ବାଲେଶ୍ୱର

ସଚିବଙ୍କ ଖୁଣ୍ଟା , ଗୋପବନ୍ଧୁନଗର ବ୍ଲକ ଗସ୍ତ

  ସଚିବଙ୍କ ଖୁଣ୍ଟା , ଗୋପବନ୍ଧୁନଗର ବ୍ଲକ ଗସ୍ତ
ଖୁଣ୍ଟା, ୧୯ା୧୨ (ଡି.ଏନ୍‌.ଏ.)- ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳକୁ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଚାନକ ଗସ୍ତ କରି ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି ା ଅପରାହ୍ନରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟସଚିବ ଜିଭି ଶର୍ମା, ଜିଲାପାଳ ସୁରେନ୍ଦ୍ର ନାଥ ମିନା, ଡିପିସି ବିବେକାନନ୍ଦ ସାହୁ, ପ୍ରଥମେ ଖୁଣ୍ଟା ବ୍ଲକ ଅଧୀନ ଡୁକୁରା ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନିରାମୟ ଓ ଔଷଧ ବଣ୍ଟନ ପରିଦର୍ଶନ କରିବା ସହିତ ଡାକ୍ତର ଓ ରୋଗୀଙ୍କ ସହିତ ଆଲୋଚନା କରିଥିଲେ। ତତ୍‌ପରେ କରକିଚିଆ ଗ୍ରାମ ପଞ୍ଚାୟତ କାଇାଣିଦାସ ଖୁଣ୍ଟା ଗ୍ରାମ, ଟିକରପଡ଼ା ଗ୍ରାମ ଓ ନାଗପାଳ ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ପାଣିଦାସ ୟୁଜିଏମ୍‌ଇ ବିଦ୍ୟାଳୟକୁ ଯାଇ କେତେକ ଅନିୟମିତତାକୁ ନେଇ ଚାରିଜଣ ଶିକ୍ଷୟିତ୍ରୀଙ୍କର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ତ୍‌ପରେ ଗୋପବନ୍ଧୁ ନଗର ବ୍ଲକ ଅଧୀନ ଖୁଣ୍ଟା ଲ୍ୟାମ୍ପସ୍‌କୁ ଯାଇ କୃଷକମାନଙ୍କୁ ସହଜରେ ଧାନ ବିକ୍ରୟ ଟଙ୍କା ସିଧାସଳଖ ନିଜ ଜମାଖାତାରୁ ଉଠାଇବା ପାଇଁ କିଷାନ ରୂପେ କାର୍ଡ଼ ବଣ୍ଟନ କରିଥିଲେ । ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଯାଇ ଶିକ୍ଷକ ଓ ଅନ୍ତେବାସୀ ଛାତ୍ରୀମାନଙ୍କୁ ସମସ୍ୟା ପଚାରି ବୁଝିଥିଲେ। ସେହିପରି ରାଣିବନ୍ଧ ଗ୍ରାମ ପଞ୍ଚାୟତର ଛୁରୁଣି ଗ୍ରାମରେ ପହଞ୍ଚି ନିୟମିତ ଭାବେ ୟୁଜର ଫିସ୍‌ ପ୍ରଦାନ ନ କଲେ ଯୋଗାଣ ପାଣି ବନ୍ଦ ହେବ ବୋଳି ସୂଚନା କହିଥିଲେ।
All Right Reserved By

ବାଲେଶ୍ୱର

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ବଡ଼ସାହି, ୧୫।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଖାନୁଆ ଗ୍ରାମ ବାଥୁଡ଼ିସାହିର ଜଣେ ମହିଳା ସୋମବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସାବିତ୍ରୀ ନାଏକ(୪୫)। 

ବିଦ୍ୟୁତ୍‌  ତାର ସଂସ୍ପର୍ଶରେ ହାଇଓ୍ବା ଚାର୍ଜ, ଡ୍ରାଇଭରଙ୍କ ଜୀବନ ଗଲା

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାଇଓ୍ବା ଚାର୍ଜ, ଡ୍ରାଇଭରଙ୍କ ଜୀବନ ଗଲା

ବଡ଼ବିଲ,୧୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ଆର୍‌ପି ସାଓ ଖଣି ନିକଟରେ ରବିବାର ବିଳମ୍ବିତ ରାତିରେ  ଦୁର୍ଘଟଣା    ଘଟିଛି। 

