ସମ୍ବଲପୁର

ମୁର୍‌ତୁକେ ଟାକିଛନ ଅସହାୟ ପାନୁରୀ

ମୁର୍‌ତୁକେ ଟାକିଛନ ଅସହାୟ ପାନୁରୀ


ମୋହନଗିରି,୧୯।୧୨(ଡି.ଏନ୍‌.ଏ.)-କଲାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ପାହାଡିଆ ଅଂଚଲର ଗୁଟେ ଛୁଟିଆ ଗଁ।ହେଉଛେ ତେନ୍ତୁଲୀପଡା। ଇଠାନେ ଆଦିବାସୀ କୁଟିଆ କଂଧ ରହେସନ। ସେ ଗଁ।ର ବହ ହେଉଛନ କରେଲି ଦିଗାଲ। ପୁଓ ଝି କେ ଧରି ତାକର ସୁଖି ସଁସାର ଠିକ୍‌ ଚାଲୁଥିଲା ବେଲକେ ଇ ଆଦିବାସୀ ଗରିବ କୁଟୁମ ଉପରେ ମାଡିବସଲା ଉବେଲିଆ ଦୁଖର ପାହାଡ଼। ବଛରେ ତଲେ ସ୍ବାମୀ ତାଲେଶ୍ୱର ଦୀଗାଲ ଜରେ ପଡି ଆରପାରକେ ଚାଲିଗଲେ। ଇତାର ଉତରୁ ୧୪ ବଛରର ଯୁଆନ ଝି ପନୁରୀ ପାଠ୍‌ପଢ଼ା, ଖେଲକୁଦ୍‌ କଲା ବଏସେ ମଧୁମେହ ରୋଗରେ ପଡଲେ। ଏହେଦ୍‌କା ବିଧବା କରେଲିର ଦୁଖ କହେଲେ ନାଇଁ ସରେ। ସ୍ବାମୀ ତାଲେଶ୍ୱର ଜିଁଥିଲା ବେଲକେ ଝି କେ ପାଖର ଆଖର ଡାକ୍‌ତରଖାନାକେ ନେଇ ଉଷୋକଷା କରୁଥିଲେ। ସେ ଗଲା ଉତରୁ କୁଟୁମ୍‌ରେ ଚୁଲ୍‌ହି ବେଲେ ଜଲ୍‌ଲେ ବେଲେ ନାଇଁ, ଭୁଖ ଉପାସେ ଦିନ ଗଡୁଛେ। ଏନ୍‌ତା ଅବସତାରେ ଝି ର ଉଷୋକଷାର ଲାଗି ତାକରନେ କିଛି ଉପେ ନାଇଁନ। ଝି’ର କଥା ଭାବି ଭାବି ତାକର ବୁଧିଅକଲ ବନା ହେଇଯାଉଛେ। ରୁଗର ଦାଉରେ ପାନୁରୀ ଦିନୁ ଦିନକେ ଶୁଖା କାଠ୍‌ ବାଗିର ହେଇ ଯାଉଛନ, ହାତ ଗୋଡ ସବୁ ସଁପୁର ସଁପୁର ହେଇ ଯାଉଛେ, ଚଲାବୁଲା କରି ନାଇଁପାରବାର ଯେ ସବୁବେଲେ ଖଟକେ ଆଦରି ପଡି ରହିଛନ। ଦରକାର ପଡଲେ ମା’ ନ ତଁ।କର ସାହା ଭରଷା ହେଇଛେ। ତାହାକୁ ଦେଖଲେ ଲାଗୁଛେ ସତେ ଯେନ୍‌ତା ଅସହାୟ ହେଇ ସେ ନିଜର ମୁରତୁକେ ଟାକିଛନ। ଲୁହୁଭରା ଛଲଛଲ ଅଁ।ଖି, ଥର ଥର ଚଁଡ ହେଲେ କଥା କହେବାର ବପୁ ନାଇଁ ତାକର। ବିଧବା ମା’ ଛୁଆପୁତାକର ଲାଗି ଦୁଇବେଲି ଖାଏବାଟା ଯୁଟେଇ ନାଇଁ ପାରଲେ ଯେ ପାହାଡ ଉପରେ ଥିବାର ନିଜର ଘରଦୁଆର ଛାଡି କୁଟମବସିଆ ମୋହନଗିରିର ସିନ୍ଦୁରବାହାଲିକେ ପଲେଇ ଆଇଛନ। ସିନ୍ଦୁରବାହାଲିରେ ଥିବାର ଭାଇ ବୃହଷ୍ପତି ଘରେ ସେ ପୁଓ ଆର ରୁଗିଆ ଝି କେ ଧରି ଆଶ୍‌ରେ ନେଇଛନ। ଝି’ର ଏନ୍‌ତା ଅବସ୍‌ତା ଲାଗି ମା’କେନ୍‌କେ କାମବୁତା ଭିଲ କରିଯାଇ ନାଇଁ ପାରବାର। ଇ ଦୁଖି କୁଟୁମଟା ପୁରା ସୁଖବାସୀ ଆଏ। ଘର କି ଜମିବାଡି ବଲି କିଛି ନାଇଁ। କରେଲି ଆଏଜତକ୍‌ ବିଧବା ଭତ୍ତା ଭିଲ ନୁହେ ପାଆନ। ରାସନ କାର୍ଡରୁ ଯାହା ଚାଉଲ ପାଉଛନ ସେଟା ନ ତାକର ସାହା ଭରଷା ହେଇଛେ। ପରଶାସନ ଇ କୁଟମ୍‌ ଉପରେ ନଜର ଦେଇ ଦୁଖ୍‌ ଦୂର କରବାକେ ସାଧାରନରେ ଦାବି ହେଉଛେ। ସେନ୍‌ତା ପରଶାସନ ରୁଗୀଆ ପାନୁରୀକେ ଚିକିସତ୍ା ସୁବିଧା ଯୁଗେଇଦେଲେ ଉବେଲି ଲିଭିଯିବାକେ ବସିଥିବାର ଦୀପଟା ଫେନ ଘାଏ ଜଲି ଉଠ୍‌ତା ବଲି ଲୋକ କହୁଛନ।

All Right Reserved By

ସମ୍ବଲପୁର

ପର୍ଯ୍ୟଟନ କ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରକୁ ଭଲରାସ୍ତା ନାହିଁ

ପର୍ଯ୍ୟଟନ କ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରକୁ ଭଲରାସ୍ତା ନାହିଁ

ଉଲୁଣ୍ଡା, ୧୭।୬(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାକୁ ୧୫ବର୍ଷ ପୁରିଛି। ହେଲେ ଅଦ୍ୟାବଧି ସମ୍ପୃକ୍ତ କ୍ଷେତ୍ରର ଆନୁସଙ୍ଗିକ ବିକାଶ ହୋଇପାରିନାହିଁ। ରାଜ୍ୟ ସରକାରଙ୍କଠାରୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାର ୧୫ବର୍ଷ ବିତିଯାଇଥିଲେ ବି ଗମନାଗମନ ପାଇଁ ଭଲ ରାସ୍ତାଟିଏ ନାହିଁ।

ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଥଇଥାନ ହୋଇପାରୁନାହିଁ

ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଥଇଥାନ ହୋଇପାରୁନାହିଁ

ନୂଆପଡା ଅଫିସ,୧୭ା୬- ନୂଆପଡା ଜିଲା ତିଖାଲିଠାରେ ସରକାର ଜଳ ସେଚନ ନାଁରେ କୋଟି କୋଟି ଟଙ୍କା ବ୍ୟୟରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଛନ୍ତି । କାମ ଶତପ୍ରତିଶତ ଶେଷ ହୋଇଥିଲେ ହେଁ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବାରେ ପ୍ରଶାସନ ଫେଲ ମାରୁଛି ।

ମହାନଦୀ ପରେ ବର୍ତ୍ତମାନ ସୀମା ବିବାଦ

ମହାନଦୀ ପରେ ବର୍ତ୍ତମାନ ସୀମା ବିବାଦ

ନୂଆପଡା ଅଫିସ/ସିନାପାଲି,୧୭।୬(ଡି.ଏନ.ଏ.)- ମହାନଦୀ ଜଳକୁ ନେଇ ଓଡିଶା ଏବଂ ଛତିଶଗଡ ସରକାରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଘନଉ ଥିବାବେଳେ ବର୍ତ୍ତମାନ ଆଉ ଏକ ସୀମା ବିବାଦ ଲୋକଲୋଚନକୁ ଆସିଛି ।

