ଉପକୂଳ ଓଡିଶା

୫ ବିଦ୍ୟାଳୟର ଶିକ୍ଷକଙ୍କ ଦରମା ବନ୍ଦ

୫ ବିଦ୍ୟାଳୟର ଶିକ୍ଷକଙ୍କ ଦରମା ବନ୍ଦ
ବିଞ୍ଝାରପୁର,୧୯ା୧୨(ଡି.ଏନ.ଏ) -ବିଞ୍ଝାରପୁର ଶିକ୍ଷାମଣ୍ଡଳରେ କେତକ ଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ପ୍ରାଥମିକ ଶିକ୍ଷା ଭୁଷୁଡିବାରେ ଲାଗିଛି । କେତକ ଶିକ୍ଷକ ବ୍ୟବସାୟିକ ସଂସ୍ଥା ଓ ଅନ୍ୟ ବେଆଇନ ଧନ୍ଦାରେ ଜଡ଼ିତ ରହି ନିଜ କର୍ତ୍ତବ୍ୟକୁ ଭୁଲି ଦିଦ୍ୟାଳୟକୁ ଉପେକ୍ଷା କରୁ ଆସୁଛନ୍ତି। ଏହି ସମ୍ପର୍କରେ ଅଭିଯୋଗ ହେବାପରେ ଅଭିଯୋଗ ପାଇ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ କୁମାର ନାୟକ ଶନିବାର ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ଏହି ପରିଦର୍ଶନ ସମୟରେ ଡିହକୁଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ବିଦ୍ୟାଳୟ ଛୁଟି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେ ଉତ୍ତରକୁଳ ହାଟରେ ଥିବା ଦଧିବାମନ ପ୍ରାଥମିକ ବିଦ୍ୟାଳୟ, ପ୍ରୀତିପୁରଠାରେ ପ୍ରୀତିପୁର ପ୍ରାଥମିକ ବିଦ୍ୟାଳୟ, ବାଲିକିରିପଦାଠାରେ ଊଷାରାଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଜ୍ଞାନମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଛୁଟି କରି ଶିକ୍ଷକମାନେ ଚାଲିଯାଇଥିବା ଦେଖିବାକୁ ପାଇଥିଲେ। ଶନିବାର ହେତୁ ବିଦ୍ୟାଳୟଗୁଡିକ ସକାଳ ୬.୩୦ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ପାଇଁ ନିୟମ ଥିଲେ ହେଁ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟଗୁଡିକରେ ତାଲା ପଡିଥିବା ବ୍ଲକ ଶିକ୍ଷାଧିକାରୀଙ୍କ ନଜରକୁ ଆସିଥିଲା। ଏହି ଘଟଣା ପାଇଁ ସଂପୃକ୍ତ ବିଦ୍ୟାଳୟ ଗୁଡିକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ଶିକ୍ଷକମାନଙ୍କ ଦରମା ବନ୍ଦ କରିବାକୁ ଶିକ୍ଷା ଅଧିକାରୀ ନାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ା
All Right Reserved By

ଉପକୂଳ ଓଡିଶା

କଚେରୀ ପୋଖରୀ ପୁନରୁଦ୍ଧାର  ପାଇଁ ଜନସ୍ବାର୍ଥ ମାମଲା

କଚେରୀ ପୋଖରୀ ପୁନରୁଦ୍ଧାର ପାଇଁ ଜନସ୍ବାର୍ଥ ମାମଲା

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ଜମିଦାର ଅମଳରୁ ଖୋଳା ଯାଇଥିବା କଚେରୀ ପୋଖରୀ ଏବେ ମ୍ୟୁନିସିପାଲିଟିର ଡମ୍ପିଂ ୟାର୍ଡରେ ପରିଣତ ହୋଇଛି। ସହରର ବର୍ଜ୍ୟବସ୍ତୁ ଦୈନିକ ଏହି ପୋଖରୀରେ ପଡ଼ୁଛି। ଫଳରେ ଅଳିଆ ଆବର୍ଜନାଗୁଡିକ ପଚି ଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଫଳରେ ଜନ ସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ୧ଏକର ୨୫ଡିସିମିଲି ପରିମିତ ଜମିରେ ଜମିଦାର ଅମଳରୁ ଖୋଳା ଯାଇଥିବା ଏହି ପୋଖରୀର ଉଦ୍ଦେଶ୍ୟ ସାଧିତ ହେବାଠାରୁ  ଦୂରେଇ ଯାଇଛି।

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା:  ଏନ୍‌ଜିଟି ନିର୍ଦ୍ଦେଶକଙ୍କୁ ବେଖାତିର, ମାମଲା ରୁଜୁ

ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ମାଟି ଉଠାଣ ଘଟଣା: ଏନ୍‌ଜିଟି ନିର୍ଦ୍ଦେଶକଙ୍କୁ ବେଖାତିର, ମାମଲା ରୁଜୁ

