ିଶା କାର୍ଯ୍ୟକ୍ରମ

ବାଲୁଗଁ।,୧୭।୧୨(ଡି.ଏନ.ଏ.)- ବାଲୁଗାଁ ଏନ୍‌ଏସିକୁ ଖୋଲା ଶୌଚମୁକ୍ତ ଅଞ୍ଚଳ ସହ ସ୍ବଚ୍ଛ ସହର ଭାବେ ଗଢ଼ିବା ଉଦ୍ଦେଶ୍ୟରେ ସ୍ବଚ୍ଛ ମିଶନ ଆନୁକୂଲ୍ୟରେ ରବିବାର ଏକ କାର୍ଯ୍ୟକ୍ରମ ପରିଷଦର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।

ବର୍ଷା ଆଶଙ୍କା କରି ଚାଷୀ ଚିନ୍ତିତ

ବର୍ଷା ଆଶଙ୍କା କରି ଚାଷୀ ଚିନ୍ତିତ

ବାଲୁଗଁ।,୧୭।୧୨(ଡି.ଏନ.ଏ.)- ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥ୍‌ତ୍ବା ଲଘୁଚାପ ପ୍ରଭାବରେ ବର୍ଷା ଆଶଙ୍କା କରି ବାଲୁଗାଁ-ବାଣପୁର ଅଞ୍ଚଳର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ବିଜୁ ଯୁବବାହିନୀର ଯୁବ ସମାବେଶ: ସମ୍ବର୍ଦ୍ଧିତ ହେଲେ ଜିଲାର ଯୁବତୀଯୁବକ

ନୟାଗଡ଼ ଅଫିସ,୧୭ା୧୨- ଜିଲା ବିଜୁ ଯୁବବାହିନୀ ପକ୍ଷରୁ ରବିବାର ନୟାଗଡ଼ ଖେଳପଡ଼ିଆଠାରେ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ପ୍ରଥମେ ଜିଲାସ୍ତରୀୟ ଭଲିବଲ୍‌ ଟୁର୍ନାମେଣ୍ଟ କରାଯାଇଥିଲା।