ସମ୍ବଲପୁର

୭ ଯୋଡ଼ିଙ୍କ ସାମୂହିକ ନିକାହ

୭ ଯୋଡ଼ିଙ୍କ ସାମୂହିକ ନିକାହ


ସମ୍ବଲପୁର, ୧୯।୧୨ (ବ୍ୟୁରୋ)-ଇମ୍‌ଦାଦ୍‌ ଉଲ୍‌ ମୋମିନୀନ୍‌ କମିଟି ପକ୍ଷରୁ ସାମୂହିକ ନିକାହ (ଗଣବିବାହ) ଭୁତାପଡାସ୍ଥିତ ବାମରା ହାଉସ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପଲଟନ୍‌ ମସ୍‌ଜିଦ୍‌ ଇମାମ୍‌ ଅଲ୍ହଜ୍‌ ସିରାଜ୍‌ ନୁରି ଏବଂ ମୋକ୍ତି ନମୋନ ରାଜା ବର୍‌ଖତି ୭ ଯୁବତୀ ଓ ୭ ଯୁବକଙ୍କ ନିକାହା କରାଇଥିଲେ। ନବଦମ୍ପତିଙ୍କୁ କମିଟି ପକ୍ଷରୁ ଆସବାପତ୍ର ଏବଂ ଘର କରଣା ସାମଗ୍ରୀ ପ୍ରଦାନ କରାଯାଇଥିଲା। ରେଢଶଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ସରୋଜ ସାହୁ, ଡା. ଦୀପ୍ତିବାଳା ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଜେଡି ଜିଲା ସଭାପତି ପ୍ରମୋଦ କୁମାର ରଥ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆୟୋଜକ କମିଟି ସଭାପତି ଅଲ୍ହଜ୍‌ ମହମ୍ମଦ ୟୁନୁସ୍‌, ସାଧାରଣ ସମ୍ପାଦକ ସୟଦ ସବିର୍‌, ସଭ୍ୟ କାସିମ୍‌ ଖାନ୍‌, ଶେଖ ନିଆଁମୁ, ମହମ୍ମଦ ସବିର ଅହମଦ୍‌, ମହମ୍ମଦ ସାକିର, ସହିଦ୍‌, ନିଆଁମୁଦିନ୍‌ ହାସିମ୍‌, ତସନିମ୍‌, କରିମ୍‌, ଜାଭେଦ୍‌ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କବିର ଖାନା ଓ ହିନା ବାନୋ, ଅବଦୁଲ କାଦିର ଓ ସେହେନାଜ୍‌ ଖାତୁନ୍‌, ମହମ୍ମଦ ମୁସ୍ତାକିମ୍‌ ଓ ସଲମି ଖାତୁନ,ଆସିବ୍‌ ଖାନ୍‌ ଓ ଫରହିମ୍‌ ବାନୋ, ଏସକେ ସୁଲେମାନ୍‌ ଓ ଅନ୍‌ଜୁମ୍‌ ନିଶା, ମହମ୍ମଦ ସକିଲ ଓ ଆସମା ବେଗମ୍‌ଙ୍କ ମଧ୍ୟରେ ବିବାହ କରାଯାଇଥିଲା।

All Right Reserved By

Model This Week

ନିକିତା

ସମ୍ବଲପୁର

ରଣରଣା ଗଁ।ରେ ବିକାଶ ଅପହଞ୍ଚ, ପୋଖରୀ ପାଣି ସାହା ଭରସା

ଲାଞ୍ଜିଗଡ଼,୨୪।୪(ଡି.ଏନ୍‌.ଏ.): ଜଙ୍ଗଲ ଭିତରେ ଗଁ। ଟିଏ । ଏଠାରେ ଲୋକେ ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟ ଦେଇ ଜୀବନ ଅତିବାହିତ କରୁଛନ୍ତି । ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ଉନ୍ନୟନମୂଳକ ତଥା ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନ ଓ କର୍ମଚାରୀଙ୍କ ଅବହେଳାରୁ ଯୋଜନା କେବଳ କାଗଜ କଲମରେ ସିମିତ ଥିବା ଅଭିଯୋଗ ହେଉଛି।

ଶିଶୁ ବିଦ୍ୟାମନ୍ଦିରରେ ସଡ଼କ ସୁରକ୍ଷା ସଚେତନତା ଶିବିର

ବୀରମହାରାଜପୁର, ୨୪।୪ (ଡି.ଏନ.ଏ.): ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ମଙ୍ଗଳବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

୨୯ରୁ ରାଜ୍ୟସ୍ତରୀୟ ମହିଳା ସୁଇମିଂ ଚାମ୍ପିୟନସିପ୍‌

ସମ୍ବଲପୁର, ୨୪ ।୪ (ବ୍ୟୁ.ରୋ.): ଲାୟନ୍ସ କ୍ଲବ ଅଫ୍‌ ସମ୍ବଲପୁର ସିଲ୍କ ପକ୍ଷରୁ ଆସନ୍ତା ୨୯ରୁ ପ୍ରଥମ ରାଜ୍ୟସ୍ତରୀୟ ଓପନ୍‌ ମହିଳା ସୁଇମିଂ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବ ।

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ

ସମ୍ବଲପୁର,୨୪।୪ (ବ୍ୟୁ.ରୋ.): ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୮ତମ ବାର୍ଷିକଉତ୍ସବ ମଙ୍ଗଳବାର ଭତରା ମଠପାଲିଠାରେ ଅନୁଷ୍ଠିତ ହୋଇଯାଇଛି ।

ବଂଶାବଳୀ ପାଇଁ ଲାଞ୍ଚନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଆଇ ଓ ପିଅନ

ବଂଶାବଳୀ ପାଇଁ ଲାଞ୍ଚନେବା ମହଙ୍ଗା ପଡିଲା: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆରଆଇ ଓ ପିଅନ

ଦେଓଗାଁ,୨୪।୪(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗଁ। ତହସିଲ ଅନ୍ତର୍ଗତ ମହଲାଇ ଆରଆଇ ଅଫିସର ରାଜସ୍ବ ନିରୀକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲାଞ୍ଚ ନେବାବେଳେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସମ୍ବଲପୁରରେ ଲଜ୍ଜା: ୫ବର୍ଷର ଶିଶୁ କନ୍ୟାଙ୍କୁ ବଳତ୍କାର ଅଭିଯୋଗ

ସମ୍ବଲପୁରରେ ଲଜ୍ଜା: ୫ବର୍ଷର ଶିଶୁ କନ୍ୟାଙ୍କୁ ବଳତ୍କାର ଅଭିଯୋଗ

ସମ୍ବଲପୁର,୨୪।୪(ବ୍ୟୁ.ରୋ.): ସମ୍ବଲପୁର ଜିଲା ବୁର୍ଲା ଥାନା ଅଧିନରେ ମଙ୍ଗଳବାର ଏକ ୫ବର୍ଷର ନାବାଳିକାଙ୍କୁ ବଳତ୍କାର ହୋଇଥିବା ଅଭିଯୋଗ ହୋଇଛି ।

ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ, ସକାଳୁଆ ତାଲିମ ପ୍ରଦାନ ପାଇଁ ଦାବି

ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ଭାବ, ସକାଳୁଆ ତାଲିମ ପ୍ରଦାନ ପାଇଁ ଦାବି

ପାଟଣାଗଡ, ୨୪।୪ (ଡି.ଏନ.ଏ.): ସମଗ୍ର ପଶ୍ଚିମ ଓଡିଶାରେ ଅଗ୍ନି ବର୍ଷା ହେଉଥିବାବେଳେ ବଲାଙ୍ଗୀର ଜିଲାରେ ତାର ପ୍ରକୋପ ଅଧିକ ରହିଛି। ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବଲାଙ୍ଗୀର ଜିଲାର ନଁ। ସଭା ଆଗରେ। ତାପମାତ୍ରା ୪୩ ରୁ ଅଧିକ ହେଲାଣି।

ବୈଶାଖ ମେଳା ପାଇଁ ଉପଜିଲାପାଳଙ୍କ ସମୀକ୍ଷା

ବୈଶାଖ ମେଳା ପାଇଁ ଉପଜିଲାପାଳଙ୍କ ସମୀକ୍ଷା

ପଦ୍ମପୁର,୨୪। ୪ (ଡି.ଏନ.ଏ): ନୃସିଂହନାଥ ପୀଠରେ ବୁଧବାର ଆରମ୍ଭ ହେବାକୁ ଥିବା ବୈଶାଖ ମେଳାର ପ୍ରସ୍ତୁତି ପାଇଁ ପଦ୍ମପୁର ଉପଜିଲାପାଳ ଦୌଲତ ଚନ୍ଦ୍ରକାର ପାଇକମାଲ ନୃସିଂହନାଥ ପୀଠକୁ ଗସ୍ତ କରିବା ସହ ମେଳାର ସମୀକ୍ଷା କରିଛନ୍ତି ।

ଉପଜିଲାପାଳଙ୍କ ସହ କୃଷକ ସଂଗଠନର ଆଲୋଚନା

ପଦ୍ମପୁର,୨୪ । ୪(ଡି.ଏନ.ଏ.): ପଦ୍ମପୁର ଉପଜିଲାପାଳ ଦୌଲତ ଚନ୍ଦ୍ରକାରଙ୍କ ସହ ରାଜବୋଡାସମ୍ବର କୃଷକ ସଂଗଠନର କର୍ମକର୍ତ୍ତାମାନେ ମଙ୍ଗଳବାର ଆଲୋଚନା କରିଛନ୍ତି । ଏଥିରେ ପଦ୍ମପୁର ଉପଖଣ୍ଡରେ ଚାଷ ଓ ଚାଷୀର ସମସ୍ୟା, ଜଳସେଚନର ସମସ୍ୟା କୃଷି ବୀମା ପ୍ରଦାନ, କୃଷି ଋଣ ଛାଡ଼ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

ଝାରସୁଗୁଡ଼ା ରାସ୍ତା ମରଣଯନ୍ତା: ଦୁର୍ଘଟଣା ନେଇଛି ୮୦୦ ଜୀବନ

ଝାରସୁଗୁଡ଼ା ଅଫିସ,୨୪।୪: ସରକାରୀ ଓ ବେସରକାରୀସ୍ତରରେ ସଡ଼କ ସୁରକ୍ଷା ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି। ବର୍ଷରେ ଥରେ ଏହି ସପ୍ତାହ ପାଳନ କରି ସମସ୍ତେ ଭୁଲି ଯାଉଥିବା ଭଳି ମନେ ହେଉଛି। ନଚେତ୍‌ ଦୁର୍ଘଟଣା ହାର ବୃଦ୍ଧି ପାଉଛି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିଳ୍ପାୟନର ପ୍ରସାର ଓ ଅତ୍ୟାଧିକ ଯାନବାହାନ ଚଳାଚଳ ଯୋଗୁ ଝାରସୁଗୁଡ଼ା ଜିଲାରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି।

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ

ପାର୍ସଲ ବୋମା ବିସ୍ଫୋରଣ: ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ

କଟକ ଅଫିସ୍‌,୨୪।୪: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର। ଏ ନେଇ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ମଙ୍ଗଳବାର ସୂଚନା ଦେଇଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ପାର୍ସଲ ବୋମା ବିସ୍ଫୋରଣ ଘଟଣା ବିସ୍ଫୋରକ ମିଳିବା ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ପାଟଣାଗଡ଼,୨୪।୪ (ଡି.ଏନ୍‌.ଏ.)ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ଗତ ୨ ଦିନ ଭିତରେ ଘନଘନ ଚଢ଼ାଉ ଜାରି ରଖିଛି । ଇତିମଧ୍ୟରେ ୨ ଅଧ୍ୟାପକଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ଏସ୍‌ଆଇଟି। ସୋମବାର କ୍ରାଇମବ୍ରାଞ୍ଚ ଟିମ୍‌, ପାଟଣାଗଡ଼ ପୋଲିସ, ବଲାଙ୍ଗୀରର ସାଇଣ୍ଟିଫିକ୍‌ ଟିମ୍‌, ଡଗସ୍କ୍ବାଡ ଓ ଆଇଟି ଏକ୍ସପର୍ଟ ଟିମ୍‌ ମିଳିତ ଭାବେ ପାଟଣାଗଡ, ଭଇଁଷା, ରାମପୁରରେ ଜୋରଦାର ତନାଘନା ଚଲାଇଥିଲା। ଡଗସ୍କ୍ବାଡ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ କ୍ରାଇମବ୍ରାଞ୍ଚ ପାଟଣାଗଡ଼ ରାମପୁରରୁ ସୋମବାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାପଡିଛି ।