ସମ୍ବଲପୁର

ମହାରାଜ ସାଗର ପୁନରୁଦ୍ଧାର ବାଟ ଖୋଲିଲା

ମହାରାଜ ସାଗର ପୁନରୁଦ୍ଧାର ବାଟ ଖୋଲିଲା


ଟିଟିଲାଗଡ, ୧୯।୧୨(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ସହର ମଧ୍ୟଭାଗରେ ଥିବା ମହାରାଜସାଗରର ବହୁ ପ୍ରତୀକ୍ଷିତ ନବକଳେବର ନେଇ ବାଟ ଖୋଲିଛି। ରାଜ୍ୟ ସରକାର ୧୮ଏକରରୁ ଊର୍ଦ୍ଧ୍ୱ ଏହି ପୁରାତନ ଜଳାଶୟର ଉନ୍ନତୀକରଣ କରିବେ। ଏଥିପାଇଁ ୨କୋଟି ୮୪ ଲକ୍ଷ ଅର୍ଥ ରାଶି ମଞ୍ଜୁର ହୋଇଛି। ବର୍ତ୍ତମାନ ବସ୍ତୁତଃ ପରିତ୍ୟକ୍ତ ହୋଇ ପଡି ରହିଥିବା ଏହି ଜଳାଶୟର ପଙ୍କୋଧାର କରାଯିବ। ଗାର୍ଡୱାଲ, ପଥର ପ୍ୟାକିଙ୍ଗ, ଗାଧୁଆ ତୁଠ, ସ୍ଲୁଇସ ଗେଟ, ଜଳାଶୟ ଚାରିପାର୍ଶ୍ୱରେ ପର୍ଯ୍ୟାପ୍ତ ଆଲୋକୀକରଣ, ବସିବା ପାଇଁ ବେଞ୍ଚ ନିର୍ମାଣ, ଚାରିକଡରେ ପରିକ୍ରମା ପାଇଁ ପାଦଚଲା ରାସ୍ତା, ବନ୍ଧ ଚାରିକଡରେ ଫୁଲ ଓ ଔଷଧୀୟ ବୃକ୍ଷରୋପଣ କରାଯିବ। ସାଧାରଣ ଜନତାଙ୍କ ପାଇଁ ଜଳାଶୟ ପାର୍ଶ୍ୱରେ ଶୌଚାଳୟ ବ୍ୟବସ୍ଥା କରାଯିବ। ସହରର ନର୍ଦ୍ଦମା ପାଣିକୁ ଡ୍ରେନ ସହାୟତାରେ ଡାଇଭର୍ଟ କରାଯାଇ ଅନ୍ୟତ୍ର ପକା ଯିବାର ପରିକଳ୍ପନା କରାଯାଇଛି। ସର୍ବୋପରି ଏହି ଜଳାଶୟ ଯେପରି ସହରବାସୀଙ୍କ ପାଇଁ ମନୋରମସ୍ଥଳ ହୋଇ ପାରିବ ସେ ଦିଗରେ ପୌର ପରିଷଦ କାର୍ଯ୍ୟ କରିବ। ଏସବୁ ଯୋଜନାର ସଫଳ କାର୍ଯ୍ୟାନ୍ବୟନ କିପରି କରାଯାଇ ପାରିବ ସେଥିପାଇଁ ଟିଟିଲାଗଡ ପୌର ପରିଷଦ ପକ୍ଷରୁ ସୋମବାର ଏକ ଖୋଲା ବୈଠକ ଡକାଯାଇଥିଲା। ସ୍ଥାନୀୟ ଗୋପବନ୍ଧୁ ପାର୍କଠାରେ ଆହୂତ ବୈଠକରେ ସହରର ବହୁ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ରହି ଜଳାଶୟର ନବକଳେବର ଦିଗରେ ସେମାନଙ୍କ ମତ ରଖିଥିଲେ। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ କାର୍ଯ୍ୟର ସମସ୍ତ ବିବରଣୀ ଉପସ୍ଥାପନ କରାଯାଇ କାର୍ଯ୍ୟ ସମ୍ପନ୍ନ ଦିଗରେ ସହରବାସୀଙ୍କ ସହଯୋଗ କାମନା କରାଯାଇଥିଲା। ସଭାରେ ଉପସ୍ଥିତ ବରିଷ୍ଠ ଆଇନଜୀବୀ ରାଧାକାନ୍ତ ପାଢୀ, ପୂର୍ବତନ କାଉନସିଲର ରାମ ବେହେରା, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ପ୍ରମୋଦ ପ୍ରଧାନ, ସରୋଜ ଦାସ, ବ୍ଲକ ବିଜେଡି ସଭାପତି ପିତାମ୍ବର ବଗର୍ତ୍ତି, ବ୍ୟବସାୟୀ ସଂଘ ସଭାପତି ତ୍ରିନାଥ ସରାଫ, ଚ୍ୟାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ସଭାପତି ଇଶ୍ୱର ଜୈନ, ବରିଷ୍ଠ ଖବରଦାତା ଉତ୍ତମା ନାଏକ, କୈଳାସ ବେହେରା, ରଣଜିତ ପୃଷ୍ଟି ପ୍ରମୁଖ ସେମାନଙ୍କ ମତ ରଖିଥିଲେ। ପୌରପରିଷଦର ଏହି ନୂତନ ପରିକଳ୍ପନାକୁ ବୈଠକରେ ପ୍ରଶଂସା କରାଯାଇଥିଲା। ପୌରପରିଷଦ ପକ୍ଷରୁ ମହାରାଜ ସାଗରର ପୂର୍ଣ୍ଣାଙ୍ଗ ଉନ୍ନତୀକରଣ ରିପୋର୍ଟକୁ ବିଚାର କରି ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଥିବାରୁ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ ବିଧାୟିକା ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରେ କୃତଜ୍ଞତା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଟିଟିଲାଗଡ ଉପଜିଲାପାଳ ଗିରୀଶ ଚନ୍ଦ୍ର ସିଂ, ତହସିଲଦାର ଏସ. ଡୁଙ୍ଗଡୁଙ୍ଗ, ଏସ୍‌ଡିପିଓ ସରୋଜ ମହାପାତ୍ର, ଆଇଆଇସି ବିଜୟାନନ୍ଦ କରକରା, ପୌର ଉପାଧ୍ୟକ୍ଷା ଅଞ୍ଜନା ବର୍ମା, ପୂର୍ବତନ ଅଧ୍ୟକ୍ଷା ଯମୁନା ପାଢୀ, ସନ୍ତୋଷ ପ୍ରଧାନ, ବିଧାୟିକାଙ୍କ ପ୍ରତିନିଧି ଅରୁଣ ମିଶ୍ର, ଶିକ୍ଷାବିତ ଜଗନ୍ନାଥ ପଣ୍ଡା, ରାଜୀବ ଲୋଚନ ପାଢୀ, ଯୁଗଳ କିଶୋର ଷଡଙ୍ଗୀ, ପ୍ରେମଚନ୍ଦ ଜୈନ, ଦିଲୀପ ବାଗ, ମାରୱାଡି ୟୁବାମୋର୍ଚ୍ଚା ସଭାପତି ଶମ୍ଭୁପ୍ରସାଦ ଗୋୟଲ, ଲାୟନ୍ସ କ୍ଲବ ସଭାପତି ଦୀପକ ଗୋୟଲ, ଶମ୍ଭୁପ୍ରସାଦ ସାହୁ, ପୌରଯନ୍ତ୍ରୀ ନୀଳକଣ୍ଠ କିଷାନ, ବିଶ୍ୱପ୍ରୀୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ମହାରାଣୀ ସାଗର ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି। ଜଳାଶୟର ପାଣି ଦୁର୍ଗନ୍ଧମୟ ହୋଇଯାଇଛି। ଯେଉଁ ଜଳାଶୟ ଦିନେ ସହରବାସୀଙ୍କ ଆଶାଭରସା ଥିଲା ତାହା ଏବେ ଯେମିତି ଡମ୍ପିଂୟାର୍ଡ ପାଲଟି ଯାଇଛି। ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିବା ବେଳେ ଏବେ ତାହା ସାକାର ହେବାକୁ ଯାଉଛି।

