ବାଲେଶ୍ୱର

ଜନଜାତି କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

 ଜନଜାତି କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ
ଭଞ୍ଜକିଆ,୧୯ା୧୨(ଡି.ଏନ.ଏ.)- ରରୁଆଁ ବ୍ଳକ୍‌ ପ୍ରଶାସନ ତରଫରୁ ସ୍ଥାନୀୟ ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ଦିନିଆ ଜନଜାତି ବର୍ଗର କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ପୁରସ୍କାର ବିତରଣୀ ସଭାରେ ବିଡିଓ ଜୟଶ୍ରୀ ବେଉରା ସଭାପତିତ୍ୱ କରିଥିବା ବେଳେ ବ୍ଳକ ଅଧ୍ୟକ୍ଷା ପଙ୍କଜିନୀ ନାୟକ ମୁଖ୍ୟଅତିଥି, ସମ୍ମାନିତ ଅତିଥିରୂପେ ଜିଲା ପରିଷଦ ସଭ୍ୟ ପରମେଶ୍ୱର ନାୟକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଭ୍ୟ ଗୋଲକ ବିହାରୀ ନାୟକ ଓ ଗୋପୀନାଥ ମୁଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଯୋଗେନ୍ଦ୍ରନାଥ ମହାନ୍ତ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜନଜାତିମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଲାଗି ସିନିୟର, ଜୁନିୟର ଏବଂ ସବ୍‌ ଜୁନିୟର ବିଭାଗରେ ଉଭୟ ବାଳକ ଓ ବାଳିକାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଲକ୍‌ର ସମସ୍ତ କ୍ଲଷ୍ଟର ଓ ମହାବିଦ୍ୟାଳୟରୁ ଜନଜାତି ବର୍ଗର ପ୍ରାୟ ୧ହଜାର ଛାତ୍ରୀଛାତ୍ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଜୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭାଗ ତରଫରୁ ବଣ୍ଟାଯାଇଥିବା ପ୍ରଚାର ପତ୍ରରେ ବ୍ଳକ୍‌ସ୍ତରୀୟ କ୍ରୀଡାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର ସ୍ବରୂପ ନଗଦ ଅର୍ଥ ରାଶି ପ୍ରଦାନ କରାଯିବାକୁ ଉଲ୍ଲେଖ ରହିଛି। ମାତ୍ର ଏଠାରେ ପ୍ରମାଣପତ୍ର ବ୍ୟତୀତ କାହାରିକୁ ନଗଦ ପୁରସ୍କାର ଦିଆଯାଇନାହିଁ। ଏସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ଏହା ଭୁଲ୍‌ ଛପାଯାଇଛି। ବ୍ଳକ୍‌ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ପୁରସ୍କାର ରାଶି(ଟଙ୍କା) ପ୍ରଦାନ ବ୍ୟବସ୍ଥା ରଖାଯାଇନାହିଁ ବୋଲି ପ୍ରକାଶ କରିଥିଲେ।
All Right Reserved By

ବାଲେଶ୍ୱର

ନବ ବିବାହିତ ଦମ୍ପତ୍ତିଙ୍କ ବିଷ ପିଇ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନବ ବିବାହିତ ଦମ୍ପତ୍ତିଙ୍କ ବିଷ ପିଇ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଧାମନଗର, ୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମର ନବବିବାହିତ ଦମ୍ପତ୍ତି ଧର୍ମେନ୍ଦ୍ର ତ୍ରିପାଠି ଏବଂ ପୁର୍ଣ୍ଣିମା କୌଣସି କାରଣକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ବିଷ ପିଇଥିଲେ।

ଚାଷ ଜମିରେ ପତାକା ଉତ୍ତୋଳନ

ଚାଷ ଜମିରେ ପତାକା ଉତ୍ତୋଳନ

କେନ୍ଦୁଝର, ୧୬।୮(ସ୍ବ.ପ୍ର.): ସଦର ବ୍ଲକ ଘୁଟୁରୁ ଗ୍ରାମରେ ଚାଷ ଜମିରେ ଭାରତ ମାନଚିତ୍ର ଆକୃତିର ଧାନ ଚାଷ କରିଥିବା ଗଜେନ୍ଦ୍ର ଦାସଙ୍କ ଜମିରେ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ଭାରତ ଏକ କୃଷି ଭିତିକ ଦେଶ। କୃଷକମାନେ ଦେଶର ମେରୁଦଣ୍ଡ। କୃଷକମାନେ ନିଜ କ୍ଷେତରେ ଫସଲ ଚାଷ କରିବା ସହ ପତ୍ତାକା ଉତୋଳନ କରି ସ୍ବାଧୀନତା ଦିବସ ପାଳନ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀଧର ଜେନା ଯୋଗ ଦେଇଥିଲେ। 

ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ

ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ

ପଦ୍ମପୁର,୧୭।୮(ଡି.ଏନ.ଏ)-ଭଦ୍ରକ ବ୍ଲକ ଅଧୀନ ସାହାଡ଼ା ବଜାରରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ହୋଇଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି।  ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ବ୍ୟାଙ୍କ ପଛପଟ ଝରକା ଭାଙ୍ଗି ଭିତରକୁ ପଶିଥିଲେ। ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଭାଙ୍ଗିଦେଇ ଷ୍ଟ୍ରଙ୍ଗରୁମରେ ପଶିବାକୁ ଚେଷ୍ଟା କରି ଜିନିଷପତ୍ର ଏଣେତେଣେ ଫିଙ୍ଗି ଦେଇଥିଲେ। 

ନଦୀ ଧୋଇ ନେଉଛି ବିକାଶ

ନଦୀ ଧୋଇ ନେଉଛି ବିକାଶ

ଭଣ୍ଡାରିପୋଖରୀ,୧୭।୮(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଏକ ଦୁର୍ଗମ ଅବହେଳିତ ଗଁା ମହେଶପୁର। ବୈତରଣୀ ନଦୀ କୂଳ ଅଞ୍ଚଳରେ ଥିବା ଏହି ଗଁା ଅଧିକାଂଶ ବର୍ଷ ବନ୍ୟା ଯୋଗୁ ପ୍ରଭାବିତ ହୋଇଥାଏ। ପାଣିରେ ରାସ୍ତା ବୁଡି ଲୋକଙ୍କ ଘରେ ପଶେ। ଗଁାକୁ ଥିବା ମାଟି ରାସ୍ତା ବର୍ଷାଦିନେ କାଦୁଅ ହୋଇପଡ଼େ। ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। 

ତହସିଲଦାରଙ୍କୁ  ଦୁର୍ବବ୍ୟବହାର ଅଭିଯୋଗ

ତହସିଲଦାରଙ୍କୁ ଦୁର୍ବବ୍ୟବହାର ଅଭିଯୋଗ

ବଡ଼ସାହି,୧୭ା୮(ସ୍ବ.ପ୍ର)-ଟ୍ରାନଜିଟ ପାସ ନ ମିଳିବାରୁ ବଡ଼ସାହି ତହସିଲଦାରଙ୍କୁ ୩ଜଣ ଯୁବକ ଦୁର୍ବବ୍ୟହାର କରିବା ସହ ଆକ୍ରମଣ ଉଦ୍ୟମ କରିଥିବା ନେଇ ବଡ଼ସାହି ଥାନାରେ ଏକ ମାମଲା ରୁଜୁ  ହୋଇଛି ା ଅଭିଯୁକ୍ତମାନେ ହେଲେ  ବେଲପାଳ ଗ୍ରାମ ବାଲି ଖାଦାନ ଲିଜଧାରୀ ସୁଶାନ୍ତ ନାୟକ, ଭାଇ ଅମୀର ନାୟକ ଓ ସପନ ା ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା (ନଂ ୧୧୭/୧୮) ରୁଜୁ କରି ତଦନ୍ତ ଜାରି ରଖିଛି ା 

ସାର୍ଟିଫିକେଟ ନ ମିଳିବା ଯାଏ  ଆନ୍ଦୋଳନ

ସାର୍ଟିଫିକେଟ ନ ମିଳିବା ଯାଏ ଆନ୍ଦୋଳନ

ରାଇରଙ୍ଗପୁର, ୧୭ା୮ (ଡି.ଏନ୍‌.ଏ.)- ରାଇରଙ୍ଗପୁର ଆଇଟିଡିଏ ସଂସ୍ଥା ପକ୍ଷରୁ ୩୧ ଜଣ ଆଦିବାସୀ ଛାତ୍ରୀଙ୍କୁ ମାଗଣାରେ ନର୍ସିଂ ଏବଂ ଜିଏମଏମ୍‌  ପାଠ ପଢା ସକାଶେ ଗତ ୨୦୧୩-୧୪ ମସିହାରେ ଭୁବନେଶ୍ୱରସ୍ଥିତ ୨ଟି ଶିକ୍ଷାନୁଷ୍ଠାନକୁ  ପଠାଯାଇଥିଲା। ମାତ୍ର ୪ ବର୍ଷ ବିତିଯିବା ସତ୍ତ୍ୱେ ସେମାନଙ୍କୁ ଅଦ୍ୟାବଧି  ସାର୍ଟିଫିକେଟ ମିଳି ପାରୁ ନାହିଁ।  ତୁରନ୍ତ ସାର୍ଟିଫିକେଟ ପ୍ରଦାନ ସକାଶେ  ଗୁରୁବାର ସମ୍ପୃକ୍ତ  ଛାତ୍ରୀମାନେ ସ୍ଥାନୀୟ ରାଇରଙ୍ଗପୁର ଆରଟିଡିଏ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ତାଲା ବନ୍ଦ କରି ଆନ୍ଦୋଳନ କରିବା ସହ ଧାରଣା ଦେଇଥିଲେ।

ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର ଅଫିସ/ବସ୍ତା(ସ୍ବ.ପ୍ର.), ୧୭।୮-ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ବାଲେଶ୍ୱର ଭାଜପା କାର୍ଯ୍ୟାଳୟ ପରିସରରେ ଗୁରୁବାର ଜିଲାସଭାପତି ମଦନ ମୋହନ ଦତ୍ତଙ୍କ ନେତୃତ୍ୱରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏଥିରେ ବହୁ ଭାଜପା ବରିଷ୍ଠ ନେତୃବର୍ଗ ଓ କର୍ମୀ ଯୋଗ ଦେଇଥିଲେ। ବାଜପେୟୀଙ୍କ ମୃତ୍ୟୁରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା କେବେ ବି ପୂରଣ ହୋଇପାରିବ ନାହଁି ବୋଲି ବାଲେଶ୍ୱର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ପ୍ରକାଶ କରିଛନ୍ତି। ବରିଷ୍ଠ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ଲକ୍ଷ୍ମୀକାନ୍ତ ସରକାର, ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ବାଜପେୟୀଙ୍କ ଦେହାନ୍ତରେ ଶୋକ ପାଳନ ସହ ଅମର ଆମତ୍ାର ସଦ୍‌ଗତି କାମନା କରିଛନ୍ତି ା ବସ୍ତା ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ଶୋକସଭା ବରିଷ୍ଠ ନେତା ଶ୍ୟାମାପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା। 

ରେଳ ଷ୍ଟେଶନରୁ ଟିକେଟ ଦଲାଲ ଗିରଫ

ରେଳ ଷ୍ଟେଶନରୁ ଟିକେଟ ଦଲାଲ ଗିରଫ

ବାଲେଶ୍ୱର ଅଫିସ,୧୭।୮-ବାଲେଶ୍ୱର ରେଳଷ୍ଟେଶନରୁ ଗୁରୁବାର ମଧ୍ୟାହ୍ନ ସମୟରେ ଜଣେ ଟିକେଟ ଦଲାଲଙ୍କୁ ଖଡଗପୁର ଆର୍‌ପିଏଫ୍‌ କ୍ରାଇମବ୍ରାଞ୍ଚ ଗିରଫ କରିଛି। ତାଙ୍କଠାରୁ କିଛି ଟିକେଟ ସହ ଟଙ୍କା ମଧ୍ୟ ଜବତ କରି ବାଲେଶ୍ୱର ଆର୍‌ପିଏଫ୍‌ ଥାନାରେ ଜମା ଦେଇଛନ୍ତି। 

କୃଷି ସାଧନ କେନ୍ଦ୍ର  ଲୋକାର୍ପିତ

କୃଷି ସାଧନ କେନ୍ଦ୍ର ଲୋକାର୍ପିତ

ଖଇରା, ୧୬।୮(ଡି.ଏନ.ଏ.)-ଖଇରା ସଞ୍ଚୟିକା ମହାସଂଘ ଓ ଓଡିଶା ଜୀବିକା ମିଶନର ମିଳିତ ସହଯୋଗରେ ଖଇରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ସାଧନ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। 

ଚୋରା ମଦ ବେପାରୀ ଗିରଫ

ଚୋରା ମଦ ବେପାରୀ ଗିରଫ

ବାଲେଶ୍ୱର ଅଫିସ,୧୬।୮-ବାଲେଶ୍ୱର ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗୁରୁବାର ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଖାନ୍‌ନଗର ଛକ ନିକଟରେ ଚଢ଼ାଉ କରି ଏକ ଟେମ୍ପୋରୁ ୪୨୦ ଲିଟର ମଦ ଜବତ କରିବା ସହ ଡ୍ରାଇଭର ଚିତ୍ତରଞ୍ଜନ ଦାସଙ୍କୁ ଗିରଫ କରିଛନ୍ତି। 

ଗୋଟିଏ ରାତିରେ ମନ୍ଦିର ସମେତ ୩ ସ୍ଥାନରୁ ଚୋରି

ଗୋଟିଏ ରାତିରେ ମନ୍ଦିର ସମେତ ୩ ସ୍ଥାନରୁ ଚୋରି

ବନ୍ତ,୧୬।୮(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ବୁଧବାର ଗୋଟିଏ ରାତିରେ ୩ଟି ଚୋରି ଘଟଣା ଘଟିଥିବା ଥାନାରେ ଅଭିଯୋଗ ହୋଇଛି। ନିମାପଡ଼ା କପାଳୀକ୍ଷେତ୍ରସ୍ଥିତ ଜଗନ୍ନାଥ ମନ୍ଦିରରୁ ଦୁବୃର୍ତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି।