ବାଲେଶ୍ୱର

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

 ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

କେନ୍ଦୁଝର, ୧୯। ୧ ୨(ସ୍ବ.ପ୍ର.)-ସଦର ଥାନା ଶୁଆକାଠି ଫାଣ୍ଡି ନିକଟ ଏନ୍‌ଏଚ୍‌ ୪୯ରେ ସୋମବାର ରାତି ୯ଟା ୩୦ ମିନିଟ ସମୟରେ ଏକ ଅଜଣା ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକଙ୍କ ଘର ବାୟାପଣ୍ଡାଧାର ଗ୍ରାମରେ ବୋଲି ଜଣାପଡ଼ିଛି। ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି।

All Right Reserved By

ବାଲେଶ୍ୱର

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

ପ୍ରେମିକା ସହ ସ୍ବାମୀ ଫେରାର

ପ୍ରେମିକା ସହ ସ୍ବାମୀ ଫେରାର

ବାରିପଦା ଅଫିସ,୧୮।୭- ପ୍ରାୟ ୧୫ ଦିନ ପୂର୍ବେ ପ୍ରେମିକା ସହ ଫେରାର ହୋଇଯାଇଥିବା ସ୍ବାମୀଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳା। ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଖୁଣ୍ଟା ଥାନା ପୋଲିସ ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛନ୍ତି।

ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀଙ୍କୁ ୪ ବର୍ଷ ଜେଲ

ବାରିପଦା ଅଫିସ,୧୮।୭- ମୟୂରଭଞ୍ଜ ଜିଲା ବାରିପଦା ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଡ. ଭି ସୁଜାତା ବୁଧବାର ଏକ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତଜଣକ ହେଉଛନ୍ତି ମୋରଡା ଥାନା ଭୋଲାଗଡିଆ ଗ୍ରାମର ରତ୍ନାକର ମହାନ୍ତ।

ଫୁଟବଲ ଟୁର୍ନାମେଣ୍ଟ : ଏସଟି ଷ୍ଟାର ଚାମ୍ପିୟନ

ବାରିପଦା ଅଫିସ,୧୮।୭- ବାରିପଦାସ୍ଥିତ ବଡ ଡାକଇ ଖେଳ ପଡିଆଠାରେ ମୟୂରଭଞ୍ଜ ଷ୍ଟୋର୍ଟସ କାଉନସିଲ ଓ ସ୍କାୟବାର୍ଡ ଯୁବକ ସଂଘ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କ୍ୟାପଟେନ ଆନ୍‌ପା ମୁର୍ମୁ, ଅବସରପ୍ରାପ୍ତ ସୈନିକ ମେଘନାଥ ମୁର୍ମୁ, ନିର୍ମଳ ହାଁସଦା, କରୁଣାକର ମୁର୍ମୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲିଆପାଳ ବ୍ଲକ କୁଣ୍ଡୁଳୀ ପଞ୍ଚାୟତ ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବୁଧବାର ପଞ୍ଚାୟତବାସୀ ବିଶାଳ ଗଣଧାରଣାରେ ବସିଛନ୍ତି। ପଞ୍ଚାୟତବାସୀ ଜିଲାପାଳ, ଭିଜିଲାନ୍ସ ଏସ୍‌.ପି. ପ୍ରମୁଖଙ୍କୁ ଏ ନେଇ ଜଣାଇଥିଲେ ବି କୌଣସି ପ୍ରତିକାର ହୋଇ ନାହିଁ।

ନିୟମିତ ବସୁନି ପଞ୍ଚାୟତ ସମିତି ବୈଠକ

ସଜନାଗଡ଼,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ପଞ୍ଚାୟତ ସମିତି ବୈଠକ ନିୟମିତ ବସୁ ନ ଥିବା ଅଭିଯୋଗ ହୋଇଛି। ପ୍ରତି ଦୁଇମାସରେ ଥରେ ବୈଠକ ବସିବାର ନିୟମ ରହିଛି। ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଚାୟତ ସମିତି ବୈଠକ ବସି ନ ଥିବା ନେଇ ୧୪ଜଣ ସମିତିସଭ୍ୟା ଓ ସଭ୍ୟ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦାସ ଟୁଡୁ ଓ ନୀଳଗିରି ଉପଜିଲାପାଳ ଅବୋଲି ସୁନୀଲ ନରଅଣେଙ୍କୁ ଗତ ମାସରେ ଦାବିପତ୍ର ପ୍ରଦାନ କରିଥିଲେ।

୩୨ ମହିଳାଙ୍କୁ ମିଳିଲା ଉଜ୍ଜଳା ଗ୍ୟାସ

୩୨ ମହିଳାଙ୍କୁ ମିଳିଲା ଉଜ୍ଜଳା ଗ୍ୟାସ

ରୂପ୍‌ସା,୧୮।୭(ଡି.ଏନ.ଏ.)- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ପଞ୍ଚାୟତର ପାଳସିଆଠାରେ ଜୟମା’ ତାରିଣୀ ଏଚ୍‌.ପି. ଗ୍ରାମୀଣ ବିତରକଙ୍କ ଜରିଆରେ ପଞ୍ଚାୟତର ଗରୀବ ମହିଳାଙ୍କୁ ବୁଧବାର ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ ବିତରଣ କରାଯାଇଛି।

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ଜଣେ ଜନପ୍ରତିନିଧି, ଜଣେ ଶିକ୍ଷକ ଓ ୨ ପୋଲିସ କର୍ମଚାରୀ ଏହି ଘଟଣାରେ ସହଯୋଗ କରିଥିବା ଦର୍ଶାଯିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡିଛି।

ଏଡ୍‌ସ ମୁକ୍ତ ସଚେତନତା ରାଲି

ଏଡ୍‌ସ ମୁକ୍ତ ସଚେତନତା ରାଲି

ବାଲେଶ୍ୱର ଅଫିସ,୧୮।୭- ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ଯୁକ୍ତ୨ କାଉନସିଲଙ୍କ ମିଳିତ ସୁପାରିଶ କ୍ରମେ ଫକିରମୋହନ କନିଷ୍ଠ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଏଡ୍‌ସ ମୁକ୍ତ ସ୍ବଚ୍ଛ ମାନବୀୟ ପରିବେଶ ଗଠନ ଉପରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।

ବିଜେଡି ସଂଖ୍ୟାଲଘୁ ସେଲର ଜିଲା କମିଟି ଗଠନ

ବାଲେଶ୍ୱର ଅଫିସ,୧୮।୭- ବାଲେଶ୍ୱର ଜିଲା ବିଜୁ ଜନତା ଦଳ ସଂଖ୍ୟା ଲଘୁ ସେଲର ଜିଲା କମିଟି ଗଠନ କରାଯାଇଛି। ଜିଲା ସଂଖ୍ୟାଲଘୁ ସଭାପତି ସେକ ଉମର ଉଦ୍ଦିନଙ୍କ ସୁପାରିଶ କ୍ରମେ ରାଜ୍ୟ ସଂଖ୍ୟାଲଘୁ ସଭାପତି ମୁନ୍ନା ଖଁ। ଏହାକୁ ଅନୁମୋଦନ କରିଥିଲେ।

ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ,୧୮।୭- ଚଳିତବର୍ଷ ବାଲେଶ୍ୱରରୁ ହଜଯାତ୍ରାରେ ଯାଉଥିବା ୩୯ଜଣ ହଜଯାତ୍ରୀଙ୍କୁ ବୁଧବାର ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ବାଲେଶ୍ୱର ଟାଉନହଲ୍‌ରେ ଅନୁଷ୍ଟିତ ହୋଇଯାଇଛି। ବାଲେଶ୍ୱର ବିଜେଡି ଟାଉନ ସଭାପତି ସୟଦ ସଲିମ ରାଜାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଦର ବିଧାୟକ ଯୋଗଦେଇ ସମସ୍ତ ହଜଯାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ଯାତ୍ରାର ଶୁଭକାମନା ଜଣାଇଥିଲେ।

ମଧୁପୁରାରେ ହେରା ପଞ୍ଚମୀ ପାଳିତ

ମଧୁପୁରାରେ ହେରା ପଞ୍ଚମୀ ପାଳିତ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମଧୁପୁରା ପଞ୍ଚାୟତ ପୁରାତନ ପାଣିଗ୍ରାହୀ ପରିବାର ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ବୁଧବାର ମାଉସୀମା’ ମନ୍ଦିରରେ ହେରା ପଞ୍ଚମୀ ପାଳିତ ହୋଇଯାଇଛି। ପ୍ରାତଃରୁ ଏଥିପାଇଁ ଶ୍ରୀଜିଉମାନଙ୍କର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଛି।

Model This Week

ରୂପେଶ