ଉପକୂଳ ଓଡିଶା

ଲକ୍ଷ୍ୟଚ୍ୟୁତ ସ୍ବାୟତ୍ତ ଶାସନ ଆଭିମୁଖ୍ୟ, ୫୦ପ୍ରତିଶତ ୟୁସି ଦାଖଲ ବାକି

ଲକ୍ଷ୍ୟଚ୍ୟୁତ ସ୍ବାୟତ୍ତ ଶାସନ ଆଭିମୁଖ୍ୟ, ୫୦ପ୍ରତିଶତ ୟୁସି ଦାଖଲ ବାକି

ଯାଜପୁର ଅଫିସ,୧୯ା୧୨- ଯାଜପୁର ଜିଲାର ୨ପୌରସଂସ୍ଥା ବ୍ୟାସନଗର ଓ ଯାଜପୁର ଟାଉନ ମୌଳିକ କର୍ତ୍ତବ୍ୟକୁ ଭୁଲି ଯାଇଛି। ବିଶେଷକରି ବ୍ୟାସନଗର ପୌରସଂସ୍ଥାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଗତ ୯ବର୍ଷ ମଧ୍ୟରେ ପ୍ରାୟ ୨୦କୋଟି ଟଙ୍କା ଅନୁଦାନ ଆବଣ୍ଟିତ ହୋଇଛି । ହେଲେ ସେଥିରୁ ମାତ୍ର ୧୦କୋଟି ଟଙ୍କାର ବିନିଯୋଗ ପତ୍ର(ୟୁସି) ଦାଖଲ ହୋଇଥିବା ଜଣାପଡିଛି । ଯଦ୍ୱାରା ପରବର୍ତ୍ତି ଅନୁଦାନ ଆସିବାରେ ବିଳମ୍ବ ହେଉଛି। ସମନ୍ବିତ ଗୃହ ନିର୍ମାଣରେ ପ୍ରାୟ ୬କୋଟି ଟଙ୍କାର ୟୁସି ବାକି ଥିବା ସୂଚନା ମଳିଥିବାବେଳେ ୧କୋଟି ୨୯ଲକ୍ଷ ଟଙ୍କାର ବ୍ୟାସନଗର ସଂସ୍କୃତି ଭବନ, ୧ କୋଟି ୮୭ ଲକ୍ଷ ଟଙ୍କାର କେଏନଡିଏ ବିଲ୍ଡିଂ ଓ ୧ କୋଟି ୭୧ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ ଅବସ୍ଥାରେ ରହିଛି। ଯାଜପୁର ପୌରସଂସ୍ଥାରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ମିଳି ନ ଥିଲେ ହେଁ ପ୍ରାୟ ୫୦ ପ୍ରତିଶତ ୟୁସି ବାକି ପଡିଛି ା ଫଳରେ ସ୍ବାୟତ୍ତ ଶାସନର ମୂଳ ଆଭିମୂଖ୍ୟ ଲକ୍ଷ୍ୟଚ୍ୟୁତ ହେବା ସହ ବ୍ୟାସନଗର ଓ ଯାଜପୁର ପୌରସଂସ୍ଥା ସରକାରୀ ଅନୁଦାନ ସୁବିନିଯୋଗ କ୍ଷେତ୍ରରେ ବିଫଳ ହୋଇଛି।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାଜପୁର ଜିଲାର ୨ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ କେବଳ ୨୦୧୫-୧୬ଆର୍ଥିକ ବର୍ଷରେ ୭ଟି ପର୍ଯ୍ୟାୟରେ ୪କୋଟି ୫୫ଲକ୍ଷ ୫୨ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ଯାଜପୁର ପୌରପରିଷଦ ପାଇଁ ୨କୋଟି ୮୩ ଲକ୍ଷ ୪୯ ହଜାର ଟଙ୍କା ଏବଂ ବ୍ୟାସନଗର ପୌରପରିଷଦ ପାଇଁ ୧ କୋଟି ୭୨ ଲକ୍ଷ ୩ ହଜାର ଟଙ୍କା ରହିଛି ା ଯାଜପୁର ପୌର ପରିଷଦର କେବଳ କୁସୁମୀ ପୋଖରୀର ଉନ୍ନୟନ ପାଇଁ ସ୍ବତନ୍ତ୍ର ଭାବେ ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପୂର୍ବରୁ କୁସୁମୀ ପୋଖରୀ ପାଇଁ ବିଭିନ୍ନ ଅନୁଦାନରୁ ୧କୋଟି ୯୨ ଲକ୍ଷଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏଯାବତ ପ୍ରାୟ ୫କୋଟି ଟଙ୍କା କୁସୁମୀ ପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ଆସିଥିବା ଜଣାପଡିଛି। ଇସ୍ପାତ ଶିଳ୍ପର ରାଜଧାନୀ କଳିଙ୍ଗନଗରର ମୁଖଶାଳା ବ୍ୟାସନଗର ସହର ଆଜି ସବୁ କ୍ଷେତ୍ରରେ ଉପେକ୍ଷିତ। ପୌରାଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ କଳି ଏବଂ ବ୍ୟାସନଗର ସହରପ୍ରତି ଅସହଯୋଗ ଆନ୍ତରିକତାର ଅଭାବ ସହରର ସାମଗ୍ରିକ ବିକାଶରେ ଅନ୍ତରାୟ ସୃଷ୍ଟି ହୋଇଛି। ଗତ ୨୦୧୬ମାର୍ଚ୍ଚରେ ୭ଟି ପର୍ଯ୍ୟାୟରେ ଏହି ଦୁଇ ପୌର ପରିଷଦକୁ ଅନୁଦାନ ମଞ୍ଜୁର ହୋଇଛି। ସମସ୍ତ ପର୍ଯ୍ୟାୟରେ ଯାଜପୁର ପୌର ପରିଷଦକୁ ସାମିଲ କରାଯାଇଥିବାବେଳେ ସେଥିରୁ ମାତ୍ର ୪ ଟି ପର୍ଯ୍ୟାୟରେ ବ୍ୟାସନଗରକୁ ସାମିଲ କରାଯାଇଛି। ୩ଟି ପର୍ଯ୍ୟାୟରେ କୁସୁମୀ ପୋଖରୀର ଉନ୍ନତିକରଣ ପାଇଁ ପାଣ୍ଠି ମଞ୍ଜୁର ହୋଇଛି ା ଯାଜପୁର ଓ ବ୍ୟାସନଗର ପୌରପରିଷଦ ପାଇଁ ୯.୧୫ ଲକ୍ଷ ଟଙ୍କା ଲେଖାଏ ପାଣ୍ଠି ମଞ୍ଜୁର ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଯାଜପୁର ପାଇଁ ୫୧.୫୪ଲକ୍ଷ ଏବଂ ବ୍ୟାସନଗର ପାଇଁ ୬୭.୩୦ଲକ୍ଷ ଟଙ୍କା, ୩ୟ ପର୍ଯ୍ୟାୟରେ ଯାଜପୁର ପାଇଁ ୫୮.୫୦ ଲକ୍ଷ ଓ ବ୍ୟାସନଗର ପାଇଁ ୭୬.୩୮ଲକ୍ଷ, ୪ର୍ଥ ପର୍ଯ୍ୟାୟରେ ଯାଜପୁର ପୌର ପରିଷଦ ପାଇଁ ୨୪.୮୪ଲକ୍ଷ ଟଙ୍କା(କୁସୁମୀ ପୋଖରୀର ଉନ୍ନୟନ ପାଇଁ ୧୬.୨୭ ଲକ୍ଷ ଓ ରାସ୍ତା ଉନ୍ନତିକରଣ ପାଇଁ ୮.୫୭ ଲକ୍ଷ), ୫ମ ପର୍ଯ୍ୟାୟରେ ଯାଜପୁର ପୌର ପରିଷଦ ପାଇଁ ୩୩.୧୩ ଲକ୍ଷ(କୁସୁମୀ ପୋଖରୀ ୨୧.୭୦ ଲକ୍ଷ ଓ ରାସ୍ତା ୧୧.୪୩ଲକ୍ଷ ଟଙ୍କା), ୬ଷ୍ଠ ପର୍ଯ୍ୟାୟରେ ଯାଜପୁର ଓ ବ୍ୟାସନଗର ପୌର ପରିଷଦ ପାଇଁ ୧୯.୨୦ ଲକ୍ଷ ଟଙ୍କା ଲେଖାଏଁ ଏବଂ ୭ମ ପର୍ଯ୍ୟାୟରେ କେବଳ ଯାଜପୁର ପୌରପରିଷଦ ପାଇଁ ୮୭.୦୩ ଲକ୍ଷ ( କୁସୁମୀ ପୋଖରୀ ୫୭.୦୩ ଲକ୍ଷ ଓ ରାସ୍ତା ୩୦ ଲକ୍ଷ) ଟଙ୍କା ମଞ୍ଜୁର ହୋଇଛି ା କୁସୁମୀ ପୋଖରୀ ପାଇଁ ପର୍ଯ୍ୟାପ୍ତ ଅନୁଦାନ ମଞ୍ଜୁର ହୋଇଥିଲେ ହେଁ ସମ୍ପୂର୍ଣ୍ଣ ହେବାର ନାଁ ଧରୁନାହିଁ। ଏହା ପୂର୍ବରୁ ଓ ପରେ ମଧ୍ୟ କୋଟି କୋଟି ଟଙ୍କା ମଞ୍ଜୁର ହୋଇଛି, ଯାହାର ହିସାବ ଠିକ ଭାବେ ମଳି ପାରୁନାହିଁ । ମଞ୍ଜୁର ପାଣ୍ଠିରେ ପ୍ରାୟ ରାଜସ୍ବ ଆଦାୟ ଆଭିମୂଖ୍ୟ ରହିଛି। ଠିକ ସମୟରେ ୟୁସି ଦାଖଲ ଏବଂ ଅନୁଦାନ ଅଭାବରୁ ବ୍ୟାସନଗର ପୌର ପରିଷଦରେ ବ୍ୟାସ ସରୋବର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏଠାକାର ଟାଉନହଲ, କଲ୍ୟାଣ ମଣ୍ଡପ, ବସ୍‌ଷ୍ଟାଣ୍ଡ, ରେଳୱେ ଷ୍ଟେଶନ ସହ ଡ୍ରେନେଜ, ଡାକ୍ତରଖାନା, ରାସ୍ତାଘାଟର ଅବସ୍ଥାକୁ ଦେଖିଲେ ଯେ କେହି ବି ସହରର ବିକାଶ ଉପରେ ଠାଉରାଇ ପାରିବ। ଏସଂକ୍ରାନ୍ତରେ ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତଙ୍କୁ ପଚାରିବାରେ ଅନୁଦାନ ଅନୁସାରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ୟୁସି ଦାଖଲ କରୁଛୁ। ପରବର୍ତ୍ତି ଅନୁଦାନ ପାଇଁ ୟୁସି ଦାଖଲରେ କୌଣସି ହେଳା କରାଯାଉ ନାହିଁ ବୋଲି ରାଉତ କହିଛନ୍ତି।