ପଟ୍ଟାମୁଣ୍ଡାଇ, ୨୩।୧ (ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ଓ ନିମପୁର-ଶାସନ ଆର୍‌ଆଇ ସର୍କଲ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରୁ ବେଆଇନ ବାଲି ଓ ମାଟି ଉଠାଣ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ତାହା ବନ୍ଦ ହୋଇନାହିଁ। ଏ ନେଇ ପଟ୍ଟାମୁଣ୍ଡାଇ ବେଲତଳ ଗ୍ରାମର ସାମାଜିକ କର୍ମୀ ମନୋରଞ୍ଜନ ପ୍ରଧାନ ଓ ସାଥୀମାନେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଆଶ୍ରୟ ନେଇଥିଲେ। ବେଆଇନ ଭାବେ ବ୍ରାହ୍ମଣୀ ନଦୀ କୂଳ ଓ ତତ୍‌ସଂଲଗ୍ନ ସରକାରୀ ଜମିରୁ ବହୁ ମାଟି ବାଲି ଖୋଳା ଯିବା ଦ୍ୱାରା ପରିବେଶ ନଷ୍ଟ ହେବା ସହିତ ନିକଟରେ ଥିବା ଉତିକଣ ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଏନ୍‌ଜିଟି ଏହି ମାମଲାକୁ ବିଚାର କରି  ଠିକ ରିପୋର୍ଟ ଦାଖଲ କରିବା ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାର, କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ବେଆଇନ ବାଲି, ମାଠି ଉଠାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପରକଣାରେ ପୂଷ୍ୟା ଲକ୍ଷ୍ମୀପୂଜା

ପାଟକୁରା, ୨୩।୧ (ଡି.ଏନ୍‌.ଏ.)-ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତ ପରକଣା ଗ୍ରାମରେ ପାରମ୍ପରିକ ପୂଷ୍ୟା ଲକ୍ଷ୍ମୀପୂଜା ଆରମ୍ଭ ହୋଇଛି। ଗ୍ରାମର ଜାଜ୍ଞେଶ୍ୱରୀ ପୀଠରେ ମା’ ପୂଷ୍ୟା ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତୀ ନିର୍ମାଣ କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ୭ଦିନ ବ୍ୟାପି ଏହି ପୂଜା ଉତ୍ସବ ଅନୁଷ୍ଟିତ ହେବାକୁ ଥିବା ବେଳେ ଆସନ୍ତା ରବିବାର ପୂର୍ଣ୍ଣାହୂତି କରାଯିବ।

ନେତାଜୀଙ୍କ ଜନ୍ମ ଦିବସ

ନେତାଜୀଙ୍କ ଜନ୍ମ ଦିବସ

ଜଗତସିଂହପୁର ଅଫିସ୍‌, ୨୩।୧:  ଓଡ଼ିଆ ପାଠକ ସାମ୍ମୁଖ୍ୟ ପକ୍ଷରୁ ଜଗତସିଂହପୁର ଜିଲାର ସଦର ମହକୁମାଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ ବୁଧବାର ପାଳିତ ହୋଇଯାଇଛି। 

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ନଡ଼ା ବୋହିବା ବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଲିଭାଇବା ଲାଗି ଗାଡ଼ିକୁ ପୋଖରୀରେ ପଶାଇଲେ ଡ୍ରାଇଭର

ମହାକାଳପଡ଼ା,୨୩।୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ବାରଡ଼ାଙ୍ଗ ପଞ୍ଚାୟତର ନନ୍ତାର ଗ୍ରାମରେ ବିଦ୍ୟୁତ ତାର ଲାଗି ଏକ ନଡ଼ା ବୋଝେଇ ଟ୍ରାକ୍ଟରରେ ନିଆଁ ଲାଗିଯାଇଥିଲା। ମାତ୍ର ଟ୍ରାକ୍ଟର ଡ୍ରାଇଭର ଟିଟୁ ଜେନାଙ୍କ ଯୋଗୁ ଗାଡ଼ିଟି ଜଳିବାରୁ ରକ୍ଷା ପାଇଯାଇଛି। 

ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ବିରୋଧକରି ଆନ୍ଦୋଳନରେ ଚାଷୀ

ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ବିରୋଧକରି ଆନ୍ଦୋଳନରେ ଚାଷୀ

ଯାଜପୁର ଅଫିସ,୨୩।୧: ଡ଼ୁବୁରି-ସୁକିନ୍ଦା ରେଳପଥ ନିର୍ମାଣକୁ ଚାଷୀ ବିରୋଧ କରିଛନ୍ତି। ଏ ନେଇ କ୍ଷତିଗ୍ରସ୍ତ ଚାଷୀ ବୁଧବାର    ଡ଼ୁବୁରିଛକ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ଆନ୍ଦୋଳନରେ ବସିଛନ୍ତି।

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗରରେ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ

ରାଜନଗର,୨୩।୧(ଡି.ଏନ୍‌.ଏ.): ରାଜନଗରରୁ ପୁରୀ ଅଭିମୁଖେ ଯାତ୍ରା କରୁଥିବା ଦ୍ୱିିବେଦୀ ଟ୍ରାଭେଲ୍ସ(୯୩୯) ବସ୍‌ ବୁଧବାର ଏକ ନିଶ୍ଚିନ୍ତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ବସ୍‌ଟି ସକାଳ ୬ଟାରେ ରାଜନଗରରୁ ଯାତ୍ରା ଆରମ୍ଭ କରି ୫ଶହ ମିଟର ଆସିବା ପରେ ରାଜନଗର-ମଦନପୁର ରାସ୍ତାର ତିଳକ ନଗର ନିକଟରେ ପ୍ରବଳ କୁହୁଡ଼ି ଯୋଗୁ ରାସ୍ତା କଡ଼କୁ ଖସି ପଡ଼ିଥିଲା। 

କାଳିଆ ଯୋଜନାରେ ବ୍ୟସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ:  ଚିକିତ୍ସାସେବା ପାଉନାହାନ୍ତି ଗୃହପାଳିତ ପ୍ରାଣୀ

କାଳିଆ ଯୋଜନାରେ ବ୍ୟସ୍ତ ପ୍ରାଣୀ ଚିକିତ୍ସା କର୍ମଚାରୀ: ଚିକିତ୍ସାସେବା ପାଉନାହାନ୍ତି ଗୃହପାଳିତ ପ୍ରାଣୀ

ରଣପୁର,୨୩ା୧ (ସ୍ବ.ପ୍ର.)- ରାଜ୍ୟ ସରକାର କାଳିଆ ଯୋଜନା ପ୍ରଣୟନ କରିବା ପରେ ଏବେ ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗ କର୍ମଚାରୀଙ୍କୁ ନେଇ ସଭାସମିତି କରାଯାଉଛି। 

ଛାମୁଣ୍ଡିଆ ପଞ୍ଚାୟତ: ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟସେବା

ଛାମୁଣ୍ଡିଆ ପଞ୍ଚାୟତ: ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା, ସ୍ବାସ୍ଥ୍ୟସେବା

ଗଣିଆ,୨୩ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି| 

ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା

ନୂଆଗାଁ,୨୩ା୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଆବାସ ଯୋଜନା ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ହରିପୁର ପଞ୍ଚାୟତ ହାତିଆଶିଳା ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁ। 

ପାଞ୍ଚଗଡ଼ ମହୋତ୍ସବ ଉଦ୍‌ଘାଟିତ:  ଖଞ୍ଜଣି, କେନ୍ଦରା, ପାଲା, ସଂକୀର୍ତ୍ତନରେ ଦର୍ଶକ ମୁଗ୍ଧ

ପାଞ୍ଚଗଡ଼ ମହୋତ୍ସବ ଉଦ୍‌ଘାଟିତ: ଖଞ୍ଜଣି, କେନ୍ଦରା, ପାଲା, ସଂକୀର୍ତ୍ତନରେ ଦର୍ଶକ ମୁଗ୍ଧ

ବୋଲଗଡ଼,୨୩ା୧(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବଡକୁମାରୀ ସ୍ଥିତ ମହୋତ୍ସବ ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟାରେ ୮ମ ପାଞ୍ଚଗଡ଼ ମହୋତ୍ସବ-୨୦୧୯ ଉଦ୍‌ଘାଟିତ ହୋଇଯାଇଛି। 

୨୫୦ରୁ ଊର୍ଦ୍ଧ୍ୱ ବିରଳ ଶାର୍କ ଜବତ, ୭ ଆନ୍ଧ୍ର ମତ୍ସ୍ୟଜୀବୀ ଗିରଫ

୨୫୦ରୁ ଊର୍ଦ୍ଧ୍ୱ ବିରଳ ଶାର୍କ ଜବତ, ୭ ଆନ୍ଧ୍ର ମତ୍ସ୍ୟଜୀବୀ ଗିରଫ

ପାରାଦୀପ/ରାଜନଗର/ମହାକାଳପଡ଼ା,୨୩ା୧(ସ୍ବ.ପ୍ର./ଡି.ଏନ୍‌.ଏ.): ସାମୁଦ୍ରିକ  ଅଭୟାରଣ୍ୟ ଭିତରକନିକାର ଗହୀରମଥା ନିଷିଦ୍ଧାଞ୍ଚଳରେ ଆନ୍ଧ୍ର ପ୍ରଦେଶର ଏକ ମାଛଧରା ଟ୍ରଲର ବିରଳ ପ୍ରଜାତିର ଶାର୍କ ମାଛ ଧରୁଥିବାବେଳେ କୋଷ୍ଟଗାର୍ଡ ହାତରେ ଧରାପଡିଛି।