ବ୍ରହ୍ମପୁର

ବିଦ୍ୟୁତ ତାର ଛିଣ୍ଡି ୨ ଗୋରୁ ମୃତ

ବିଦ୍ୟୁତ ତାର ଛିଣ୍ଡି ୨ ଗୋରୁ ମୃତ
ଦିଗପହଣ୍ଡି, ୧୯।୧୨ (ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ହାଇସ୍କୁଲ ନିକଟରେ ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ୨ ଗୋରୁ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ସକାଳ ପ୍ରାୟ ସାଢେ ୮ଟାରେ ଏହି ଘଟଣା ଘଟିଛି। ରାସ୍ତା ଦେଇ ବହୁ ଲୋକେ ଯାତାୟତ କରୁଥିଲେ ମଧ୍ୟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ଗୋରୁ ଦୁଇଟି ସିଦ୍ଧେଶ୍ୱର କୁମ୍ଭାର ସାହିର ଗୋବିନ୍ଦ ଗୌଡଙ୍କର। ସେ ସକାଳେ ଗୁହାଳୁ ଗାଈ ଆଣି ରାସ୍ତା କଡରେ ବାନ୍ଧିଥିଲେ।
All Right Reserved By

ବ୍ରହ୍ମପୁର

ଅଷ୍ଟମ ବାଟାଲିୟନ୍‌ ପକ୍ଷରୁ ଶହୀଦ ଦିବସ ପାଳିତ

ଅଷ୍ଟମ ବାଟାଲିୟନ୍‌ ପକ୍ଷରୁ ଶହୀଦ ଦିବସ ପାଳିତ

ଗଞ୍ଜାମ, ୨୧।୧୦(ଡି.ଏନ.ଏ.): ଅଗସ୍ତି ନୂଆଗାଁଠାରେ ଥିବା ଅଷ୍ଟମ ବାଟାଲିୟନ ପକ୍ଷରୁ ରବିବାର ୫୯ତମ ଶହୀଦ ଦିବସ ପାଳନ କରାଯାଇଥିଲା।

ପୋଲିସ ଶହୀଦ ଦିବସ ପାଳିତ

ପୋଲିସ ଶହୀଦ ଦିବସ ପାଳିତ

ବ୍ରହ୍ମପୁର ଅଫିସ,୨୧।୧୦: ଆଜି ଦେଶ ବ୍ୟାପୀ ପାଳିତ ହେଉଛି ୫୯ତମ ପୋଲିସ ସହୀଦ ଦିବସ। ଏହି ଅବସରରେ ବ୍ରହ୍ମପୁର ପୋଲିସ ଜିଲା ପକ୍ଷରୁ ଆମ୍ବପୁଆ ରିଜର୍ଭ ପୋଲିସ ପଡିଆରେ ମିଳିତ ପ୍ୟାରେଡ଼ ସହ ସହୀଦଙ୍କ ସ୍ମୃତିଚାରଣ କରାଯାଇଥିଲା। 

ମହୁଲି ମଦ, ଛେଳି ପହଞ୍ଚିବା ପରେ ପୂଜା ପାଆନ୍ତି ମା’

ମହୁଲି ମଦ, ଛେଳି ପହଞ୍ଚିବା ପରେ ପୂଜା ପାଆନ୍ତି ମା’

ଦାରିଙ୍ଗବାଡ଼ି,୨୧।୧୦ (ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଦାରିଙ୍ଗବାଡ଼ି ଥାନାରେ ପାରମ୍ପରିକ ତଥା ଲୋକ ସଂସ୍କୃତିକୁ ନେଇ ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରାଯାଇଛି। 

ବନ୍ୟା ଭାଙ୍ଗିଦେଲା ଚାଷୀ ମେରୁଦଣ୍ଡ

ବନ୍ୟା ଭାଙ୍ଗିଦେଲା ଚାଷୀ ମେରୁଦଣ୍ଡ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ଗଞ୍ଜାମ ଜିଲାରେ ବାତ୍ୟା ‘ତିତ୍‌ଲି’ ପରବର୍ତ୍ତୀ ବନ୍ୟାର ଭୟାବହତା ବ୍ୟାପକ ଭାବେ ପ୍ରଭାବ ପକାଇଛି। ବନ୍ୟା ଜଳ ଚାଷ ଜମିରେ ଜମି ମାଡିଯିବା ଫଳରେ ଫସଲ ବରବାଦ୍‌ ହୋଇଯାଇଛି। ତଳ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷତି ହୋଇଛି। 

ପାହାଡ଼ ମଝି ରାସ୍ତାରେ ପ୍ରସବ

ପାହାଡ଼ ମଝି ରାସ୍ତାରେ ପ୍ରସବ

ପାତ୍ରପୁର,୨୧ା୧୦(ଡି.ଏନ୍‌.ଏ.) -ବୁରାତାଲ ପଞ୍ଚାୟତର ପାହାଡ଼ ଉପରେ ଥିବା ବାଦୁଆ ଗ୍ରାମର ଗୋବିନ୍ଦ ନାଇକଙ୍କ ସ୍ତ୍ରୀ ହୀରାମଣି ନାଇକଙ୍କୁ  ଶନିବାର ପ୍ରସବ ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ଭାର ସାହାଯ୍ୟରେ ଆଣୁଥିବା ବେଳେ ପାହାଡ ମଝି ରାସ୍ତାରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। 

ଅଭିଯୁକ୍ତ ଗିରଫ: ମାଉଜର, ଗୁଳି ଓ ବାଇକ୍‌ ଜବତ

ଅଭିଯୁକ୍ତ ଗିରଫ: ମାଉଜର, ଗୁଳି ଓ ବାଇକ୍‌ ଜବତ

ଦିଗପହଣ୍ଡି,୨୧ା୧୦(ଡି.ଏନ.ଏ.): ଦିଗପହଣ୍ଡି ଥାନା ମହୁଡ଼ା ଚାଞ୍ଚଡ଼ାପଲ୍ଲୀ ଗ୍ରାମର ପାଣ୍ଡା ଓରଫ ମିଥୁନ ପ୍ରଧାନଙ୍କୁ ଶନିବାର ପୋଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟଚାଲାଣ କରିଛି। ତାଙ୍କ ନିକଟରୁ ଦେଶୀ ମାଉଜର, ୨ଟି ଜୀବନ୍ତ ଗୁଳି ସମେତ ଏକ ନମ୍ବର ବିହୀନ ବାଇକ ଜବତ କରାଯାଇଛି। 

ପୂର୍ବତନ ସରପଞ୍ଚଙ୍କ ଧାରଣା ଚେତାବନୀ

ରାମଗିରି,୨୧ା୧୦- ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତ ସହ ଆଖପାଖ ପଞ୍ଚାୟତରେ ତାରପୋଲିନ୍‌ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି। ସାମୁଦ୍ରିକ ଝଡ ତିତ୍‌ଲି ପରବର୍ତ୍ତୀ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି କ୍ଷତିପୂରଣ ସହାୟତା ପ୍ରଦାନରେ ପାତର ଅନ୍ତର ହୋଇଛି ବୋଲି ଅଭିଯୋଗ ହୋଇଛି ା 

ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ଯୁବକଙ୍କୁ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର ଅଫିସ୍‌,୨୧।୧୦-ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହଳଦିଆପଦର ରେଲୱେ ଫ୍ଲାଏ ଓଭର ବ୍ରିଜ୍‌ ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି। ମୃତକ ହେଲେ ବଡବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡାଇ (୩୦)। ମୃତକଙ୍କ ମା’ ରୋହିଣୀଙ୍କ ଏତଲାକୁ ଭିତ୍ତିକରି ଶନିବାର ପୋଲିସ ନଂ. ୧୨୮/୧୮ରେ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଆଇଆଇସି କୁଳମଣୀ ସେଠୀ ସୂଚନା ଦେଇଛନ୍ତି। 

ଷ୍ଟୋଭଫାଟି ନାବାଳିକା ଗୁରୁତର

ବ୍ରହ୍ମପୁର ଅଫିସ୍‌,୨୦ା୧୦: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ରେଡିକା ସାହିରେ ଶୁକ୍ରବାର ପୂର୍ବାହ୍ନରେ ଘଟିଥିବା ଅଗ୍ନିକାଣ୍ଡରେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ପରିବାର ବର୍ଗ ତାଙ୍କୁ ଉଦ୍ଧାର କରି  ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି।

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ

ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ଗିରଫ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ବ୍ରହ୍ମପୁର ସଦରଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ  ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ  ହାଜତକୁ ପଠାଇ ଦିଆଯାଇଛି। 

ବିଏମ୍‌ସିର ପକ୍କା ଡ୍ରେନ, ରୋଡ ନିର୍ମାଣକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୧ା୧୦-ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏବେ ବିଭିନ୍ନ ୱାର୍ଡରେ ଡ୍ରେନ ଓ ରୋଡ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। 
ବର୍ଷାଋତୁ ସାରି ଆସୁଥିବାରୁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପକ୍କା ଡ୍ରେନ ଏବଂ ରୋଡ ନିର୍ମାଣ ପାଇଁ ଦୁଇ ପର୍ଯ୍ୟାୟରେ ୨୪ କୋଟି ୮୫ ଲକ୍ଷ ୨୯ ହଜାର ଟଙ୍କାର ଟେଣ୍ଡର ହୋଇଛି। 

ବିଏମ୍‌ସି ପକ୍ଷରୁ ୧୫୫୦ ଖାଦ୍ୟ ସୁରକ୍ଷା କାର୍ଡ ବଣ୍ଟନ

ବିଏମ୍‌ସି ପକ୍ଷରୁ ୧୫୫୦ ଖାଦ୍ୟ ସୁରକ୍ଷା କାର୍ଡ ବଣ୍ଟନ

ବ୍ରହ୍ମପୁର ଅଫିସ,୨୧ା୧୦-ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଚୟନ ହୋଇଥିବା ହିତାଧିକାରୀଙ୍କୁ  ଖାଦ୍ୟ ସୁରକ୍ଷା କାର୍ଡ ପ୍ରଦାନ କରାଯାଇଛି।