ସମ୍ବଲପୁର

ଖରଜୁରା, ଛତାପିପଲ ଉଠା ଜଳସେଚନ ପ୍ରକଳ୍ପ ଶିଳାନ୍ୟାସରେ ରହିଗଲା

   ଖରଜୁରା, ଛତାପିପଲ  ଉଠା ଜଳସେଚନ ପ୍ରକଳ୍ପ ଶିଳାନ୍ୟାସରେ ରହିଗଲା




ସୋନପୁର,୧୯।୧୨(ନି.ପ୍ର.)
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ମାତ୍ର କେଇ ମିନିଟ୍‌ ପୂର୍ବରୁ ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକର ଖରଜୁରା ଓ ଛତାପିପଲ ବୃହତ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ପ୍ରକଳ୍ପର ଶିଳାନ୍ୟାସ ପରେ ସ୍ଥାନୀୟ ଚାଷୀଙ୍କ ମହଲରେ ଆନନ୍ଦ ପ୍ରକାଶ ପାଇଥିଲା। କାରଣ ବିଶିମୁଣ୍ଡା, ହରଡଖୋଲ ଓ ଖରଜୁରା ପଞ୍ଚାୟତର ଚାଷୀଙ୍କ ଏହା ଦୀର୍ଘ ଦିନର ଦାବି ଥିଲା। କିନ୍ତୁ ଶିଳାନ୍ୟାସର ୧ ବର୍ଷ ପରେ ବି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନି। କାର୍ଯ୍ୟ କେବେ ଆରମ୍ଭ ହେବ ତାର ସୂଚନା କାହାରି ପାଖରେ ନାହିଁ । ତେଲନଦୀ ବେସିନର ଖରଜୁରା ଓ ଛତାପିପଲରେ ୫୯.୨୨ କୋଟି ଟଙ୍କା ଲେଖାଏଁ ବ୍ୟୟରେ ଦୁଇଟି ପ୍ରକଳ୍ପ ନିର୍ମାଣ ହେବ । ଏହାଦ୍ୱାରା ନଦୀକୂଳରେ ଥିବା ୧୦ହଜାର ଏକର ଜମିରେ ଋବି ଚାଷ ହୋଇ ପାରିବ ବୋଲି ସେତେବେଳେ ଜନସାଧାରଣଙ୍କୁ ପ୍ରତିଶୃତି ଦିଆଯାଇଥିଲା। ମାତ୍ର ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି ବୋଲି ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ୨୭।୧୨।୨୦୧୬ ରେ ୨ଟି ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ ଓଡିଶା ବିଧାନସଭାର ତତ୍କାଳୀନ ବାଚସ୍ପତି ତଥା ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ହୋଇଥିଲା। ତତ୍କାଳୀନ ଜିଲା ପରିଷଦ ଅଧ୍ୟକ୍ଷ, ଜିଲାପାଳ, ସ୍ଥାନୀୟ ଜିଲା ପରିଷଦ ସଦସ୍ୟା ଓ କେତେକ ନିର୍ଦ୍ଦିଷ୍ଟ ପଞ୍ଚାୟତସ୍ତରୀୟ ନିର୍ବାଚିତ ଲୋକ ପ୍ରତିନିଧି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ସାଧାରଣ ସଭାରେ ବକ୍ତବ୍ୟ ଦେଇଥିଲେ । ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେବା ନେଇ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ କିଶୋର କୁମାର ବିଶ୍ୱାଳ କୁହନ୍ତି ଏହି ପ୍ରକଳ୍ପ ଦ୍ୱୟର ଡିପିଆର ଜଳ ସମ୍ପଦ ବିଭାଗ ଦ୍ୱାରା ଆପ୍ରୋଭ ହୋଇଥିଲା। ମାତ୍ର ସରକାରଙ୍କ ପକ୍ଷରୁ ଫଣ୍ଡିଂ ଆଲଟମେଣ୍ଟ ଏ ପଯର୍‌ୟନ୍ତ ହୋଇନି। ଆମ ପାଖରେ ପ୍ରକଳ୍ପ ନିର୍ମାଣ ସମ୍ପର୍କିତ କୌଣସି ସୂଚନା ନାହିଁ ବୋଲି ଇଂ ବିଶ୍ୱାଳ କହିଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ ଏଭଳି ମନ୍ତବ୍ୟରୁ ପ୍ରକଳ୍ପ ନିର୍ମାଣ ସକାଶେ ଜଳସମ୍ପଦ ବିଭାଗର ଏବେ କୌଣସି ଯୋଜନା ନଥିବା ଜଣାପଡିଛି ।

All Right Reserved By

ସମ୍ବଲପୁର

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ଡକାୟତି ଯୋଜନା, ୪ ଗିରଫ, ଦେଶୀ ବନ୍ଧୁକ, ଖଣ୍ଡା ଜବତ

ରାଉରକେଲା ଅଫିସ,୨୨।୭- ଡକାୟତି ଯୋଜନା କରୁଥିବାବେଳେ ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଶନିବାର ଚଢ଼ାଉ କରି ୪ଜଣଙ୍କୁ କାବୁ କରିଛି। ଏମାନେ ହେଲେ ରାଜଗାଙ୍ଗପୁର ଇଦଗା ମୋହଲ୍ଲାର ଏମ୍‌ଡି ଜଲିଲ (୪୨), ଗୋପବନ୍ଧୁପାଲିର ମହମ୍ମଦ ଅଫତାବ (୨୪), ମହତାବ ରୋଡ୍‌ର ମହମ୍ମଦ ରାଜା (୩୪) ଓ ପ୍ଲାଣ୍ଟ ସାଇଟ୍‌ ପୋଷ୍ଟ ଅଫିସ ଗଳିର ମହମ୍ମଦ ଚାନ୍ଦ (୩୦)। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏମାନେ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ ବୋଲି ପୋଲିସ କହିଛି। ଗିରଫ ଅଭିୟୁକ୍ତମାନଙ୍କଠାରୁ ପୋଲିସ ଏକ ଦେଶୀ ବନ୍ଧୁକ, ୫ ଖଣ୍ଡା, ଦୁଇଟି ମୋବାଇଲ, ଗୋଟିଏ ବାଇକ (ନଂ. ଓଆର୍‌୧୪-ଟି୦୩୦୧) ଜବତ କରିଛି।

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ବାଲିଶଙ୍କରା,୨୨।୭(ଡି.ଏନ.ଏ: କିଞ୍ଜିରକେଲା ଥାନା ଅନ୍ତର୍ଗତ ସିକାଯୋର ଗ୍ରାମରେ ରବିବାର ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ସିବିଲ ଲାକଡା (୪୨)। ପ୍ରକାଶ ଯେ, ଗତ ୨୦ ତାରିଖ ଅପରାହ୍ନରେ ସିବିଲ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିଲେ। ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ ମୋର ମୁଣ୍ଡ ବିନ୍ଧୁଛି ବୋଲି କହିଥିଲେ । ୨୧ତାରିଖ ସକାଳେ ପରିବାର ଲୋକେ ଦେଖିଥିଲେ ତାଙ୍କ ମୁହଁରୁ ଫେଣ ବାହାରୁଛି।

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ହୀରାକୁଦ ଡ୍ୟାମ ଜଳସ୍ତର ୬୧୨.୯୨

ସମ୍ବଲପୁର,୨୨।୭(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାର ଜଳସ୍ତର ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୨.୯୨ ଫୁଟ ରହିଛି। ଜଳଭଣ୍ଡାରକୁ ବିଗତ ୩ଘଣ୍ଟା ଧରି ପ୍ରତି ସେକେଣ୍ଡରେ ୧,୬୪,୮୭୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ସେହିପରି ଜଳଭଣ୍ଡାରରୁ ବିଭିନ୍ନ କେନାଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ୩୭୦ କ୍ୟୁସେକ୍‌ ନିଷ୍କାସିତ ହେଉଛି। ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ୨୯.୮୯ ମିମି ବର୍ଷା ହୋଇଛି। ସେହିପରି ତଳମୁଣ୍ଡରେ ୧୩୦.୬୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାଠାରେ ୬୨୧. ୪୦ ମିମି ବର୍ଷା ହୋଇଥିବା ହୀରାକୁଦ ଡ୍ୟାମ କଣ୍ଟ୍ରୋଲ ରୁମ ପକ୍ଷରୁ ସୂଚିତ କରାଯାଇଛି ।

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ଦିନକର ବର୍ଷାରେ ବୀମରହାରାଜପୁର ଉପଖଣ୍ଡ ଜଳାର୍ଣ୍ଣବ, ଯୋଗାଯୋଗ ବିଚ୍ଛିନ୍ନ

ବୀରମହାରାଜପୁର, ୨୨ା୭(ଡି.ଏନ.ଏ.): ଦୁଇଦିନର ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲା ବୀମରହାରାଜପୁର ଉପଖଣ୍ଡର ଅବସ୍ଥା ବେହାଲ ହୋଇଛି। କେବଳ ଗୋଟିଏ ଦିନ (ଶନିବାର)ର ବୃଷ୍ଟିପାତ ୪୧୩ ମିମି ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ଦେଖାଦେଇଛି ବନ୍ୟାଜନିତ ପରିସ୍ଥିତି।

