Dharitri News
ବାଲେଶ୍ୱର

ବାହାନଗା ବ୍ଲକରେ ଭିଜିଲାନ୍ସ ଟିମ୍‌

 ବାହାନଗା ବ୍ଲକରେ ଭିଜିଲାନ୍ସ ଟିମ୍‌ ବାହାନଗା, ୧୯।୧୨(ଡି.ଏନ.ଏ.)-ବାହାନଗା ବ୍ଲକରେ ଗ୍ରାମୀଣ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ପହଞ୍ଚିଥିଲେ। ଟିମ୍‌ ପଥରପେଣ୍ଠ ପଞ୍ଚାୟତରେ ଚଢାଉ କରି ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମ୍ପୃକ୍ତ ପଞ୍ଚାୟତରେ ଦିଆଯାଇଥିବା ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ସମେତ ପୂର୍ବରୁ ଥିବା ଇନ୍ଦିରା ଆବାସ ଯୋଜନାରେ କାଗଜପତ୍ର ଆଦିକୁ ଯାଞ୍ଚ କରଥିଲେ । ଏହାସହିତ କାଗଜପତ୍ର ଜବତ କରିଥିଲେ। ୨୦୧୪ରୁ ୨୦୧୫ ଓ ୨୦୧୫- ୨୦୧୬ , ୨୦୧୬-୨୦୧୭ ମସିହା ପର୍ଯ୍ୟନ୍ତ ଏସବୁ ଆବାସ ଯୋଜନାରେ ପ୍ରଦାନ କରାଯାଇଥିବା ପକ୍କା ଘର ଗୁଡିକର ତଦନ୍ତ କରାଯାଉଛି । ସେହି ପଞ୍ଚାୟତର ଧନି ଶ୍ରେଣୀର ଲୋକମାନଙ୍କୁ ବିଜୁପକ୍କା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଆଦି ପ୍ରଦାନ କରାଯାଇଥିବା ବିଷୟ ଅଭିଯୋଗ ହୋଇଛି । ତଦନ୍ତ ସମୟରେ ସମ୍ପୃକ୍ତ ପଞ୍ଚାୟତର କାର୍ଯ୍ୟର୍ନିବାହୀ ଅଧିକାରୀ ଅଜୟ ପ୍ରମାଣିକ ଓ ଜିଆରଏସ୍‌ ସୁଚିସ୍ମିତା ଦେବଗୋସ୍ବାମୀ ଉପସ୍ଥିତ ଥିଲେ। ଭିଜିଲାନ୍ସ ଇନ୍ସପେକ୍ଟର ଲକ୍ଷ୍ମୀନାରାୟଣ ମୁଖୀଙ୍କ ସମେତ ଅନ୍ୟ ଦୁଇ କର୍ମଚାରୀ ତଦନ୍ତ କରିଥିଲେ।

ବାଲେଶ୍ୱର

ଟ୍ରେନ୍‌ରେ କଟି ମହିଳା ଗୁରୁତର

ଟ୍ରେନ୍‌ରେ କଟି ମହିଳା ଗୁରୁତର

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମ ନିକଟରେ ରବିବାର ମଧ୍ୟାହ୍ନରେ ଏକ ମାଲ୍‌ବାହି ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ଝିଅକୁ ବଳାତ୍କାର କରିବା ଅଭିଯୋଗରେ ବାପା ଗିରଫ

ଝିଅକୁ ବଳାତ୍କାର କରିବା ଅଭିଯୋଗରେ ବାପା ଗିରଫ

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଅର୍ଣ୍ଣପାଳ ମଧୁସୁଦନପୁର ଗ୍ରାମରେ ନିଜ ଝିଅକୁ ବଳାତ୍କାର କରିବା ଅଭିଯୋଗରେ ବାପା ଲକ୍ଷ୍ମୀଧର ଜେନାଙ୍କୁ ପୋଲିସ ଗିରଫ କରିଛି।

