ବ୍ରହ୍ମପୁର

ସରକାରୀ ଆଇଟିଆଇକୁ ଅବହେଳାର ପ୍ରତିବାଦ: ଡିଏସ୍‌ଓର ବିକ୍ଷୋଭ ସମାବେଶ

ସରକାରୀ ଆଇଟିଆଇକୁ ଅବହେଳାର ପ୍ରତିବାଦ: ଡିଏସ୍‌ଓର ବିକ୍ଷୋଭ ସମାବେଶ
ବ୍ରହ୍ମପୁର ଅଫିସ,୧୮।୧୨- ଦେଶର ଦ୍ୱିତୀୟ ବୃହତ୍ତମ ତଥା ରାଜ୍ୟର ଅଗ୍ରଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ଭାବେ ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରତିଷ୍ଠା ଅର୍ଜନ କରିଛି। ଉନ୍ନତ ବୈଷୟିକ ଶିକ୍ଷାଦାନର ମାନ୍ୟତା ପାଇଛି। ତେବେ ଏଭଳି ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କୁ ନାମଲେଖାଠାରୁ ସାର୍ଟିଫିକେଟ ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଫଳରେ ଶିକ୍ଷାନୁଷ୍ଠାନରେ ଚାଲିଥିବା ବହୁ ଅବ୍ୟବସ୍ଥା ପଦାକୁ ଆସିଛି। ଏହାକୁ ଇସ୍ୟୁ କରି ଡିଏସଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବି ପୂରଣର ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଉକ୍ତ ଆଇଟିଆଇ ବହୁ ପୁରାତନ ତାଲିମ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ବେଳେ ଶିକ୍ଷାଦାନ ନିମିତ୍ତ ୯୦ ପ୍ରତିଶତ ପାର୍ଟଟାଇମ ଗେଷ୍ଟ ଇନଷ୍ଟ୍ରକ୍ଟର(ପିଜିଟିଆଇ)ଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। କିନ୍ତୁ ଗତ ନଭେମ୍ବର୨୭ ତାରିଖରୁ ପିଜିଟିଆଇ ଶିକ୍ଷକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଫଳରେ ପାଠ ପଢା ଠପ ହୋଇଯାଇଛି। ଅନ୍ୟପକ୍ଷରେ ଜାନୁୟାରୀ ୧୬ ତାରିଖରୁ ପ୍ରଥମ ଓ ତୃତୀୟ ସେମିଷ୍ଟାର ପରୀକ୍ଷା ହେବାକୁ ଥିବା ବେଳେ ଏଭଳି ଅବ୍ୟବସ୍ଥା ସମସ୍ୟା ସୃଷ୍ଟି କରିଛି। ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ଗତ ୨୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ଆଇଟିଆଇ ଫେଷ୍ଟିଭାଲ ଆୟୋଜନ କରିବାକୁ ନେଇଥିବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦେଖାଦେଇଛି। ୨୦ ଦିନ ଧରି ବନ୍ଦ ହୋଇଥିବା ପାଠପଢାକୁ ନିୟମିତ କରିବା ପାଇଁ ଆନ୍ଦୋଳନରତ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦିଗରେ ପଦକ୍ଷେପ ନ ନେଇ ଫେଷ୍ଟିଭାଲକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୋମବାର ଏହା ଆନ୍ଦୋଳନର ରୂପ ନେଇଛି। ପାଠ ପଢା ନିୟମିତ କରାଯିବା ସହ ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ରଙ୍କ ସମେତ ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ(ଡିଏସଓ)ର କର୍ମକର୍ତ୍ତାମାନେ ଆଇଟିଆଇ ଫାଟକ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଙ୍କ ଅଭିଯୋଗ ପ୍ରକାରେ, ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଛି। ଆବଶ୍ୟକ ସଂଖ୍ୟକ ଶୌଚାଳୟର ସୁବିଧା ନାହିଁ। ଆଡମିଶନ ସମୟରେ ଏସସି ଏସଟି ବର୍ଗର ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରାଯାଇ ତାହା ଫେରାଇବାକୁ କହି ବର୍ତ୍ତମାନ ସୁଦ୍ଧା ଫେରାଯାଇ ନାହିଁ। ୟୁନିଫର୍ମ ବାବଦକୁ ମଧ୍ୟ ୩ ହଜାର ଟଙ୍କା ବର୍ତ୍ତମାନ ସୁଦ୍ଧା ଫେରସ୍ତ କରାଯାଇ ନାହିଁ। ସାର୍ଟିଫିକେଟ ପାଇଁ ବହୁବାର ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ ତାହା ଦିଆଯାଉନାହିଁ। କମ୍ପ୍ୟୁଟର ଲ୍ୟାବରେ ବହୁ କମ୍ପ୍ୟୁଟର ଅଚଳ ହୋଇ ପଡିଛି। ଏ ନେଇ ଅଭିଯୋଗ କଲେ ବହିଷ୍କାର ଓ ପେପର ବ୍ୟାକ କରାଯିବ ବୋଲି ଧମକ ମିଳୁଛି। ଛାତ୍ରମାନେ କରିଥିବା ଏଭଳି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ତୁରନ୍ତ କ୍ଲାସ ଚାଲୁ କରିବାକୁ ଦାବି ହୋଇଛି। ପ୍ରସ୍ତାବିତ ଆଇଟିଆଇ ଫେଷ୍ଟିଭାଲକୁ ବାତିଲ କରିବା ଓ ଅନ୍ୟାନ୍ୟ ଦାବିଗୁଡିକ ପୂରଣ ଲାଗି ଡିଏସଓ ପକ୍ଷରୁ ଆନ୍ଦୋଳନ ସ୍ଥଳରେ ଦାବି କରାଯାଇଛି। ଖବରପାଇ ପୋଲିସ ଥାନା ଅଧିକାରୀ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପହଞ୍ଚି ବୁଝାଶୁଝା କରିଥିଲେ। ଅସ୍ଥାୟୀ ପିଜିଟିଆଇ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ବ୍ୟତୀତ ୭ ଦିନ ମଧ୍ୟରେ ଅନ୍ୟସମସ୍ତ ଦାବି ପୂରଣ କରିବା ନେଇ ଅନୁଷ୍ଠାନ କର୍ତ୍ତୃପକ୍ଷ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମିଳିବା ପରେ ଡିଏସଓ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଘୋଷଣା କରିଛି । ତେବେ ଆଗାମୀ ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଡିଏସଓ ନେତା ଚେତାବନୀ ଦେଇଛନ୍ତି।
All Right Reserved By

ବ୍ରହ୍ମପୁର

କାମ କରିବାକୁ ଆନ୍ଧ୍ର ଯାଇ ଯୁବକ ନିଖୋଜ

କାମ କରିବାକୁ ଆନ୍ଧ୍ର ଯାଇ ଯୁବକ ନିଖୋଜ

ଗଞ୍ଜାମ,୧୬।୧(ଡି.ଏନ.ଏ.)-ଗଞ୍ଜାମ ଥାନା ପୁରୁଣାବନ୍ଧ ଗ୍ରାମର ଜଣେ ଯୁବକ କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଏସ. କାଶୀନାଥ ରେଡ୍ଡୀ।  ଏ ନେଇ କାଶୀନାଥଙ୍କ ପୁଅ ଗୋପାଳ ବୁଧବାର ଗଞ୍ଜାମ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କାଶୀନାଥଙ୍କ ସହ ମିଶି କାମ କରିବାକୁ ଆନ୍ଧ୍ର ଯାଇଥିବା ଜଣେ ଯୁବକଙ୍କୁ ପୋଲିସ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ।  ଏତଲା ଅନୁଯାୟୀ କିଛିମାସ ହେବ କାଶୀନାଥ ଏବଂ ତାଙ୍କ ଗ୍ରାମର  ଅନ୍ୟ ଜଣେ ଯୁବକ ଆନ୍ଧ୍ରର ଏକ କାରଖାନାରେ କାମ କରିବାକୁ ଯାଇଥିଲେ।

ସଂଗ୍ରାମୀ ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ

ସଂଗ୍ରାମୀ ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ

ଛତ୍ରପୁର,୧୬।୧(ଡି.ଏନ.ଏ)- ଗଞ୍ଜାମ ଜିଲାସ୍ତରୀୟ ସଂଗ୍ରାମୀ  ଚକରା ବିଷୋୟୀଙ୍କ ଜୟନ୍ତୀ ସମାରୋହ ବୁଧବାର ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ରୟାଲ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ଚାମ୍ପିୟନ

ରୟାଲ କ୍ରିକେଟ କ୍ଲବ ହିଞ୍ଜିଳିକାଟୁ ଚାମ୍ପିୟନ

ହିଞ୍ଜିଳିକାଟୁ,୧୬।୧(ଡି.ଏନ୍‌.ଏ.)- ରୟାଲ କ୍ରିକେଟ କ୍ଲବ ପକ୍ଷରୁ ହିଞ୍ଜିଳିକାଟୁ କଲେଜ ଷ୍ଟାଡିୟମଠାରେ ଚାଲିଥିବା ଗୌତମ ଗୌଡ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ବୁଧବାର ଘରୋଇ ଦଳ ହିଞ୍ଜିଳିକାଟୁ ରୟାଲ କ୍ରିକେଟ କ୍ଲବ ଓ ପାନାସୋନିକ କ୍ରିକେଟ କ୍ଲବ ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍‌ ଜିଣି ଆସିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟରେ ୧୫୬ ରନ ସଂଗ୍ରହ କରିଥିଲା।

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଘଟଣା: ତାରାତାରିଣୀ ପୀଠ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ, ପଥରରେ ଛେଚି ହତ୍ୟା କରି ଫିଙ୍ଗିଥିଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୬।୧: ଗଞ୍ଜାମ ଜିଲା ତାରାତାରିଣୀ ଶକ୍ତି ପୀଠ ନିକଟସ୍ଥ ଜଙ୍ଗଲରୁ ବ୍ରହ୍ମପୁର ଗୋଶାଣୀନୂଆଗାଁ ଥାନା ସଦାନନ୍ଦ ବିହାର ୭ମ ଲେନରୁ ଅପହୃତା ଅଂଶୁମାନ ଆଚାର୍ଯ୍ୟ(୭)ଙ୍କ ମୃତଦେହ ବୁଧବାର ପୋଲିସ ଉଦ୍ଧାର କରିଛି। 

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ସ୍କୁଲରେ ଛାଡ଼ିବାକୁ ଯାଇ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ,୧୬ା୧: ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ଅଧିନସ୍ଥ ସଦାନନ୍ଦ ବିହାର ସପ୍ତମ ଲେନ୍‌ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ମଙ୍ଗଳବାର ସ୍ପଷ୍ଟ କରିଛି। ସମ୍ପୃକ୍ତ ଅଭିଯୁକ୍ତ ଦେବାଶିଷ ପଣ୍ଡାଙ୍କୁ ପୋଲିସ ଚିହ୍ନଟ କରିବା ପରେ ଥାନାକୁ ଆଣି ଅଟକ ରଖି କ୍ରମାଗତ ଜେରା କରୁଥିବା ଜଣାପଡିଛି। 

ପ୍ରଥମଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ପ୍ରଥମଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ: ଅଭିଯୁକ୍ତ ଅଟକ, ପୋଲିସର ତନାଘନା

ବ୍ରହ୍ମପୁର ଅଫିସ୍‌,୧୬ା୧-ବ୍ରହ୍ମପୁର ଗୋଷାଣୀନୂଆଗଁା ଥାନା ଅଧୀନ ସଦାନନ୍ଦ ବିହାର ସପ୍ତମ ଲେନ୍‌ର ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପୋଲିସ ମଙ୍ଗଳବାର ସ୍ପଷ୍ଟ କରିଛି। 

ନାବାଳିକା ମା’ ହେବା ଘଟଣା: ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା

ନାବାଳିକା ମା’ ହେବା ଘଟଣା: ପୀଡିତାଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା

ବ୍ରହ୍ମପୁର ଅଫିସ୍‌,୧୬ା୧-କନ୍ଧମାଳ ଜିଲାର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀ ମା’ ହେବା ଘଟଣାରେ ମଙ୍ଗଳବାର ବ୍ରହ୍ମପୁର ବଡ ମେଡିକାଲରେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଦୁଇ ଜଣିଆ ପ୍ରତିନିଧିତ୍ୱ ଦଳ ପହଞ୍ଚତ୍ ଚିକିତ୍ସାଧୀନ ପୀଡିତାଙ୍କୁ ଭେଟି ଆଲୋଚନା କରି ଫେରିଛନ୍ତି। 

ମାଓବାଦୀ ଠିକାଦାରଙ୍କ କ୍ୟାମ୍ପ ଧ୍ୱଂସ କରିବା ଘଟଣା:  ୭ ମିଲିସିଆ ଗିରଫ

ମାଓବାଦୀ ଠିକାଦାରଙ୍କ କ୍ୟାମ୍ପ ଧ୍ୱଂସ କରିବା ଘଟଣା: ୭ ମିଲିସିଆ ଗିରଫ

ଫୁଲବାଣୀ ଅଫିସ, ୧୬ା୧-କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ସୁଡ୍ରୁକୁମ୍ପା ଫାଣ୍ଡି ଅନ୍ତର୍ଗତ ପାତିଆମ୍ବା ଗ୍ରାମରେ ଜଣେ ଠିକାଦାରଙ୍କ କ୍ୟାମ୍ପକୁ ମାଓବାଦୀ ଧ୍ୱଂସ କରିବା ଘଟଣାରେ  ପୋଲିସ ୭ ଜଣଙ୍କୁ ଗିରଫ କରିଛି। 

ଚକାପାଦ ବ୍ଲକ: ୮୪ ଅଭିଯୋଗ ଶୁଣିଲେ ପିଡି

ଚକାପାଦ ବ୍ଲକ: ୮୪ ଅଭିଯୋଗ ଶୁଣିଲେ ପିଡି

ଶଙ୍କରାଖୋଲା,୧୬ା୧(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ବସ୍ତିଙ୍ଗିଆରେ ଥିବା ଚକାପାଦ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। 

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି

ଓଲଟିଲା କୁକୁଡ଼ା ବୋଝେଇ ଗାଡ଼ି

ମୋହନା,୧୬ା୧(ଡି.ଏନ.ଏ.)- ମୋହନା ଥାନା ଅନ୍ତର୍ଗତ କେନ୍ଦୁଘାଟି ବୁଲାଣିରେ କୁକୁଡା ବୋଝେଇ ଏକ ୪୦୭ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।

ଯୁବ, ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ

ଯୁବ, ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ

ଫୁଲବାଣୀ ଅଫିସ, ୧୬ା୧ -କନ୍ଧମାଳ ଜିଲା ଫୁଲବାଣୀ ଟାକ୍ସି ଷ୍ଟାଣ୍ଡ ସମ୍ମୁଖରେ ମଙ୍ଗଳବାର ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ମୋ ସୁରକ୍ଷା ମୋ ସ୍ବାକ୍ଷର ଆନ୍ଦୋଳନ କରାଯାଇଛି| 

ଜୁଆ ଆଡ୍ଡାରେ ଚଢ଼ାଉ, ୮ ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ, ୮ ଗିରଫ

ପୁରୁଷୋତ୍ତମପୁର,୧୫ା୧(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର  ପୋଲିସ ଆଇଆଇସି ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ସୋମବାର ରାତିରେ ଗୋପିଆପଲ୍ଲୀ ଗ୍ରାମ ନିକଟସ୍ଥ ଏକ କାଜୁ ତୋଟାରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୫ ହଜାର ୨ଶହ ଟଙ୍କା, ୯ଟି ବାଇକ୍‌, ୩ ସାଇକେଲ, ୫ ମୋବାଇଲ ଫୋନ୍‌କୁ ଜବତ କରାଯାଇଛି। ଏ ନେଇ ନଂ. ୯/୧୯ରେ ମାମଲା ରୁଜୁ ହୋଇଛି।