ଉପକୂଳ ଓଡିଶା

ଧାନ ସଂଗ୍ରହ ନୈରାଶ୍ୟଜନକ: ୨୦ ଦିନରେ ମାତ୍ର ୧୪ କୁଇଣ୍ଟାଲ କ୍ରୟ

ଧାନ ସଂଗ୍ରହ ନୈରାଶ୍ୟଜନକ:  ୨୦ ଦିନରେ ମାତ୍ର ୧୪ କୁଇଣ୍ଟାଲ କ୍ରୟ

ଯାଜପୁର ଅଫିସ,୧୯ା୧୨ ଯାଜପୁର ଜିଲାରେ ଚଳିତ ମାସ ୧ତାରିଖରେ ଯାଜପୁର ବ୍ଲକ ମାଳଆନନ୍ଦପୁର ପ୍ୟାକ୍ସରେ ଧାନକିଣାର ଶୁଭାରମ୍ଭ ହୋଇଥିଲା। ଉଦ୍‌ଘାଟନର ୨୦ଦିନ ବିତିଯାଇଥିଲେ ହେଁ ଏଯାବତ୍‌ ମୋଟ ୨ଜଣ ଚାଷୀଙ୍କ ୧୪.୧୪ କୁଇଣ୍ଟାଲ ଧାନ କ୍ରୟ ହୋଇଛି। ଧାନ କିଣାରେ ନୈରଶ୍ୟଜନକ ଅବସ୍ଥାର ସୁଯୋଗରେ ଦଲାଲମାନେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୧୦୦୦ଟଙ୍କାରେ ଧାନ କିଣି ବାହାର ରାଜ୍ୟକୁ ଚାଲାଣ କରୁଥିବା ଦେଖାଯାଇଛି। ଫଳରେ ଚାଷୀ ଅଭାବି ବିକ୍ରିର ଶିକାର ହେବା ସହିତ ଗତ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଭରଣା ରଖିଥିବା ଆଶା ମିଲାଇ ଯାଇଛି। ଗତ ୧୫ତାରିଖରେ ଜିଲାର ୧୨୧ ପ୍ୟାକ୍ସରେ ଖରିଫ ଋତୁ ଧାନ ସଂଗ୍ରହ କରିବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଥିବାରୁ ଧାନକ୍ରୟ ପ୍ରକ୍ରିୟା ବିଳମ୍ବ ହୋଇଥିବା ଜଣାପଡିଛି।
ନଭେମ୍ବର ୧୫ତାରିଖରେ ୨୦୧୭-୧୮ଖରିଫ ଋତୁ ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ହୋଇଥିଲା। ଜିଲାପାଳ ରଞ୍ଜନ କୁମାର ଦାସ ଧାନ ସଂଗ୍ରହରେ ଯେପରି କୌଣସି ଅସୁବିଧା ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀଙ୍କୁ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର, ଧାନର ମାନ, ଯେଉଁ ଦିନ ଧାନ ସଂଗ୍ରହ ହେବ ସେହି ହିସାବରେ ଚାଷୀଙ୍କୁ ଟୋକନ ପ୍ରଦାନ, ଯଦି ଅସୁବିଧା ବଶତଃ ମିଲର ପହଞ୍ଚି ପାରୁ ନାହିଁ ତେବେ ଚାଷୀ ଧାନ ଆଣିବା ପୂର୍ବରୁ ତାଙ୍କୁ ସୂଚନା ପ୍ରଦାନ ସହ ଯେଉଁଦିନ ଧାନ ଆସିବ ତାହାର ପୁନଃ ତାରିଖ ଜଣାଇବାକୁ ପରାମର୍ଶ ଦେଇଥିଲେ। ଯେଉଁ ମିଲର କିମ୍ବା କର୍ମଚାରୀ ଏଥିରେ ଅବହେଳା ବା ଅସହଯୋଗ କରିବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲାପାଳ ଦାସ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ ା ଏହାସହ ୨୪ ଘଣ୍ଟା ମଧ୍ୟରେ ଧାନ ମଣ୍ଡିରୁ ଉଠେଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହିସବୁ ନିର୍ଦ୍ଦେଶ ଫସର ଫାଟିଛି ା ଗତବର୍ଷ ଭଳି ବିଲମ୍ବରେ ଧାନ କ୍ରୟ ଆରମ୍ଭ ହେଉଥିବାରୁ ଚାଷୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି। ଚଳିତ ବର୍ଷ ସାଧାରଣ ଏଫଏକ୍ୟୁ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୧୫୫୦ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ ଏ’ ଧାନର ମୂଲ୍ୟ ୧୫୯୦ଟଙ୍କା ରଖାଯାଇଛି। ଜିଲାର ୧,୦୮,୭୦୪ ହେକ୍ଟର ଜମିରେ ଧାନ ଚାଷ କରାଯାଇ ମୋଟ ୨,୭୦,୯୧୫ ମେଟ୍ରିକ ଟନ୍‌ ଧାନ ଉପତ୍ାଦନର ଲକ୍ଷ୍ୟ ରଖାଯାଇଛି। ସେଥିରୁ ସରକାରୀ ଭାବେ ମାତ୍ର ୫୫,୮୮୨.୩୫ ମେଟ୍ରିକ ଟନ୍‌ ଧାନ ସଂଗ୍ରହର ଲକ୍ଷ୍ୟ ରହିଛି। ଯାହାକି ଉପତ୍ାଦନର ମାତ୍ର ୨୦ପ୍ରତିଶତ। ସଂଗୃହୀତ ଧାନରୁ ୩୮୦୦୦ ମେଟ୍ରିକ ଟନ ଚାଉଳ ଆଦାୟ ଧାର୍ଯ୍ୟ କରାଯାଇଛି। ଜିଲାର ଚାଷୀ ପଞ୍ଜିକରଣ ପାଇଁ ୬୨ ହଜାର ଲକ୍ଷ୍ୟ ରହିଥିବାବେଳେ ତାହା ବି ଏଯାବତ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଚଳିତ ବର୍ଷ ଜଣେ ଚାଷୀ ଥରକେ ସର୍ବାଧିକ ୫୦କୁଇଣ୍ଟାଲ ଧାନ ବିକ୍ରୟ କରିପାରିବେ ବୋଲି ନିଷ୍ପତ୍ତି କରାଯାଇଛି। ତେବେ ସରକାରଙ୍କ ନିର୍ଦ୍ଧାରିତ ସବୁ ନିୟମ ଯାଜପୁର ଜିଲାରେ ଫସର ଫାଟିଥିବା ଦେଖିବାକୁ ମିଳିଛି।

