ବାଲେଶ୍ୱର

ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଶିକ୍ଷକ ମୁହଁ।ମୁହିଁ

  ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଶିକ୍ଷକ ମୁହଁ।ମୁହିଁ

ଖନ୍ତାପଡ଼ା, ୧୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ଜିରିତାଳ ଗ୍ରାମରେ ଥିବା ଶକୁନ୍ତଳା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ମଧ୍ୟାହ୍ନରେ ବାର୍ଷିକ କ୍ରୀଡ଼ା ଉସତ୍ବ ଚାଲିଥିବା ବେଳେ ୨ ଶିକ୍ଷକ ମୁହାଁମୁହିଁ ହୋଇଛନ୍ତି। ଶେଷରେ ଗ୍ରାମବାସୀ ଏଥିରେ ହସ୍ତକ୍ଷେପ କରିବା ପରେ କ୍ରୀଡା ଉତ୍ସବକୁ ସ୍ଥଗିତ କରାଯାଇଥିଲା। ପିଲାମାନେ ନିରାଶ ହୋଇ କାନ୍ଦି କାନ୍ଦି ଘରକୁ ଫେରିଥିବା ଜଣାପଡିଛି।
ଖବର ଅନୁସାରେ ଉକ୍ତ ସ୍କୁଲ ପାର୍ଶ୍ୱରେ ଥିବା ଖେଳପଡ଼ିଆରେ ବାର୍ଷିକ କ୍ରୀଡ଼ା ଉସତ୍ବ ଚାଲିଥିବା ବେଳେ ସ୍କୁଲର ୨ଶିକ୍ଷକଙ୍କ ମଧ୍ୟରେ ସାଇକେଲ ରେସ୍‌ ନିୟମକୁ ନେଇ ବଚସା ହୋଇଥିଲା। ଏହି ସମୟରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଖେଳିବା ପାଇଁ ପ୍ରସ୍ତୁତ ରହିଥିଲେ। କିନ୍ତୁ ଶିକ୍ଷକ ଦ୍ୱୟଙ୍କ ବଚସା କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା। ୧୦ ମିନିଟ୍‌ରୁ ଊର୍ଦ୍ଧ୍ୱ ସମୟ ଧରି ଗାଳିଗୁଲଜ ସହ ଚେୟାର ଫିଙ୍ଗା, ଠେଲାପେଲା ଏବଂ ଜୋତା ଉଠାଇବା ଆଦି ଘଟଣା ଚାଲିଥିଲା। ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀଲତା ମହାପାତ୍ର ଏବଂ କ୍ରୀଡ଼ା ଶିକ୍ଷୟିତ୍ରୀ ସଂଯୁକ୍ତା ସ୍ବାଇଁ ଦୁଇ ଶିକ୍ଷକଙ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ପରେ ଗ୍ରାମବାସୀ ହସ୍ତକ୍ଷେପ କରି ଗଣ୍ଡଗୋଳ ବନ୍ଦ କରିବା ସହ ବାର୍ଷିକ କ୍ରୀଡ଼ାକୁ ସ୍ଥଗିତ କରିଥିଲେ। ଅଭିଭାବକମାନେ ପିଲାମାନଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟରୁ ଘରକୁ ଫେରାଇ ଆଣିଥିଲେ। ଅନେକ ପିଲା ଶିକ୍ଷକଦ୍ୱୟଙ୍କ ଏଭଳି କାଣ୍ଡ ଦେଖିବା ସହ ଖେଳି ନ ପାରି କାନ୍ଦି କାନ୍ଦି ଘରକୁ ଫେରିଥିଲେ। ପରେ କମିଟି ସଦସ୍ୟ ଏବଂ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ କେବେ ବି ଗଣ୍ଡଗୋଳ କରିବେ ନାହିଁ ବୋଲି ଉଭୟ ଶିକ୍ଷକ କହିବା ସହ ସମସ୍ତଙ୍କ ସମ୍ମୁଖରେ ଭୁଲ ସ୍ବୀକାର କରି ଲିଖିତ ଭାବେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଜଣାଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଲତା ମହାପାତ୍ର କହିଛନ୍ତି ଯେ, ଶିକ୍ଷକଦ୍ୱୟଙ୍କ ଏଭଳି କାର୍ଯ୍ୟ ନିନ୍ଦନୀୟ। କୌଣସି ପ୍ରକାର ଖେଳ ବିଷୟରେ ନ ପଚାରି ଏଭଳି ଗଣ୍ଡଗୋଳ କରିଛନ୍ତି। ସ୍କୁଲ କମିଟି ସହ ଆଲୋଚନା କରାଯାଇଛି। ଅନ୍ୟ ସମୟରେ ଏପରି ପରିସ୍ଥିତି ନ ଉପୁଜିବା ଦିଗରେ ପ୍ରତିଶ୍ରୁତି ମିଳିଛି। ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ଶୃଙ୍ଖଳା ଶିଖାଇବା ପରିବର୍ତ୍ତେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଏଭଳି ବିଶୃଙ୍ଖଳିତ ଆଚରଣକୁ ଗ୍ରାମବାସୀ ନିନ୍ଦା କରିବା ସହ ଶିକ୍ଷକଦ୍ୱୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ବିଷୟରେ ବ୍ଲକ ଶିକ୍ଷାଧିକାରିଣୀ ଶୁଭଲକ୍ଷ୍ମୀ ନାୟକ କହିଛନ୍ତି ଯେ, ଆମେ ଏ ବିଷୟରେ ଖବର ପାଇଛୁ, କିନ୍ତୁ ଲିଖିତ ଭାବେ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ। କିନ୍ତୁ ଶିକ୍ଷକଙ୍କ ଏତାଦୃଶ ଆଚରଣ ନିନ୍ଦନୀୟ। ଏହି ଘଟଣାରେ ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୌଖିକ ଭାବେ ଘଟଣା ସମ୍ପର୍କରେ ଶୁଣିବା ପରେ ମୁଁ ସିଆରସିସିଙ୍କୁ ଜଣାଇଛି। ସେ ଘଟଣାର ଅନୁଧ୍ୟାନ କରୁଛନ୍ତି। ସତ୍ୟାସତ୍ୟ ଜଣାପଡ଼ିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

