ବ୍ରହ୍ମପୁର

୬୫ ଏକର ଜମିର ଗଞ୍ଜେଇ ଗଛ ନଷ୍ଟ

୬୫ ଏକର ଜମିର ଗଞ୍ଜେଇ ଗଛ ନଷ୍ଟ
ଆର.ଉଦୟଗିରି,୧୯।୧୨(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁରୁ ଓ ପଟେଇଗୁଡ଼ା ଗ୍ରାମ ନିକଟସ୍ଥ ୬୫ ଏକର ଜଙ୍ଗଲ ଜମିରୁ ମଙ୍ଗଳବାର ୧ ଲକ୍ଷ ୩୦ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଆର.ଉଦୟଗିରି ପୋଲିସ, ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେହି ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଚାଲିଥିବାର ଖବର ମିଳିଥିଲା। ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ଆର.ଉଦୟଗିରି ଏସଡିପିଓ ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଆର.ଉଦୟଗିରି ଆଇଆଇସି ପ୍ରଭାକର ପଣ୍ଡା ଓ ଅବକାରୀ ବିଭାଗର ଇନ୍ସପେକ୍ଟର ପଦ୍ମଲୋଚନ ସାହୁ, ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ପୋଲିସ, ଅବକାରୀ କର୍ମଚାରୀ, ରାଜସ୍ବ ନିରୀକ୍ଷକ ପ୍ରମୁଖ ସାମିଲ ଥିଲେ। ଆର.ଉଦୟଗିରି ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଥିଲେ।
All Right Reserved By

ବ୍ରହ୍ମପୁର

କଲେଜ ଛାତ୍ରୀକୁ ହତ୍ୟା ଘଟଣା, ଜେଲଗଲେ ଅଭିଯୁକ୍ତ

କଲେଜ ଛାତ୍ରୀକୁ ହତ୍ୟା ଘଟଣା, ଜେଲଗଲେ ଅଭିଯୁକ୍ତ

ପାତ୍ରପୁର,୨୩ା୧୦(ଡି.ଏନ.ଏ.): ପାତ୍ରପୁର ବ୍ଲକ ଏସ୍‌. ନୂଆଗଁାସ୍ଥିତ ଅଜା ଘରେ ରହି କଲେଜରେ ପଢୁଥିବା ଭବାନୀ ବେହେରାଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ  ମଙ୍ଗଳବାର ଜେଲକୁ ପଠାଇଛି।

ସ୍ବାଧୀନତା ସଂଗ୍ରାମୀ ବାଞ୍ଛାନିଧିଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୨୩।୧୦(ଡି.ଏନ.ଏ.)-ଗୋବରା ପ୍ରଫୁଲ କୁମାରୀ ମହିଳା କଲେଜ ପରିସରରେ ସ୍ବାଧିନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ୧୧୮ତମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି ।

ବ୍ୟାଙ୍କରେ ପୋଲିସର ମକଡ୍ରିଲ

ବ୍ୟାଙ୍କରେ ପୋଲିସର ମକଡ୍ରିଲ

ଆସିକା,୨୩ା୧୦ (ଡି.ଏନ୍‌.ଏ.):  ଗାଙ୍ଗପୁର ଥାନା ଇଲାକାରେ ଥିବା ବିଭିନ୍ନ ବ୍ୟାଙ୍କରେ ପୋଲିସ ପକ୍ଷରୁ ମଙ୍ଗଳବାର ମକଡ୍ରିଲ କରାଯାଇଛି।

ଜୁଆ ଆଡ୍ଡାରୁ ୯ ଗିରଫ

ଭଞ୍ଜନଗର,୨୩।୧୦(ଡି.ଏନ.ଏ.)-ବେଲଗୁଣ୍ଠା ଫାଣ୍ଡି ପୋଲିସ ମଙ୍ଗଳବାର ବିଳାସପୁର ଏବଂ ଅଢ଼େଇଗଁାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୯ଜଣଙ୍କୁ ଗିରଫ କରିଛି ।

ଆନ୍ଧ୍ରକୁ ବାଲି ଚାଲାଣ ନେଇ ଗ୍ରାମବାସୀ-ମାଫିଆ ମୁହାଁମୁହିଁ , ୫ ଘଣ୍ଟା ରାସ୍ତା ଅବରୋଧ

ଆନ୍ଧ୍ରକୁ ବାଲି ଚାଲାଣ ନେଇ ଗ୍ରାମବାସୀ-ମାଫିଆ ମୁହାଁମୁହିଁ , ୫ ଘଣ୍ଟା ରାସ୍ତା ଅବରୋଧ

ଚିକିଟି,୨୩। ୧୦(ଡି.ଏନ.ଏ.)-ଚିକିଟି ତହସିଲ ଅଞ୍ଚଳରେ ବାଲି ମାଫିଆଙ୍କ ରାଜ ଚାଲିଛି। ଆନ୍ଧ୍ରକୁ ବାଲି ଚୋରାଚାଲାଣ କରି ମାଫିଆମାନେ ମାଲାମାଲ୍‌ ହେଉଥିବା ବେଳେ  ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ।

