Dharitri News
ବାଲେଶ୍ୱର

କେନ୍ଦୁଝରରେ ଅଜଣା ଜନ୍ତୁଙ୍କ ଆକ୍ରମଣ: ୨ ମେଣ୍ଢା ମୃତ, ୩ ଗୁରତର

କେନ୍ଦୁଝରରେ ଅଜଣା ଜନ୍ତୁଙ୍କ ଆକ୍ରମଣ: ୨ ମେଣ୍ଢା ମୃତ, ୩ ଗୁରତର କେନ୍ଦୁଝର, ୧୯। ୧ ୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ଝୁମ୍ପୁରା ତହସିଲ ମଲଦା ଗ୍ରାମ ପଞ୍ଚାୟତ କାଶିଆ ଗ୍ରାମରେ ସିଦ୍ଧୁ ମୁଣ୍ଡାଙ୍କ ଗୁହାଳରେ ଥିବା ମେଣ୍ଢାମାନଙ୍କୁ ସୋମବାର ରାତିରେ ଅଜଣା ଜନ୍ତୁ ଆକ୍ରମଣ କରିଛି। ଫଳରେ ୨ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ମେଣ୍ଢାରଙ୍କ ତଣ୍ଟିରୁ ରକ୍ତ ବାହାରି ଗୁରୁତର ହୋଇଛନ୍ତି। ଏ ନେଇ ଗ୍ରାମବାସୀ ପଶୁ ଚିକିତ୍ସକଙ୍କୁ ଖବର ଦେଇଥିଲେ। ଗୁରୁତର ସମସ୍ତ ମେଣ୍ଢାଙ୍କୁ ଚିକିତ୍ସା ଯାଉଛି। ପାଖ ଜଙ୍ଗଲରୁ ବନ୍ୟ ଜନ୍ତୁ ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସମଗ୍ର ରାଜ୍ୟରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କାରଣ ଜଣାପଡୁନାହିଁ। ଏହି ସମୟରେ କେନ୍ଦୁଝର ଜିଲାରେ ଏଭଳି ଆକ୍ରମଣ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ବାଲେଶ୍ୱର

ଆସ୍‌କଟଇଗଲ ବିଜୟୀ

ଆସ୍‌କଟଇଗଲ ବିଜୟୀ

ଝୁମ୍ପୁରା, ୨୩।୧(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଖୁଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ୬ଦିନ ଧରି ଚାଲିଥିବା ନକଆଉଟ ପର୍ଯ୍ୟାୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି।

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ଅଗ୍ନିକାଣ୍ଡରେ ୧୧ଗୋରୁ ଜୀବନ୍ତ ଦଗ୍ଧ

ସିମୁଳିଆ,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ବଜାର ସାହିର ଦାମୋଦର ବେହେରାଙ୍କ ପରିବାରରେ ଲଗାତର ଅଘଟଣ ଘଟି ଚାଲିଛି। ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ଗାଈ, ୨ ବଳଦଙ୍କ ସମେତ ୫ଟି ବାଛୁରୀ ମୋଟ ୧୧ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି।

ଗ୍ରାମାଞ୍ଚଳ ପରିବେଶ ଶିକ୍ଷାରେ ସହାୟକ ହୋଇଥାଏ

ଗ୍ରାମାଞ୍ଚଳ ପରିବେଶ ଶିକ୍ଷାରେ ସହାୟକ ହୋଇଥାଏ

ସିମୁଳିଆ,୨୩।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ଦୋଳଗୋବିନ୍ଦ ଉଚ୍ଚ ବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତ ଗିରଫ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୁକ୍ତ ଗିରଫ

ରୂପ୍‌ସା,୨୩।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ବାରାପାଳ ଗ୍ରାମର ଜଗବନ୍ଧୁ ବାଡ଼ିଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ବାଲିଆପାଳ ଥାନା ଅନ୍ତର୍ଗତ କରଞ୍ଜ ଗ୍ରାମର ଅଶୋକ କୁମାର ଗିରିଙ୍କୁ ଗତ ୧୬ ତାରିଖରେ ମରଣାନ୍ତକ ଆକ୍ରମଣ ଘଟଣାରେ ତାଙ୍କୁ ଗିରଫ କରାଯାଇଛି।

ଚୋରା ବାଇକ ଜବତ : ଯୁବକ ଗିରଫ

ବନ୍ତ,୨୨।୧ : ବନ୍ତ ପୋଲିସ ପୂର୍ବରୁ ଚୋରି ଯାଇଥିବା ଏକ ବାଇକକୁ ସୋମବାର ଜବତ କରିବା ସହ ଏଥିରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।

୨ ବଖରା ଜଳିଗଲା

ଭଦ୍ରକ ଅଫିସ,୨୨।୧-ବାସୁଦେବପୁର ବ୍ଲକ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ମିଶ୍ରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ହରେକୃଷ୍ଣ ଦତ୍ତଙ୍କ ୨ବଖରା ଘର ଜଳିଯାଇଛି।

ଯୋଜନାରେ ଅଟକିଯାଉଛି ପ୍ରକଳ୍ପ

ଯୋଜନାରେ ଅଟକିଯାଉଛି ପ୍ରକଳ୍ପ

ଭଦ୍ରକ ଅଫିସ, ୨୨।୧-ଭଦ୍ରକ ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇବାର ୨୫ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ଜିଲା ପ୍ରଶାସନ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ନିକଟରେ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ ଗୃହ ଉଦ୍‌ଘାଟନ ହୋଇ ସ୍ଥାନାନ୍ତର ହୋଇଛି। ଏହାକୁ ବାଦ୍‌ ଦେଲେ ସେମିତି ବଡ଼ ପ୍ରକଳ୍ପ କାର୍ଯ୍ୟକାରୀ ହୋଇନାହିଁ। ନୂତନ ପ୍ରକଳ୍ପ ପାଇଁ ଯୋଜନା କରାଯାଉଛି ସତ, କାର୍ଯ୍ୟକାରୀ କରାଯାଉନାହିଁ।

