ସମ୍ବଲପୁର

ଶେଷ ପର୍ଯ୍ୟାୟରେ ଧନୁଯାତ୍ରା କଳାକାରଙ୍କ ଅଭ୍ୟାସ

ଶେଷ ପର୍ଯ୍ୟାୟରେ ଧନୁଯାତ୍ରା କଳାକାରଙ୍କ ଅଭ୍ୟାସ



ବରଗଡ ଅଫିସ, ୧୯।୧୨-
ଓଡ଼ିଶାର ବିଭିନ୍ନ ଉତ୍ସବ ମଧ୍ୟରେ ପଶ୍ଚିମାଞ୍ଚଳର ବରଗଡ ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧ। ୧୧ ଦିନ ଧରି ଖୋଲା ମଞ୍ଚରେ ଅନୁଷ୍ଠିତ ହେଉଥିବା ଏହି ଧନୁଯାତ୍ରା ବରଗଡିଆଙ୍କ ସାମାଜିକ, ସାଂସ୍କୃତିକ ଐତିହ୍ୟ ବହନ କରେ। ବରଗଡ ସରରର ଲୋକେ ଏଥିରେ ଅନ୍ତରର ସହ ଜଡିତ ହୋଇଯାନ୍ତି। ସେଇଥିପାଇଁ ଏହି ଧନୁଯାତ୍ରା ଅଭିନୟ ବା କୃତ୍ରିମ ନ ଲାଗି ଜୀବନ୍ତ ଲାଗେ। ଛୋଟଠୁ ବଡ ଯାଏ ସମସ୍ତେ ସାମିଲ ହୁଅନ୍ତି। ଏହି ୧୧ ଦିନ ବରଗଡ ସହର ପୁରାଣ ବର୍ଣ୍ଣିତ ସେଇ ମଥୁରା ଓ ଗୋପପୁର ପାଲଟିଯାଏ। ମହାରାଜ କଂସଙ୍କ ଆଧିପତ୍ୟ ଜାହିର ରହେ। ଥରି ଉଠେ ମଥୁରା। ହେଲେ ଶେଷରେ ସତ୍ୟର ବିଜୟ ଆଉ ଅଧର୍ମର ବିଲୟ ଘଟେ। କୃଷ୍ଣବଳରାମଙ୍କ ଦ୍ୱାରା ନିହତ ହୁଅନ୍ତି ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ମହାରାଜ। ତେବେ ମଝିରେ ଆଉ ମାତ୍ର ୩ ଦିନ ବାକି ଅଛି। ଡିସେମ୍ବର ୨୩ରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ବରଗଡର ଏହି ଧନୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ କଳାକାରମାନେ ମନଧ୍ୟାନ ଦେଇ ଜୀବନ୍ତ ଅଭିନୟ କରୁଛନ୍ତି। ଅଭିନୟ ପାଇଁ ଅଭ୍ୟାସ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଭିନୟରେ ଯେଭଳି କୌଣସି କମି ନ ରହେ ସେଥିପ୍ରତି ନାଟ୍ୟ ନିର୍ଦ୍ଦେଶଙ୍କ କଡା ତାଗିଦ୍‌। କଳାକାରମାନେ ବି ପୂରା ଜୋଶରେ। ଉଭୟ ମଥୁରା ଓ ଗୋପପୁରର କଳାକାରମାନେ ନିଜ ଦାୟିତ୍ୱ ଆଉ କର୍ତ୍ତବ୍ୟ ନିଭାଇବାକୁ ପ୍ରତିଶ୍ରୁତିବଦ୍ଧ। ବରଗଡ କଲ୍ୟାଣ ମଣ୍ଡପରେ ମଥୁରାର କଳାକାରମାନେ ଅଭିନୟ ପାଇଁ ଅଭ୍ୟାସ କରୁଛନ୍ତି। ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ବେହେରା, ତାରାଚାନ୍ଦ ମହାପାତ୍ର ଓ ଭୁବନ ଭୋଇ। ସେହିଭଳି ଅମାପାଲି ସ୍କୁଲରେ ଗୋପପୁରର କଳାକାରମାନେ ଡାଏଲଗ ଓ ଅଙ୍ଗଭଙ୍ଗୀ ଦେଇ ଅଭ୍ୟାସ ଜାରି ରଖିଛନ୍ତି। ରବୀନ୍ଦ୍ରରଞ୍ଜନ ପୂଜାରୀ ଓ ଅଗ୍ନି କୁମାର ଥପ୍ପା ନିର୍ଦ୍ଦେଶନା ଦେଉଛନ୍ତି। ଏଥର କିନ୍ତୁ କଂସ, ଉଗ୍ରସେନ, ଦେବକୀ ରାଣୀପଦ୍ମାବତୀ ଓ ରାଣୀ ଇନ୍ଦୁମତୀ ଚରିତ୍ରରେ ନୂଆ କଳାକାଙ୍କ ପ୍ରବେଶ ଘଟିଛି। ଏଣୁ ଏମାନେ କେମିତି ଅଭିନୟ କରି ସମ୍ମାନ ଅକ୍ଷୂର୍ଣ୍ଣ ରଖିବେ ତାହା ସହରବାସୀଙ୍କ ନଜରରେ ରହିଛି। ସେହିଭଳି ଗୋପନଗରୀର ରାଧା ବି ଏଥର ନୂଆ।

All Right Reserved By

Model This Week

ନିକିତା

ସମ୍ବଲପୁର

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ମାମଲା

ପୁତୁରାଙ୍କୁ ଆଜୀବନ ଜେଲଝାରସୁଗୁଡ଼ା ଅଫିସ,୨୩ା୪-ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ୍‌ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡର ରାୟ ସୋମବାର ପ୍ରକାଶ ପାଇଛି। ଖୁଡୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଅଭିଯୋଗରେ ପୁତୁରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅତିରିକ୍ତ ଜିଲା ଓ ଦୌରାଜଜ ସୌମେନ୍ଦ୍ର କୁମାର ରାଜଗୁରୁ ମାମଲାର ବିଚାର କରି ଅଭିଯୁକ୍ତ ପୁତୁରା ସୁରଥ ଖଣ୍ଡାଙ୍କୁ ଆଜୀବନ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅତିରିକ୍ତ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି ।

ଖରାମାଡେ ଅଥାଥାଲି ହେଉଛେ ଜନଜୀବନ୍‌

ଜାମଟିକ୍ରା, ୨୪।୪ (ଡି.ଏନ.ଏ): ଅତାବିରା ଅଂଚଲରେ ଦିନୁଦିନ୍‌କେ ତାତି ବଢ଼୍‌ବାରେ ଲାଗିଛେ। ମୁଡ଼୍‌ଫଟା ଖରା ସଂଗେ ଗୁଲ୍‌ଗୁଲିର ଲାଗି ଲୋକ୍‌ ବି ବେହାଲ ହେଇଯାଉଛନ୍‌। ଅଂଚଲରେ ବାର୍‌ବାର୍‌ ବିଦୁତ୍‌ କାଟ୍‌ ହେଉଛେ। ବାହାରକେ ବାହାରିଲେ ୪୦ରୁ ୪୨ ଡିଗ୍ରୀ ତାପ୍‌। ଦିନର ୧୦ ବଜେ ପରେ ଭଟାକେ ବାହାର୍‌ବାର ବହୁତ୍‌ କଷ୍‌ଟ ହେଉଛେ। ଛତା, ଜୁତା, ଉଦା ଗାମ୍‌ଛା, ପାଏନ୍‌ ବୁତଲ, ଚଷମା, ଟୁପି କିଛି କାମ୍‌ ନାଇଁଦେବାର। ନିହାତି ଦର୍‌କାର ଥିଲେ ଲୋକ୍‌ ଇ ସବୁ ସାଜୋସାମାନ୍‌ ଧରି ଘରୁ ଭଟାକେ ବାହାରୁଛନ୍‌। ହେଲେ ବି ଖରାର୍‌ ଦାଉରୁ ତ୍ରାହି ନାଇଁ ମିଲ୍‌ବାର। ଗଲା କେତେ ଦିନ୍‌ ହେଲା ଅତାବିରାର ତାପ୍‌ମାନ୍‌ ୪୧ରୁ ୪୨ ଡିଗ୍ରୀ ଉପ୍‌ରେ ରହୁଛେ। ଖରାର୍‌ ମାଡେ ଭୂତଲ୍‌ ପାଏନ୍‌ ବି କମ୍‌ବାରେ ଲାଗିଛେ। ଇ ଅଂଚଲରେ ପାଏନ୍‌ ସଁକଟ୍‌ ଲାଗି ମାଏଝିମାନେ ମୁଡ଼ଫଟା ଖରାରେ ଭିଲ୍‌ ପାଏନ୍‌ ଲାଗି ନଲଚୁଅ। ଆଘେ ଲାଇନ୍‌ ଲମଉଛନ୍‌। ଆର୍‌ଗୁଟେ ଆଡେ ଖରା ତାତିକେ ଦେଖି ବେପାରିମାନେ ପାଏନ୍‌ ପାଉଚ୍‌ ଗୁଟା ୨ଟଁକା, ପାଏନ୍‌ ବୁତଲ ୨୦ ଟଁକା, ତରଭୁଜ୍‌ କେଜି ୧୦ଟଁକା, କୁସେର ରସ୍‌ ଆର୍‌ ଲସି ଗ୍ଲାସ ୧୫ରୁ ୨୫ଟଁକାରେ ବିକ୍‌ରି ହେଉଛେ।

