ବାଲେଶ୍ୱର

ଭତ୍ତାକୁ ଚାହିଁ ଆଖି ବୁଜିଲେ ଆବେଦନକାରୀ

ଭତ୍ତାକୁ ଚାହିଁ  ଆଖି ବୁଜିଲେ ଆବେଦନକାରୀ

ବନ୍ତ,୧୯। ୧୨- ଫର୍ମ ରହିଗଲା ଫାଇଲ ଭିତରେ । ଦୀର୍ଘ ଦିନ ହେବ ଭତ୍ତାକୁ ଅନାଇ ଅନାଇ ଆର ପାରିକୁ ଚାଲିଗଲେ ଆବେଦନକାରୀ ା ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ବନ୍ତ ପଞ୍ଚାୟତ ସମିତିରେ । ଟିଲୋ ପଞ୍ଚାୟତ ଶାଳକଣିଆ ଗ୍ରାମର ଧୃବ ଚରଣ ଯେନା । ବୟସ ତାଙ୍କର ୬୫ ବର୍ଷ ହେବ । ସେ ଜଣେ ଗରିବ ଭୂମିହୀନ ବ୍ୟକ୍ତି । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ଆବେଦନ କରିଆସୁଛନ୍ତି । ଗତ ମାର୍ଚ୍ଚ ମାସରେ ସେ ଟିଲୋ ପଞ୍ଚାୟତକୁ ପୁନଶ୍ଚ ଭତ୍ତା ପାଇଁ ଆବେଦନ କରିବା ପରେ ପଞ୍ଚାୟତ ପକ୍ଷରୁ ଉକ୍ତ ଆବେଦନ ଫର୍ମଟିକୁ ଗ୍ରହଣ କରାଯାଇ ବ୍ଲକକୁ ସୁପାରିଶ କରାଯାଇଥିଲା । ଏହା ମଧ୍ୟରେ ଦୀର୍ଘ ୧୦ ମାସ ବିତି ଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ଉକ୍ତ ଫର୍ମଟିକୁ ଜିଲା କାର୍ଯ୍ୟାଳୟକୁ ନ ପଠାଇ ବ୍ଲକରେ ପକାଇ ରଖିଥିଲେ । ଏନେଇ ଆବେଦକାରୀ ଜଣକ ବିଡିଓଙ୍କୁ ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ସାକ୍ଷାତ୍‌ କରି ଗୁହାରି କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ । ଶେଷରେ ଭତ୍ତାକୁ ଚାହିଁ ଚାହିଁ ୬୫ ବର୍ଷର ଏହି ବୃଦ୍ଧ ଆରପାରିକୁ ଚାଲିଗଲେ । ସେହିପରି ଟିଲୋ ସମେତ ବହୁ ପଞ୍ଚାୟତର ବୃଦ୍ଧାବୃଦ୍ଧମାନେ ଭତ୍ତା ପାଇବା ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ଫର୍ମ ଗୁଡିକ ଫାଇଲ ଭିତରେ ପଡି ରହିଛି । ବହୁ ଦୂରଦୂରାନ୍ତରୁ ଆବେଦନକାରୀ ମାନେ ପ୍ରତିଦିନ ଭତ୍ତା ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟ ଆସୁଥିବା ବେଳେ ବିଡିଓ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାର ଅଭିଯୋଗ ହେଉଛି । ଏସମ୍ପର୍କରେ ଭତ୍ତା ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀ କହନ୍ତି, ପଡି ରହିଥିବା ଭତ୍ତା ଫର୍ମ ଗୁଡିକରେ ବିଡିଓ ଦସ୍ତଖତ କରୁନାହାନ୍ତି । ସେଥିପାଇଁ ଭତ୍ତା ଫର୍ମ ଗୁଡିକ ପାସ୍‌ ହୋଇ ଜିଲା କାର୍ଯ୍ୟାୟକୁ ଯିବାରେ ବିଳମ୍ବ ହେଉଛି । ଅତିରିକ୍ତ ଦାୟିତ୍ୱରେ ଥିବା ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ପୁହାଣ କହିଥିଲେ ଯେ, ଜିଲାର ବିଭିନ୍ନ ବ୍ଲକରୁ ଭତ୍ତା ଫର୍ମ ଗୁଡିକ ଠିକ୍‌ ସମୟରେ ଆସୁଥିବା ବେଳେ ବନ୍ତ ବିଡିଓ ବହୁ ବିଳମ୍ବରେ ସେଗୁଡିକୁ ଜିଲା କାର୍ଯ୍ୟାଳୟକୁ ପଠାଉଛନ୍ତି । ଫଳରେ ହିତାଧିକାରୀ ମାନେ ଭତ୍ତା ପାଇବାରେ ବିଳମ୍ବ ହେଉଛି । ମଙ୍ଗଳବାର ଧ୍ରୁବ ଯେନାଙ୍କ ମୃତ୍ୟୁ ଖବର ପାଇ ଟିଲୋ ସରପଞ୍ଚ ନିହାରିକା ରାଉତ ସ୍ବର୍ଗତ ଯେନାଙ୍କ ବାସଭବନରେ ପହଞ୍ଚତ୍ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଶବ ଦାହ ନିମନ୍ତେ ପ୍ରଦାନ କରିଥିଲେ । ଭତ୍ତା ପାଇବାରୁ ବଞ୍ଚିତ ହୋଇ ମୃତ୍ୟୁ ବରଣ କରିଥିବା ଧ୍ରୁବ ଯେନାଙ୍କ ଘଟଣାରେ ବ୍ଲକ ପ୍ରଶାସନର ସ୍ଥାଣୁତା ଉପରେ କ୍ଷୋଭ ପ୍ରକାଶ କରିଥିଲେ ।

