ବ୍ରହ୍ମପୁର

ଫୁଲବାଣୀରେ ୪.୫ ଡିଗ୍ରୀ ତାପମାତ୍ରା

ଫୁଲବାଣୀରେ ୪.୫ ଡିଗ୍ରୀ ତାପମାତ୍ରା

ଫୁଲବାଣୀ ଅଫିସ, ୧୯ା୧୨- କନ୍ଧମାଳ ଜିଲାରେ ହଠାତ ଶୀତର ପ୍ରକୋପ ବଢ଼ିଛି। ସୋମବାର ରାତିରୁ ଏହା ୪.୫ ଡିଗ୍ରୀକୁ ଖସି ଆସିଛି। ଫଳରେ ଫୁଲବାଣୀରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଲୋକେ ପୂର୍ବାହ୍ନ ୧୦ ଟା ପର୍ଯ୍ୟନ୍ତ ଘରୁ ବାହାରି ପାରୁନାହାନ୍ତି। ଜିଲା ଆପଦ କାଳୀନ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ସୋମବାର ଫୁଲବାଣୀରେ ଦିନର ତାପମାତ୍ରା ୯.୫ଡିଗ୍ରୀ ଥିଲା । ମଧ୍ୟ ରାତ୍ରିରୁ ଅର୍ଥାତ ମଙ୍ଗଳବାର ହଠାତ ତାପମାତ୍ରା ନିମ୍ନଗାମୀ ହୋଇ ୪.୫ ଡିଗ୍ରୀକୁ ଖସି ଆସିଛି। ଶୀତ ପ୍ରକୋପ ଯୋଗୁ ସହରବାସୀ ଥରୁଛନ୍ତି।
ପ୍ରବଳ ଥଣ୍ଡାରୁ ଫୁଲବାଣୀ ସହରରେ ଜୀବନଯାତ୍ରା ଏକ ପ୍ରକାର ଠପ୍‌ ହୋଇପଡିଛି। ସୂଚନା ଅନୁସାରେ ଗତ ୧୩ ତାରିଖରୁ ପାରଦ କ୍ରମାଗତ ଭାବେ ତଳକୁ ଖସିବାରେ ଲାଗିଛି। ୧୩ ତାରିଖରେ ସର୍ବନିମ୍ନ ତାପମାତ୍ରା ୧୪ଡିଗ୍ରୀ ଥିବା ବେଳେ ୧୪ତାରିଖରେ ୧୧.୫, ୧୫ ରେ ୧୦.୫, ୧୬ରେ ୯.୫, ୧୭ ରେ ୧୦ ଓ ୧୮ତାରିଖରେ ୯.୫ଡିଗ୍ରୀ ରହିଥିଲା। ଦାରିଙ୍ଗବାଡିରେ ୧୮ତାରିଖରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ଥିବା ବେଳେ ୧୯ ତାରିଖରେ ୮ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। ଶୀତ ପ୍ରକୋପ ଯୋଗୁ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ପ୍ରଶାସନ ପକ୍ଷରୁ କଡା ନଜର ରଖା ଯାଇଥିବା ଜିଲା ଆପଦ କାଳୀନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଣ୍ଡଳ ପ୍ରକାଶ କରିଛନ୍ତି। ପୌର ପ୍ରଶାସନ ପକ୍ଷରୁ ଫୁଲବାଣୀ ବସ୍‌ଷ୍ଟାଣ୍ଡରେ ରାତ୍ରୀ କାଳୀନ ଆଶ୍ରୟସ୍ଥଳୀ ଖୋଲାଯାଇଛି। ଏହା ବ୍ୟତୀତ ସେଠାରେ ଏକ ସ୍ଥାୟୀ ଆଶ୍ରୟ ସ୍ଥଳ ନିର୍ମାଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି ବୋଲି ନିର୍ବାହୀ ଅଧିକାରୀ ରାଧାମୋହନ ବେହେରା ସୂଚନା ଦେଇଛନ୍ତି।

ଖଜୁରିପଡା:ଜୀବନଯାତ୍ରା ବ୍ୟାହତ
ଖଜୁରିପଡା- କନ୍ଧମାଳ ଜିଲାରେ ପାରଦ ଖସୁଥିବା ବେଳେ ଦିନକୁ ଦିନ ଶୀତ ବୃଦ୍ଧି ପାଇବାରେ ଲାଗିଛି। ଜିଲାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଦୁଇଦିନ ହେଲା ଶୀତ ପ୍ରକୋପ ବୃଦ୍ଧି ପାଇଛି। ସେହିପରି ଫୁଲବାଣୀ ସହର ଓ ଆଖପାଖ ଅଞ୍ଚଳରେ ସୋମବାରରୁ ପ୍ରବଳ ଶୀତ ହୋଇଥିବା ଅନୁଭୂତ ହେଉଛି। ଏଥିଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇଛି। ଖଜୁରିପଡା ବ୍ଲକ ଅଞ୍ଚଳରେ ଶୀତ ବୃଦ୍ଧି ପାଇଛି। ସୋମବାରରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ହାଡଭଙ୍ଗା ଶୀତ ହେଉଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଖଜୁରିପଡା ବ୍ଲକରେ ତାପମାପକ ଯନ୍ତ୍ର ନାହିଁ। ଏଠାରେ ୪ଡିଗ୍ରୀରୁ ୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଥିବା ଅନୁମାନ କରାଯାଉଛି ବୋଲି ବିଡିଓ ରବିନରାରାୟଣ ଜେଠୀ, ଖଜୁରିପଡା ସମବାୟ ଲ୍ୟାମ୍ପ ଶାଖା ପରିଚାଳକ କୃପାସିନ୍ଧୁ ସାହୁ, ସମାଜିକକର୍ମୀ ବରୁଣ ବେହେରା, ଅନୁସୂଚିତ ଜାତି ୪ ମୁଠା ସଭାପତି ଉଦ୍ଧବ ଦିଗାଲ ପ୍ରକାଶ କରିଛନ୍ତି।

ଜି.ଉଦୟଗିର: ଜନ ଜୀବନ ଅସ୍ତବ୍ୟସ୍ତ
ଜି.ଉଦୟଗିରି-ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଦୁଇଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ମଙ୍ଗଳବାର ଜି.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ଥିବା କୃଷି ଗବେଷଣା କେନ୍ଦ୍ର ତରଫରୁ ଜଣାପଡ଼ିଛି। ପ୍ରବଳ ଶୀତ ଯୋଗୁ ସନ୍ଧ୍ୟା ହେବା ପରେ ବଜାର ଶୂନଶାନ ହୋଇଯାଉଛି। ବୁଲା ବେପାରୀ ଓ ରାସ୍ତା କଡ଼ରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ବ୍ୟବସାୟ ଶୀତ ଯୋଗୁ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ସହରରେ ରାତ୍ରି ଆଶ୍ରୟସ୍ଥଳି ନ ଥିବା ଯୋଗୁ ଗରିବ ଲୋକମାନେ ଶୀତରେ ବିଭିନ୍ନ ଦୋକାନ ପିଣ୍ଡାରେ ଆଶ୍ରୟ ନେଉଛନ୍ତି। ଶୀତଦିନେ ରାତ୍ରିକାଳୀନ ଆଶ୍ରୟସ୍ଥଳ ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି। ଅତିଶୀଘ୍ର ଶୀତକାଳୀନ ଆଶ୍ରୟସ୍ଥଳି ଖୋଲାଯିବ ବୋଲି ଏନଏସି ଅଧ୍ୟକ୍ଷ ପି. ସଞ୍ଜୀବ କୁମାର ପାତ୍ର କହିଛନ୍ତି। ପଦାସାହିର କେତେକ ଧାନଗଦାରେ ତୁଷାରପାତ ହୋଇଥିବା ଖବର ମଧ୍ୟ ମିଳିଛି।

All Right Reserved By

Model This Week

ନିକିତା

ବ୍ରହ୍ମପୁର

ଦ୍ରୁତ ଗତିରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ

ଦ୍ରୁତ ଗତିରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ,୨୩।୪(ଡି.ଏନ.ଏ)-ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ପରିସରରେ ସୋମବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଥାନାଧିକାରୀ ଅନିଲ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସମିତି ଅଧ୍ୟକ୍ଷ ତଥା ପୂର୍ବତନ ଇଂଲିଶ ଅଧ୍ୟାପକ ଭିକାରୀ ବେହେରା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ବୈଠକରେ ମଖ୍ୟତଃ ସହରରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

୨ ନାବାଳିକା ଶ୍ରମିକ ଉଦ୍ଧାର

ଦାରିଙ୍ଗବାଡ଼ି,୨୩।୪(ଡି.ଏନ.ଏ)- ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ପାଙ୍ଗଲମାହା ଗ୍ରାମରୁ ୨ ନାବାଳିକା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଦିନକୁ ମଜୁରି ବାବଦରେ ୫ ଟଙ୍କା ପାଉଥିବା ୭ ବର୍ଷୀୟା ନାବାଳିକା ଓ ୧୦ ଟଙ୍କା ପାଉଥିବା ୧୨ ବର୍ଷୀୟା ନାବାଳିକା ପାଙ୍ଗଲମାହାରେ ଏକ କୋଠାଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ।

ଉଜ୍ଜ୍ୱଳ, ଉତ୍‌ଥାନ ତାଲିମ ଶିବିର

ଉଜ୍ଜ୍ୱଳ, ଉତ୍‌ଥାନ ତାଲିମ ଶିବିର

କ. ନୂଆଗାଁ,୨୩।୪- କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଉଜ୍ଜ୍ୱଳ, ଉତ୍‌ଥାନ ତାଲିମ ଶିବିର ସୋମବାରଠାରୁ ଆରମ୍ଭ ହୋଇଛି। ବୁଧବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରକୁ ବିଇଓ ସ୍ନେହଲତା ପୁରୋହିତ ଉଦ୍‌ଘାଟନ କରିଥିଲେ।

ନାଏବ ସରପଞ୍ଚ, ୱାର୍ଡମେମ୍ବର ସଂଘର ବିକ୍ଷୋଭ

ନାଏବ ସରପଞ୍ଚ, ୱାର୍ଡମେମ୍ବର ସଂଘର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୩।୪-ଫୁଲବାଣୀ ବ୍ଲକ ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପରେ ସଂଘ ସଭାପତି ହୃଷୀକେଶ ବେହେରାଙ୍କ ନେତୃତ୍ୱରେ ଦାବି ସମ୍ବଳିତ ଏକ ପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି ।

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ବିରୋଧରେ ନିଆରା ପ୍ରତିବାଦ

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ବିରୋଧରେ ନିଆରା ପ୍ରତିବାଦ

ବ୍ରହ୍ମପୁର ଅଫିସ,୨୩।୪: ବ୍ରହ୍ମପୁର ସିଟି ହସ୍ପିଟାଲ ଓ ବଡ ମେଡିକାଲରେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ନ ମିଳିବା ଓ ଡାକ୍ତରଙ୍କ ଅଭାବ ସହ ଅନ୍ୟାନ୍ୟ ସମସ୍ୟା ପ୍ରତିବାଦରେ ବ୍ରହ୍ମପୁର ମାନବବାଦୀ ସୁରକ୍ଷା ମଞ୍ଚ ପକ୍ଷରୁ ସୋମବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟରେ ଘଣ୍ଟା ବଜାଇ ପ୍ରତିବାଦ କରାଯାଇଛି।

ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ବ୍ରହ୍ମପୁର ଅଫିସ,୨୩।୪: ବ୍ରହ୍ମପୁର ଉପଖଣ୍ଡରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଅଞ୍ଚଳରୁ ଘରବାଡ଼ି, ପାରିବାରିକ ସମସ୍ୟା ତଥା ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ନେଇ ଆବେଦନକାରୀ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ।

ନୂତନ କର୍ମକର୍ତ୍ତା ନିର୍ବାଚନ

ନୂତନ କର୍ମକର୍ତ୍ତା ନିର୍ବାଚନ

ଭଞ୍ଜନଗର, ୨୩।୪(ଡି.ଏନ୍‌.ଏ.): ଘୁମୁସର ତାଲୁକା ହାଡିକୁଳ ସମାଜର ଏକ ବୈଠକ ରବିବାର ଅପରାହ୍ନରେ ଢୁଢୁମା’ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମାଜର ଛାତ୍ରୀଛାତ୍ରଙ୍କ ବିକାଶ ପାଇଁ କିଛି ପଦକ୍ଷେପ ନେବା ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଧୂଆଁଛାଇ ମାବଡରାଉଳ ଯାତ୍ରା ଆରମ୍ଭ

ଧୂଆଁଛାଇ ମାବଡରାଉଳ ଯାତ୍ରା ଆରମ୍ଭ

ଭଞ୍ଜନଗର, ୨୩।୪(ଡି.ଏନ୍‌.ଏ.): ଭଞ୍ଜନଗର ବ୍ଲକ ଧୂଆଁଛାଇ ମା’ବଡ଼ରାଉଳ ଦେବୀ ଯାତ୍ରା ରବିବାରଠାରୁ ଆରମ୍ଭ ହୋଇଯାଇଛି। ରବିବାର ସନ୍ଧ୍ୟାରେ ଦେବୀଙ୍କୁ ସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ବିଳମ୍ବିତ ରାତିରେ ଏକ ପଟୁଆରରେ ଗାଁ ଦାଣ୍ଡରେ ହୋଇଥିବା ଅସ୍ଥାୟୀ ମଣ୍ଡପକୁ ଆଣି ସ୍ଥାପିତ କରାଯାଇଛି।