All Right Reserved By

ସମ୍ବଲପୁର

ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ

ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ

କେସିଙ୍ଗା,୧୬।୭(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ବୋରିଆ ଗ୍ରାମ ମାଝିପଡ଼ା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁଯାୟୀ ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ କରାଯାଇଛି। ଜିଲାପାଳ ଅଞ୍ଜନ କୁମାର ମାଣିକ ୩ରୁ ୬ ବର୍ଷର ପ୍ରାକ୍‌ ବିଦ୍ୟାଳୟର କୁନି କୁନି ଶିଶୁ, ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୧୬।୭(ବ୍ୟୁରୋ) ହଜରତ୍‌ ଖ୍ବାଜା ଗରୀବ ନୱାଜ୍‌ କମିଟି ପକ୍ଷରୁ ରବିବାର ସମ୍ବର୍ଦ୍ଧନା ଉତ୍ସବ ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ୨୨ ହଜ୍‌ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉତ୍ସବରେ ପୂର୍ବରୁ ହଜ୍‌ ଯାତ୍ରା କରିଥିବା ଓ କମିଟିର ପ୍ରାୟ ୩ଶହ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ପଡ଼ିଆବାହାଲ,୧୬।୭(ଡି.ଏନ.ଏ.) ପଡ଼ିଆବାହାଲ ନିଲଡୁଙ୍ଗୁରୀଠାରେ ଟ୍ରକ-ବାଇକ ମଧ୍ୟରେ ଧକ୍କା ଘଟିଛି। ଦୁର୍ଘଟଣାରେ ଜୟନ୍ତପୁର ଗ୍ରାମର ଓ୍ବାର୍ଡମେମ୍ବର ଆଲୋକ ଷଣ୍ଢ ପ୍ରାଣ ହରାଇଛନ୍ତି। ଅନ୍ୟ ୨ ଗୁରୁତର ଜିତେନ୍ଦ୍ର ସାହୁ ଓ ତାଙ୍କ ତାଙ୍କ ୪ ବର୍ଷର ଝିଅ ଶ୍ରୀୟାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ରବିବାର ତିନିହେଁ ଏକ ବାଇକ୍‌ରେ ସନାତନପାଲିକୁ ରଥଯାତ୍ରା ଦେଖିବାକୁ ଯାଇଥିଲେ।

