
ବିରଜାକ୍ଷେତ୍ର,୧୯।୧୨(ଡି.ଏନ୍.ଏ)-ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ବାମୀଙ୍କୁ ମଙ୍ଗଳବାର ଯାଜପୁର ଜିଲା ଦୌରାଜଜ୍ ରାଧାକାନ୍ତ ମିଶ୍ର ଦୋଷୀ ସାବ୍ୟସ୍ତ କରି ଯାବତ୍ଜୀବନ କାରାଦଣ୍ଡରେ ଦଣ୍ଡିତ କରଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ପ୍ରକାଶ ଯେ, ଯାଜପୁର ଜିଲା ସୁକିନ୍ଦା ଥାନା ପାଟପୁର ଗ୍ରାମର କୃତୀବାସ ଦାସଙ୍କ ପୁତ୍ର ରୋହିତ ୨୦୧୧ରେ କାଳିଆପାଣି ଥାନା ସୁକୁରଙ୍ଗୀ ଗ୍ରାମର ବନିତାଙ୍କୁ ବିବାହ କରିଥିଲେ ା ବିବାହର କିଛିଦିନ ପରେ ପାରିବାରିକ ଗଣ୍ଡଗୋଳକୁ ନେଇ ସ୍ତ୍ରୀ ବନିତା ତାଙ୍କ ମା’ ମିନତୀଙ୍କ ନିକଟରେର ରହୁଥିଲେ। ୨୦୧୪ ଏପ୍ରିଲ ୧୨ ତାରିଖ ରାତ୍ର ୮ଟା ସମୟରେ ରୋହିତ ସ୍ତ୍ରୀ ରହୁଥିବା ଶ୍ୱଶୁର ଘରେ ପହଞ୍ଚତ୍ ବନିତାଙ୍କୁ ଘର ପଛପଟକୁ ଡାକି ନେଇ ଏକ ଧାରୁଆ ଅସ୍ତ୍ରରେ ପେଟକୁ ଭୂଷିବା ସହ ବେକକୁ କାଟି ଦେଇଥିଲେ। ବନିତାଙ୍କ ଚିତ୍କାର ଶୁଣି ମା’ ମିନତୀ ଘଟଣା ସ୍ଥଳରେ ପହଞ୍ଚତ୍ବାବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ବାପା ରୋହିତ ମା’ ବନିତାଙ୍କ ବେକ କାଟୁଥିବାବେଳେ ଘରର ଝରକା ଦେଇ ପୁଅ ପ୍ରତାପ(୮) ଏହି ଘଟଣାକୁ ଦେଖିଥିଲେ। ମୃତା ବନିତାଙ୍କ ମା’ ମିନତୀ କାଳିଆପାଣି ଥାନାରେ ଏହି ଘଟଣାକୁ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କାଳିଆପାଣି ପୋଲିସ ଏକ ହତ୍ୟା ମାମଲା(ନଂ. ୨୫/୧୪) ରୁଜୁ କରି ଅଭିଯୁକ୍ତ ରୋହିତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମାମଲାରେ ୧୦ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ ରୋହିତଙ୍କୁ ଦୋଷି ସାବ୍ୟସ୍ତ କରିଥିଲେ। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ କିଶୋର ଚନ୍ଦ୍ର କର ପରିଚାଳନା କରୁଥିଲେ।