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ବର୍ତ୍ତିଗଲେ ୩ ମିସ୍ତ୍ରି

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ, ବର୍ତ୍ତିଗଲେ ୩ ମିସ୍ତ୍ରି

ଦାରିଙ୍ଗବାଡ଼ି,୨୩।୧୦(ଡି.ଏନ.ଏ.): ଦାରିଙ୍ଗବାଡ଼ି  କ୍ୟାଥଲିକ ଚର୍ଚ୍ଚ ନିକଟ ଏକ ନିର୍ମାଣାଧୀନ କୋଠାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଉକ୍ତ କୋଠାରେ ରଙ୍ଗ କାର୍ଯ୍ୟ କରୁଥିବା ୩ ମିସ୍ତ୍ରି ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ  ହୋଇ ଅଗ୍ନିକାଣ୍ଡ ଘଟିଥିଲା ।

୮ ଜୁଆଡି ଗିରଫ

୮ ଜୁଆଡି ଗିରଫ

ବ୍ରହ୍ମପୁର ଅଫିସ, ୨୩।୧୦: ଗୋଶାଣି ନୂଆଗାଁ ଥାନା ଅନ୍ତର୍ଗତ ଶଙ୍କର ରାଇସ ମିଲ୍‌ ପଛ ପଟେ ଜୁଆ ଖେଳ ଚାଲୁଥିବାବେଳେ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଅତର୍କିତ ଚଢ଼ାଉ କରି ୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି।

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ସହରର ସମସ୍ତ ବ୍ୟାଙ୍କରେ ମକଡ୍ରିଲ

ବ୍ରହ୍ମପୁର ଅଫିସ,୨୩।୧୦: ବ୍ରହ୍ମପୁର ଏସ୍‌ପି ପିନଙ୍କ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବ୍ରହ୍ମପୁର ପୋଲିସ ପକ୍ଷରୁ ସହରର ସମସ୍ତ ବ୍ୟାଙ୍କଗୁଡିକରେ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। 

ଔଷଧ ଭାବି ବିଷ ପିଇ ମହିଳା ମୃତ

ଔଷଧ ଭାବି ବିଷ ପିଇ ମହିଳା ମୃତ

ପାତ୍ରପୁର,୨୨ା୧୦(ଡି.ଏନ୍‌.ଏ.)-ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତ ଚରିଆବାଡ଼ ଗ୍ରାମର ଜଣେ ମହିଳା ପେଟ ବ୍ୟଥା ଔଷଧ ଭାବି ବିଷ ପିଇ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ନରେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ରେଣୁ ପ୍ରଧାନ। 

ପାଣି ସୁଅରେ ଘର ସହ ୬ଜଣ ଭାସିଯିବା ଘଟଣା:ଆଉ ଜଣଙ୍କ ମୃତଦେହ ମିଳିଲା

ସୋରଡା,୨୩ା୧୦(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ସୋରଡାଠାରୁ ଦାରିଙ୍ଗବାଡି ଜାତୀୟ ରାଜପଥ ନଂ.୫୯ ପାର୍ଶ୍ୱରେ ଥିବା ଗାଜଲବାଡି ପଞ୍ଚାୟତ ଆମ୍ବକଣ ଗଁା ନିକଟ ଅଡାଙ୍ଗି ନାଳରେ ବନ୍ୟାପାଣି ଆସିବାରୁ ଗତ ୧୧ ତାରିଖରେ ଘର ସହ ୬ ଜଣ ଭାସି ଯାଇଥିଲେ। 

କୋଠରଶିଙ୍ଗି ଗଣ୍ଡଗୋଳ ଘଟଣା : ଉଭୟ ପକ୍ଷରୁ ଥାନାରେ ଏତଲା

ବ୍ରହ୍ମପୁର ଅଫିସ୍‌,୨୨ା୧୦: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଠରଶିଙ୍ଗି ଗ୍ରାମରେ ୧୯ ତାରିଖ ରାତିରେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ା 

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଚାଷଜମିକୁ କେନ୍ଦ୍ରକରି ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ବିବାଦ: ଗୃହଦାହ ଅଭିଯୋଗ

ଦିଗପହଣ୍ଡି/ପାଟପୁର, ୨୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ ଚାଷଜମି ମାଲିକାନା ସତ୍ତ୍ବକୁ ନେଇ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପୁଣିଥରେ ମୁଣ୍ଡ ଟେକିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି।