ବ୍ରହ୍ମପୁର

ଶର୍ଟ ସର୍କିଟରୁ ଧାନଗଦା ଜଳିଗଲା

ଶର୍ଟ ସର୍କିଟରୁ ଧାନଗଦା ଜଳିଗଲା
ପାତ୍ରପୁର, ୧୯।୧୨ (ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତ ପାଞ୍ଚଆମ୍ବ କଳ୍ପେଶ୍ୱର ମନ୍ଦିର ନିକଟରେ ଶର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଧାନଗଦା ଜଳି ଯାଇଛି। ସୂଚନା ଅନୁଯାୟୀ ସାମନ୍ତରାପୁର ଗ୍ରାମର ଗୁଣ୍ଡିଚା ପ୍ରଧାନ ନିଜ ୪ ଏକର ଜମିର ଧାନ ଫସଲକୁ ପାଞ୍ଚଆମ୍ବ ନିକଟରେ ଗଦା କରି ରଖିଥିଲେ। ଉପରେ ଯାଇଥିବା ବିଦ୍ୟୁତ ତାରରୁ କୌଣସି କାରଣରୁ ନିଅଁା ଖସି ଧାନଗଦା ଉପରେ ପଡି ପୋଡି ଯାଇଥିଲା। ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଆଁାକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ଜରଡା ରାଜସ୍ବ ନିରୀକ୍ଷକ ପ୍ରକାଶ ମଲ୍ଲିକ ପହଞ୍ଚତ୍ କ୍ଷୟକ୍ଷତି ଆକଳନ କରି ଫେରିଛନ୍ତି।
All Right Reserved By

ବ୍ରହ୍ମପୁର

ଚାଷଜମିକୁ ନେଇ ଆକ୍ରମଣ: ୬ ଆହତ

ଦିଗପହଣ୍ଡି,୨୨ା୧(ଡି.ଏନ.ଏ.)- ପାଟପୁର ଥାନା ହାଟପଦା ସାପୁଆବସା ଗ୍ରାମରେ ଚାଷଜମି ମାଲିକାନାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ସଂଘର୍ଷ ଘଟିଛି । ସୋମବାର ଅପରାହ୍ନରେ ଆକ୍ରମଣ-ପ୍ରତି ଆକ୍ରମଣରେ ଉଭୟ ପରିବାରର ୪ରୁ ଊର୍ଦ୍ଧ୍ୱ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି ।

ନିୟନ୍ତ୍ରିତ ବଜାର ପ୍ରାଙ୍ଗଣର ହଳଦୀ କିଣିବେ ବ୍ୟବସାୟୀ

ନିୟନ୍ତ୍ରିତ ବଜାର ପ୍ରାଙ୍ଗଣର ହଳଦୀ କିଣିବେ ବ୍ୟବସାୟୀ

ଦାରିଙ୍ଗବାଡ଼ି, ୨୨।୧(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ନିୟନ୍ତ୍ରିତ ବଜାର କମିଟି ଏବଂ ଦାରିଙ୍ଗବାଡ଼ି ବ୍ୟବସାୟୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ (ଆରଏମ୍‌ସି) ରେଗୁଲେଶନ ମାର୍କେଟିଂ କମିଟି ବା  ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ତଥା ବାଲିଗୁଡ଼ା ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଅଧ୍ୟକ୍ଷତା କରିଥିଲେ। 

ଟଙ୍କା ଫେରସ୍ତ ଦାବି : ସାହାରା ଅଫିସ୍‌ରେ ଜମାକାରୀଙ୍କ ହୋହଲ୍ଲା

ଟଙ୍କା ଫେରସ୍ତ ଦାବି : ସାହାରା ଅଫିସ୍‌ରେ ଜମାକାରୀଙ୍କ ହୋହଲ୍ଲା

ବ୍ରହ୍ମପୁର ଅଫିସ୍‌, ୨୨ା୧-ମ୍ୟାଚୁରିଟି ଟଙ୍କା ଫେରସ୍ତ ଦାବିକରି ସୋମବାର ବ୍ରହ୍ମପୁର ଟାଟା ବେଞ୍ଜ୍‌ ଛକ ନିକଟ ସାହାରା କାର୍ଯ୍ୟାଳୟରେ କିଛି ଜମାକାରୀ ହୋହଲା ପାଟିତୁଣ୍ଡ କରିଥିଲେ ା ଦିନସାରା ଅପେକ୍ଷା କରି ରହିଥିଲେ ମଧ୍ୟ ଶାଖା ପରିଚାଳକ ଅଫିସ୍‌କୁ ନ ଆସିବାରୁ ଜମାକାରୀମାନେ ନିରାଶ ହୋଇ ଫେରିଥିଲେ ା

୩ ଦଫା ଦାବିରେ ଏବିଭିପିର ବିକ୍ଷୋଭ

୩ ଦଫା ଦାବିରେ ଏବିଭିପିର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୨ା୧-ଦାରିଙ୍ଗବାଡିରେ ଜଣେ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଏବଂ ଦିନକୁ ଦିନ ଛାତ୍ରୀ ବଳାତ୍କାର ବଢ଼ିବା ପ୍ରତିବାଦରେ ଫୁଲବାଣୀରେ ସୋମବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

୮୫ ଅଭିଯୋଗ ଶୁଣିଲେ ଜିଲାପାଳ

୮୫ ଅଭିଯୋଗ ଶୁଣିଲେ ଜିଲାପାଳ

 ଆର.ଉଦୟଗିରି,୨୨ା୧(ଡି.ଏନ.ଏ.)-ନୂଆଗଡ଼ ବ୍ଲକର କିରାମା ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅନୁପ ସାହା କିରାମା ଆଖପାଖ ଅଞ୍ଚଳର ୮୫ଟି ଅଭିଯୋଗ ଶୁଣିଥିଲେ। ସେଥିରୁ ୫୦ଟି ଗ୍ରାମ ସମସ୍ୟା, ୩୫ଟି ବ୍ୟକ୍ତିଗତ ମଧ୍ୟରୁ ୧୪ଟିର ସମାଧାନ ହୋଇଥିଲା।

ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ପରେ ସ୍ବାମୀଙ୍କ ଆତ୍ମହତ୍ୟା

ଶଙ୍କରାଖୋଲ,୨୨ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଟିକାବାଲି ଥାନା ଶଙ୍କରାଖୋଲ ନିକଟ ଗୁଡ୍ରିଗଁାରେ ସୋମବାର ପାରିବାରିକ କଳହକୁ କେନ୍ଦ୍ର କରି ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିବା ପରେ ସ୍ବାମୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଅରୁଣ କୁମାର ସାହୁ(୫୦)।

ଏଲ୍‌ଇଡି ଲାଇଟରେ ଚମକିବ ଆର୍‌ଓବି

ଏଲ୍‌ଇଡି ଲାଇଟରେ ଚମକିବ ଆର୍‌ଓବି

ବ୍ରହ୍ମପୁର ଅଫିସ,୨୨ା୧-ବ୍ରହ୍ମପୁରର ସୌନ୍ଦର୍ଯ୍ୟକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ସହରର ସୌନ୍ଦର୍ଯ୍ୟ ତଥା ବିଦ୍ୟୁତ୍‌ ଶୁକ୍ଳ ହ୍ରାସ ପାଇଁ ୨୦୧୭ ନଭେମ୍ବର ୨୮ରୁ ସହରର ବିଦ୍ୟୁତ୍‌ ଖୁଣ୍ଟରେ ଏଲଇଡି ଲାଇଟ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା

ମାଓବାଦୀ ପୋଷ୍ଟର: ପ୍ରତିରୋଧ ଦିବସ, ଭାରତ ବନ୍ଦ ସଫଳ ପାଇଁ ଆହ୍ବାନ

ମାଓବାଦୀ ପୋଷ୍ଟର: ପ୍ରତିରୋଧ ଦିବସ, ଭାରତ ବନ୍ଦ ସଫଳ ପାଇଁ ଆହ୍ବାନ


ବାଲିଗୁଡା/ତୁମୁଡିବନ୍ଧ/(ଡି.ଏନ୍‌.ଏ.)-ଫୁଲବାଣୀ ଅଫିସ ,୨୧ା୧- କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅଞ୍ଚଳରେ ଗତ ୩ ଦିନ ହେଲା ମାଓବାଦୀ ପୋଷ୍ଟର ମରାଯାଉଥିବାରୁ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

୫ ବଖରା ଜଳିଗଲା, ଗୋରୁ ମୃତ

୫ ବଖରା ଜଳିଗଲା, ଗୋରୁ ମୃତ

ବୁଗୁଡ଼ା,୨୧।୧(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତର ଗୁଡ଼ିସାହି ଓ ମଶାଣି ସାହିରେ ପୃଥକ୍‌ ଅଗ୍ନିକାଣ୍ଡ ଘଟି ୫ ବଖରା ଘର ସହ ଗୋଟିଏ ଗୁହାଳ ଜଳିଯାଇଛି। ଗୁହାଳରେ ଥିବା ଗୋଟିଏ ଗୋରୁର ମୃତ୍ୟୁ ହୋଇଛି। ଉକ୍ତ ସାହିର ଅଭି ଗୌଡ଼ଙ୍କ ଗୁହାଳରେ ୨ ଗୋରୁ ଓ ଦୁଇ ଛେଳି ବନ୍ଧା ହୋଇଥିଲେ। କୌଣସି କାରଣରୁ ରବିବାର ରାତି ପ୍ରାୟ ୧୧ଟାରେ ଗୁହାଳରେ ଅଗ୍ନିକାଣ୍ଡ ଘଟି ଗୋଟିଏ

୧୬ ଲକ୍ଷ ୮୫ ହଜାର ଟଙ୍କା ଗାଏବ୍‌: ସରପଞ୍ଚଙ୍କ ନଁ।ରେ ଅଭିଯୋଗ

ପୁରୁଷୋତ୍ତମପୁର, ୨୧।୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ପଞ୍ଚାୟତର ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ୧୬ ଲକ୍ଷ  ୮୫ ହଜାର ୧୨୦ ଟଙ୍କା ଗାଏବ୍‌ ହୋଇଯାଇଛି। ଏ ନେଇ  ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ମହାନ୍ତି ସୋମବାର ରାତିରେ ପୁରୁଷୋତ୍ତମପୁର ଥାନାରେ ସରପଞ୍ଚ ସୂର୍ଯ୍ୟନାରାୟଣ ଗୌଡ଼ଙ୍କ ନଁାରେ ଅଭିଯୋଗ କରିଛନ୍ତି।

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଗୋପାଳପୁର,୨୧।୧-ଜଳ ସମ୍ପଦ ବିଭାଗ ରଙ୍ଗେଇଲୁଣ୍ଡା ବ୍ଲକରେ ୨ଟି ବନ୍ଧର ଉନ୍ନତୀକରଣ ନିମନ୍ତେ ସୋମବାର ଶିଳାନ୍ୟାସ ସହ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍‌ ଉଷାରାଣୀ, ଉପାଧ୍ୟକ୍ଷ ଅଜିତ ଦାଶ ଯୋଗ ଦେଇଥିଲେ।

ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ରେ ନିଯୁକ୍ତି ଦାବିରେ ଧାରଣା

ଗ୍ରାସୀମ ଇଣ୍ଡଷ୍ଟ୍ରିଜ୍‌ରେ ନିଯୁକ୍ତି ଦାବିରେ ଧାରଣା

ଗଞ୍ଜାମ,୨୧।୧(ଡି.ଏନ.ଏ.)- ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ବ୍ଲକର କାଇଁଚପୁର ପଞ୍ଚାୟତର କଲ୍ୟାଣପୁର ଏବଂ ଜରାପଦର ଗ୍ରାମବାସୀ କମ୍ପାନୀ ପମ୍ପ ହାଉସଠାରେ ସୋମବାର ଧାରଣା ଦେବା ସହ କମ୍ପାନୀକୁ ଜଳ ଯୋଗାଣ ବନ୍ଦ କରି ଦେଇଥିଲେ। ଫଳରେ ଉପତ୍ାଦନ ଠପ୍‌ ହୋଇଯାଇଥିଲା।