All Right Reserved By

ବାଲେଶ୍ୱର

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

ପ୍ରେମିକା ସହ ସ୍ବାମୀ ଫେରାର

ପ୍ରେମିକା ସହ ସ୍ବାମୀ ଫେରାର

ବାରିପଦା ଅଫିସ,୧୮।୭- ପ୍ରାୟ ୧୫ ଦିନ ପୂର୍ବେ ପ୍ରେମିକା ସହ ଫେରାର ହୋଇଯାଇଥିବା ସ୍ବାମୀଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳା। ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଖୁଣ୍ଟା ଥାନା ପୋଲିସ ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛନ୍ତି।

ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୪ ବର୍ଷ ଜେଲ

ବାରିପଦା ଅଫିସ,୧୮।୭- ମୟୂରଭଞ୍ଜ ଜିଲା ବାରିପଦା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଡ. ଭି ସୁଜାତା ବୁଧବାର ଏକ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତଜଣକ ହେଉଛନ୍ତି ମୋରଡା ଥାନା ଭୋଲାଗଡିଆ ଗ୍ରାମର ରତ୍ନାକର ମହାନ୍ତ।

ଫୁଟବଲ ଟୁର୍ନାମେଣ୍ଟ : ଏସଟି ଷ୍ଟାର ଚାମ୍ପିୟନ

ବାରିପଦା ଅଫିସ,୧୮।୭- ବାରିପଦାସ୍ଥିତ ବଡ ଡାକଇ ଖେଳ ପଡିଆଠାରେ ମୟୂରଭଞ୍ଜ ଷ୍ଟୋର୍ଟସ କାଉନସିଲ ଓ ସ୍କାୟବାର୍ଡ ଯୁବକ ସଂଘ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କ୍ୟାପଟେନ ଆନ୍‌ପା ମୁର୍ମୁ, ଅବସରପ୍ରାପ୍ତ ସୈନିକ ମେଘନାଥ ମୁର୍ମୁ, ନିର୍ମଳ ହାଁସଦା, କରୁଣାକର ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲିଆପାଳ ବ୍ଲକ କୁଣ୍ଡୁଳୀ ପଞ୍ଚାୟତ ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବୁଧବାର ପଞ୍ଚାୟତବାସୀ ବିଶାଳ ଗଣଧାରଣାରେ ବସିଛନ୍ତି। ପଞ୍ଚାୟତବାସୀ ଜିଲାପାଳ, ଭିଜିଲାନ୍ସ ଏସ୍‌.ପି. ପ୍ରମୁଖଙ୍କୁ ଏ ନେଇ ଜଣାଇଥିଲେ ବି କୌଣସି ପ୍ରତିକାର ହୋଇ ନାହିଁ।

ନିୟମିତ ବସୁନି ପଞ୍ଚାୟତ ସମିତି ବୈଠକ

ସଜନାଗଡ଼,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପଞ୍ଚାୟତ ସମିତି ବୈଠକ ନିୟମିତ ବସୁ ନ ଥିବା ଅଭିଯୋଗ ହୋଇଛି। ପ୍ରତି ଦୁଇମାସରେ ଥରେ ବୈଠକ ବସିବାର ନିୟମ ରହିଛି। ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଚାୟତ ସମିତି ବୈଠକ ବସି ନ ଥିବା ନେଇ ୧୪ଜଣ ସମିତିସଭ୍ୟା ଓ ସଭ୍ୟ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦାସ ଟୁଡୁ ଓ ନୀଳଗିରି ଉପଜିଲାପାଳ ଅବୋଲି ସୁନୀଲ ନରଅଣେଙ୍କୁ ଗତ ମାସରେ ଦାବିପତ୍ର ପ୍ରଦାନ କରିଥିଲେ।

୩୨ ମହିଳାଙ୍କୁ ମିଳିଲା ଉଜ୍ଜଳା ଗ୍ୟାସ

୩୨ ମହିଳାଙ୍କୁ ମିଳିଲା ଉଜ୍ଜଳା ଗ୍ୟାସ

ରୂପ୍‌ସା,୧୮।୭(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପଞ୍ଚାୟତର ପାଳସିଆଠାରେ ଜୟମା’ ତାରିଣୀ ଏଚ୍‌.ପି. ଗ୍ରାମୀଣ ବିତରକଙ୍କ ଜରିଆରେ ପଞ୍ଚାୟତର ଗରୀବ ମହିଳାଙ୍କୁ ବୁଧବାର ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ବିତରଣ କରାଯାଇଛି।

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ଜଣେ ଜନପ୍ରତିନିଧି, ଜଣେ ଶିକ୍ଷକ ଓ ୨ ପୋଲିସ କର୍ମଚାରୀ ଏହି ଘଟଣାରେ ସହଯୋଗ କରିଥିବା ଦର୍ଶାଯିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡିଛି।

ଏଡ୍‌ସ ମୁକ୍ତ ସଚେତନତା ରାଲି

ଏଡ୍‌ସ ମୁକ୍ତ ସଚେତନତା ରାଲି

ବାଲେଶ୍ୱର ଅଫିସ,୧୮।୭- ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ଯୁକ୍ତ୨ କାଉନସିଲଙ୍କ ମିଳିତ ସୁପାରିଶ କ୍ରମେ ଫକିରମୋହନ କନିଷ୍ଠ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଏଡ୍‌ସ ମୁକ୍ତ ସ୍ବଚ୍ଛ ମାନବୀୟ ପରିବେଶ ଗଠନ ଉପରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।

ବିଜେଡି ସଂଖ୍ୟାଲଘୁ ସେଲର ଜିଲା କମିଟି ଗଠନ

ବାଲେଶ୍ୱର ଅଫିସ,୧୮।୭- ବାଲେଶ୍ୱର ଜିଲା ବିଜୁ ଜନତା ଦଳ ସଂଖ୍ୟା ଲଘୁ ସେଲର ଜିଲା କମିଟି ଗଠନ କରାଯାଇଛି। ଜିଲା ସଂଖ୍ୟାଲଘୁ ସଭାପତି ସେକ ଉମର ଉଦ୍ଦିନଙ୍କ ସୁପାରିଶ କ୍ରମେ ରାଜ୍ୟ ସଂଖ୍ୟାଲଘୁ ସଭାପତି ମୁନ୍ନା ଖଁ। ଏହାକୁ ଅନୁମୋଦନ କରିଥିଲେ।

ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୧୮।୭- ଚଳିତବର୍ଷ ବାଲେଶ୍ୱରରୁ ହଜଯାତ୍ରାରେ ଯାଉଥିବା ୩୯ଜଣ ହଜଯାତ୍ରୀଙ୍କୁ ବୁଧବାର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ବାଲେଶ୍ୱର ଟାଉନହଲ୍‌ରେ ଅନୁଷ୍ଟିତ ହୋଇଯାଇଛି। ବାଲେଶ୍ୱର ବିଜେଡି ଟାଉନ ସଭାପତି ସୟଦ ସଲିମ ରାଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଦର ବିଧାୟକ ଯୋଗଦେଇ ସମସ୍ତ ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଯାତ୍ରାର ଶୁଭକାମନା ଜଣାଇଥିଲେ।

ମଧୁପୁରାରେ ହେରା ପଞ୍ଚମୀ ପାଳିତ

ମଧୁପୁରାରେ ହେରା ପଞ୍ଚମୀ ପାଳିତ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ପୁରାତନ ପାଣିଗ୍ରାହୀ ପରିବାର ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ବୁଧବାର ମାଉସୀମା’ ମନ୍ଦିରରେ ହେରା ପଞ୍ଚମୀ ପାଳିତ ହୋଇଯାଇଛି। ପ୍ରାତଃରୁ ଏଥିପାଇଁ ଶ୍ରୀଜିଉମାନଙ୍କର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଛି।

Model This Week

ରୂପେଶ