ଜଳକା ବଞ୍ଚାଅ ଅଭିଯାନ

ଜଳକା ବଞ୍ଚାଅ ଅଭିଯାନ

ରୂପ୍‌ସା,୨୧।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସଦର ଓ ବସ୍ତା ବ୍ଲକର ଚାଷୀଙ୍କୁ ବର୍ଷ ତମାମ ଶସ୍ୟ ଉତ୍ପାଦନ ପାଇଁ ବସ୍ତା ବ୍ଲକରେ ନିର୍ମିତ ହୋଇଥିବା ଜଳକା ନଦୀର ମଥାନୀ ପ୍ରୋଜେକ୍ଟ ଏବେ ଅଚଳ ହୋଇ ପଡ଼ିଛି। ଜଳକା ନଦୀ ଓ ଚାଷୀଙ୍କ ବହୁବିଧ ସମସ୍ୟା ନେଇ ରବିବାର ଏହି ପ୍ରୋଜେକ୍ଟ ନିକଟରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ କୃଷକ ସମାବେଶ ଏବଂ ଜଳକା ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଗେଙ୍ଗୁଟି ନଦୀ ଆଁରେ ଖଡିମାହାରା ଓ ଭାରତୀସାହି

ଗେଙ୍ଗୁଟି ନଦୀ ଆଁରେ ଖଡିମାହାରା ଓ ଭାରତୀସାହି

ଭଦ୍ରକ ଅଫିସ,୨୦।୧- ଭଦ୍ରକ ଜିଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ଭାରତୀସାହି ଓ ଖଡ଼ିମାହାରା ଗାଁ ଏବେ ଗେଙ୍ଗୁଟି ନଦୀ ଆଁରେ। ବୈତରଣୀର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଜଳ ପ୍ରବାହିତ ହୋଇ ଉଭୟ କୂଳରେ ଥିବା ଗାଁ ଗୁଡିକ ପର୍ଯ୍ୟାୟ କ୍ରମେ ନଦୀ ଗର୍ଭରେ ଲୀନ ହେବାକୁ ବସିଛି। ଏହାକୁ ନେଇ ଆତଙ୍କିତ ଅଛନ୍ତି ୫ ପରିବାରର ୩୦ରୁ ଊର୍ଦ୍ଧ୍ୱ ସଦସ୍ୟ।

ଧରିତ୍ରୀ ପ୍ରଭାବ: ବିଦ୍ୟାଳୟର ଗୋଟିଏ ସ୍ଥାନରେ ପାଠପଢ଼ା, ରୋଷେଇ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଧରିତ୍ରୀ ପ୍ରଭାବ: ବିଦ୍ୟାଳୟର ଗୋଟିଏ ସ୍ଥାନରେ ପାଠପଢ଼ା, ରୋଷେଇ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଆରଡ଼ି,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଥିବା ନୂଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏକ ଝାଟିମାଟି କୁଡ଼ିଆ ଘରେ ଗୋଟିଏ ସ୍ଥାନରେ ରୋଷେଇ ଓ ପାଠପଢ଼ା ଚାଲୁଥିବା ସଂକ୍ରାନ୍ତରେ ଖବର ପ୍ରକାଶିତ ହୋଇଥିଲା। ଏହି ଖବରକୁ ଭିତ୍ତିକରି ଚଳିତ ୧୫ ତାରିଖରେ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଏହି ପ୍ରସଙ୍ଗରେ ବିଧିବଦ୍ଧ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠି (ନଂ. ୧୨୪/୧୫।୧।୧୮)ରେ ଷ୍ଟେଟ ନୋଡାଲ ଅଫିସର (ଏମଡିଏମ) ତଥା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଆଡସିନାଲ ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକ ପୋଲିସ କବ୍‌ଜାରେ ଗଞ୍ଜାମ ଲୁଟେରା

ଭଦ୍ରକ ଅଫିସ,୨୦।୧- ଗଞ୍ଜାମ ଜିଲାର ଲୁଟେରାମାନେ ଏବେ ଭଦ୍ରକ ତଥା ବାଲେଶ୍ୱର ମୁହାଁ ହୋଇଛନ୍ତି। ଗଞ୍ଜାମ ଜିଲା ପୋଲିସର ଏନକାଉଣ୍ଟର ଭୟରେ ଏବେ ସେଠାକାର ଲୁଟେରା ତଥା ଅପରାଧୀ ଏହି ଜିଲାକୁ ମୁହାଁଇଛନ୍ତି। ଶୁକ୍ରବାର ନୂଆବଜାର ଏସବିଆଇ ଶାଖା ସମ୍ମୁଖରୁ ଜଣେ ଜମାକାରୀଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଟାଉନପୋଲିସ ତଦନ୍ତ ଆରମ୍ଭ କରି ସୋର ଅଞ୍ଚଳର ଏକ ଲଜରୁ ଗଞ୍ଜାମଜିଲା ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବକକୁ ଅଟକ ରଖିଛି।

ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ମୃତ: ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ମୃତ: ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବାସୁଦେବପୁର,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ଗଦଳା ଗ୍ରାମରେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଗବନ୍ଧୁ କୁଅଁରଙ୍କ ମୃତ୍ୟୁ ଘଟିଛି। ଜଗବନ୍ଧୁ ନିଜ ବାଡ଼ିରେ ଇଟାଭାଟି କାମ କରୁଥିବା ବେଳେ ତାଙ୍କ ଉପରେ ବିଦ୍ୟୁତ୍‌ ତାର ଛିଡ଼ି ପଡ଼ିଥିଲା।

ଏଟିଏମ୍‌ ଭାଙ୍ଗି ଚୋରି ଉଦ୍ୟମ

ଚାନ୍ଦବାଲି,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର ଡାହାଣ କଡ଼ରେ ଧାମରା ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମ୍‌ ମେସିନ ଭାଙ୍ଗି ଶୁକ୍ରବାର ବିଳମ୍ବିତ ରାତିରେ ଟଙ୍କା ଲୁଟ୍‌ ଉଦ୍ୟମ ହୋଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆଉ ଜଣେ ଅସହାୟ ‘ଦ୍ରୋପଦୀ’

ଆଉ ଜଣେ ଅସହାୟ ‘ଦ୍ରୋପଦୀ’

ରାଇସୁଆଁ, ୨୦।୧(ସଞ୍ଜୀବ କୁମାର ସାହୁ)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତର ଏକ ଅବହେଳିତ ଗାଁ ତଳଧାତିକା । ସଦର ବ୍ଲକଠାରୁ ଗାଁର ଦୂରତା ୧୨ କି.ମି. ହେବ । ଏହି ଗ୍ରାମରେ ରହୁଥିବା ୭୦ ବର୍ଷର ନିରାଶ୍ରୟ ବୃଦ୍ଧା ଦ୍ରୋପଦୀ ମହାକୁଡ ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି।

 ୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

ରାଇସୁଆଁ,୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ ଶାଖାର ମ୍ୟାନେଜର ମାନସ ରାଉତ ଏକ କାରରେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ତାହାକୁ ଜବତ କରିବା ପରଠାରୁ ଏନେଇ ତନାଘନା ଜାରି ରଖିଛି। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ କାରରେ ଯାଉଥିବା ବ୍ୟାଙ୍କ ଏକଜ୍‌କ୍ୟୁଟିଭ ଓ ଜଣେ ଗନ୍‌ମ୍ୟାନଙ୍କୁ ଗିରଫ କରି ଗତ୧୩ ତାରିଖରେ କୋର୍ଟ ଚାଲାଣ କରାଯାଇଛି।

ତାରିଣୀ ମନ୍ଦିରରୁ ଅଳଙ୍କାର ସହ ଟଙ୍କା ଚୋରି

ସୋର, ୨୦।୧(ଡି.ଏନ.ଏ.)-ସୋର ମ୍ୟୁନିସପାଲିଟି ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ସୋର ଷ୍ଟେସନ ନିକଟସ୍ଥ ଡିପାସାହି ଗ୍ରାମରେ ପ୍ରସିଦ୍ଧିଲାଭ କରିଥିବା ତାରିଣୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ଟଙ୍କା ବାକ୍ସରୁ ଟଙ୍କା ଚୋରି ହୋଇଥିବା ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଅଭିଯୋଗ ହୋଇଛି।