ବାଲେଶ୍ୱର

ଡାକ କର୍ମଚାରୀ ସମବାୟ ସମିତିର ବାର୍ଷିକ ସାଧାରଣ ସଭା

ଡାକ କର୍ମଚାରୀ ସମବାୟ ସମିତିର ବାର୍ଷିକ ସାଧାରଣ ସଭା

ବାଲେଶ୍ୱର ଅଫିସ,୧୯।୧୨-କେନ୍ଦ୍ରୀୟ ଡାକ କର୍ମଚାରୀ ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଜିଲା ମୁଖ୍ୟ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତି ସଭାପତି ଗୋପାଳଚନ୍ଦ୍ର ପଢ଼ିଆରୀ ସଭାରେ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ବାଗତ ଜଣାଇ ବାର୍ଷିକ ବିବରଣୀ ଉପସ୍ଥାପିତ କରିଥିଲେ। ଗତବର୍ଷର ଆୟବ୍ୟୟର ବିବରଣୀ ଓ ଆସନ୍ତା ବର୍ଷ ପାଇଁ ଆୟବ୍ୟୟର ଅଟକଳ ଆଗତ ପରେ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଥିଲା।
ସମିତି ପ୍ରତିଷ୍ଠାତା ସ୍ବର୍ଗତ ଜୀବନକୃଷ୍ଣ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପୂର୍ବତନ ସମ୍ପାଦକ ବ୍ରଜକିଶୋର ଦାଶଙ୍କ ବିୟୋଗରେ ନୀରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବାଲେଶ୍ୱର ଓ ଭଦ୍ରକ ଜିଲାରୁ ସମିତିର ଶତାଧିକ ସଭ୍ୟ ଯୋଗ ଦେଇଥିଲେ। ଆଇନଜୀବୀ ନିରଞ୍ଜନ ପରିଡ଼ା ଓ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ରାଉତ ଅତିଥି ଭାବେ ଯୋଗଦେଇ ଡାକ କର୍ମଚାରୀଙ୍କ ସାଧୁତାକୁ ଉଚ୍ଚପ୍ରଶଂସା କରିଥିଲେ। ସଭା କାର୍ଯ୍ୟ ପରିଚାଳନାରେ ପ୍ରସନ୍ନ କୁମାର ବିଶ୍ୱାଳ, କୁଞ୍ଜବିହାରୀ ଦାଶ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କୁଳମଣି ଗିରି, ଚତୁର୍ଭୁଜ ଗଙ୍ଗେଇ, ଭାସ୍କର ଚନ୍ଦ୍ର ମଲ୍ଲିକ, ପରମେଶ୍ୱର ବାରିକ, ରତ୍ନପ୍ରଭା ଦ୍ୱିବେଦୀ, ଦେବାହୁତି ପଣ୍ଡା, ରାଜେନ୍ଦ୍ର ମଲ୍ଲିକ, ଗଦାଧର ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ।

All Right Reserved By

ବାଲେଶ୍ୱର

ଭାଉଜଙ୍କୁ ହତ୍ୟା କରି ଦିଅରଙ୍କ ଆତ୍ମସମର୍ପଣ

ରାସଗୋବିନ୍ଦପୁର, ୧୯।୭(ଡ଼ି.ଏନ୍‌.ଏ) -ରାସଗୋବିନ୍ଦପୁର ବ୍ଲକ ରାଘବପୁର ଛକରେ ବୁଧବାର ଦିଅର ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ଦିଅର ଅଜିତ ରାମ ବଡ଼ାମପୁର ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି।

ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରସବ କଲେ ମହିଳା

ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରସବ କଲେ ମହିଳା

ବିଶୋଇ, ୧୯।୭ :ପ୍ରସବ ନିମନ୍ତେ ମୟୂରଭଞ୍ଜ ଜିଲା ବିଶୋଇ ପ୍ରାଥମିକ ଚିକିତ୍ସାଳୟରେ ବୁଧବାର ଭର୍ତ୍ତି ହୋଇଥିବା ଜଣେ ମହିଳା ଡାକ୍ତରଙ୍କ ଅନୁପସ୍ଥିତିରେ ସନ୍ତାନ ପ୍ରସବ କରିଛନ୍ତି। ଉକ୍ତ ସମୟରେ କେହି ବି ମେଡିକାଲ କର୍ମଚାରୀ ତାଙ୍କ ନିକଟରେ ଉପସ୍ଥିତ ନ ଥିଲେ।