ସମ୍ବଲପୁର ସ୍ବେରେଜ ପ୍ରକଳ୍ପ : ନିମ୍ନମାନର ପାଇପ ବ୍ୟବହାର ଅଭିଯୋଗ

ସମ୍ବଲପୁର ସ୍ବେରେଜ ପ୍ରକଳ୍ପ : ନିମ୍ନମାନର ପାଇପ ବ୍ୟବହାର ଅଭିଯୋଗ

ସମ୍ବଲପୁର,୧୬।୭(ବ୍ୟୁରୋ) ସମ୍ବଲପୁର ସହରରେ ନିର୍ମାଣାଧୀନ ସ୍ବେରେଜ ପ୍ଳାଣ୍ଟ (ଏଟିପି)ପ୍ରକଲ୍ପରେ ନିମ୍ନମାନର ହ୍ୟୁମ୍‌ ପାଇପ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ହ୍ୟୁମ ପାଇପର ଗ୍ରେଡ ଠିକ୍‌ ରହୁନାହିଁ । ବ୍ୟୟ ଅଟକଳ ଅନୁସାରେ ଏନପି-୩ ଗ୍ରେଡ୍‌ର ପାଇପ ବ୍ୟବହାର କରାଯିବା ନିୟମ ଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଘଟୁଛି। ଏପରି କି ପାଇପଗୁଡ଼ିକ ବ୍ୟବହାର ପୂର୍ବରୁ ଭାଙ୍ଗିଯାଉଛି। ପାଇପ ନିର୍ମାଣ ସମୟରେ ଉପଯୁକ୍ତ ସିମେଣ୍ଟ, ବାଲି, ଳୁହା ଓ ଜେଇ ତାର ବ୍ୟବହାର ହେଉ ନ ଥିବାରୁ ପାଇପ୍‌ ଫାଟିଯାଉଥିବା ଅଭିଯୋଗ ହେଉଛି ।

ଫେଲ୍‌ ମାରିଲା ଜଳସେଚନ ଯୋଜନା : ୨୫୦ ହେକ୍ଟର ଚାଷ ଜମି ପଡ଼ିଆ

ସମ୍ବଲପୁର,୧୬।୭(ବ୍ୟୁରୋ) ସମ୍ବଲପୁର ଜିଲା ଜୁଜୁମୁରା ବ୍ଳକ ଦେବଝରନ ଜଳପ୍ରପାତର ପ୍ରବାହିତ ପାଣିକୁ ଡ୍ୟାମ ନିର୍ମାଣ କରି ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ହୋଇଥିଲା ଯୋଜନା। ପ୍ରାୟ ୪୫ ବର୍ଷ ତଳେ ଡ୍ୟାମ ସହ କେନାଲ ନିର୍ମାଣ କରାଯାଇ ଜୁଜୁମୁରା ଅଞ୍ଚଳର ଚାଷୀମାନଙ୍କ ଜମିରେ ପାଣି ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପ୍ରକଳ୍ପ ଆରମ୍ଭରୁ ଲକ୍ଷ୍ୟଧାର୍ଯ୍ୟ ଜମିରେ ଚାଷ ହୋଇପାରିନାହିଁ। ବର୍ଷତମାମ୍‌ ଡ୍ୟାମରେ ପାଣି ଥିବା ବେଳେ କେନାଲଗୁଡ଼ିକ ଶୁଖିଲା ପଡ଼ିଛି। ଫଳରେ ଜୁଜୁମୁରା ଅଞ୍ଚଳରେ ୨୫୦ ହେକ୍ଟର ଜମି ପଡ଼ିଆ ପଡ଼ିଛି। ପ୍ରାୟ ୫୫୦ରୁ ଅଧିକ ଛୋଟବଡ଼ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷୀମାନେ ପ୍ରତିବର୍ଷ ଜଳକର ଦେଉଛନ୍ତି ହେଲେ ଜଳ ତାଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଚାଷ ଜମିରେ ପାଣି ନ ମାଡ଼ିଲେ ମଧ୍ୟ ଜଳକର ଦେଉଥିବାରୁ ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ପଡିଆବାହାଲ,୧୬।୭(ଡି.ଏନ.ଏ.) ଦୁହିତା ଦୁଇ କୂଳକୁ ହିତା। ଏହି ଉକ୍ତିଟି କିନ୍ତୁ ସ୍ବାମୀଙ୍କୁ ହରାଇଥିବା ଜଣେ ଅସହାୟା ମହିଳା ସୁଜାତାଙ୍କ ପକ୍ଷେ ଓଲଟା ହୋଇଛି। ସ୍ବାମୀ ଆରପାରିକୁ ଗଲାପରଠୁ ସେ ଶାଶୁଘର ଓ ବାପଘର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଶାଶୁଘର ଲୋକେ ଦୂର୍‌ଦୂର୍‌ ଭାଗ୍‌ଭାଗ୍‌ କରିବା ପରେ ୩ ପାଠପଢ଼ୁଆ ପିଲାଙ୍କୁ ଧରି ସୁଜାତା ବାପଘର କବରାପାଲି ପଞ୍ଚାୟତ କୁଟୁରାଜୁରୀ ଗଁ।କୁ ଚାଲିଆସିଛନ୍ତି। ସେଠାରେ ବାପା ଦେଇଥିବା ଏକ ମାଟିର କୁଡ଼ିଆ ଘରେ ମୁଣ୍ଡ ଗେଞ୍ଜିଛନ୍ତି। ବିନା କାହାର ସହାୟତାରେ ଏକୁଟିଆ ଜୀବନର ପ୍ରତିଟି ମୁହୂର୍ତ୍ତ ସହ ସଂଗ୍ରାମ ଚଳାଇଛନ୍ତି। ହତଭାଗା ସୁଜାତା ଜୟନ୍ତପୁର ପଞ୍ଚାୟତ ଫଟାବାହାଲ ଗାଁର ବିଦେଶୀ ବଢ଼େଇଙ୍କୁ ବିବାହ କରିଥିଲେ। ବୈବାହିକ ଜୀବନରେ କୌଣସି ସମସ୍ୟା ନଥିଲା। ଦୁଃଖେ କଷ୍ଟେ ଦୁହେଁ ସଂସାର ଡଙ୍ଗା ଚଳାଇଥିଲେ। ତାଙ୍କ ୩ ସନ୍ତାନ ମଧ୍ୟ ସ୍କୁଲ ଯାଉଥିଲେ। ହେଲେ ଜୀବନଯାତ୍ରାର ଝଡ଼ଝଞ୍ଜା ଭିତରେ ଅର୍ଥାଭାବ କଣ୍ଟକ ସାଜିଥିଲା। ମୁଣ୍ଡ ଉପରେ ପରିବାର ବୋଝ ଯୋଗୁ ବିଦେଶୀ ଋଣଗ୍ରସ୍ତ ହେଲେ। ଶେଷରେ ଶୁଝି ନ ପାରି କୀଟନାଶକ ଖାଇ ସୁବଦିନ ପାଇଁ ଆଖି ବୁଜିଦେଲେ। ଆଉ ସୁଜାତା ଶାଶୁଘର ପାଇଁ ଯେପରି ଅଭିଶାପ ପାଲଟିଗଲେ। ସେ ହେଲେ ନିର୍ଯାତିତା।

