
ମାର୍ଶାଘାଇ, ୧୯।୧୨ (ଡି.ଏନ୍.ଏ.)- ମାର୍ଶାଘାଇ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଶିଳିପୁର ପଞ୍ଚାୟତ ସଂଗ୍ରାମପୁର ଗ୍ରାମର ସୁଶାନ୍ତ ସାହୁ(୧୯)ଙ୍କୁ ମଙ୍ଗଳବାର ଗିରଫ କରିଛି। ପୂର୍ବରୁ ସୁଶାନ୍ତ ସମ୍ପୃକ୍ତା ନାବାଳିକାଙ୍କୁ ରାସ୍ତାରେ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ। ତେବେ ରବିବାର ନାବାଳିକା ଜଣଙ୍କ ଟିଉସନରୁ ଫେରିବା ବେଳେ ସୁଶାନ୍ତ ତାଙ୍କୁ ଅଟକାଇବା ସହ ଅସଦାଚରଣ କରିଥିଲେ। ନାବାଳିକାଙ୍କ ମା’ ସୁଶାନ୍ତଙ୍କୁ ଏ ନେଇ ତାଗିଦା କରିବାରେ ସେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏ ନେଇ ନାବାଳିକାଙ୍କ ମା’ ମାର୍ଶଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୨୧୯/୧୭ରେ ଏକ ମାମଲା ରୁଜୁ କରିବା ସହ ସୁଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।