୧୫୦ ମହିଳାଙ୍କୁ ରାଜମିସ୍ତ୍ରୀ ତାଲିମ

୧୫୦ ମହିଳାଙ୍କୁ ରାଜମିସ୍ତ୍ରୀ ତାଲିମ

ଠାକୁରମୁଣ୍ଡା,୧୯।୭(ଡି.ଏନ.ଏ)-ଠାକୁରମୁଣ୍ଡା ବ୍ଲକର ମହିଳାମାନଙ୍କୁ ରାଜମିସ୍ତ୍ରୀ ତାଲିମ ପ୍ରଦାନ କରି ରୋଜଗାରକ୍ଷମ କରାଇବା ନିମନ୍ତେ ୧୫୦ଜଣ ମହିଳାଙ୍କୁ ଜୀବିକା ମିଶନ ପକ୍ଷରୁ ଚୟନ କରାଯାଇଛି।

ଖେଳଣା କିଟ୍‌ ଦୁର୍ନୀତି: ରସିଦରେ ପଡିଛି ୩ ମାସ ଆଗୁଆ ତାରିଖ

ବାରିପଦା ଅଫିସ,୧୯।୭-ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକମାନ ବଢ଼ାଇବା ଲାଗି ମୟୂରଭଞ୍ଜ ଜିଲାର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଖେଳଣା କିଟ୍‌ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଘଟଣାର ତଦନ୍ତ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିଯୋଗୁ କର୍ମୀ ଓ ଅଧିକାରୀଙ୍କ ମଧ୍ୟରେ ଶଙ୍କା ସୃଷ୍ଟି ହୋଇଛି।

ଗଛମୂଳ ପାଲଟିଛି ଆଶ୍ରୟ ସ୍ଥଳୀ

ଗଛମୂଳ ପାଲଟିଛି ଆଶ୍ରୟ ସ୍ଥଳୀ

କପ୍ତିପଦା,୧୯।୭(ଡି଼.ଏନ୍‌.ଏ) -ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ବିଭିନ୍ନ ଜନଜାତି ମଧ୍ୟରୁ ମାଙ୍କଡିଆ ଜନଜାତି ମୁଖ୍ୟତଃ କପ୍ତିପଦା ବ୍ଲକରେ ଦେଖାଦେଇଛନ୍ତି।

ବିରି, ମୁଗ ବିହନ ବିକି ନ ପାରି ଚାଷୀ ହତାଶ

ବାଲେଶ୍ୱର ଅଫିସ,୧୯।୭- ବାଲେଶ୍ୱର ଜିଲାରେ ଚଳିତବର୍ଷ ଉତ୍ପାଦନ ହୋଇଥିବା ମୁଗ, ବିରି ବିହନ ଚାଷୀମାନେ ବିକି ନ ପାରି ହଇରାଣ ହେଉଛନ୍ତି। ଚଳିତବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ବିହନ ନିଗମ ବିରି ବିହନ କିଣା ପରିମାଣ ହ୍ରାସ କରିବାରୁ ସମ୍ପୃକ୍ତ ଚାଷୀଙ୍କୁ ହତାଶ ହେବାକୁ ପଡିଛି ବୋଲି ବିହନ ଉତ୍ପାଦନକାରୀ କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଅଜଣା ରୋଗ ଆତଙ୍କ: ନିମାତପୁରରେ ପହଞ୍ଚିଲେ ୨ ଡାକ୍ତରୀ ଦଳ

ଭୋଗରାଇ,୧୯।୭(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅଞ୍ଚଳରେ ଅଜଣା ରୋଗର ଆତଙ୍କ ସୃଷ୍ଟି ହୋଇଛି। ଏହି ବ୍ଲକ ଅଧୀନ ନିମାତପୁର ଗ୍ରାମର ଅମୂଲ୍ୟ ଜେନାଙ୍କ ଦୁଇପୁଅ ଉତ୍ତମ (୨୨) ଓ ବରେନ୍ଦ୍ର (୨୬) ଗୋଆରେ ଏକ ହୋଟେଲରେ କାମ କରୁଥିବା ବେଳେ ଅଜଣା ରୋଗରେ ମୃତ୍ୟୁବରଣ କରିବା ପରେ ସେଠାରୁ ଅନ୍ୟ ଓଡ଼ିଆ ଶ୍ରମିକମାନେ ଏବେ ଭୟରେ ଗାଁକୁ ଫେରି ଆସୁଛନ୍ତି।

ଓଲଟିଲା ବସ୍‌, ଜଣେ ଗୁରୁତର

ଖୁଣ୍ଟା,୧୯।୭(ଡି.ଏନ୍‌.ଏ.): ଖୁଣ୍ଟା ଥାନା ଅଧୀନ ଖୁଣ୍ଟା-ବାଲେଶ୍ୱର ରାସ୍ତାର ପୁରୁଣାବାରିପଦା ନିକଟ ପଟୁଆ ଛକଠାରେ ବୁଧବାର ଅପରାହ୍ନରେ ଏକ ଯାତ୍ରିବାହୀ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ଜଣେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବର୍ଷାପାଣି ନିଷ୍କାସନ ନ ହେବାରୁ ଧାନତଳି ନଷ୍ଟ

ଜଳେଶ୍ୱର,୧୯।୭ (ଡି.ଏନ୍‌.ଏ)- ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳରୁ ପଶ୍ଚିମବାଡ ପର୍ଯ୍ୟନ୍ତ ଦୀର୍ଘ ୧୬ କି.ମି. କପାସିଆ ରାସ୍ତାର ଉଭୟ ପାର୍ଶ୍ୱରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଦୀର୍ଘ ୭ ଦିନଧରି ଜମି ରହିଥିବାରୁ ପ୍ରାୟ ୧୫୦ ହେକ୍ଟର ଧାନ ତଳି ନଷ୍ଟ ହେବାରେ ବସିଛି।

ଖଡଗପୁର-ଖୋର୍ଦ୍ଧା ଫାଷ୍ଟ ପାସେଞ୍ଜର ଟ୍ରେନର ବିଳମ୍ବ: ଯାତ୍ରୀ ହନ୍ତସନ୍ତ

ଜଳେଶ୍ୱର,୧୯।୭(ସ୍ବ.ପ୍ର.)-ଦକ୍ଷିଣ ପୂର୍ବ ରେଳବାଇର ଖଡଗପୁର-ଖୋର୍ଦ୍ଧା ଫାଷ୍ଟ ପ୍ୟାସେଞ୍ଜର ଟ୍ରେନଟି ଦୈନନ୍ଦିନ ଯାତାୟତରେ ଅହେତୁକ ବିଳମ୍ବ ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି।

ଶ୍ରୀଜୀଉଙ୍କ ରଥଭାଙ୍ଗି ଫେରିଲେ ମହାଲକ୍ଷ୍ମୀ

ନୀଳଗିରି, ୧୯।୭ (ଡି.ଏନ.ଏ.)-ପବିତ୍ର ହେରାପଞ୍ଚମୀ ତିଥିରେ ନୀଳଗିରି ମାଉସୀ ମା’ ମନ୍ଦିର ନିକଟରେ ଦଣ୍ଡାୟମାନ ଶ୍ରୀଜିଉଙ୍କ ରଥକୁ ବୁଧବାର ମହାଲକ୍ଷ୍ମୀ ଭାଙ୍ଗି ଶ୍ରୀମନ୍ଦିରକୁ ଫେରିଯାଇଛନ୍ତି। ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିରରେ ପରିସରରେ ବିଜେ ଦେବୀ ବିମଳାଙ୍କ ନିକଟରେ ପୂଜା ଅର୍ଚ୍ଚନା ସମ୍ପନ୍ନ ହୋଇଥିଲା।

‘ଦର୍ଶକଙ୍କ କରତାଳି ଦେଇଛି ପ୍ରେରଣା’

‘ଦର୍ଶକଙ୍କ କରତାଳି ଦେଇଛି ପ୍ରେରଣା’

ଆରଡି, ୧୯।୭ (ଡି.ଏନ.ଏ.) -ସେବାୟତ ଭାବେ ଠାକୁରଙ୍କ ପୂଜାର୍ଚ୍ଚନା କରିବା ତାଙ୍କ ବୃତ୍ତି। କିନ୍ତୁ ନିଶା ଯାତ୍ରା ନାଟକ ଲେଖିବା। ଏଭଳି ଦ୍ୱୈତ ଭୂମିକା ନିଭାଇ ନାଟ୍ୟକାର ସନ୍ତୋଷ ପାଢୀ ନିଜର ଏକ ସ୍ବତନ୍ତ୍ର, ନିଆରା ପରିଚୟ ସୃଷ୍ଟି କରିଛନ୍ତି।

Model This Week

ରୂପେଶ