All Right Reserved By

Model This Week

ନିକିତା

ବାଲେଶ୍ୱର

ଭ୍ୟାନ୍‌ ଧକ୍କାରେ ଯୁବକ ମୃତ, ରାସ୍ତାରୋକୋ

ତିହିଡ଼ି,୨୦।୪(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ରାଜନଗର ପଞ୍ଚାୟତ ବାହାରପାଳ ଗ୍ରାମର ସାଗର ପଲାଇ(୨୬) ନାମକ ଜଣେ ଯୁବକଙ୍କ ଏକ ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଆକ୍ରୋଶର ଶିକାର ଛାତ୍ର

ଚମ୍ପୁଆ,୨୦।୪(ଡି.ଏନ.ଏ): ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁଅକୁ ଅନ୍ୟତ୍ର ପଢାଇବା ଲାଗି ବିଦ୍ୟାଳୟରୁ ସ୍କୁଲ ଲିଭିଂ ସାର୍ଟିଫିକେଟ ନ ପାଇ ବାପା ହତାସ ହୋଇ ଶେଷରେ ଚମ୍ପୁଆ ଉପଜିଲାପାଳ ପାରୁଲ ପଟାୱରିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଦ୍ୟାଳୟକୁ ୨ଥର ଯାଇ ସାର୍ଟିଫିକେଟ ପାଇଁ ସେ ବିନୟ ହୋଇଥିଲେ। ବିଦ୍ୟାଳୟ ପକ୍ଷରୁ ସାର୍ଟିଫିକେଟ ଦିଆଯାଇ ପାରିବ ନାହିଁ କୁହାଯାଉଥିବା ସେ ଅଭିଯୋଗ କରିଛନ୍ତି।

ବିନା ଭିଏଲଏଲ ଚୟନ କାମକୁ ବିରୋଧ

ଚମ୍ପୁଆ,୨୦।୪(ଡି.ଏନ.ଏ): ଚମ୍ପୁଆ ବ୍ଲକ କରିଆ ପଞ୍ଚାୟତରେ ଭିଏଲଏଲ ଚୟନ ନ କରି ମନମୁଖି କାର୍ଯ୍ୟ ପ୍ରତିବାଦରେ ପଞ୍ଚାୟତବାସୀ ବ୍ଲକ ଉନ୍ନୟନ ଅଧିକାରୀ ଓ ଚମ୍ପୁଆ ଉପଜିଲାପାଳ ପାରୁଲ ପଟାୱରୀଙ୍କ ଦ୍ୱାରସ୍ତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଚଳିତ ଫେବୃୟାରୀରେ ଭିଏଲଏଲ ଚୟନ କରାଯିବାର ନିୟମ ରହିଥିଲେ ହେଁ ଉକ୍ତ ନିୟମକୁ ବେଖାତିର କରାଯାଇଛି।

୪୦ ବସ୍ତା ପିଡିଏସ୍‌ ଚାଉଳ ପୋଡିଗଲା

୪୦ ବସ୍ତା ପିଡିଏସ୍‌ ଚାଉଳ ପୋଡିଗଲା

ଭୋଗରାଇ, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୋହରିଆ ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମ ଗୃହରେ ବିଦ୍ୟୁତ ସର୍ଟସର୍କିଟ ହୋଇ ୪୦ ବସ୍ତା ପିଡିଏସ୍‌ ଚାଉଳ ପୋଡିଯାଇଛି।

ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

ଭଣ୍ଡାରିପୋଖରୀ,୨୦।୪(ଡି.ଏନ.ଏ.)-ଆଖୁଆପଦା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

‘ବାଜି ରାଉତ, ଧର୍ମପଦଙ୍କ ଭଳି ନିଷ୍ଠାପର ହୁଅ’

‘ବାଜି ରାଉତ, ଧର୍ମପଦଙ୍କ ଭଳି ନିଷ୍ଠାପର ହୁଅ’

କେନ୍ଦୁଝର, ୨୦। ୪(ସ୍ବ.ପ୍ର.): ବୁଧବାର ସ୍ଥାନୀୟ ଡିଏଭି ପବ୍ଲିକ ସ୍କୁଲର ୩୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଶାଖାର ନିର୍ଦ୍ଦେଶକ ପ୍ରଫେସର ଅନାଦି ଚରଣ ଗଁ।ଣ ଯୋଗଦେଇ ଜୀବନରେ ଭଲ ମଣିଷ ହେବା ସହ ବାଜିରାଉତ ଓ ଧର୍ମପଦଙ୍କ ଭଳି ଛାତ୍ରୀଛାତ୍ରଙ୍କୁ ତ୍ୟାଗନିଷ୍ଠ ହେବା ପାଇଁ ପରାମର୍ଶ ଦେଇଥିଲେ।

ଜମି ଅଧିଗ୍ରହଣ ଲାଗି ଚାଷୀଙ୍କୁ ନୋଟିସ

ଜମି ଅଧିଗ୍ରହଣ ଲାଗି ଚାଷୀଙ୍କୁ ନୋଟିସ

ଝୁମ୍ପୁରା,୨୦।୪(ଡି.ଏନ.ଏ.)-କାନପୁର ବୃହତ ଜଳସେଚନ ପ୍ରକଳ୍ପର ଏକ ଶାଖା କେନାଲ ଖୋଳାଯିବା ପାଇଁ ୨୦୧୬ରୁ ଝୁମ୍ପୁରା ଖମାର (ଚାଷକ୍ଷେତ)ର ସର୍ଭେ କାମ ସରିଥିଲା। ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉ ନ ଥିବାରୁ ଚାଷୀମାନେ କେନାଲ ନିର୍ମାଣ ପ୍ରସଙ୍ଗ ନେଇ ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ।

‘ଜଗନ୍ନାଥ ପାଣି ଥିଲେ ଲୋକନାଟକର ଆଦ୍ୟ ଓଁକାର’

ଭଦ୍ରକ ଅଫିସ,୨୦।୪- ଲୋକକବି ଜଗନ୍ନାଥ ପାଣି ଓଡିଆ ଲୋକ ନାଟକ ତଥା ଗୀତିନାଟକ ରଚନା କ୍ଷେତ୍ରରେ ପ୍ରଦର୍ଶନ କରିଥିବା ସୃଜନଶୀଳ ପ୍ରତିଭା ଅନୁଳନୀୟ ।

‘ମୋଗଲ ତାମସା ଏକ ଅନନ୍ୟ ସୃଷ୍ଟି’

ଭଦ୍ରକ ଅଫିସ,୨୦।୪- ଭୁବନେଶ୍ୱର ବାପୁଜୀ ନଗର ଝରଣାସାହି ମହୋତ୍ସବରେ ପରିବେଷିତ ଭଦ୍ରକର ପ୍ରସିଦ୍ଧ ମୋଗଲ ତାମସା ଉଚ୍ଚ ପ୍ରଶଂସିତ ହୋଇଛି।

ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବତନ୍ତ୍ର ତାଲିମ

ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସ୍ବତନ୍ତ୍ର ତାଲିମ

ଭଦ୍ରକ ଅଫିସ,୨୦।୪- ଭଦ୍ରକ ସହରରେ ଥିବା ସମସ୍ତ ବିୟୁଟିପାର୍ଲର କର୍ମକର୍ତ୍ତାଙ୍କୁ ନେଇ ଏକ ହୋଟେଲ ସମ୍ମିଳନୀ କକ୍ଷ ପରିସରରେ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବଜ୍ରପାତଜନିତ ଅଗ୍ନିକାଣ୍ଡ

ବଜ୍ରପାତଜନିତ ଅଗ୍ନିକାଣ୍ଡ

ଖଇରା,୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରଖିଆ ଗ୍ରାମରେ ଗୁରୁବାର ରାତିରେ ବଜ୍ରପାତ ହୋଇ ଅଗ୍ନିକାଣ୍ଡ ଘଟି ଶୁଳିଚରଣ ସେଣ୍ଢଙ୍କର ଘର ପୋଡିଯାଇଛି।

ମାର୍କେଟ କମ୍ପ୍ଲେକ୍ସ ଗୃହ ଭୁଶୁଡିବା ଘଟଣାର ତଦନ୍ତ

ଆରଡି, ୨୦।୪ (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ନିର୍ମିତ ହୋଇଥିବା ନୂଆ ମାର୍କେଟ କମ୍ପ୍ଲେକ୍ସ ଗୃହ ଗୁରୁବାର ଭୁଶୁଡି ପଡିଥିଲା ।