ରେଳ ବିଭାଗକୁ ଅବଗତ କଲା ବନ ବିଭାଗ ବାଗଡିହିରେ ବୁଲୁଛନ୍ତି ୪ ହାତୀ

ଝାରସୁଗୁଡ଼ା ଅଫିସ,୨୪ା୪- ହାଓଡା-ମୁମ୍ବାଇ ମେଲ ଟ୍ରେନ୍‌ରେ କଟି ୪ ହାତୀର ମୃତ୍ୟୁ ହେବାପରେ ବନ ବିଭାଗର ଚେତା ପଶିଛି। ଅପରପକ୍ଷରେ ରେଳ ବିଭାଗ ମଧ୍ୟ ଏହି ଘଟଣା ପରେ ସତର୍କ ହୋଇଯାଇଛି। ଜାତୀୟସ୍ତରରେ ଉଭୟ ବନ ବିଭାଗ ଏବଂ ରେଳ ବିଭାଗ ସମାଲୋଚିତ ହେବା ପରେ ବିଭାଗୀୟ ଅଧିକାରୀମାନେ ସଚେତନ ହୋଇଛନ୍ତି। କାରଣ ବର୍ତ୍ତମାନ ଝାରସୁଗୁଡ଼ା ଜିଲା ବାଗଡିହି ରେଞ୍ଜ ଅଞ୍ଚଳରେ ୪ଟି ହାତୀ ବୁଲୁଥିବା ବନ ବିଭାଗ ନଜରକୁ ଆସିଛି। ହାତୀ ବୁଲୁଥିବା ନଜରକୁ ଆସିବା ପରେ ତୁରନ୍ତ ବାଗଡିହି ରେଞ୍ଜ୍‌ ତରଫରୁ ଟ୍ରେନ୍‌ର ଗତି ସେହି ଅଞ୍ଚଳରେ ହ୍ରାସ କରିବାକୁ ବାଗଡିହି ଷ୍ଟେଶନକୁ ସୂଚନା ପ୍ରଦାନ କରାଯାଇଛି। ବାଗଡିହି ଷ୍ଟେଶନରୁ ସୂଚନା ପାଇଁ ଝାରସୁଗୁଡ଼ା ଷ୍ଟେଶନ କର୍ତ୍ତୃପକ୍ଷ ପ୍ରତ୍ୟେକ ଟ୍ରେନର ଲୋକ ପାଇଲଟଙ୍କୁ ସତର୍କ କରାଉଛନ୍ତି। ଗାଡିର ଗତି ହ୍ରାସ କରିବା ସହ ସତର୍କତାର ସହ ଟ୍ରେନ୍‌ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଉଛି।