ଗୁଣ୍ଡା ପରେଡ୍‌ରୁ ‘ପ୍ରୟାସରୁ ଆରମ୍ଭ ପରିବର୍ତ୍ତନ’ ନାମକରଣ

ଗୁଣ୍ଡା ପରେଡ୍‌ରୁ ‘ପ୍ରୟାସରୁ ଆରମ୍ଭ ପରିବର୍ତ୍ତନ’ ନାମକରଣ

ବ୍ରହ୍ମପୁର ଅଫିସ,୨୩ା୪ ବ୍ରହ୍ମପୁର ପୋଲିସ ଜିଲାରେ ଏବେ ଅପରାଧ ଓ ଅପରାଧୀଙ୍କ ଉପରେ ରୋକ ଲଗାଇବା ପାଇଁ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଏକ ଅଭିନବ ପନ୍ଥା। ଅପରାଧୀଙ୍କୁ ଖରାପ କାମରୁ ବାହାର କରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏକ ଅଭିନବ ଉପାୟ ଗ୍ରହଣ କରିଛନ୍ତି।

ଗୋପାଳପୁର ୟୁଥ୍‌ ହଷ୍ଟେଲ ହେବ ନବୀକରଣ

ଗୋପାଳପୁର ୟୁଥ୍‌ ହଷ୍ଟେଲ ହେବ ନବୀକରଣ

ବ୍ରହ୍ମପୁର ଅଫିସ,୨୩ା୪ ୟୁଥ ହଷ୍ଟେଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ୟୁଏଚଏଆଇ) ବ୍ରହ୍ମପୁର ଶାଖାର ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି। ରେଶମ ନଗରୀରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ଆସୋସିଏଶନରେ ସାମିଲ କରାଯିବାର ନିଷ୍ପତ୍ତି ନିଆଯାଇଛି।

ନାବାଳିକା ଚାଲାଣ ଅଭିଯୋଗ: ଜଣେ ଗିରଫ

ନାବାଳିକା ଚାଲାଣ ଅଭିଯୋଗ: ଜଣେ ଗିରଫ

ଦାରିଙ୍ଗବାଡ଼ି,୨୨।୪(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ମାଲ୍‌ଦା ଅଞ୍ଚଳର ନୌସାଦ୍‌ ଅଲ୍ଲି ବୋଲି ଆଇଆଇସି ତୁଷାରକାନ୍ତ ମହାପାତ୍ର କହିଛନ୍ତି।

ପାଇପ ଫାଟି ପାଣି ରାସ୍ତାରେ

ପାଇପ ଫାଟି ପାଣି ରାସ୍ତାରେ

ଗଞ୍ଜାମ,୨୨।୪(ଡି.ଏନ.ଏ)- ଗଞ୍ଜାମ ବଡ଼ ବଜାରରେ ଜନସ୍ବାସ୍ଥ୍ୟ ବିଭାଗର ପାଣି ଯୋଗାଣ ପାଇଁ ଯାଇଥିବା ପାଇପ ଫାଟିଯିବା ଫଳରେ ସେଥିରୁ ପାଣି ବାହାରି ରାସ୍ତା ସାରା ଭାସିଥିଲା। ଲୋକମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାରୁ କର୍ମଚାରୀମାନେ ଆସି ମରାମତି କରିଥିଲେ। ସୂଚନାଯୋଗ୍ୟ, ବିଏସ୍‌ଏନ୍‌ଏଲର କୌଣସି କାର୍ଯ୍ୟ ପାଇଁ ଶ୍ରମିକମାନେ ରାସ୍ତା କଡରେ ଖୋଳୁଥିଲେ। ସେଠାରେ ଉପସ୍ଥିତ ଲୋକେ ବାରଣ କରିବା ସତ୍ତ୍ବେ ସେମାନେ ନମାନି ଅତ୍ୟଧିକ ଗଭିରକୁ ଖୋଳିବାରୁ ପାଇପ ଲାଇନ ଫାଟି ଯାଇଥିଲା।