All Right Reserved By

Model This Week

Model This Week

ଉପକୂଳ ଓଡିଶା

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ: ୮୦ବର୍ଷ ବୟସରେ ନଡିଆ ଗଛରେ ଚଢି ଆଣୁଛନ୍ତି ପାରିଶ୍ରମିକ

ନିରାକାରପୁର,୨୫ା୪(ଡି.ଏନ.ଏ.)-ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟ ଆଉ ବୟସ। ୮୦ବର୍ଷ ବୟସରେ ଉଚ୍ଚା ଉଚ୍ଚା ନଡିଆ, ତାଳ ଗଛରେ ଚଢି ତାଳ,ନଡିଆ ତୋଳି ଯାହା ପାରିଶ୍ରମିକ ପାଆନ୍ତି ସେଥିରେ ତାଙ୍କର ପାଞ୍ଚ ପ୍ରାଣୀ କୁଟୁମ୍ଭ ଚଳାନ୍ତି। ଏପରି ଦୃଢମନୋବଳ ରଖିଥିବା ବ୍ୟକ୍ତି ହେଲେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଡ଼ିଆ ପଞ୍ଚାୟତ ଡ଼ିଆ ଗ୍ରାମର ବୈରାଗୀ ସାହୁ।

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ସିଲାବସ୍‌ ବାହାରୁ ପ୍ରଶ୍ନ ପଡିବା ପ୍ରତିବାଦରେ ଛାତ୍ରୀଛାତ୍ରଙ୍କ ଧାରଣା

ନୟାଗଡ ଅଫିସ,୨୫ା୪- ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଅର୍ଥନୀତି ଅନର୍ସ ପରୀକ୍ଷା ଥିଲା। ଏଥିରେ ସିଲାବସ୍‌ ବାହାରୁ ପ୍ରଶ୍ନ ପଡିଥିବାରୁ ଏହାର ପ୍ରତିବାଦରେ ଛାତ୍ରୀଛାତ୍ର କଲେଜ ଆଗରେ ଧାରଣା ଦେଇଥିଲେ।