ସ୍ବମ୍ପପମ୍ପ ଲଗାଇ ବାଲି ଉତ୍ତୋଳନ: ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଲା

ସ୍ବମ୍ପପମ୍ପ ଲଗାଇ ବାଲି ଉତ୍ତୋଳନ: ସ୍କୁଲ ଛାତରୁ ପ୍ଲାଷ୍ଟର ଖସିଲା

ଜଳେଶ୍ୱର, ୨୨।୧(ଡି.ଏନ.ଏ./ସ୍ବ.ପ୍ର.)-ସୁବର୍ଣ୍ଣରେଖା ନଦୀପଠାରୁ ସ୍ବମ୍ପପମ୍ପ ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ ଉପକୂଳବାସୀଙ୍କ ପାଇଁ ବିପଦ ସାଜିଛି। ସୋମବାର ନଦୀକୂଳରୁ ୪ଶହ ମିଟର ଦୂରରେ ଥିବା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ମାକିଡ଼ିଆ ପଞ୍ଚାୟତ କୁଅଁରପୁର ଗ୍ରାମ ବିଶ୍ୱେଶ୍ୱର ନୋଡାଲ ୟୁପି ସ୍କୁଲର ଛାତରୁ ହଠାତ୍‌ ପ୍ଲାଷ୍ଟର ଖସିପଡ଼ିଥିଲା।

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା: ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବାଲିଆପାଳ, ୨୨।୧(ଡି.ଏନ.ଏ.)-ରବିବାର ସନ୍ଧ୍ୟାରେ ବାଲିଆପାଳ ବ୍ଲକ ସୁନାରୁଇ-ଲଙ୍ଗଳେଶ୍ୱର ରାସ୍ତାର ସୁନାରୁଇ ପୀରପୋଖରୀ ନିକଟରେ ଟ୍ରାକ୍ଟର ଧକ୍କାରେ ସ୍ଥାନୀୟ ଗ୍ରାମର ଚିନ୍ମୟ ଜେନାଙ୍କ ମୃତ୍ୟୁ ହୋଇଥିଲା। ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ସୋମବାର ଶତାଧିକ ଗ୍ରାମବାସୀ ବାଲିଆପାଳ-ବସ୍ତା ରାସ୍ତାର ଇଡକୋ ଛକଠାରେ ମୃତଦେହ ରଖି ଅବରୋଧ କରିଥିଲେ। ଦ୍ୱିତୀୟ ଦିନରେ ମଧ୍ୟ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିବା ବେଳେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଛି।

ମା’ ସରସ୍ବତୀଙ୍କ ମନ୍ଦିରରେ ବିଦ୍ୟାରମ୍ଭ

ଉଦଳା, ୨୨।୧(ଡି.ଏନ.ଏ.) - ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳା ସହରାଞ୍ଚଳରେ ବିଦ୍ୟାଦାୟିନୀ ମା’ ସରସ୍ବତୀଙ୍କ ମନ୍ଦିରରେ ସରସ୍ବତୀ ପୂଜା ବେଶ ଜାକଜମକରେ ପାଳିତ ହୋଇଛି। ଏହି ଅବସରରେ ୧୭୭ ନୂତନ ବିଦ୍ୟାର୍ଥୀ ବିଦ୍ୟା ଆରମ୍ଭ କରିଛନ୍ତି।

ଜବରଦଖଲ ଉଚ୍ଛେଦ ନ ହେଲେ ଧାରଣା

ବଡସାହି,୨୨।୧(ସ୍ବ.ପ୍ର)- ବଡସାହି ବ୍ଲକ ଅଧୀନ ଶାଆଁଳପୁର ଗ୍ରାମର ସରକାରୀ ଗୋଚର ଜମି ଜବରଦଖଲକୁ ନେଇ ଗ୍ରାମ ସୁରକ୍ଷା କମିଟି ପକ୍ଷରୁ ଆସନ୍ତା ୨୪ତାରିଖରେ ବଡସାହି ତହସିଲ ସମ୍ମୁଖରେ ଧାରଣା ଦେବା ପାଇଁ ଚେତାବନୀ ଦିଆଯାଇଛି।

ବାଣୀପୀଠ ପୁରସ୍କାର ପାଇବେ ଡକ୍ଟର ଫନୀ ମହାନ୍ତି

ଗୋପବନ୍ଧୁନଗର, ୨୨।୧(ଡି.ଏନ୍‌.ଏ)- ବଡସାହିସ୍ଥିତ ବିବେକାନନ୍ଦ ବିହାରଠାରେ ୩୮ତମ ବାଣୀପୀଠ ମହୋତ୍ସବ ଆଗାମୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲୁରହିବ। ପ୍ରଥମ ଦିନରେ ଆମ ସୁନାଚାନ୍ଦ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ ତରଫରୁ ରାଜ୍ୟସ୍ତରୀୟ ଶିଶୁ କିଶୋର ପ୍ରତିଭା ମେଳା ଅନୁଷ୍ଠିତ ହେବ। ଦ୍ୱିତୀୟ ଦିନରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୧୮ତମ ବାର୍ଷିକ ଉତ୍ସବ ଓ ଅଭିଭାବକ ସମ୍ମେଳନ ଅନୁଷ୍ଠିତ ହେବ।