ଉପକୂଳ ଓଡିଶା

ଫିଡକୋ ଅସ୍ଥାୟୀ ଠିକା କର୍ମଚାରୀଙ୍କ ଧାରଣା

ଫିଡକୋ ଅସ୍ଥାୟୀ ଠିକା କର୍ମଚାରୀଙ୍କ ଧାରଣା
ନୟାଗଡ ଅଫିସ୍‌,୧୯।୧୨- ଫିଡ୍‌କୋ କାର୍ଯ୍ୟାଳୟର ଅସ୍ଥାୟୀ ଠିକା କର୍ମଚାରୀମାନେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଏହି କର୍ମଚାରୀମାନେ ୪ ମାସର ବକେୟା ଦରମା ପ୍ରାପ୍ତି ପାଇଁ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ୪ ଦିନ ପୂର୍ବେ ଏହି କର୍ମଚାରୀମାନେ ବକେୟା ପ୍ରାପ୍ତି ପାଇଁ ଫିଡ୍‌କୋ କାର୍ଯ୍ୟାଳୟରେ ତାଲା ପକେଇ ଦେଇଥିଲେ। ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପରେ ତାଲା ଖୋଲାଯାଇଥିଲା। ମାତ୍ର ପ୍ରତିଶ୍ରୁତି ପୂରଣ ହୋଇ ନଥିଲା। ଏହାକୁ ବିରୋଧ କରି ଏହି କର୍ମଚାରୀମାନେ ଧାରଣା ଦେଇଛନ୍ତି। ତୁରନ୍ତ ବକେୟା ପ୍ରାପ୍ତି ପାଇଁ ସେମାନେ ଦାବି କରିଛନ୍ତି।
All Right Reserved By

ଉପକୂଳ ଓଡିଶା

ବେକାରୀ ସମସ୍ୟା ପ୍ରତିବାଦରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ତହସିଲ ସମ୍ମୁଖରେ ବିକ୍ଷୋଭ

ବେକାରୀ ସମସ୍ୟା ପ୍ରତିବାଦରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ତହସିଲ ସମ୍ମୁଖରେ ବିକ୍ଷୋଭ

ନିଶ୍ଚିନ୍ତକୋଇଲି, ୨୨।୧୦(ସ୍ବ.ପ୍ର.): ରାଜ୍ୟରେ ବେକାରୀ ସମସ୍ୟା ଉଗ୍ର ରୂପ ଧାରଣ କରିଥିବାବେଳେ ନବୀନ ସରକାର ଯୁବକମାନଙ୍କ ଚାକିରି ନ ଯୋଗାଇ ଯୁବ ବାହିନୀ କରି ଯୁବକମାନଙ୍କୁ ବିଭ୍ରାନ୍ତ କରୁଥିବା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି।

ରାଜନଗରରେ ଏଜୁକେଶନ ଫର ଅଲ

ରାଜନଗରରେ ଏଜୁକେଶନ ଫର ଅଲ

ରାଜନଗର,୨୨।୧୦(ଡି.ଏନ.ଏ.):  ରାଜ୍ୟର ଅନ୍ୟତମ ଶିକ୍ଷା ପ୍ରତିଷ୍ଠାନ କିଟ୍‌ ଓ କିସ୍‌ ପକ୍ଷରୁ କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଜରିମୂଳ ଗ୍ରାମର ସାବିତ୍ରୀ ଦେବୀ ବାଳିକା ବିଦ୍ୟାଳୟ ପରିସରରେ ଏଜୁକେଶନ ଫର ଅଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି

ଘରୋଇ କଳିରୁ ଗଲା ୪ଜଣଙ୍କ ଜୀବନ: ସ୍ତ୍ରୀ, ଶାଶୁ ଓ ଶ୍ୱଶୁରଙ୍କୁ ପୋଡ଼ିି ମାରିବାବେଳେ ନିଜେ ପୋଡ଼ିଗଲେ ଜ୍ୱାଇଁ