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

କେନ୍ଦ୍ରାପଡ଼ା ଅଫିସ, ୨୫।୪- ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ସଚେତନତା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ର ଚିକିତ୍ସାଧିକାରୀ ଡା. ବୈଷ୍ଣବ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନଚଷ୍ଠିତ ଏହି ସଭାରେ ଜିଲାରେ ମ୍ୟାଲେରିଆ ରୋଗର ପ୍ରଭାବ, କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିଲା।

ଜିଲା କଂଗ୍ରେସର ପ୍ରତିବାଦ ସଭା

ଜିଲା କଂଗ୍ରେସର ପ୍ରତିବାଦ ସଭା

କେନ୍ଦ୍ରାପଡ଼ା ଅଫିସ, ୨୫।୪- ତେଲ ଦର ବୃଦ୍ଧି ଓ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଭୁଷୁଡ଼ି ଥିବା ଅଭିଯୋଗରେ ଜିଲା କଂଗେସ ପକ୍ଷରୁ ଏକ ପ୍ରତିବାଦ ସଭା ଜିଳାପାଳଙ୍କ କାର୍ଯ୍ୟାଳୟ ଆଗରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ସୈମେନ୍ଦ୍ର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦଳୀୟ ନେତା ଓ କର୍ମୀ ସମାଲୋଚନା କରିଥିଲେ।

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ: ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ଡେରାବିଶ,୨୫।୪(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ରେଘୁଜୀଙ୍କ ନିର୍ଦ୍ଦେଶ କ୍ରମେ ଡେରାବିଶ ତହସିଲ ଅଧୀନ ଛତାଠାରେ ଥିବା ସରକାରୀ ଜମିରୁ ବୁଧବାର ଜବରଦଖଲ ଉଚ୍ଛେଦ କରାଯାଇଛି। ତହସିଲଦାର କାହ୍ନୁଚରଣ ଲେଙ୍କାଙ୍କ ଉପସ୍ଥିତିରେ ଉକ୍ତ ଜମିରେ ନିର୍ମିତ ଘରଗୁଡିକୁ ଭଙ୍ଗାଯାଇଛି।

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର ମହୋତ୍ସବ, ଉତ୍କଳ ଦିବସ ପାଳିତ

ସାଲେପୁର,୨୫।୪(ଡି.ଏନ୍‌.ଏ.): ସ୍ଥାନୀୟ ହାଇସ୍କୁଲ ପଡିଆରେ ବୁଧବାର ୪ ଦିନ ବ୍ୟାପି ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି। ସାଲେପୁର ମଧୁଜୟନ୍ତୀ କମିଟିର ସଭାପତି ତଥା ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୩ ପ୍ରକଳ୍ପ ପାଇଁ ୩୫ ଲକ୍ଷ ଅନୁଦାନ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତ ବୁଧବାର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଭିଡିଓ କନ୍‌ଫରେନ୍ସିଂ ଜରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ପଞ୍ଚାୟତବାସୀଙ୍କ ସମସ୍ୟା ବୁଝିଥିଲେ।

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଯାଜପୁର ରୋଡ,୨୫।୪(ନି.ପ୍ର.): ଯାଜପୁର ରୋଡ ପୋଲିସ ଓ ଯାଜପୁର ରୋଡ ଟ୍ରକ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ପୁରୁଣା ଥାନା ପରିସରରେ ବୁଧବାର ୨୯ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି।

ରାଜନଗରରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ରାଜନଗରରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

ରାଜନଗର,୨୫।୪(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ବୁଧବାର ଅନୁଷ୍ଠିତ ହୋଇଛି।

