ସମ୍ବଲପୁର

ପୁଅର ହତ୍ୟାକାରୀଙ୍କୁ ଧରୁନି ପୋଲିସ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଲେ ମା’

ପୁଅର ହତ୍ୟାକାରୀଙ୍କୁ ଧରୁନି ପୋଲିସ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଲେ ମା’

ବରଗଡ଼ ଅଫିସ୍‌,୧୯।୧୨-ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ରୂପାପାଲି ଗ୍ରାମର ସୁବାଶିନୀ ମଲ୍ଲିକ ନାମ୍ନୀ ଜଣେ ମହିଳା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି । ତାଙ୍କ ପୁଅ ଗଣେଶଙ୍କୁ କେତେକ ଦୁର୍ବୃତ୍ତ ମାରି ଦେଇଥିବା ଏବଂ ପ୍ରମାଣ ନଷ୍ଟ କରି ଶବକୁ କୁଆଡ଼େ ଫୋପାଡ଼ି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ବାର ଏତଲା ଦେବା ସତ୍ତ୍ବେ ପୋଲିସ କୌଣସି କାର୍ଯାନୁଷ୍ଠାନ ନେଉ ନ ଥିବା ସେ ଅଭିଯୋଗ କରିଛନ୍ତି ା ଅନ୍ୟପଟେ ଅଭିଯୁକ୍ତମାନେ ଖୋଲାଖୋଲି ବୁଲାବୁଲି କରୁଥିବାବେଳେ ନାନା ଧମକଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ା ଏ ନେଇ ଜିଲାପାଳ ଓ ଏସ୍‌ପିଙ୍କୁ ବାରମ୍ବାର ଅବଗତ କରିବା ସତ୍ତ୍ବେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପ୍ରତିବାଦରେ ସେ ଅନଶନରେ ବସିଥିବା କହିଛନ୍ତି।

All Right Reserved By

Model This Week

ନିକିତା

ସମ୍ବଲପୁର

ଏସ୍‌ଟିଆ ଅଞ୍ଚଳରେ ଟ୍ରାଫିକ ବିପର୍ଯ୍ୟସ୍ତ: ଜଗୁନାହାନ୍ତି ଟ୍ରାଫିକ୍‌ କର୍ମଚାରୀ, ବାରମ୍ବାର ଘଟୁଛି ଦୁର୍ଘଟଣା

ଏସ୍‌ଟିଆ ଅଞ୍ଚଳରେ ଟ୍ରାଫିକ ବିପର୍ଯ୍ୟସ୍ତ: ଜଗୁନାହାନ୍ତି ଟ୍ରାଫିକ୍‌ କର୍ମଚାରୀ, ବାରମ୍ବାର ଘଟୁଛି ଦୁର୍ଘଟଣା

ରାଉରକେଲା ଅଫିସ,୨୦।୪- ଏସ୍‌ଟିଆ ଅଞ୍ଚଳରେ ଏବେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତାରେ ଫ୍ଲାଏ ଓଭର ବ୍ରିିଜ ନିର୍ମାଣ କରାଯାଉଥିବାରୁ ନିକଟସ୍ଥ ରାସ୍ତା ଦେଇ ଗାଡ଼ିମୋଟର ଯିବା ଆସିବା କରୁଛି। ହେଲେ ଯେଉଁ ସଂଖ୍ୟକ ଗାଡ଼ିମୋଟର ଯିବା ଆସିବା କରୁଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ ଜଣେ ହେଲେ ଟ୍ରାଫିକ କର୍ମଚାରୀଙ୍କୁ ସେଠାରେ ମୁତୟନ କରାଯାଉନାହିଁ। ଫଳରେ ବାରମ୍ବାର ସେଠାରେ ଦୁର୍ଘଟଣା ଘଟୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତାକୁ ଲାଗି ରହିଛି ପାନପୋଷ ସ୍ବୟଂଶାସିତ ସରକାରୀ ମହାବିଦ୍ୟାଳୟ। ତେଣୁ ପ୍ରତିଦିନ ଶହ ଶହ ଛାତ୍ରୀଛାତ୍ର ସାଇକେଲ ଓ ବାଇକ୍‌ରେ କଲେଜକୁ ଯାତାୟାତ କରୁଛନ୍ତି। ସେମାନେ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ନିକଟରେ ଜଣେ ଛାତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ତାଙ୍କ ଗୋଡ଼ କଟାଯାଇଥିଲା। ଜଣେ ଅଧ୍ୟାପକଙ୍କ ଗୋଡ଼ ମଧ୍ୟ ଦୁର୍ଘଟଣାରେ ଭାଙ୍ଗିଥିଲା। ଏହାସତ୍ତ୍ୱେ ଟ୍ରାଫିକ ପୋଲିସର ଚେତା ପଶୁନାହିଁ। ଏ ସମ୍ପର୍କରେ ସ୍ବୟଂଶାସିତ କଲେଜର ଭିଜିଟିଂ ପ୍ରଫେସର ଡ. ପ୍ରଭାତ ମଲ୍ଲିକ କହିଛନ୍ତି, ଏହି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ଏହି ସଂକୀର୍ଣ୍ଣ ରାସ୍ତାରେ ବସ୍‌ ମଧ୍ୟ ଯିବା ଆସିବା କରୁଛନ୍ତି। ତେବେ ବସ୍‌କୁ ରୋକିବା ପାଇଁ ସେଠାରେ ଟ୍ରାଫିକ ପୋଲିସ ନାହାନ୍ତି।

ଦୁର୍ଘଟଣାରେ ୪ ମଇଁଷି ମୃତ, ଉତ୍ତେଜନା

ଦୁର୍ଘଟଣାରେ ୪ ମଇଁଷି ମୃତ, ଉତ୍ତେଜନା

ରାଉରକେଲା ଅଫିସ,୧୯।୪- ୧୪୩ନଂ ଜାତୀୟ ରାଜପଥର ଜଲଦା ଫାଣ୍ଡି ଅନ୍ତର୍ଗତ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ଅଜଣା ଭାରୀଯାନ ଧକ୍କାରେ ୪ ମଇଁଷିଙ୍କ ମୃତ୍ୟୁ ଘଟିଛି। ଖବର ପ୍ରଚାରିତ ହେବା ପରେ ଜଲଦା ଅଞ୍ଚଳର ଖଟାଲ ମାଲିକମାନେ ଘଟଣାସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବେପରୁଆ ଗାଡ଼ି ଚାଳନା ଯୋଗୁ ଅନେକ ସମୟରେ ପ୍ରାଣୀସମ୍ପଦ ନଷ୍ଟ ହେଉଛି। କିଛିଦିନ ପୂର୍ବେ ଦେଓଗାଁ କୁଷ୍ଠ କଲୋନୀ ନିକଟରେ ଭାରୀଯାନ ଧକ୍କାରେ ୩ ଗୋରୁ ମରିଥିଲେ। ଦ୍ରୁତ ଗାଡ଼ି ଚାଳନା ଉପରେ କଟକଣା ଜାରି କରିବା ଦାବିରେ ଏମାନେ ପାଟିତୁଣ୍ଡ କରିଥିଲେ। ଫଳରେ ଜାତୀୟ ରାଜପଥ ଉପରେ କିଛି ସମୟ ପାଇଁ ଗାଡ଼ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କୁହାଯାଇଛି ଯେ ମଇଁଷି ପଲ ପାଖ ବିଲରୁ ଚରାବୁଲା ସାରି ଫେରୁଥିବା ବେଳେ ଏକ ଡମ୍ପର ଭାରସାମ୍ୟ ହରାଇ ସେମାନଙ୍କୁ ଧକ୍କା ଦେବା ପରେ ଫେରାର ହୋଇଯାଇଛି।

ଅନୁସୂଚିତ ଜାତିର ୪ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ:ମହିଳାଙ୍କୁ ପଚରାଉଚରା କଲେ ଏସ୍‌ପି

ଅନୁସୂଚିତ ଜାତିର ୪ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ:ମହିଳାଙ୍କୁ ପଚରାଉଚରା କଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୧୯।୪ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁଶମେଲ ଗାଁରେ ଗତ ମାର୍ଚ୍ଚ ମାସ ୭ ତାରିଖରେ ଅନୁସୂଚିତ ଜାତିର ୪ମହିଳାଙ୍କୁ ସେହି ଗାଁର ଭକ୍ତବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ମଧ୍ୟ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଦୁର୍ବ୍ୟବହାରର ଶିକାର ହୋଇଥିବା ମହିଳାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଏହି ମାମଲାକୁ ନେଇ ଗୁରୁବାର ଏସ୍‌ପି ନିଜେ ସେହି ୪ ମହିଳାଙ୍କୁ ପଚରାଉଚରା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିବା ଜଣାପଡିଛି।

ବଗିଚାରେ ନିଅଁ। ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବଗିଚାରେ ନିଅଁ। ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କୋମନା,୧୯।୪(ଡି.ଏନ.ଏ.)-ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ମହୁଲଭଟା ଗାଁର ନନ୍ଦିଘୋଷ ଖମାରୀ ନାମକ ଜଣେ ଚାଷୀଙ୍କ ବଗିଚାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆମ୍ବ, ଶାଗୁଆନ ଗଛ ନଷ୍ଟ ହୋଇଛି। ଏହା କେହି ଦୁର୍ବୃତ୍ତଙ୍କ କାଣ୍ଡ ହୋଇଥାଇପାରେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ପୂର୍ବାହ୍ନ ୧୧ଟାରେ ଗଁାରୁ ୫ଶହ ମିଟର ଦୂରରେ ଥିବା ବଗିଚାରେ ନିଆଁ ହୁହୁହୋଇ ଜଳୁଥିବା ଦେଖି ଲୋକେ ନନ୍ଦିଘୋଷଙ୍କ ପରିବାରଙ୍କୁ ଖବର ଦେଇଥିଲେ। ଗାଁ ଲୋକେ ମିଳିତ ଭାବେ ନିଆଁକୁ ଆୟତ୍ତ କରିବାକୁ ଯାଇ ବିଫଳ ହୋଇଥିଲେ। ଶେଷରେ କୋମନାରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ନିଆଁ ଲିଭାଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି।

ଗୌରୀଶଙ୍କର ପବ୍ଳିକ ସ୍କୁଲର ବାର୍ଷିକ ଉତ୍ସବ

ଗୌରୀଶଙ୍କର ପବ୍ଳିକ ସ୍କୁଲର ବାର୍ଷିକ ଉତ୍ସବ

ବୌଦ୍ଧ,୧୯।୪(ସ୍ବ.ପ୍ର.) ବୌଦ୍ଧ ସହରର ଗୌରୀଶଙ୍କର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଗୁରୁବାର ଟାଉନ ହଲର ଭିକାର କଳାମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ତାରିଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବୌଦ୍ଧ ଜିଲାପାଳ ମଧୁସୁଦନ ମିଶ୍ର ମୁଖ୍ୟ ଅତିଥି, ବିଡିଓ ନୀହାର ରଞ୍ଜନ କହଁର, ବିଦ୍ୟାଳୟର ଭାଇସ ପ୍ରିନ୍ସପାଲ ଏଲ. ରାଜକିଶୋର ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ପାଦକ ଧୁରୀଣ ଦେହୁରୀ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଜିଲାପାଳ ମିଶ୍ର ଶିକ୍ଷକ, ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ସାମଞ୍ଜସ୍ୟ ରହିବା ଦରକାର ବୋଲି କହିଥିଲେ । ସମ୍ମାନୀତ ଅତିଥି କହଁର ଆଜିର ଶିଶୁ କାଲିର ଭବିଷ୍ୟତ । ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ପିଲାଙ୍କୁ ଚାପ ଦେବା ଉଚିତ ନୁହେଁ । ତାଙ୍କୁ ତାଙ୍କର ଶୈଶବ ଜୀବନ ବିତାଇବାକୁ ଦିଆଯାଉ ବୋଲି ସେ କହିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ନାଟ୍ୟଗୁରୁ ଗୋପାଳ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ସହଯୋଗ କରିଥିଲେ ।

ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌

ଟ୍ରେନ୍‌ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌

ଝାରସୁଗୁଡା ଅଫିସ,୧୯।୪- ଝାରସୁଗୁଡା ଜିଲା ବାଗଡିହି ରେଞ୍ଜ ଅଞ୍ଚଳରେ ଟ୍ରେନ୍‌ ଦୁର୍ଘଟଣାରେ ୪ଟି ହାତୀର ମୃତ୍ୟୁ ଘଟଣା ଜାତୀୟସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାର ଅନୁଧ୍ୟାନ କରିବାକୁ ଏକ କେନ୍ଦ୍ରୀୟ ଟିମ୍‌ ଖୁବଶୀଘ୍ର ଝାରସୁଗୁଡା ଆସୁଥିବା ସୂଚନା ମିଳିଛି। ଉକ୍ତ ଟିମରେ ଜଙ୍ଗଲ ବିଭାଗ ଏବଂ ୱାଇଲ୍ଡ ଲାଇଫ୍‌ର କିଛି ବରିଷ୍ଠ ଅଧିକାରୀ ଆସିବାର କାରର୍ଯ୍ୟକ୍ରମ ରହିଛି।

ତୁଷୁରା ଏନଏସି ଉନ୍ନୟନ କାମରେ ଅସନ୍ତୋଷ: ସହରରେ ପୁଣି ଲାଗିଲା ପୋଷ୍ଟର

ତୁଷୁରା ଏନଏସି ଉନ୍ନୟନ କାମରେ ଅସନ୍ତୋଷ: ସହରରେ ପୁଣି ଲାଗିଲା ପୋଷ୍ଟର

ଗୁଡ଼ଭେଲା,୧୯।୪(ଡି.ଏନ.ଏ.) ତୁଷରା ଏନଏସି ଗଠନ ହେବା ତିନିବର୍ଷରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ଲୋକେ ସହରୀ ସୁବିଧା ପାଇ ପାରି ନାହାନ୍ତି। ଏଥିରେ ଅସନ୍ତୋଷ ପ୍ରକାଶ କରି ଗୁରୁବାର ପୁଣି ଥରେ ସହରର ବିଭିନ୍ନ ସ୍ଥାନରେ ଲିଫଲେଟ ଓ ପୋଷ୍ଟର ପଡିଛି। ଏଥିରେ ପୂର୍ବବତ ଆମ ପଞ୍ଚାୟତକୁ ଫେରେଇ ଦିଅ, ଧରଧର ଡାକଦେଲା, ତୁଷରା ଏନଏସି କୁଆଡେ ଗଲା, ଷ୍ଟାଡିୟମ, କାହିଁ ଶୌଚାଳୟ ହଜି ଗଲା, ବସ୍‌ଷ୍ଟାଣ୍ଡ କିଏ ନେଲା, ପାର୍କ ଜୁହାର କରୁଛି ତତେ, ଧନ୍ୟ ଏନଏସିରେ ଧନ୍ୟ ତୁହି, ତୋର କାରନାମ କି ସତେ ପାରିବି କହି ଆଦି ଲେଖା ଯାଇଛି। ଗୁରୁବାର ସକାଳୁ ଏହାକୁ ଦେଖି ଲୋକଙ୍କ ମଧ୍ୟରେ ପୁଣି ଥରେ ଆଲୋଚନାର ବିଷୟ ବସ୍ତୁ ହୋଇଥିଲା। ଏଥିପୂର୍ବରୁ ୨୦୧୭ ଡିସେମ୍ବର ୧୨ତାରିଖରେ ତୁଷରା ସହରରେ ଏହିପରି ପୋଷ୍ଟର ଲାଗିଥିଲା।

ଜାତୀୟ ରାଜପଥ କଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜାତୀୟ ରାଜପଥ କଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ,୧୯।୪(ସ୍ବ.ପ୍ର.) ବୌଦ୍ଧ ଥାନା ମୁରୁଷୁଣ୍ଡି ପଞ୍ଚାୟତ ଅଧୀନ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡରେ ଥିବା ଏକ ନାଳ ନିିକଟରୁ ଜଣେ ଯୁବକଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ବାବୁଲା ସାହୁ( ୪୭) ଓ ତାଙ୍କ ଘର ଗମ୍ଭାରିପଦର ଗାଁରେ। ଖବର ପାଇ ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମେଡିକାଲକୁ ପଠାଇଛି।

ଉଜ୍ଜଳ ଉତଥାନ୍‌ ତାଲିମ ଶିବିର: ଅଂଶୁଘାତର ଶିକାର ହେଲେ ଶିକ୍ଷକ

ଉଜ୍ଜଳ ଉତଥାନ୍‌ ତାଲିମ ଶିବିର: ଅଂଶୁଘାତର ଶିକାର ହେଲେ ଶିକ୍ଷକ

କର୍ଲାମୁଣ୍ଡା,୧୯।୪(ଡି.ଏନ.ଏ.)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପଞ୍ଚାୟତ ସମିତି ହାଇସ୍କୁଲ ଶ୍ରେଣୀଗୃହଠାରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୁରୁବାରଠାରୁ ୮୦ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନେଇ ପୃଥକ ଭାବେ ଉଜ୍ଜଳ ଓ ଉତଥାନ୍‌ ୩ ଦିନିଆ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ତେବେ ଏହି ତାଲିମ ଶିବିରକୁ ତାଲିମ ନେବାକୁ ଆସିଥିବା ଶିକ୍ଷକ ପ୍ରତାପ କୁମାର ଅଂଶୁଘାତର ଶିକାର ହୋଇ କର୍ଲାମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ତାଲିମ ଶିବିର ଚାଲିଥିବା ଗୃହ ଛୋଟ ହୋଇଥିବା ଓ କୁଲର, ଜେନେରେଟର ବ୍ୟବସ୍ଥା କରାଯାଇ ନ ଥିବାରୁ ଏଭଳି ଘଟଣା ଘଟିଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି ।

ସୁନ୍ଦରଗଡ଼ ଅଟୋ କର୍ମଚାରୀ ମହାସଂଘର ବିକ୍ଷୋଭ, ଶୋଭାଯାତ୍ରା

ସୁନ୍ଦରଗଡ଼ ଅଟୋ କର୍ମଚାରୀ ମହାସଂଘର ବିକ୍ଷୋଭ, ଶୋଭାଯାତ୍ରା

ରାଉରକେଲା ଅଫିସ,୧୯।୪-ସୁନ୍ଦରଗଡ଼ ଅଟୋ କର୍ମଚାରୀ ମହାସଂଘ ପକ୍ଷରୁ ଗୁରୁବାର ରାଉରକେଲାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ନେତୃତ୍ୱରେ ଅଟୋ କର୍ମଚାରୀମାନେ ଶୋଭାଯାତ୍ରାରେ ଆସି (ଆରଟିଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ କରିବା ସହ ଦାବିପତ୍ର ଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଟନେଶ ପାଇଁ ଆବେଦନ ନ କଲେ ପ୍ରତିଦିନ ଜରିମାନା ବାବଦରେ ୫୦ଟଙ୍କା ଦେବାକୁ ପଡ଼ିବ। ଏହାକୁ ଅଟୋ କର୍ମଚାରୀମାନେ ବିରୋଧ କରିଛନ୍ତି। ତୁରନ୍ତ ଏହି ନିୟମ ପ୍ରତ୍ୟାହାର ପାଇଁ ଦାବି ହୋଇଛି।

ଭଟଲିରେ ବ୍ଲକ୍‌ସ୍ତରୀୟ ଉଜ୍ଜଳ, ଉତ୍‌ଥାନ ତାଲିମ ଶିବିର

ଭଟଲିରେ ବ୍ଲକ୍‌ସ୍ତରୀୟ ଉଜ୍ଜଳ, ଉତ୍‌ଥାନ ତାଲିମ ଶିବିର

ଭଟଲି,୧୯।୪(ଡି.ଏନ.ଏ) ବରଗଡ଼ ଜିଲା ଭଟଲି ଦଧିବାମନ ମଧ୍ୟଇଂରାଜୀ ବିଦ୍ୟାଳୟ ଏବଂ ଭଟଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଉଜ୍ଜଳ ଓ ଉତ୍‌ଥାନ ଶିକ୍ଷକ ତାଲିମ ଶିବିର ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଉଭୟ ତାଲିମ ଶିବିରରେ ୭୪ ଜଣ ଶିକ୍ଷକ ତାଲିମ ନେଉଛନ୍ତି। ଜୀବର୍ଦ୍ଧନ ଭୋଇ, ବିଭୂତିଭୂଷଣ ଦାଶ ଏବଂ ଗୁରୁଦେବ ଉର୍ମା ଉତ୍‌ଥାନ ତାଲିମ ଶିବିରରେ ସାଧନକର୍ମୀ ଭାବେ ଯୋଗଦେଇଥିବାବେଳେ ବନମାଲି ସାହୁ, ପ୍ରହଲ୍ଲାଦ ସାହୁ ଏବଂ ଅନନ୍ତ ସାହୁ ପ୍ରମୁଖ ଉଜ୍ଜଳ ତାଲିମ ଶିବିରରେ ସାଧନ କର୍ମୀ ଭାବେ ଯୋଗ ଦେଇଛନ୍ତି। ଉପେନ୍ଦ୍ର ଖମାରୀ ଏବଂ ସୁଶାନ୍ତ କୁମାର ଦାଶ ରାଜ୍ୟ ସାଧନକର୍ମୀ ଭାବେ ଶିବିର ପରିଚାଳକ ଦାୟିତ୍ୱ ତୁଳାଉଛନ୍ତି।

ପାଚିଲା ଧାନରେ ଚକଡା ପୋକ: ଚାଷୀ ଆତଙ୍କିତ

ପାଚିଲା ଧାନରେ ଚକଡା ପୋକ: ଚାଷୀ ଆତଙ୍କିତ

ଅତାବିରା, ୧୯।୪ (ଡି.ଏନ.ଏ)- ବରଗଡ ଜିଲା ଅତାବିରା ଓ ଭେଡେନ ବ୍ଲକରେ ଚାଷୀମାନେ ମୁଖ୍ୟତଃ ଧାନ ଫସଲକୁ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି । ଉକ୍ତ ଅଞ୍ଚଳର ଶତାକଡା ୯୫ ଭାଗ ପରିବାର ଧାନ ଚାଷକୁ ନିର୍ଭର କରିଥାନ୍ତି । ବର୍ଷକୁ ଦୁଇ ଫସଲ ଧାନ ଚାଷ ହୋଇଥାଏ । ଖରିଫ ଓ ରବି ଧାନ ଫସଲ ରବି ଋତୁ ଅପେକ୍ଷା ଖରିଫ ଋତୁରେ ଅଧିକ ଚାଷ ଜମିରେ ଧାନ ଫସଲ ହୋଇଥାଏ । ରବି ଫସଲରେ ଅଣଜଳସେଚିତ ଅଞ୍ଚଳର ଧାନ ଫସଲ ହୋଇ ନ ଥାଏ । ବର୍ତ୍ତମାନ ରବି ଧାନ ଫସଲ ଅମଳ କାର୍ଯ୍ୟ ଆରମ୍ଭ କଲେଣି । ପାଚିଲା ଓ ପରିପକ୍ବ ଅବସ୍ଥାରେ ଥିବା ଧାନ ଫସଲରେ ଚକଡା ପୋକଙ୍କ ପ୍ରାଦୁର୍ଭାବ ଦେଖାଗଲାଣି । ଚକଡା ପୋକ ଯୋଗୁ ଚାଷୀମାନେ ଆତଙ୍କିତ ହୋଇଯାଇ ବିଭିନ୍ନ କୀଟନାଶକ ଔଷଧ ଦୋକାନରୁ ବିଭିନ୍ନ କମ୍ପାନୀଗୁଡିକର ଔଷଧ ଆଣି ପ୍ରୟୋଗ କରୁଛନ୍ତି ।