ଘରୋଇ କଳିରୁ ଗଲା ୪ଜଣଙ୍କ ଜୀବନ: ସ୍ତ୍ରୀ, ଶାଶୁ ଓ ଶ୍ୱଶୁରଙ୍କୁ ପୋଡ଼ିି ମାରିବାବେଳେ ନିଜେ ପୋଡ଼ିଗଲେ ଜ୍ୱାଇଁ

କୁଜଙ୍ଗ, ୨୨।୧୦(ସ୍ବ.ପ୍ର.): ଘରୋଇ କଳିରୁ ଚାଲିଯାଇଛି ୪ଜଣଙ୍କ ଜୀବନ। ଜଳିଯାଇଛି ସମ୍ପୂର୍ଣ୍ଣ ଘର। କ୍ରୋଧିତ ଜ୍ୱାଇଁ ନିଜ ସ୍ତ୍ରୀ, ଶାଶୁ ଓ ଶ୍ୱଶୁରଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗେଇ ପୋଡି ମାରିବା ସମୟରେ ନିଜେ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି। 

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

୪ ଶହୀଦ ପରିବାର ସମ୍ବର୍ଦ୍ଧିତ

କୋରେଇ,୨୨ା୧୦(ସ୍ବ.ପ୍ର.)- ପାଣିକୋଇଲିସ୍ଥିତ ଯାଜପୁର ଜିଲା ପୋଲିସ ରିଜର୍ଭ ପଡିଆରେ ରବିବାର ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି ା ଯାଜପୁର ଏସ୍‌ପି ଚରଣ ସିଂହ ମୀନା କାର୍ଯ୍ୟକ୍ରମକୁ ଆରମ୍ଭ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ  ଦେଶର ମୋଟ ୪୧୪ଜଣ ଶହୀଦଙ୍କ ନାମ ପଠନ ସହ ସେମାନଙ୍କ ପରିବାର ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । 

୫୯ତମ ଶହୀଦ ଦିବସ ପାଳିତ

୫୯ତମ ଶହୀଦ ଦିବସ ପାଳିତ

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ ଅକରପଡ଼ା  ପଞ୍ଚାୟତ ଅନ୍ତର୍ଗତ ଭେଲଙ୍ଗସ୍ଥିତ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଯାଜପୁର ଥାନା ପୋଲିସ ପକ୍ଷରୁ ୫୯ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ଯାଜପୁର ଟାଉନ୍‌ ପୋଲିସ ଓ ଶହୀଦ ସତ୍ୟାନନ୍ଦ ସ୍ମୃତି କମିଟି ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହୀଦ ସତ୍ୟାନନ୍ଦ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। 

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ହରିଦାସପୁର ରେଳ ଷ୍ଟେଶନରେ ଏକ୍ସପ୍ରେସ୍‌ ରହଣି ଦାବି

ଚଣ୍ଡିଖୋଲ,୨୨ା୧୦(ଡି.ଏନ.ଏ.)- ପୂର୍ବତଟ ରେଲବାଇର ଖୋର୍ଦ୍ଧାରୋଡ଼ ଡିଭିଜନ ଅନ୍ତର୍ଗତ ଯାଜପୁର ଜିଲାର ହରିଦାସପୁର ରେଳ ଷ୍ଟେଶନ ଏକ ପ୍ରମୁଖ ଷ୍ଟେଶନ । ଏଠାରୁ ବନ୍ଦର ନଗରୀ ପାରାଦୀପକୁ ରେଳପଥ ସଂଯୋଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଲିତଗିରି ଓ ରତ୍ନଗିରିକୁ ଏହି ରେଳପଥ ସଂଯୋଗ କରିବା ସହ ବିଶ୍ୱ ଐତିହ୍ୟରେ ସ୍ଥାନ ପାଇବାକୁ ଥିବା ଭିତର କନିକାକୁ ମଧ୍ୟ ସଂଯୋଗ କରିବ। 

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ମା’ ଦୁର୍ଗାଙ୍କ ଭସାଣି ଉତ୍ସବ

ଚଣ୍ଡିଖୋଲ,୨୧ା୧୦(ଡି.ଏନ.ଏ)- ଚଣ୍ଡିଖୋଲସ୍ଥିତ ସାର୍ବଜନୀନ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଶନିବାର ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ବାଜା, ବାଣ ରୋଶଣୀରେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଚଣ୍ଡିଖୋଲ ବଜାର ପରିକ୍ରମା କରିବା ପରେ ଖୋସାଲିପୁରସ୍ଥିତ ହାଇଲେବୁଲ କେନାଲରେ ବିସର୍ଜନ କରାଯାଇଥିଲା। 

‘ଓଡ଼ିଆ ପାଲା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କୃଷ୍ଣପ୍ରସାଦ’

‘ଓଡ଼ିଆ ପାଲା ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି କୃଷ୍ଣପ୍ରସାଦ’

ବିରଜାକ୍ଷେତ୍ର,୨୨ା୧୦(ଡି.ଏନ୍‌.ଏ.)- ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଯାଜପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅନନ୍ୟା ସାହିତ୍ୟ ସଂସଦ ତରଫରୁ ରବିବାର କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ସଭାପତି ସନ୍ତୋଷ କୁମାର ନନ୍ଦ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିକ୍ଷକ ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ରାବଣପୋଡ଼ି,ଆତସବାଜି ପ୍ରତିଯୋଗିତା

ରାବଣପୋଡ଼ି,ଆତସବାଜି ପ୍ରତିଯୋଗିତା

କୋରେଇ,୨୨ା୧୦(ସ୍ବ.ପ୍ର.)- ଶାରଦୀୟ ଦୁର୍ଗାପୂଜା ଅବସରରେ କୋରେଇ ବ୍ଲକର ଶଙ୍ଖଚିଲାଠାରେ ୫୨ତମ ଦୁର୍ଗାପୂଜା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଶନିବାର ୨୭ତମ ରାବଣ ପୋଡ଼ି ଓ ଆତସବାଜି ପ୍ରତିଯୋଗିତା ହୋଇଥିଲା । ଦୁର୍ଗା ମଣ୍ଡପରେ ନିର୍ମିତ ୟ ହନୁମାନ, ରାମ ଓ ଲକ୍ଷ୍ମଣଙ୍କ  ପ୍ରତିମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇ ସଭାସ୍ଥଳରେ ରଖାଯାଇଥିଲା ।

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ଦୁଇ ସନ୍ତାନଙ୍କୁ ବିଷ ପିଆଇ ନିଜେ ପିଇଲେ ଝିଅପୁଅ ମୃତ, ମା’ ଗୁରୁତର

ନୟାଗଡ଼ ଅଫିସ,୨୨ା୧୦-  ନୟାଗଡ ଜିଲା ଖଣ୍ଡପଡା ଥାନା ଶିଖରପୁର ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସନ୍ତାନଙ୍କୁ ବିଷ ପିଆଇ ମା’ ନିଜେ ପିଇଥିଲେ। ଏଥିରେ ଝିଅପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ମା’ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ଗଛରେ ପିଟିହେଲା ଆମ୍ବୁଲାନ୍ସ, ଜଣେ ଗୁରୁତର

ନୂଆଗାଁ,୨୨ା୧୦ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଈଛେଳି ପଞ୍ଚାୟତ ସଂପଡା ରାଇଖମଣ ବାଙ୍କ ନିକଟରେ ରବିବାର ମୃତଦେହ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ରାସ୍ତାପାର୍ଶ୍ୱ ଗଛରେ ପିଟିହୋଇଯିବାରୁ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ

ନୟାଗଡ଼ ଅଫିସ,୨୨ା୧୦- ନୟାଗଡ଼ ଜିଲା ପୋଲିସ ପକ୍ଷରୁ ରବିବାର ସ୍ଥାନୀୟ  ପିଟିଏସ୍‌ (ପୋଲିସ ଟ୍ରେନିଂ ସ୍କୁଲ) ପଡ଼ିଆଠାରେ  ୫୯ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ପରେଡ଼ରେ ଏସ୍‌ପି ଶଶିଭୂଷଣ ଶତପଥୀ ଓ ଅନ୍ୟ ପୋଲିସ ପଦାଧିକାରୀ ଯୋଗଦେଇ ଶହୀଦଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ।