
କେନ୍ଦୁଝର, ୧୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ତହସିଲ ଅନ୍ତର୍ଗତ ମଲବା ପଞ୍ଚାୟତ କାଶିଆ ଗ୍ରାମରେ ସୋମବାର ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୨ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ୩ ଗୁରୁତର ଆହତ ହୋଇଛନ୍ତି। ମୃତ ମେଣ୍ଢା ଦ୍ୱୟଙ୍କ ପେଟରୁ ପାକସ୍ଥଳୀ ବାହାରି ଯାଇଥିବା ବେଳେ ଆହତଙ୍କ ତଣ୍ଟିରୁ ରକ୍ତ ବାହାରୁଛି। ପଶୁ ଚିକିତ୍ସକଙ୍କୁ ଗ୍ରାମବାସୀ ଖବର ଦେଇଥିବା ଜଣାପଡ଼ିଛି। ତେବେ ପାଖ ଜଙ୍ଗଲରୁ ବନ୍ୟଜନ୍ତୁ ଆକ୍ରମଣ କରିଥାଇ ପାରନ୍ତି ବୋଲି ଗ୍ରାମବାସୀ ଆଶଙ୍କା କରୁଛନ୍ତି।