Dharitri News
ବ୍ରହ୍ମପୁର

୨୧ରୁ ମଣ୍ଡିରେ ଧାନକିଣା

୨୧ରୁ ମଣ୍ଡିରେ ଧାନକିଣା ଛତ୍ରପୁର,୧୯।୧୨(ଡି.ଏନ୍‌.ଏ.)-ଛତ୍ରପୁର ସବ୍‌ଡିଭିଜନ ଅଧୀନ ଛତ୍ରପୁର, ଗଞ୍ଜାମ, ଖଲ୍ଲିିକୋଟ, ହିଞ୍ଜିଳି, ପୁରୁଷୋତ୍ତମପୁର, ପୋଲସରା, କବିସୂର୍ଯ୍ୟଗର ବ୍ଲକରେ ଆସନ୍ତା ୨୧ ତାରିଖରୁ ଚାଷୀଙ୍କଠାରୁ ଧାନ କିଣାଯିବ । ଏ ନେଇ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ସୁଧାକର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତହସିଲଦାର, ବିଡିଓ, ମାର୍କେଟିଂ ଇନ୍ସପେକ୍ଟର, ଯୋଗାଣ ଅଧିକାରୀ ଓ ସମବାୟ ସମିତିର ସମ୍ପାଦକମାନେ ଯୋଗଦେଇଥିଲେ। ସୁରୁଖୁରୁରେ ଯେଭଳି ଚାଷୀଙ୍କଠାରୁ ଧାନ କିଣାଯିବ ସେ ଉପରେ ଉପଜିଲାପାଳ ଗୁରୁତ୍ୱ ଦେଇଥିଲେ। ଯୋଗାଣ ଅଧିକାରୀ ଓ ତହସିଲଦାର ଏହାର ମନିଟରିଂ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସମବାୟ ସମିତିଗୁଡିକ ଚାଷୀଙ୍କଠାରୁ ସିଧାସଳଖ ଧାନ କିଣିବେ। ସମିତିଗୁଡ଼ିକ ଦୈନିକ ରିପୋର୍ଟ ଦେବେ କୁହାଯାଇଥିଲା ।

ବ୍ରହ୍ମପୁର

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ଆସିକା,୧୭।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସ୍କା ପୌରାଞ୍ଚଳ ଅଧୀନ ରଥଦାଣ୍ଡସାହି ବାଲାଜୀ ମନ୍ଦିର ଛକ ନିକଟରେ ବୁଧବାର ମଧ୍ୟାହ୍ନରେ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ଉକ୍ତ ସାହିର ମିଟୁ ଦାସ(୨୫)।

ବାଇକ ଜାଳିଦେଲେ ଦୁର୍ବୃତ୍ତ

ବାଇକ ଜାଳିଦେଲେ ଦୁର୍ବୃତ୍ତ

ଦିଗପହଣ୍ଡି,(ଡି.ଏନ.ଏ.)/ଭୀଷ୍ମଗିରି,୧୬।୧- ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ନଗରର ରବୀନ୍ଦ୍ର ବେହେରାଙ୍କ ବାଇକ (ନଂ. ଓଡି୦୭-୧୩୬୬)କୁ କେହି ଦୁର୍ବୃତ୍ତ ସୋମବାର ବିଳମ୍ବିତ ରାତିରେ ଜାଳିଦେଇଛି। ସବୁଦିନ ଭଳି ସୋମବାର ରାତିରେ ରବୀନ୍ଦ୍ର ତାଙ୍କ ଘର ସମ୍ମୁଖରେ ବାଇକ ରଖିଥିଲେ। ବ୍ୟବସାୟୀକ ଶତ୍ରୁତାରୁ କେନ୍ଦ୍ରକରି କେହି ଦୁର୍ବୃତ୍ତ ତାଙ୍କ ବାଇକରେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ରାତିପ୍ରାୟ ସାଢ଼େ ୧୨ଟାରେ ଏହି ଘଟଣା ଘଟିଛି। ରବୀନ୍ଦ୍ର ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛି।

ଧାନଖଳାରୁ ଅଜଗର ଉଦ୍ଧାର

ଧାନଖଳାରୁ ଅଜଗର ଉଦ୍ଧାର

ଦିଗପହଣ୍ଡି,୧୬।୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଟି. ରାମେଶ୍ୱର ପାତ୍ରଙ୍କ ଧାନଖଳାରୁ ମଙ୍ଗଳବାର ୯ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ପିପୁଲ ଫର ଆନିମଲ ସଂସ୍ଥାର କର୍ମକର୍ତ୍ତା ସମୀର କାନ୍ତ ତ୍ରିପାଠୀ, ଶୁଭମ କୁମାର ସାହୁ, ଅଜୟ ନାୟକ, ଆକାଶ ଦାସ, ସୁଶାନ୍ତ ମହାକୁଡ଼ ପ୍ରମୁଖ ପହଞ୍ଚତ୍ ସାପଟିକୁ ଉଦ୍ଧାର କରିଥିଲେ। ସାପକୁ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇ ପରେ ଚାଙ୍ଗୁଡ଼ି ଦେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସାପର ଓଜନ ୧୨ କେଜି ଓ ବୟସ ପ୍ରାୟ ୨ ବର୍ଷ ବୋଲି ରେଞ୍ଜର ଏ. ମାଧବୀଲତା କହିଛନ୍ତି।

ଭିଜିଲାନ୍ସ ଜାଲରେ ଲାଇନମ୍ୟାନ, ଠିକାଦାର

ଭିଜିଲାନ୍ସ ଜାଲରେ ଲାଇନମ୍ୟାନ, ଠିକାଦାର

ବୁଗୁଡ଼ା,୧୬।୧(ଡି.ଏନ.ଏ.)- ଓ୍ବେଲ୍‌ଡିଂ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଜଣେ ଲାଇନମ୍ୟାନ ଓ ଠିକାଦାର ଧରାପଡ଼ି ଗିରଫ ହୋଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଉଭୟେ ଧରାପଡିଥିଲେ। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟରେ ନଂ. ୨/୧୮ରେ ଏକ ମାମଲା ରୁଜୁ ହୋଇଛି। ବୁଗୁଡ଼ା ଥାନା ଭୋଗଡ଼ା ଗ୍ରାମର କୁଞ୍ଜ ବିହାରୀ ବେହେରା ଢ଼ାବାଗ୍ରାମରେ ଏକ ୱେଲ୍‌ଡିଂ ଦୋକାନକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ସେପ୍ଟେମ୍ବର ମାସରେ ମାଣିତରା ଲାଇନମ୍ୟାନ ଜୀବନଜୟ ଲେଙ୍କାଙ୍କ ସହ କଥା ହୋଇଥିଲେ।

ଗୋଦାମରେ ଟିଣ ଚାଦର ପଡ଼ି ଜଣେ ମୃତ

ଗୋଦାମରେ ଟିଣ ଚାଦର ପଡ଼ି ଜଣେ ମୃତ

ଫୁଲବାଣୀ ଅଫିସ, ୧୬।୧- ଫୁଲବାଣୀ ମୁଖ୍ୟ ବଜାରସ୍ଥିତ ଏକ ବ୍ୟବସାୟିକ ସଂସ୍ଥାର ଗୋଦାମରେ ମଙ୍ଗଳବାର ଜଣେ ଯୁବକଙ୍କ ଉପରେ ଟିଣ ଚାଦର ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବଲସକୁମ୍ପା ଅଞ୍ଚଳ ସୁନ୍ଦରଗଡର ବାଲୁଙ୍କେଶ୍ୱର ଦିଗାଲ। ବାଲୁଙ୍କେଶ୍ୱର ଫୁଲବାଣୀ ମୁଖ୍ୟ ବଜାରରେ ଥିବା ଏକ ଟ୍ରେଡିଙ୍ଗ ବ୍ୟବସାୟିକ ସଂସ୍ଥାରେ ଡ୍ରାଇଭର ଭାବେ କାମ କରୁଥିଲେ। ମଙ୍ଗଳବାର ମଧ୍ୟାହ୍ନରେ କୌଣସି ସ୍ଥାନକୁ ଟିଣ ଚାଦର ପଠାଇବାକୁ ଥିବାରୁ ଦୋକାନ ମାଲିକ ତାଙ୍କୁ ଗୋଦାମ ଘରୁ ଟିଣ ବାହାର କରିବା ପାଇଁ କହିଥିଲେ।

ଗ୍ରାସୀମ ଇଣ୍ଡଷ୍ଟ୍ରିଜ ନିଯୁକ୍ତି ପ୍ରସଙ୍ଗ, ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ଗ୍ରାସୀମ ଇଣ୍ଡଷ୍ଟ୍ରିଜ ନିଯୁକ୍ତି ପ୍ରସଙ୍ଗ, ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ଗ୍ରାମବାସୀ

ଗଞ୍ଜାମ,୧୬।୧(ଡି.ଏନ.ଏ.)- ଗଞ୍ଜାମ ସହରସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏବେ କମ୍ପାନୀ କର୍ତ୍ତୃପକ୍ଷ ଓ କଲ୍ୟାଣପୁର, ଜରାପଦର ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ସ୍ଥାନୀୟ କଲ୍ୟାଣପୁରଠାରେ କମ୍ପାନୀ ଏକ ପମ୍ପହାଉସ ନିର୍ମାଣ କରି ପାଣି ନେଉଥିବାରୁ ଦିନକୁ ଦିନ ଜଳସ୍ତର କମୁଛି। ଏନେଇ ରାମେଶ୍ୱର ଗ୍ରାମ୍ୟ କମିଟି ତଥା ଉପରୋକ୍ତ ଦୁଇ ଗ୍ରାମର ଶତାଧିକ ଗ୍ରାମବାସୀ ମଙ୍ଗଳବାର ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।

ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ୨ ଆହତ, ୪ ଗିରଫ

ପାଟପୁର,୧୬।୧(ଡି.ଏନ.ଏ.)- ପାଟପୁର ଥାନା ଚନ୍ଦ୍ରମଣିପୁର ଗ୍ରାମରେ ସୋମବାର ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏ ନେଇ ପୋଲିସ ଉଭୟ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଚନ୍ଦ୍ରମଣିପୁର ଗ୍ରାମର ପୂର୍ବତନ ସରପଞ୍ଚ ରବୀନ୍ଦ୍ରନାଥ ଜେନା, ସଦା ଜେନା, କଂସ ନାହାକ ଓ ସୀମାଞ୍ଚଳ ନାହାକ । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ରବୀନ୍ଦ୍ର ଓ ସଦା ସେହି ଗ୍ରାମର କଂସଙ୍କ ଘରକୁ ଯାଇ ତାଙ୍କ ବାପା ସୀମାଞ୍ଚଳଙ୍କୁ ଗାଳିଗୁଲଜ କରିବା ପରେ ଠେଙ୍ଗାରେ ଆକ୍ରମଣ କରିଥିଲେ ।

ବାଘୁଆ ନଦୀ ବ୍ୟାରେଜ ନିର୍ମାଣ  କାର୍ଯ୍ୟ ଅନୁଧ୍ୟାନ କଲେ ଅଧୀକ୍ଷଣ ଯନ୍ତ୍ରୀ

ବାଘୁଆ ନଦୀ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଅଧୀକ୍ଷଣ ଯନ୍ତ୍ରୀ

ପୋଲସରା,୧୬।୧(ଡି.ଏନ.ଏ.) : ଗଞ୍ଜାମ ଜିଲା ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତ ପ୍ରାଣଦେଇପୁରଠାରେ ଥିବା ବାଘୁଆ ନଦୀ ଉପରେ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ବ୍ୟାରେଜ ନିର୍ମାଣ ଚାଲିଛି। ଉକ୍ତ ବ୍ୟାରେଜ ହେଲେ ୪୦ଟି ଗ୍ରାମର ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ ହେବେ। ବାଘୁଆ ନଦୀରେ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ ଲାଗି ମଙ୍ଗଳବାର ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ବ୍ରଜ କିଶୋର ଜେନା, ମେଣ୍ଟେନ୍‌ ଏସଇ ଧୀରେନ କୁମାର ସାମଲ, ବ୍ରହ୍ମପୁର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ପଟ୍ଟନାୟକ, କ୍ବାଲିଟି କଣ୍ଟ୍ରୋଲ ଇଞ୍ଜିନିୟର ଗୋପାଳ ଚନ୍ଦ୍ର ଦାସ, ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ସହକାରୀ ଯନ୍ତ୍ରୀ ଗୁଣନିଧି ପରିଜା, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ବିଶୋୟୀ ପ୍ରମୁଖ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।

ଫେବୃୟାରୀରେ ଗଣ ଅଣ୍ଡାଦାନ

ଫେବୃୟାରୀରେ ଗଣ ଅଣ୍ଡାଦାନ

ବ୍ରହ୍ମପୁର ଅଫିସ୍‌/ଗଞ୍ଜାମ- (ଡିଏନ୍‌ଏ),୧୬।୧- ଅଲିଭ୍‌ ରିଡ଼ଲେ କଇଁଛଙ୍କ ଉପସ୍ଥିତିରେ ଏବେ ଅପୂର୍ବ ଶୋଭା ଦେଖିବାକୁ ମିଳୁଛି ଋଷିକୁଲ୍ୟା ମୁହାଣରେ। ଗତ ନଭେମ୍ବରଠାରୁ ଆରମ୍ଭ ହୋଇଥିବା ମିଳନ ପର୍ବ ଏବେ ଯାଏଁ ଜାରି ରହିଛି। ଫେବୃୟାରୀ ଶେଷ ସପ୍ତାହରେ ଗଣ ଅଣ୍ଡାଦାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ପରିବେଶବିତ୍‌ଙ୍କଠାରୁ ସୂଚନା ମିଳିଛି।ଖଲ୍ଲିକୋଟ ବନଖଣ୍ଡ ଅଧିକାରୀ ଦିଲୀପ କୁମାର ମାର୍ଥାଙ୍କ କହିବାନୁଯାୟୀ, ମିଳନ ପର୍ବ ଆରମ୍ଭ ବେଳେ ସମୁଦ୍ରଠାରୁ ୨୦କିମି ଦୂରରେ କଇଁଛଙ୍କ ମିଳନ ଦେଖିବାକୁ ମିଳିଥାଏ।

୫ ବର୍ଷରେ ୭୪ମୃତ, ୨୬୫ ଆକ୍ରାନ୍ତ

୫ ବର୍ଷରେ ୭୪ମୃତ, ୨୬୫ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ,୧୬।୧- ଛତ୍ରପୁର ଅଞ୍ଚଳରେ ଥିବା ଭାରତୀୟ ବିରଳ ମୃତ୍ତିକା ଲିମିଟେଡ୍‌ (ଆଇଆର୍‌ଇଏଲ୍‌)ର ମୋନାଜାଇଟ୍‌ ପ୍ଲାଣ୍ଟ ଯୋଗୁ ସ୍ଥାନୀୟ ଅଞ୍ଚଳରେ କିଡ୍‌ନୀ ରୋଗ ବ୍ୟାପିବାରେ ଲାଗିଛି। କିଡ଼ନୀ ରୋଗରେ ଉକ୍ତ ଅଞ୍ଚଳରେ ୫ ବର୍ଷ ମଧ୍ୟରେ ୭୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୬୫ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ୁଛି। ଲୋକମାନେ ଭୟରେ ବଞ୍ଚୁଛନ୍ତି। ତଥାପି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ତୁରନ୍ତ ଉକ୍ତ ଅଞ୍ଚଳକୁ ଏକ ବିଶେଷଜ୍ଞ ଦଳ ପଠାଇ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ତଦନ୍ତ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ୨୦ଲକ୍ଷ ଟଙ୍କା ଓ ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଦାବି କରିଛି ଲୋକଶକ୍ତି ଅଭିଯାନ। ମଙ୍ଗଳବାର ଗଞ୍ଜାମ କଳା ପରିଷଦଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ଦାବି କରିଛନ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା ଏବଂ ମୃତକଙ୍କ ପରିବାର ବର୍ଗ। ମୋନାଜାଇଟ୍‌ ପ୍ଲାଣ୍ଟର ବିକିରଣ ଓ ବର୍ଜ୍ୟବସ୍ତୁ ଦ୍ୱାରା ବଡ଼ପୁଟି, ବାଗନାପେଟା, ଲକ୍ଷ୍ମୀପୁର, ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କ ଜୀବନ ପ୍ରଭାବିତ ହେଉଛି। ମୁଖ୍ୟତଃ କିଡ୍‌ନୀ ରୋଗ ବ୍ୟାପୁଛି। ବଡ଼ପୁଟି ଗ୍ରାମରେ ୨ଶହ ଆକ୍ରାନ୍ତ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬୦ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେହିଭଳି ବାଗନାପେଟାରେ ୫୦ ଆକ୍ରାନ୍ତ ଥିବା ବେଳେ ୧୦ଜଣ ମୃତ୍ୟୁବରଣ କରିଛନ୍ତି। ଲକ୍ଷ୍ମୀପୁର ଗ୍ରାମରେ ୧୫ଜଣ ଆକ୍ରାନ୍ତ ଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି।

ବାଇକ୍‌ ପୋଡ଼ିଲେ ଦୁର୍ବୃତ୍ତ

ବାଇକ୍‌ ପୋଡ଼ିଲେ ଦୁର୍ବୃତ୍ତ

ଦିଗପହଣ୍ଡି/ଭୀଷ୍ମଗିରି,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ପଞ୍ଚାୟତ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁନଗରର ରବୀନ୍ଦ୍ର ବେହେରାଙ୍କ ବାଇକକୁ କେହି ଦୁର୍ବୃତ୍ତ ପୋଡ଼ି ଦେଇଥିବା ସେ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।

ଲାଞ୍ଚ ନେଇ ଠିକାଦାର, ଲାଇନ୍‌ ମ୍ୟାନ୍‌ ଗିରଫ

ଲାଞ୍ଚ ନେଇ ଠିକାଦାର, ଲାଇନ୍‌ ମ୍ୟାନ୍‌ ଗିରଫ

ବୁଗୁଡ଼ା, ୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ବିଦ୍ୟୁତ୍‌ ବିଭାଗ ଅଧୀନରେ କାମ କରୁଥିବା ମାଣିତରା ସେକ୍ସନର ଲାଇନ୍‌ ମ୍ୟାନ୍‌ ଜୀବନ ଜୟ ଲେଙ୍କା ଓ ଠିକାଦାର ବିଭୂପ୍ରସାଦ ସାହୁ ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।