ବଢ଼ିବାରେ ଲାଗିଛି ଶିଶୁ ଶ୍ରମିକଙ୍କ ସଂଖ୍ୟା

ଯାଜପୁରରୋଡ,୨୫।୪(ନି.ପ୍ର.) :ସରକାରଙ୍କ ସର୍ବଶିକ୍ଷା ଅଭିଯାନ ‘ସମସ୍ତେ ପଢ଼ନ୍ତୁ, ସମସ୍ତେ ଗଢ଼ନ୍ତୁ’ ଜରିଆରେ ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି। ଏହା ବ୍ୟତୀତ ପିଲାମଙ୍କ ମଧ୍ୟାହ୍ନ ଭୋଜନ ଓ ପୋଷାକ ବଣ୍ଟନ ପ୍ରକ୍ରିୟା କରାଯାଉଛି। ଯାହା ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ମୌଳିକ ସୁବିଧା ପାଇପାରିବେ। ଫଳରେ ସେମାନେ ଉଚ୍ଚଶିକ୍ଷାର ଲାଭ ଉଠାଇପାରିବେ। ମାତ୍ର ବହୁ ସ୍ଥାନରେ ସରକାରଙ୍କ ଏହି ଯୋଜନା ଦିଗହରା ହେଉଥିବା ଦେଖିବାକୁ ମିଳୁଛି। ଯାହାଫଳରେ ସରକାରଙ୍କ ଯୋଜନା କେବଳ କାଗଜକଲମରେ ସୀମିତ ଥିବା ପରିଲକ୍ଷିତ ହେଉଛି। ଏଭଳି ଦୃଷ୍ଟାନ୍ତ ଯାଜପୁର ଜିଲାରେ ଦେଖିବାକୁ ମିଳୁଛି।

ମାନପୁର ଓଭର ବ୍ରିଜ୍‌,ମାର୍ଥାପୁର ହାଇଲେଭଲ ବ୍ରିଜ୍‌ ଉଦ୍‌ଘାଟିତ

ମାନପୁର ଓଭର ବ୍ରିଜ୍‌,ମାର୍ଥାପୁର ହାଇଲେଭଲ ବ୍ରିଜ୍‌ ଉଦ୍‌ଘାଟିତ

କଳିଙ୍ଗନଗର,୨୫।୪(ଡି.ଏନ୍‌.ଏ.):୧୭କୋଟି ୭୪ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଚୋରଦା-ଡୁବୁରୀ ୨ଲେନ୍‌ ବିଶିଷ୍ଟ ରାସ୍ତାର ମାନପୁର ରେଳ ଓଭରବ୍ରିଜ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଓରଭବ୍ରିଜର ଲୋକାର୍ପଣ କରିଛନ୍ତି। ଏଥିସହିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ମାର୍ଥାପୁର ନିକଟରେ ୨କୋଟି ୪୨ଲକ୍ଷ ଟଙ୍କାରେ ନିର୍ମିତ ହାଇଲେବଲ ବ୍ରିଜ୍‌ର ମଧ୍ୟ ଲୋକାର୍ପଣ ହୋଇଛି। ସେହିପରି ସୁକିନ୍ଦାଠାରୁ ଅଶୋକଝର ପର୍ଯ୍ୟନ୍ତ ଦୁଇ ଲେନ ବିଶିଷ୍ଟ ୧୦.୭ କି.ମି ଲମ୍ବ ରାସ୍ତାର ପ୍ରଶସ୍ତିକରଣ ନିମନ୍ତେ ଶିଳାନ୍ୟାସ, ୧୧୫ କୋଟି ୨ ଲକ୍ଷ ବ୍ୟୟରେ ଏନଏଚ-୫୩ ଡାକବଙ୍ଗଳାଠାରୁ ହାତୀବାରୀ ପର୍ଯ୍ୟନ୍ତ ୧୬ କି.ମି ରାସ୍ତାର ପ୍ରଶସ୍ତିକରଣ ଶିଳାନ୍ୟାସ କରାଯାଇଛି।

ନିଆରା ଢଙ୍ଗରେ ପୁତ୍ର ପାଳିଲେ ପିତାଙ୍କ ଜନ୍ମଦିନ

ଡେରାବିଶ,୨୫।୪(ସ୍ବ.ପ୍ର.): ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ସମାଜ ଅବକ୍ଷୟ ଆଡକୁ ଗତି କରୁଥିବା ବେଳେ ଡେରାବିଶ ବ୍ଲକ ଅଞ୍ଚଳରେ ଏକ ପରିବାରର ପୁଅମାନେ ମିଶି ପିତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ବ୍ଲକ ଅଧୀନସ୍ଥ ହରିଅଙ୍କ ପଞ୍ଚାୟତ ମୁଣ୍ଡଳ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ନାୟକଙ୍କ ଘର । ଶିକ୍ଷକତା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ଗଢିବା ଓ ସମାଜ ସେବାରେ ଅଧିକାଂଶ ସମୟ ନିଜକୁ ନିୟୋଜିତ କରି ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।