ବିଷ ପିଇଲେ ଗର୍ଭବତୀ ନାବାଳିକା

ବିଷ ପିଇଲେ ଗର୍ଭବତୀ ନାବାଳିକା

ବାସୁଦେବପୁର, ୧୫।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ନାବାଳିକାଙ୍କୁ ଗର୍ଭବତୀ କରି ପରେ ପ୍ରତାରଣା କରିଥିଲେ।

ବିନିଦାଠାରେ ‘ନୂଆଁଖାଇ ଭେଟଘାଟ୍‌’

ବିନିଦାଠାରେ ‘ନୂଆଁଖାଇ ଭେଟଘାଟ୍‌’

କେନ୍ଦୁଝର, ୧୫ା୧୦(ସ୍ବ.ପ୍ର): କେନ୍ଦୁଝର ଜିଲାର ଘଟଗଁା ବ୍ଲକ ବିନିଦାଠାରେ ଅଖିଳ ଭାରତୀୟ ଗେଁାଣ୍ଡୱାନା ଗେଁାଣ୍ଡ ମହାସଭା ତରଫରୁ ‘ନୂଆଖାଇ ଭେଟଘାଟ୍‌’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିନିଦା ପଲ୍ଲୀ ଆୟୋଜନ ସମିତିର ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର

ପାଟଣା, ୧୫।୧୦(ସ୍ବ.ପ୍ର.): ପାଟଣା  ବ୍ଲକ ଚାକୁଣ୍ଡାପାଳ ପଞ୍ଚାୟତ ଯୋଡିଚାତର ଗ୍ରାମ ବାଲି ସାହିର ମନମୋହନ ନାଏକଙ୍କ ଗୃହ ରବିବାର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଲଗାଣ ବର୍ଷା ହୋଇଥିଲା। ମନମୋହନଙ୍କ  ଘରୁ ପାଣି ଗଳି ମାଟି କାନ୍ଥ ଭୁଶୁଡି ଯାଇଥିଲା। ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। 

ଶାଳକଙ୍କୁ ହତ୍ୟା ଘଟଣା: ମାରଣାସ୍ତ୍ର ଜବତ, ଜେଲ୍‌ ଗଲେ ମୁଖ୍ୟ ଅଭିଯୁକ୍ତ

ଶାଳକଙ୍କୁ ହତ୍ୟା ଘଟଣା: ମାରଣାସ୍ତ୍ର ଜବତ, ଜେଲ୍‌ ଗଲେ ମୁଖ୍ୟ ଅଭିଯୁକ୍ତ

ଭଦ୍ରକ ଅଫିସ,୧୫।୧୦-ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ସଇଦାବାଦ ଗାଁରେ ଶନିବାର ଶାଳକଙ୍କୁ ହତ୍ୟା କରିବା ଘଟଣାରେ ପୋଲିସ ଅଭିଯୁକ୍ତ ଭିଣୋଇ ଶେଖ୍‌ ସାଦିକ୍‌ଙ୍କୁ ଗିରଫ କରିବା ପରେ ଅଧିକ ତଦନ୍ତ ଚଳାଇ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଖଣ୍ଡାକୁ ଏକ ବୁଦାରୁ  ଜବତ କରିଛି। ଅଭିଯୁକ୍ତ ସାଦିକ୍‌ଙ୍କୁ କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ଭୁଲ୍‌ ଚିକିତ୍ସା ଯୋଗୁ ବାଳକ ମୃତ

ଚାନ୍ଦବାଲି,୧୫।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଜଳେଶ୍ୱରପୁର ପଞ୍ଚାୟତ ବଇଦ ପୋଖରୀ ଗଁାର ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ଭୁଲ୍‌ ଇଞ୍ଜେକ୍ସନ ପାଇଁ ବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ ମତୋ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି।

ଫୁଲୁଛି ଗମେଇ ନଦୀ: ବୁଡ଼ିଛି ଶତାଧିକ ହେକ୍ଟର ଚାଷଜମି

ଫୁଲୁଛି ଗମେଇ ନଦୀ: ବୁଡ଼ିଛି ଶତାଧିକ ହେକ୍ଟର ଚାଷଜମି

ବାସୁଦେବପୁର,୧୫।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ମଧ୍ୟଦେଇ ପ୍ରବାହିତ ହୋଇଥିବା ଗମେଇ ନଦୀ ଗତ ୨ଦିନ ଧରି ଫୁଲିବାରେ ଲାଗିଛି। ଫଳରେ ନଦୀକୂଳିଆ ଅଞ୍ଚଳରେ ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। କାଂଶବାଂଶ ନଦୀର ଶାଖାନଦୀ ଭାବେ ପରିଚିତ ଗମେଇ ନଦୀ ଦେଇ ବାସୁଦେବପୁର, ସୋର, ସିମୁଳିଆ ବ୍ଲକ ଅଞ୍ଚଳର ବଳକା ବର୍ଷାପାଣି ସହିତ ଉପରମୁଣ୍ଡର ବର୍ଷାପାଣି ସିଧାସଳଖ ବଙ୍ଗୋପସାଗରକୁ ନିଷ୍କାସିତ ହୋଇଥାଏ। 

ଚୋରାମଦ ବେପାରୀଙ୍କୁ ଛେଚିଲେ ମହିଳା: ବାଇକ୍‌ ଓ ମଦବୋତଲ ଭାଙ୍ଗିଲେ

ଚୋରାମଦ ବେପାରୀଙ୍କୁ ଛେଚିଲେ ମହିଳା: ବାଇକ୍‌ ଓ ମଦବୋତଲ ଭାଙ୍ଗିଲେ

ଚାନ୍ଦବାଲି/ପଦ୍ମପୁର,୧୫।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ କରଣପଲ୍ଲୀ ଛକଠାରେ ଜଣେ ଚୋରାମଦ ବେପାରୀଙ୍କୁ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଡ଼ ମାରିଛନ୍ତି। ଏଥିସହ ତାଙ୍କ ବାଇକ୍‌ ଓ ମଦ ବୋତଲ ଭାଙ୍ଗି ଦେଇଛନ୍ତି।

ସମନ୍ବୟ ରହିଲେ ଆସିବ କୃଷି ବିକାଶ

ସମନ୍ବୟ ରହିଲେ ଆସିବ କୃଷି ବିକାଶ

ବାରିପଦା ଅଫିସ,୧୫।୧୦- ପୁରୁଣା ଓ ଆଧୁନିକ କୃଷି ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରାଗଲେ କୃଷି କ୍ଷେତ୍ରରେ ପ୍ରକୃତ ବିକାଶ ଆସିପାରିବ। ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସମ୍ବଳର ଉପଯୁକ୍ତ ବିନିଯୋଗ, ଆନୁଷଙ୍ଗିକ କୃଷିର ବିକାଶ ଏବଂ ମହିଳା ଚାଷୀଙ୍କୁ ପ୍ରଶିକ୍ଷିିତ କରାଗଲେ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ବାରିପଦା ବ୍ଲକ ବଡଯୋଡ ଠାରେ ଆୟୋଜିତ କୃଷି ଯନ୍ତ୍ରପାତି ବ୍ୟବହାର ମେଳାରେ ଗୁରୁତ୍ୱାରୋପ କରାଯାଇଛି। 

ପରଲୋକରେ କବି ପ୍ରଶାନ୍ତ ବେହେରା

ପରଲୋକରେ କବି ପ୍ରଶାନ୍ତ ବେହେରା

କପ୍ତିପଦା,୧୫ା୧୦(ଡି.ଏନ.ଏ.)- ଦୂରାରୋଗରେ ପୀଡିତ ହୋଇ ସାହିତ୍ୟ ସାଧନା ଜାରି ରଖିଥିବା ବିଶିଷ୍ଟ ସାରସ୍ବତ ପ୍ରତିଭା ଅଧ୍ୟାପକ ପ୍ରଶାନ୍ତ ବେହେରାଙ୍କର ୧୩ ତାରିଖ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ଭୁବନେଶ୍ୱସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା  ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡରେ ଶୋକର ଛାୟା ଖେଳି ଯାଇଛି। ରବିବାର ମଧ୍ୟାହ୍ନରେ ମରଶରୀର ଆସି ଉଦଳାର  ବାସଭାବନରେ ପହଞ୍ଚିଥିଲା।

ଉଜୁଡିଲା ଚାଷ, ଗମନାଗମନ ବାଧାପ୍ରାପ୍ତ

ଉଜୁଡିଲା ଚାଷ, ଗମନାଗମନ ବାଧାପ୍ରାପ୍ତ

ସୋର, ୧୫ା୧୦(ଡ଼ି.ଏନ.ଏ.)-ଦୀର୍ଘ ୩ ଦିନ ଧରି ଲଗାଣବର୍ଷା ଯୋଗୁ କାଂଶବାଂଶ ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି । ଫଳରେ ନଦୀକୂଳିଆ ଗ୍ରାମ ରାସ୍ତାରେ ପାଣି ଜମି ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଧାନ ଗଛ ନଷ୍ଟ ହୋଇଗଲାଣି।