ମୁହାଣ ନାଳରେ ଭାସିଗଲେ ଯୁବକ: ବର୍ଷା ଯୋଗୁ ରେଢ଼ାଖୋଲ-ବିରମହାରାଜପୁର ବିଛିନ୍ନ

ରେଢ଼ାଖୋଲ,୨୨।୭(ଡି.ଏନ.ଏ.) ରେଢ଼ାଖୋଲ ଅଞ୍ଚଳରେ ଶନିବାର ଦିନ ତମାମ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁ ଛୋଟବଡ ନଇ ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି। ରେଢ଼ାଖୋଲ-ବୀରମହାରାଜପୁର ରାସ୍ତାର ପିତାମହୁଲ ନିକଟରେ ଥିବା ପୋଲ ଉପରେ ପ୍ରାୟ ୫ଫୁଟ ବନ୍ୟାପାଣି ପ୍ରବାହିତ ହେଉଥିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବଂଶାଜାଲ ପଞ୍ଚାୟତର କୁଇଲିପଦର ଗାଁ ନିକଟରେ ଥିବା ମୁହାଣ ନାଳରେ ବନ୍ୟା ଜଳ ଯୋଗୁ କୁଇଲିପଦର ଗ୍ରାମର ସୁରେଶ କରଣ (୨୫) ନାମକ ଜଣେ ଯୁବକ ଭାସି ଯାଇଛନ୍ତି।

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

ଡ଼ମ୍ପର-କାର ଧକ୍କା: ଖବରଦାତା ମୃତ, ଝିଅ ଗୁରୁତର

କୁଆଁରମୁଣ୍ଡା, ୨୨।୭(ଡି.ଏନ.ଏ.)-ରବିବାର ସକାଳ ପ୍ରାୟ ୯ଟା ୧୦ରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ୧୪୩ ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର ସହିତ ଡମ୍ପରର ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ଯାଉଥିବା ସ୍ଥାନୀୟ ଅଞ୍ଚଳର ଜଣେ ଖବରଦାତା ସଞ୍ଜୟ କୁମାର ରାଉଳ (୪୪)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତାଙ୍କ ଝିଅ ଗୁରୁତର ହୋଇଛନ୍ତି।

ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ମୃତ

ଦୁର୍ବୃତ୍ତଙ୍କ ଭୁଜାଲି ମାଡରେ ଜଣେ ମୃତ

ଲହୁଣୀପଡ଼ା,୨୨।୭ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ କୁଡେଇକଳା ଗଣିଘଷା ଗ୍ରାମରେ ଏକ ଅଘଟଣ ଘଟିଛି। କେହି ଜଣେ ଦୁର୍ବୃତ୍ତ ସମ୍ଭାରୁ ମୁଣ୍ଡା (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଭୁଜାଲିରେ ହାଣି ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, କୁଡେଇକଳା ପଞ୍ଚାୟତ କୁଡେଇକଳା- ହଳଦୀକାଞ୍ଚି ରାସ୍ତାରେ ଶନିବାର ସମ୍ଭାରୁ ମୁଣ୍ଡାଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

୯.୪ ଟନ୍‌ ଚୋରା ଲୁହା ସ୍କ୍ରାପ ଜବତ, ଟ୍ରକ୍‌ ଚାଳକ ଗିରଫ

କୁଆଁରମୁଣ୍ଡା,୨୨।୭(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ସରକାରୀ ଡାଏରୀ ଫାର୍ମ ସମ୍ମୁଖ ୧୪୩ ନମ୍ବର ଜାତୀୟ ରାଜପଥରେ ଶନିବାର ମଧ୍ୟାହ୍ନରେ ରାଉରକେଲାରୁ କୁଆଁରମୁଣ୍ଡା ଚୋରା ଲୁହା ସ୍କ୍ରାପ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି। ଚୋରା ଲୁହା ସ୍କ୍ରାପ ବୋଝେଇ ଟ୍ରକ(ନଂ.ଓଆର୧୬ଏ୨୭୯୮)କୁ ପୋଲିସ ଜବତ କରିଥିବା ବେଳେ ଟ୍ରକ୍‌ କକଚାଳକ ବଲଣ୍ଡା ଅଞ୍ଚଳର ଅର୍ଜୁନଶେଖର ଦେବ(୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବାର୍ଦ୍ଧକ୍ୟରେ ବିଦ୍ୟାଙ୍ଗ ପୁଅର ବୋଝ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ କଲାବତୀ

ବାର୍ଦ୍ଧକ୍ୟରେ ବିଦ୍ୟାଙ୍ଗ ପୁଅର ବୋଝ: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ କଲାବତୀ

ସୁନ୍ଦରଗଡ଼,୨୨।୭(ଡି.ଏନ୍‌.ଏ.) ବୃଦ୍ଧା, ବୃଦ୍ଧଙ୍କ ନିମନ୍ତେ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଏବେ ମଧ୍ୟ ଗ୍ରାମାଞ୍ଚଳରେ ଅନେକ ବୃଦ୍ଧା, ବୃଦ୍ଧ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। କଳାବତୀ ଦୀପ ବୟସ ୭୬ ହେବ। ବୟସର ସାୟାନ୍ନରେ ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ତାଙ୍କ ପାଇଁ ସାତସପନ ପାଲଟିଛି । ଭତ୍ତା ପାଇବା ପାଇଁ ପଞ୍ଚାୟତ ଅଫିସରୁ ଆରମ୍ଭ କରି ବ୍ଲକ ଅଫିସ ପର୍ଯ୍ୟନ୍ତ ଦୌଡି ନିରାଶ ହେବା ପରେ ଶେଷରେ ଶନିବାର ଜିଲାପାଳଙ୍କ ଅଫିସରେ ପହଞ୍ଚି ଭତ୍ତା ମଞ୍ଜୁର ପାଇଁ ଜିଲାପାଳଙ୍କୁ ଗୁହାରି କରିଛନ୍ତି।

ସିଆରସିସି, ଏବିଇଓଙ୍କୁ ଶିକ୍ଷକଙ୍କ ହତ୍ୟା ଧମକ

କୁଆଁରମୁଣ୍ଡା,୨୨।୭(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ମଝାପଡ଼ା ଶିକ୍ଷା କ୍ଲଷ୍ଟର କେନ୍ଦୁମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଜନୈକ ସହକାରୀ ଶିକ୍ଷକ ବିଳମ୍ବରେ ସ୍କୁଲ ଆସୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସ୍ଥାନୀୟ ସିଆରସିସି ନବୀନ ଲାକ୍ରା ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରି ଜାଗିଦ୍‌ କରିଥିଲେ। ହେଲେ ସହକାରୀ ଶିକ୍ଷକ ଜଣକ କଥାକୁ ଭ୍ରୁକ୍ଷେପ ନ କରି ବାରମ୍ବାର ସ୍କୁଲ ବଳମ୍ବରେ ଆସୁଥିଲେ।

ପ୍ରଶାସନ-ସ୍ଥାନୀୟ ପ୍ରତିନିଧିଙ୍କ ଆଲୋଚନା: ବଢେଇମୁଣ୍ଡା ରାସ୍ତାରେ ପାଉଁଶ ଗାଡି ଚଳାଚଳ ବନ୍ଦ

ଝାରସୁଗୁଡା ଅଫିସ,୨୨।୭- ଭାରିଯାନ ଚଳାଚଳକୁ ବିରୋଧ କରି ବଢେଇମୁଣ୍ଡା ଠାରେ ରାସ୍ତା ଅବରୋଧ ପରେ ଶୁକ୍ରବାର ସମାଧାନ ପାଇଁ ପ୍ରଶାସନିକ ବୈଠକ ଡକାଯାଇଛି। ସାଧାରଣ ଲୋକ ଏବଂ ଛାତ୍ରୀଛାତ୍ରଙ୍କ ଯାତାୟତ ଯୋଗୁ ସକାଳ ୬ଟାରୁ ୧୦ଟା ଯାଏଁ ଦେବାଡିହି, ବଢେଇମୁଣ୍ଡା ଆରଡି ରୋଡରେ ଭାରିଯାନ ଚଳାଚଳ ବନ୍ଦ ରହିବ। ସେହିପରି ଏହି ରାସ୍ତାରେ ପାଉଁଶ ବୋଝେଇ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ସ୍ଥର କରାଯାଇଛି।

ଆନ୍ଦୋଳନ ଠାରୁ ଦୂରରେ ନେତା: ଭାଜପା, କଂଗ୍ରେସର ଟାଉନ ସଙ୍ଗଠନ ଦୁର୍ବଳ

ଝାରସୁଗୁଡା ଅଫିସ,୨୨।୭- ସହରାଞ୍ଚଳରେ ଅନେକ ସମସ୍ୟା। ରାସ୍ତା, ଡ୍ରେନ୍‌, ପାନୀୟଜଳ, ଆଲୋକ ବ୍ୟବସ୍ଥା, ଆବର୍ଜନା, ଜବରଦଖଲ, ବସ୍ତି, ଭେଣ୍ଡିଂଜୋନ, କଂସେଇଖାନା, କାଞ୍ଚିଆ ହାଉସ୍‌ ଭଳି ଗଣ୍ଡା ଗଣ୍ଡା ସମସ୍ୟ। ସେସବୁର ସମାଧାନ କରିବା ପ୍ରଶାସନିକ କାମ। ନ ହେଲେ ରାଜନୈତିକ ହସ୍ତକ୍ଷେପ। ଧାରଣା, ବିକ୍ଷୋଭ, ଆନ୍ଦୋଳନ, ଅନଶନ ଭଳି କଠୋର ପଦକ୍ଷେପ ଆବଶ୍ୟକ।

Model This Week

ଚିଣ୍ଟୁ