ଉପକୂଳ ଓଡିଶା

ଗୁଳିମାଡରେ ଜଣେ ମୃତ, ୨ ଗୁରୁତର

ଗୁଳିମାଡରେ ଜଣେ ମୃତ, ୨ ଗୁରୁତର
ତିର୍ତ୍ତୋଲ,୧୯।୧୨(ଡି.ଏନ୍‌.ଏ.): ତିର୍ତ୍ତୋଲ ଥାନା ମଣିଜଙ୍ଗା ପଞ୍ଚାୟତ ସିନ୍ଦୋଳ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡରେ ଉକ୍ତ ଗ୍ରାମର ଅନ୍ତର୍ଯ୍ୟମୀ ଖୁଣ୍ଟିଆ(୪୫)ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ରକ୍ଷା କରିବାକୁ ଯାଇ ଭାଇ ବିଶ୍ୱପ୍ରେମୀ(୪୦) ଏବଂ ପୁତୁରା ବ୍ରଜବିହାରୀ(୧୪) ଗୁରୁତର ଆହତ ହୋଇଛନ୍ତି। ତେବେ ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତମାନେ ରାତି ପ୍ରାୟ ୨ଟାରେ ଘରର ପଛପଟ ଗ୍ରୀଲ୍‌ କାଟି ଘର ଭିତରେ ପଶିଥିଲେ। ଶବ୍ଦଶୁଣି ଅନ୍ତର୍ଯ୍ୟାମୀ ଉଠିପଡ଼ି ଜଣଙ୍କୁ ଧରିପକାଇଥିଲେ। ତେବେ ଅନ୍ୟ ସହଯୋଗୀ ଅନ୍ତର୍ଯ୍ୟାମୀଙ୍କୁ ଗୁଳିମାଡ କରି ପଳାଇ ଯାଉଥିବାବେଳେ ବିଶ୍ୱପ୍ରେମୀ ଓ ବ୍ରଜବିହାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ବିଶ୍ୱପ୍ରେମୀଙ୍କ ପିଠିରେ ଗୁଳି ବାଜିଥିବାବେଳେ ବ୍ରଜବିହାରୀଙ୍କ ଜଙ୍ଘରେ ଗୁଳିବାଜିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମଣିଜଙ୍ଗ-ଏରସମା ରାସ୍ତାର ସିନ୍ଦୋଳ ଛକଠାରେ ରାସ୍ତାରୋକୋ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
All Right Reserved By

ଉପକୂଳ ଓଡିଶା

ଗୁଲନଗରରେ ଗଣେଶ ମେଲଣ

ଗୁଲନଗରରେ ଗଣେଶ ମେଲଣ

କେନ୍ଦ୍ରାପଡା ଅଫିସ, ୨୦।୯- କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତରେ ଗଣେଶ ମେଲଣ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛ। ଏଥିରେ ପଞ୍ଚାୟତର ୭ଟି ଗଣେଶଙ୍କ ମୁଣ୍ମୟ ପ୍ରତିମା ସାମିଲ ହେବା ସହିତ ଏକତ୍ର ଭୋଗ ଲାଗି ହୋଇଥିଲା ।

କୃଷିଋଣ ଛାଡ ପାଇଁ ଦାବିପତ୍ର

କୃଷିଋଣ ଛାଡ ପାଇଁ ଦାବିପତ୍ର

କେନ୍ଦ୍ରାପଡା ଅଫିସ, ୨୦।୯- ଡେରାବିଶ ବ୍ଲକ ଗଣିଆମୁହଁ ଗ୍ରାମର ପାର୍ବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୃଷିଋଣ ଛାଡ ପାଇଁ ଜିଲାପାଳଙ୍କୁ ଏକ ଦାବିପତ୍ର ବୁଧବାର ପ୍ରଦାନ କରିଛନ୍ତି। 

 ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

କେନ୍ଦ୍ରାପଡା ଅଫିସ, ୨୦।୯-ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣ କୁଶଳୀ ଶ୍ରମିକଙ୍କୁ ବୁଧବାର ପରିଚୟ ପତ୍ର ପ୍ରଦାନ କରାଯାଇଛି। ।ଜିଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ କେନ୍ଦ୍ରାପଡା ବ୍ଲକ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଆଳି,୨୦।୯(ଡି.ଏନ୍‌.ଏ.): ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ସୁକାନ୍ତି  ଘଡେଇ (୮୦)ବର୍ଷ ବୁଧବାର ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ଓଡଗାଁ,୨୦।୯(ସ୍ବ.ପ୍ର.)-ନୂଆଗାଁ ବ୍ଲକ ହରିପୁର ପ୍ରାଥମିକ ବିଦ୍ୟାଳୟରୁ  ଚୋରି ହୋଇଥିବା ନଥିପତ୍ର ଉଦ୍ଧାର କରିବା ଦାବି ନେଇ ଗ୍ରାମବାସୀ ଗୁରୁବାର ଓଡଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତାରେ କାଠ ପକାଇ ରାସ୍ତାରୋକୋ କରିଛନ୍ତି ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗୁହାଳ ପୋଡ଼ି ଗାଇ ବାଛୁରୀ ଜୀବନ୍ତ ଦଗ୍ଧ

ଡେରାବିଶ,୨୦।୯(ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ପଣ୍ଡିତପାଟଣା ଗ୍ରାମର ବେଣୁଧର ମଲ୍ଲିକଙ୍କ ଗୁହାଳ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଇ ଓ ଗୋଟିଏ ବାଛୁରୀ  ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବରପାଇ ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ । 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ରାଜନଗର,୨୦।୯(ଡିଏନଏ)-ଓଡିଶା ଜୀବିକା ମିଶନ ରାଜନଗର ଶାଖା ପକ୍ଷରୁ ଜୀବିକା ସମନ୍ବୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର,୨୦।୯(ଡି.ଏନ.ଏ.)-ରାଜନଗର ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ରାଜନଗର ବ୍ଲକ ଛକଠାରେ ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଜାଲ ନୋଟ ଜବତ : ଜଣେ ଅଟକ

ଜାଲ ନୋଟ ଜବତ : ଜଣେ ଅଟକ

ରାଜନଗର,୨୦।୯(ଡି.ଏନ.ଏ.)-ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଜନଗର ବଜାରରେ ଜାଲ ନୋଟ କାରବାର କରୁଥିବା ଜଣେ ଯୁବକଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି । 

ବିଭିନ୍ନ ଦାବିରେ ଶ୍ରମିକ ସଂଘର ଗଣଧାରଣା

ବିଭିନ୍ନ ଦାବିରେ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରାପଡ଼ା ଅଫିସ୍‌, ୨୦।୯
ଓଡିଶା କନଷ୍ଟ୍ରକ୍ସନ ୱାର୍କର୍ସ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା। ତେବେ ଦାବି ସମ୍ପର୍କରେ ଆସନ୍ତା ୨୪ ତାରିଖରେ ୟୁନିୟନ ଓ ଶ୍ରମ ଅଧିକାରୀଙ୍କ ମଧ୍ୟରେ ଏକ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଏହି ଗଣଧାରଣା ସ୍ଥଗିତ ରହିଥିଲା। ସଂଗଠନ ସଭାପତି ଧନେଶ୍ୱର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରମିକ ନେତା ଜଗଜ୍ଜୀବନ ଦାସ, ଅଜିତ ପରିଡ଼ା, ଗୟାଧର ଧଳ, ଉମେଶଚନ୍ଦ୍ର ସିଂହ, ଖଗେଶ୍ୱର ପ୍ରଧାନ, ମାଧବ ଦାସ, ରମେଶ ମଳିକ, ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।