ଶକ୍ତି ସଂରକ୍ଷଣ ମିଶନ ପ୍ରହସନ: ଦିନରାତି ଷ୍ଟ୍ରିଟ ଲାଇଟ ଜଳୁଛି

ଶକ୍ତି ସଂରକ୍ଷଣ ମିଶନ ପ୍ରହସନ: ଦିନରାତି ଷ୍ଟ୍ରିଟ ଲାଇଟ ଜଳୁଛି

ରାଜଗାଙ୍ଗପୁର, ୧୬।୭ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ସହରରେ ପୌରପରିଷଦ ପକ୍ଷରୁ ଶକ୍ତିସଂରକ୍ଷଣ ପାଇଁ କରାଯାଉଥିବା ମିଶନ ଏଠାରେ ପ୍ରହସନରେ ପରିଣତ ହୋଇଛି। ବିଭିନ୍ନ ସ୍ଥାନରେ ଦିନରାତି ଷ୍ଟ୍ରିଟ ଲାଇଟ ଜଳୁଥିବା, ପାଇପରୁ ପାଣି ଲିକେଜ ହେଉଥିବା ଏହାର ଏକ ଜ୍ୱଳନ୍ତ ଉଦାହରଣ।

ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଦକ୍ଷତା ବୃଦ୍ଧି ଜରୁରୀ

ଯୁବପିଢିଙ୍କୁ ସଶକ୍ତ କରିବା ପାଇଁ ଦକ୍ଷତା ବୃଦ୍ଧି ଜରୁରୀ

ସୋନପୁର,୧୬।୭((ଡି.ଏନ.ଏ.) ବିଶ୍ୱ ଯୁବ ଦକ୍ଷତା ଦିବସ ସୋନପୁର ସରକାରୀ ଆଇଟିଆଇ(ଶିଳ୍ପ ତାଲିମ ଅନୁଷ୍ଠାନ) କ୍ୟାମ୍ପସ ପରିସରରେ ରବିବାର ପାଳିତ ହୋଇଯାଇଛି। ଜିଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଏଜୁକେଶନ ଫାଉଣ୍ଡେସନ ସହାୟତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଛତୁଆ ବଦଳରେ ଦିଆଯାଉଛି ଜହର

ଗୋଲାମୁଣ୍ଡା,୧୬। ୭(ଡି.ଏନ.ଏ.) ସରକାର ରାଜ୍ୟର କୌଣସି ଶିଶୁ ଅପପୃଷ୍ଟିର ଶିକାର ନ ହେଉ ତେଣୁ ସମସ୍ତ ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ବଣ୍ଟନ କରୁଛନ୍ତି ।

ହୋମଗାର୍ଡଙ୍କୁ ଫଲସାରେ ହାଣି ହତ୍ୟା: ଗ୍ରାମଦେବୀଙ୍କ ପୂଜାସ୍ଥଳ ନିକଟରୁ ମୃତଦେହ ଉଦ୍ଧାର

ବାଲିଶଙ୍କରା, ୧୫।୭ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ତଳସରା ଗ୍ରାମରେ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ତଳସରା ଥାନାର ହୋମଗାର୍ଡ ନବୀନ ଚନ୍ଦ୍ର ମହାକୁଳ (୫୯)ଙ୍କୁ ନିର୍ମମ ଭାବେ ଫଲସାରେ ହାଣି ହତ୍ୟା କରାଯାଇଥିବା ଜଣାପଡିଛି। ତେବେ କିଏ, କାହିଁକି ହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଗ୍ରାମଦେବୀ ପୂଜାସ୍ଥଳ ନିକଟରୁ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି।

ସ୍ତ୍ରୀ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ସ୍ତ୍ରୀ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ହେମଗିର, ୧୫।୭ (ଡି.ଏନ.ଏ.) ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ତୁଲିଙ୍ଗା ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଏହି ଗ୍ରାମର ଶୁଶାନ୍ତ ଭୋଇ ନାମକ ଯୁବକ ତାଙ୍କ ସ୍ତ୍ରୀ ମଞ୍ଜରୀ ସାହୁ (୨୩)ଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି। ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ଗତ ୧୨ ଡିସେମ୍ବର, ୨୦୧୫ରେ ଝାରସୁଗୁଡା ଜିଲା ଲଖନପୁର ଥାନା ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମର ସ୍ବର୍ଗତ ଶ୍ରୀରାମ ସାହୁଙ୍କର କନ୍ୟା ମଞ୍ଜରୀ (୨୩)ଙ୍କୁ ଶୁଶାନ୍ତ ବୈଦିକ ରୀତିରେ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ୧୯ ମାସର ଶିଶୁ କନ୍ୟା ରହିଛି।

କାନ୍ଥ ପଡ଼ି ଯୁବକ ମୃତ

କାନ୍ଥ ପଡ଼ି ଯୁବକ ମୃତ

ବରଗଡ଼ ଅଫିସ୍‌,୧୫।୭- ବରଗଡ଼ ଜିଲା ପାଇକମାଳ ଥାନା ମିଠାପାଲି ଗ୍ରାମରେ ରବିବାର ବର୍ଷା ଯୋଗୁ ଘରକାନ୍ଥ ପଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଟେକଧର ବରିହା ।

Model This Week

ରୂପେଶ