ନିର୍ଦ୍ଧାରିତ ମୂଲ୍ୟରୁ ଚଢ଼ା ଦରରେ ମଦ ବିକ୍ରି

ଜୁନାଗଡ,୨୪।୪ (ଡି.ଏନ୍‌.ଏ)କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ବିଦେଶୀ ମଦ ଦୋକାନଗୁଡିକରେ ମଦ ନିର୍ଦ୍ଧାରିତ ମୂଲ୍ୟଠାରୁ ଚଢାଦରରେ ବିକ୍ରି ହେଉଛି। ଏହି ଚଢା ଅର୍ଥ ମଦ ଦୋକାନ ମାଳିକଙ୍କ ସମେତ ଅବକାରୀ ଓ ପୋଲିସ ବିଭାଗ କର୍ମଚାରୀଙ୍କ ପକେଟକୁ ଯାଉଛି।

ଦୁଇଗୁନ୍‌ ହେଉଛେ ପାଏନ୍‌ ସମସିଆପିଇଲା ପାଏନ୍‌ ଲାଗି ସିଏମଓ ଗ୍ରିଭେନ୍ସରେ ଅଭିଯୋଗ

ଲାଠୋର ୨୪ା୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଧିନ୍‌ କରୁଅଁ।ଝର ପନ୍‌ଚେତ୍‌ର ସାନଗୁର୍ଜିଭଟା ଗଁ।। ଇ ଗଁ।ରେ ବଛର ବଛର ହେଲା ପିଇଲା ପାଏନ୍‌ ସମସିଆ ଲାଗି ରହିଛେ। ସମସିଆଟା ତୁଟ୍‌ବାର ଜାଗାରେ ଦୁନୁଦିନ୍‌କେ ଗୁରୁତର ହେବାକେ ଯାଉଛେ ବଲି ଗଁ।ବାସୀ ଅଭିଯୋଗ୍‌ କରିଛନ୍‌। ବାର୍‌ବାର୍‌ ପର୍‌ଶାସନକେ ଜନାଲା ଉତ୍‌ରୁ ସି.ଏମ.ଓ ଗ୍ରିଭେନ୍ସରେ ଗୁହାରୀ କରାଯାଇଛେ।

ଗଁ । ଜଂଗଲ କଟା ଘଟ୍‌ନା ଧିଆନ ନାଇଁଦେବାର ବନ୍‌ବିଭାଗ୍‌

ଲୋଇସିଂହା,୨୪ । ୪(ଡି.ଏନ.ଏ)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍‌ ବଡ଼ଟିକା ପନ୍‌ଚେତ ଅଧୀନ୍‌ ଲରମ୍ଭାମୁଣ୍ଡା ଗଁ । ଅର୍‌ ସଂରକ୍ଷିତ୍‌ ଜଂଗଲରୁ ବେଆଇନ ଭାବେ ବହୁତ୍‌ ଦାମିକା ଗଛ୍‌ କାଟି ଚୁରା ଚାଲାନ କରାଯାଉଛେ। ଥାନୀୟ ଅଧିବାସୀକଁର ଅଭିଯୋଗ୍‌କେ ଆଧାର କରି ଗଣମାଧ୍ୟମରେ ଖବର ପର୍‌କାଶ ପାଇଥିଲା। ତାରପରେ ଭିଲ୍‌ ବନ୍‌ ବିଭାଗ୍‌ ଘଟ୍‌ନା ଉପରେ ଧିଆନ୍‌ ନାଇଁ ଦେଇକରି ଜଂଗଲ ମାଫିଆକୁ ଦୟା ଦେଖଉଥିବାର ଅଭିଯୋଗ୍‌ କରିଛନ୍‌ ଥାନୀୟ ଲୋକ୍‌। ବନ୍‌ବିଭାଗ୍‌ର ଇ ପର୍‌କାର ଆଚରନ୍‌କେ ନେଇ ଥାନୀୟ ଅଂଚଲରେ ବଡ଼ଭାରି ଅସନ୍‌ତୋଷ ଦେଖାଦେଇଛେ। ଲରମ୍ଭାମୁଣ୍ଡା ଗଁାରେ ଶିବ ଦେଉଲ ତିଆରି କାମ୍‌ ଚାଲିଛେ।

ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ନିବେଦନ

ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଜିଲାପାଳଙ୍କୁ ନିବେଦନ

ନୂଆପଡ଼ା ଅଫିସ,୨୪ା୪ କୋମନା ବ୍ଲକ ରେଙ୍ଗ ଗାଁର ଗୋପାଳ ଅହୀରଙ୍କ ପରିବାର ଲୋକେ ନ୍ୟାୟ ବ୍ୟବସ୍ଥାରୁ ବିଶ୍ୱାସ ହରାଇଥିବା ଦର୍ଶାଇ ଶେଷରେ ସାମୂହିକ ଇଚ୍ଛାମୃତ୍ୟୁ କରିବେ ବୋଲି ଜିଲାପାଲଙ୍କ ନିକଟରେ ନିବେଦନ କରିଛନ୍ତି।ପ୍ରକାଶ ଯେ, ସ୍ଥାନୀୟ ରେଙ୍ଗ ଗାଁର ପ୍ରେମଲାଲ ଅହୀର ନିଜ ପୈତୃକ ସମ୍ପତ୍ତିର ଆବଣ୍ଟନ ସକାଶେ ଆଜିକୁ ୧୯ବର୍ଷ ତଳେ ନୂଆପଡ଼ା ସିଭିଲ କୋର୍ଟ(ଏସଆଇ ୩୭ା୨୧-୯୯)ର ଦ୍ୱାରସ୍ଥ ହୋଇଥିଲେ। ୨୦୦୪ରେ ଏହା ଉପରେ ନିର୍ଦ୍ଦେଶ ପାଇଥିଲେ।

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ଟ୍ରାଫିକ୍‌ ନିୟମରେ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ଟ୍ରାଫିକ୍‌ ନିୟମରେ ସଚେତନ ହେଲେ ଦୁର୍ଘଟଣା ହ୍ରାସ ପାଇବ

ସୋନପୁର,୨୪।୪(ନି.ପ୍ର.)- ସୁବର୍ଣ୍ଣପୁରରେ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଜିଲାପାଳ ଦାଶରଥି ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ ହେଲେ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇବ ବୋଲି କହିଥିଲେ। ସେହିପରି ଗାଡି ଚାଳନା ବେଳେ ଚାଳକମାନେ ସଜାଗ ରହିଲେ ଦୁର୍ଘଟଣାକୁ କେତେକାଂଶରେ ଏଡାଯାଇ ପାରିବ ବୋଲି ଜିଲାପାଳ ମତ ଦେଇଥିଲେ।

ଷ୍ଟିଲ୍‌ସିଟିରେ ର଼୍ୟାମ୍ପ ଶୋ

ଷ୍ଟିଲ୍‌ସିଟିରେ ର଼୍ୟାମ୍ପ ଶୋ

ରାଉରକେଲା ଅଫିସ, ୨୪। ୪-ଷ୍ଟିଲସିଟି ରାଉରକେଲାରେ ଆୟୋଜିତ ପ୍ରଥମ ‘ରାଉରକେଲା ଫ୍ୟାଶନ ୱିକ’ ଶେଷ ହୋଇଛି। ଇସ୍ପାତ୍‌ ସହରରେ ପ୍ରଥମ କରି ଆୟୋଜିତ ହୋଇଥିବା ଏହି ଫ୍ୟାଶନ ଶୋ ରେ ନାମୀଦାମୀ ଡିଜାଇନରଙ୍କ ସ୍ବତନ୍ତ୍ର କଲେକ୍ସନରେ ର଼୍ୟାମ୍ପ ଶୋ ଅନୁଷ୍ଠିତ ହୋଇଥିଲା

ସିରିଡିରୁ କଣ୍ଟାବାଞ୍ଜିକୁ ପଦଯାତ୍ରା

ସିରିଡିରୁ କଣ୍ଟାବାଞ୍ଜିକୁ ପଦଯାତ୍ରା

ନୂଆପଡ଼ା ଅଫିସ,୨୪ା୪ମନରେ ଅସୁମାରୀ ଆଶା ଆଉ ପ୍ରଗାଢ ଈଶ୍ୱର ବିଶ୍ୱାସ। ମନ୍ଦିରଟିଏ ପ୍ରତିଷ୍ଠା କରିବେ। ଏହି ଦୃଢ଼ ବିଶ୍ୱାସ ମନରେ ପୋଷଣ କରି ପୁଟୁଳି ବାନ୍ଧି ସୁଦୂର ସିରିଡିରୁ କଣ୍ଟାବାଞି ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି କଣ୍ଟାବାଞିର ନଟୱର ସୋନି ।

ପାଣି ଅଭାବ, ଉଜୁଡ଼ି ଯାଉଛି ଫସଲ

ପାଣି ଅଭାବ, ଉଜୁଡ଼ି ଯାଉଛି ଫସଲ

ବରଗଡ଼ ଅଫିସ୍‌,୨୪।୪କେନାଲ କଡରେ ଜମି ଥାଇ ମଧ୍ୟ କ୍ଷେତକୁ ପାଣି ପହଞ୍ଚୁ ନ ଥିବାରୁ ଚାଷୀଙ୍କ ଫସଲ ଉଜୁଡ଼ି ଯାଉଛି। ବରଗଡ଼ ଜିଲାର ହୀରାକୁଦ ଜଳସେଚିତ ଭେଡ଼େନ ବ୍ଲକରେ ଏଭଳି ପରିସ୍ଥିତି ଉପୁଜିଛି। କେନାଲ ତଳମୁଣ୍ଡକୁ ପାଣି ପହଞ୍ଚୁ ନ ଥିବା ଯୋଗୁ ଅଞ୍ଚଳର ଶହ ଶହ ହେକ୍ଟର ଜମିର ମାଟି ଫାଟି ଆଁ କଲାଣି।

ସଁକଟ୍‌ରେ ତୁରି, ମୁହୁରୀ ବଜ୍‌ନିଅଁ। ସମାଜ୍‌

ସଁକଟ୍‌ରେ ତୁରି, ମୁହୁରୀ ବଜ୍‌ନିଅଁ। ସମାଜ୍‌

ଜାମଟିକ୍ରା, ୨୪।୪ (ଡି.ଏନ.ଏ)ଆଘ୍‌ଲାନୁ ପୂଜା, ବିହାଘର, ବରୁଘର ବାଗିର୍‌ ଶୁଭ୍‌ କାଯ୍‌ମାନ୍‌କେ ତୁରୀ, ମୁହୁରୀ ବାଜୁଥିଲା। ବଜା, ତୁରୀ, ମୁହୁରୀ ନାଇଁ ବାଜ୍‌ଲେ ଶୁଭ୍‌ କାମ୍‌ଟା ଅଧ୍‌ପନ୍‌ତରିଆ ହେଉଥିଲା। ଇ ସବୁ ସାଜୋସାମାନ୍‌ ବିହାବର୍‌ପନ୍‌ରେ ବଜାବାକେ କାହାରଠାନୁ ଅନୁମତି ମାଗ୍‌ବାକେ ନାଇଁ ପଡ଼ୁଥାଇ। ହେଲେ ଏହେଦେ ସମିଆ ବଦଲି ଯାଇଛେ। ସମିଆ ବଦ୍‌ଲିବାର ସଂଗେ ରୀତିନୀତିରେ ଭିଲ୍‌ ଫରକ୍‌ ଆସିଛେ। ଲୋକ୍‌ ଆଏଜ୍‌କାଲି ପୂଜା କି କେହେନ୍‌ସି ଶୁଭ୍‌ କାଯ୍‌ କଲେ ବଜାଗଜା, ତୁରୀ, ମୁହୁରୀ ବଜାଲିକୁ ନାଇଁ ଖୁଜ୍‌ବାର। ଏହେଦେ ଇ ସବୁର ଠାନ୍‌ ନେଇଛେ ଆଧୁନିକ୍‌ ଡିଜେ ସାଉଣ୍ଡ ସିଷ୍ଟମ୍‌।