ଚିଚୈଗୁଡା ପଞ୍ଚାୟତର ବିକାଶ ନେଇ ଆଲୋଚନା

ଚିଚୈଗୁଡା ପଞ୍ଚାୟତର ବିକାଶ ନେଇ ଆଲୋଚନା

ଜୁନାଗଡ,୧୭।୬(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ରବିବାର ମଧ୍ୟାହ୍ନରେ ଚିଚୈଗୁଡା ପଞ୍ଚାୟତର ବିକାଶ ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିଚୈଗୁଡା ପଞ୍ଚାୟତର ଚିଚୈଗୁଡା ସମେତ ନୂଆଗୁଡା, ଯମୁନାବାହାଲ ଗ୍ରାମବାସୀ ଯୋଗଦେଇଥିଲେ।

ନିଜେ ବଞ୍ଚତ୍ବା ସହ ଅନ୍ୟଙ୍କୁ ବଞ୍ଚତ୍ବାର ରାହା ଦେଖାଇଛନ୍ତି ବଳଦେବ

ନିଜେ ବଞ୍ଚତ୍ବା ସହ ଅନ୍ୟଙ୍କୁ ବଞ୍ଚତ୍ବାର ରାହା ଦେଖାଇଛନ୍ତି ବଳଦେବ

କର୍ଲାମୁଣ୍ଡା,୧୭।୬(ଡି.ଏନ.ଏ.)- ନଁା ବଳଦେବ ଭୋଇ। ବୟସ (୩୫), ଶିକ୍ଷାଗତ ଯୋଗ୍ୟତା ନବମ ପାଶ୍‌। ଜୀବନ ଯୁଦ୍ଧରେ ହାରି ନ ଯାଇନାହାନ୍ତି ସେ । ଦିନ ରାତି ଉଦ୍ୟମ କରି ନିଜେ ବଞ୍ଚତ୍ବା ସହ ଅନ୍ୟକୁ ବଞ୍ଚତ୍ବାର ରାହା ଦେଖାଇଛନ୍ତି ବଳଦେବ ।

ଅମାନବିକତା: ଶ୍ରମିକଙ୍କ ମୃତଦେହ ନଦୀକୁ ଫିଙ୍ଗି ଚାଲିଗଲେ ସହଯୋଗୀ, ୪ ଅଟକ

ଅମାନବିକତା: ଶ୍ରମିକଙ୍କ ମୃତଦେହ ନଦୀକୁ ଫିଙ୍ଗି ଚାଲିଗଲେ ସହଯୋଗୀ, ୪ ଅଟକ

ଝାରସୁଗଡ଼ା ଅଫିସ,୧୭।୬: ଝାରସୁଗୁଡ଼ା ଜିଲା ବନହରପାଲ୍ଲୀସ୍ଥିତ ଓପିଜିସିର ଏକ ଠିକା ସଂସ୍ଥାରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ରବିବାର ଆଲୋଡନ ସୃଷ୍ଟି ହୋଇଛି।

ଦେହ ବ୍ୟବସାୟ ସନ୍ଦେହ:୨ ବଙ୍ଗୀୟ ଯୁବତୀ ଉଦ୍ଧାର

ଦେହ ବ୍ୟବସାୟ ସନ୍ଦେହ:୨ ବଙ୍ଗୀୟ ଯୁବତୀ ଉଦ୍ଧାର

ଝାରସୁଗୁଡ଼ା ଅଫିସ,୧୭।୬: ଝାରସୁଗୁଡ଼ା ବିଜୁନଗରସ୍ଥିତ ଏକ ହୋଟେଲରୁ ରବିବାର ପୋଲିସ ୨ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଛି। ଏଥିସହ ୨ ପ୍ରେମୀଯୁଗଳ ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡିଛି। ପୋଲିସ ସେମାନଙ୍କଠାରୁ ପ୍ରମାଣପତ୍ର ଜବତ କରି ଯାଞ୍ଚ କରୁଛି।

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ପଡ଼ିଆବାହାଲ,୧୭।୬(ଡି.ଏନ.ଏ.)-ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ବାହାମ ଗ୍ରାମରେ ରବିବାର ସକାଳ ସାଢେ ୫ଟାରେ ହାତୀ ଆକ୍ରମଣରେ ଉକ୍ତ ଗ୍ରାମର ବିରଞ୍ଚି ନାରାୟଣ ପଣ୍ଡା(୬୮) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବିରଞ୍ଚି ଗାଁ ନିକଟ ଆମ୍ବତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ। ସେହି ଆମ୍ବ ତୋଟାକୁ ରାତିରେ ଆସିଥିବା ଦୁଇଟି ହାତୀ ରହିଥିଲେ।

ଶୀତଳ ଷଷ୍ଠୀ ପାଇଁ କଡ଼ା ସୁରକ୍ଷା: ପ୍ରମୁଖ ଛକରେ ସିସିଟିଭି କେମେରା

ଶୀତଳ ଷଷ୍ଠୀ ପାଇଁ କଡ଼ା ସୁରକ୍ଷା: ପ୍ରମୁଖ ଛକରେ ସିସିଟିଭି କେମେରା

ସମ୍ବଲପୁର,୧୭।୬(ବ୍ୟୁରୋ) ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଅନ୍ୟ ଜିଲାରୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ ହୋଇଛି। ପ୍ରମୁଖ ଛକଗୁଡ଼ିକରେ ସିସିଟିଭି ଲଗାଯାଇଛି।

ହନୁମାନ ନିଉତା ସମ୍ପନ୍ନ: ଆଜି ମଧ୍ୟରାତ୍ରିରେ ଶିବ ବିବାହ: ବରାତିରେ ବାହାରିବେ ମହାଦେବ

ହନୁମାନ ନିଉତା ସମ୍ପନ୍ନ: ଆଜି ମଧ୍ୟରାତ୍ରିରେ ଶିବ ବିବାହ: ବରାତିରେ ବାହାରିବେ ମହାଦେବ

ସମ୍ବଲପୁର, ୧୭।୬ (ବ୍ୟୁରୋ)- ଜଗତଜନନୀ ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ବିବାହ ଉତ୍ସବ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ଚୂଡାନ୍ତ ହୋଇଛ। ରବିବାର ମଧ୍ୟ ରାତ୍ରିରେ ଶିବ ଭକ୍ତଙ୍କ କାନ୍ଧରେ ବରାତିରେ ବାହାରିବେ। ଏହାପରେ ଦେବଦମ୍ପତ୍ତିଙ୍କ ବିବାହ ହେବ।

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲା ପରିଷଦ ଅଧ୍ୟକ୍ଷା: କାମ ନ କଲେ କାର୍ଯ୍ୟାନୁଷ୍ଠାନ ହେବ

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲା ପରିଷଦ ଅଧ୍ୟକ୍ଷା: କାମ ନ କଲେ କାର୍ଯ୍ୟାନୁଷ୍ଠାନ ହେବ

ନୂଆପଡା ଅଫିସ/ଖଡିଆଳ,୧୭।୬(ଡି.ଏନ.ଏ.)- ନୂଆପଡା ଜିଲା ଖଡିଆଳ ବ୍ଲକରେ ଉନ୍ନୟନ କାମ ଧୀମେଇ ଯାଇଛି । ବିଭିନ୍ନ ସରକାରୀ ଉନ୍ନୟନ ଯୋଜନା କାର୍ଯ୍ୟକାରୀରେ ଅହେତୁକ ବିଳମ୍ବ ହେଉଥିବା ଚିନ୍ତାର ବିଷୟ ହୋଇଛି । ଏଠାରେ ଲୋକଙ୍କୁ ମୌଳିକ ସୁବିଧା ମିଳିବାରେ ଅବହେଳା ହେଉଥିବା ନେଇ ବିଭିନ୍ନ ସମୟରେ ଜନ ଆନ୍ଦୋଳନ ଦେଖାଦେଉଛି ।

କୋକସରା ବ୍ଲକରେ ମିଳୁନାହିଁ ଉପଯୁକ୍ତ ଧାନ ବିହନ:ଚାଷୀ ହତାଶ

କୋକସରା ବ୍ଲକରେ ମିଳୁନାହିଁ ଉପଯୁକ୍ତ ଧାନ ବିହନ:ଚାଷୀ ହତାଶ

କୋକସରା,୧୭।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକରେ ଉପଯୁକ୍ତ ଧାନ ବିହନ ମିଳୁନାହିଁ। ଏହାକୁ ନେଇ ଚାଷୀମାନେ ନିରାଶ ହୋଇ ବିହନ ଖୋଜୁଥିବା ଦେଖିବାକୁ ମିଳିଛି। ଏ ନେଇ ଚାଷୀମାନେ କୃଷି ବିଭାଗ ଅଧିକାରୀଙ୍କୁ ଜଣାଇ ଥିଲେ ବି କୌଣସି ବ୍ୟବସ୍ଥା କରାଯାଉନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Model This Week

ପ୍ରଭାତ