All Right Reserved By

ଉପକୂଳ ଓଡିଶା

୪୫,୧୮୫ ଭୋଟରଙ୍କ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ

କେନ୍ଦ୍ରାପଡା ଅଫିସ,୧୯।୭-କେନ୍ଦ୍ରାପଡା ଜିଲାର ଅଦ୍ୟାବଧି ଭୋଟର ସଂଖ୍ୟା ୧୧,୬୯,୩୯୮ ।ତେବେ ଏଥିମଧ୍ୟରୁ ୪୫,୧୮୫ ଜଣ ଦୁଇରୁ ଅଧିକ ସ୍ଥାନରେ ନାମ ଦରଜ କରିଥିବା ଜିଲା ନିର୍ବାଚନ ବିଭାଗ ତଥ୍ୟରୁ ସୂଚନା ମିଳିଛି।

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁରରୋଡ,୧୯।୭(ନି.ପ୍ର.)-ନବଉତ୍କଳ ମହିଳା ସମିତି ପକ୍ଷରୁ ଗୁରୁବାର କୋରେଇ ମେଡିକାଲ, କୋରେଇର କାହ୍ନୁଚରଣ ମହାବିଦ୍ୟାଳୟ ପରିସର ଓ ଧନେଶ୍ୱର ପଞ୍ଚାୟତ ଅଫିସ ସମ୍ମୁଖରେ ବୃକ୍ଷରୋପଣ କରାଯାଇଛି ।

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

କୁମ୍ଭାର ସାହି ବସ୍ତିରେ କୃତ୍ରିମ ବନ୍ୟା

ମାର୍ଶାଘାଇ,୧୯।୭(ଡିଏନଏ)-ଗୁରୁବାର ଅପରାହ୍ନ ଗୋଟାଏ ସମୟରେ ମାର୍ଶାଘାଇ ଅଞ୍ଚଳରେ ଅସରାଏ ବର୍ଷା ହୋଇଯାଇଛି ।

ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଶ୍ରୀଚନ୍ଦନଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡା ଜିଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ଶ୍ରୀଚନ୍ଦନଙ୍କ ୩୫ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିରେ କୋର ବ୍ୟାଙ୍କିଙ୍ଗ

କେନ୍ଦ୍ରାପଡା ଅଫିସ, ୧୯ା୭- କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ ସଦସ୍ୟଙ୍କ ପାଇଁ କୋର ବ୍ୟାଙ୍କିଙ୍ଗ ସିଷ୍ଟମ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା କେନ୍ଦ୍ରାପଡାସ୍ଥ ମୁଖ୍ୟ କାର୍ଯ୍ୟାଳୟ ସମେତ ଯାଜପୁର, କଟକ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର ୧୭ଟି ଶାଖାରେ କାର୍ଯ୍ୟକାରୀ ହେବ।

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ମାମଲା: କ୍ରାଇମବ୍ରାଞ୍ଚର ଚଢ଼ାଉ ଜାରି

କେନ୍ଦ୍ରାପଡା ଅଫିସ, ୧୯ା୭: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ୍‌ ଅଲ୍ଲୀଙ୍କୁ ଗତ ଜୁନ ୩୦ ତାରିଖରେ ଗିରଫ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଲା ଓ ବାହର ଜିଲାରେ ଚଢ଼ାଉ ଜାରି ରହିଛି। ଏହି କ୍ରମରେ ବୁଧବାର ସନ୍ଧ୍ୟାରେ ଜିଲା ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆଳି ଓ ସହରର ଦିହୁରିଆ ରାସ୍ତାରେ ୪ ଚକିଆ ଯାନ ତନଖି କରାଯାଇଥିଲା।

ବାଇପାଶ ରାସ୍ତାରେ ତାଳିପକା କାମ

ମାର୍ଶାଘାଇ,୧୯।୭(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକ ଅଞ୍ଚଳ ଦେଇ ଯାଇଥିବା ୫ ନଂ (କ) ଜାତୀୟ ରାଜପଥର ମାର୍ଶାଘାଇ କେନାଲ ବ୍ରିଜର ଉଭୟ ପାର୍ଶ୍ୱ ବାଇପାସ ରାସ୍ତାରେ ବହୁ ଛୋଟ ବଡ ଖାଲଖମା ସୃଷ୍ଟି ହୋଇଛି ।

ମଦ ବ୍ୟବସାୟୀଙ୍କ ନାମରେ ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯ା୭: ଜନୈକ ମୃତ ମହିଳାଙ୍କ ନାମରେ ବିଦେଶୀ ମଦ ଦୋକାନର ଲାଇସେନ୍ସ ଅବକାରୀ ବିଭାଗରୁ ରିନୁଆଲ କରାଯିବା ନେଇ ଜିଲା ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନାରେ ଗୁରୁବାର ଅଭିଯୋଗ ହୋଇଛି।

ଯୌତୁକ ନିର୍ଯ୍ୟାତନା ଅଭିଯୋଗ

କେନ୍ଦ୍ରାପଡା ଅଫିସ, ୧୯ା୭: କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ କୁଶିଆପାଳ ଗ୍ରାମର ଆଲୋକ ନାୟକ ଓ ତାଙ୍କ ପରିବାର ବିରୋଧରେ ବୁଧବାର ଯୌତୁକ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ୨୦୧୫ ମେ’ ୨୭ ତାରିଖରେ ଆଲୋକଙ୍କୁ କଟକ ଜିଲା ଟାଙ୍ଗି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସୁମିତ୍ରା ନାଥ ବିବାହ କରିଥିଲେ।

ବ୍ଲକସ୍ତରୀୟ ବନ ମହୋତ୍ସବ

ପଟ୍ଟାମୁଣ୍ଡାଇ,୧୯।୭(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ଇକୋ କ୍ଲବ ଆନୁକୂଲ୍ୟରେ ଖଡିଅଣ୍ଟାସ୍ଥିତ ଜି ପି ହାଇସ୍କୁଲଠାରେ ବ୍ଲକସ୍ତରୀୟ ବନ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ସମବାୟ ଆପଣଙ୍କ ଦ୍ୱାରରେ

ଡେରାବିଶ, ୧୯।୭ (ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ରତାଦିଆ-ଖଣ୍ଡସାହି ସେବା ସମବାୟ ସମିତି ତରଫରୁ ବୁଧବାର ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ।

ଭାଜପା କର୍ଯ୍ୟକର୍ତ୍ତା ସମ୍ମିଳନୀ

ରାଜକନିକା, ୧୯।୭ (ଡି.ଏନ୍‌.ଏ)-ରାଜକନିକା ବ୍ଲକ ଅଶୋକବଜାରସ୍ଥିତ ନୟନାମଣ୍ଡପରେ ଭାଜପାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

Model This Week

ରୂପେଶ