ମନୋରଞ୍ଜନ |

୨୮ ବର୍ଷ ସାନ ପ୍ରେମିକାଙ୍କୁ ବିବାହ କରିବେ ମିଲିନ୍ଦ

୨୮ ବର୍ଷ ସାନ ପ୍ରେମିକାଙ୍କୁ ବିବାହ କରିବେ ମିଲିନ୍ଦ

ବମ୍ବେ: ବଲିଉଡ ତଥା ଫ୍ୟାଶନ ଜଗତର ଜଣେ ପରିଚିତ ନାମ ମିଲିନ୍ଦ ସୋମନ। ସେ ନିଜର ଅଭିନୟ ସହ ଷ୍ଟାଇଲ, ଫିଟନେସ୍‌ ତଥା ପ୍ରେମିକାଙ୍କୁ ନେଇ ବେଶ ଚର୍ଚ୍ଚିତ। ମିଲିନ୍ଦଙ୍କୁ ଏବେ ୫୧ ବର୍ଷ ହୋଇଥିବା ବେଳେ ପ୍ରେମିକା ଅଙ୍କିତାଙ୍କୁ ମାତ୍ର ୨୩ ବର୍ଷ। ସେ ଖୁବ୍‌ଶୀଘ୍ର ଅଙ୍କିତାଙ୍କୁ ବିବାହ କରିପାରନ୍ତି ବୋଲି ଶୁଣାଯାଉଛି। କଥାରେ କେତେ ସତ୍ୟତା ଅଛି ତାହା ଜଣା ନ ପଡ଼ିଥିଲେ ହେଁ ନିକଟରେ ଅଙ୍କିତାଙ୍କ ପରିବାରସହ ମିଲିନ୍ଦ କଥା ହୋଇଛନ୍ତି। ଆଗାମୀ ବର୍ଷ ଏହି ଖୁସି ଖବର ମିଳିପାରେ ବୋଲି ମିଲିନ୍ଦଙ୍କ ପ୍ରଶଂସକଙ୍କ ଆଶା। ପ୍ରଥମେ ମିଲିନ୍ଦଙ୍କ ବୟସକୁ ନେଇ ପରିବାରଲୋକେ ନିରାଶ ହୋଇଥିଲେ ହେଁ ତାଙ୍କୁ ଭେଟିବା ପରେ ସହମତି ପ୍ରକାଶ କରିଥିଲେ। ତେବେ ମିଲିନ୍ଦଙ୍କର ଦ୍ୱିତୀୟ ସ୍ତ୍ରୀ ହେବେ ଅଙ୍କିତା। ୨୦୦୬ରେ ସେ ଅଭିନେତ୍ରୀ ମିଲିନଙ୍କୁ ବିବାହ କରିଥିଲେ। ମାତ୍ର ୨ ବର୍ଷ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ଏହା ପରେ ମିଲିନ୍ଦ ଅଙ୍କିତାଙ୍କ ସଂସ୍ପର୍ଶରେ ଆସିଥିଲେ। ଏନେଇ ଫଟୋ ପୋଷ୍ଟ କରିବା ପରେ ୧୮ ବର୍ଷୀୟ ଯୁବତୀଙ୍କ ସହ ପ୍ରେମିକ ନୁହେଁ ବରଂ ପିତା ପରି ଦେଖାଯାଉଥିବାକୁ ନେଇ ଟ୍ରୋଲ୍‌ ହୋଇଥିଲେ। ଏସବୁକୁ ଭ୍ରୂକ୍ଷେପ ନ କରି ଦୀର୍ଘ ଦିନ ଧରି ଉଭୟେ ଉଭୟଙ୍କ ସହ ରହି ଆସୁଛନ୍ତି।

All Right Reserved By

ମନୋରଞ୍ଜନ |

ଫିଲ୍ମ ସାଇନ୍‌ କଲେ ଇରଫାନ୍‌

ଫିଲ୍ମ ସାଇନ୍‌ କଲେ ଇରଫାନ୍‌

ମୁମ୍ବାଇ: ରୂପେଲି ପରଦାକୁ ଖୁବ୍‌ ଶୀଘ୍ର ଫେରିବେ ବଲିଉଡ ଅଭିନେତା ଇରଫାନ୍‌ ଖାଁ। ସେ ଏକ ନୂଆ ଫିଲ୍ମ ପାଇଁ ସାଇନ୍‌ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଅଭିନେତା ଇରଫାନ୍‌ ଏବେ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମରରେ ପୀଡିତ ହୋଇ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି।

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ମୁମ୍ବାଇ/ନ୍ୟୁୟର୍କ : ଫୋର୍ବସ୍‌ ପ୍ରକାଶ କରିଛି ବିଶ୍ୱର ଶହେ ଦାମୀ ସିଲିବ୍ରିଟିଙ୍କ ତାଲିକା। ଏଥିରେ ଅକ୍ଷୟ କୁମାର ଓ ସଲମାନ ଖାଁ ସ୍ଥାନ ପାଇଛନ୍ତି। ଅକ୍ଷୟ ୭୬ତମ ସ୍ଥାନରେ ଥିବା ବେଳେ ସଲମାନ ରହିଛନ୍ତି ୮୨ ତମ ସ୍ଥାନରେ। ହେଲେ କିଙ୍ଗ ଖାଁ ଶାହାରୁଖଙ୍କ ନାଁ ଏହି ତାଲିକାରୁ ବାଦ୍‌ ପଡିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ପରପାରିରେ ରିତା ଭାଦୁଡି

ପରପାରିରେ ରିତା ଭାଦୁଡି

ମୁମ୍ବାଇ,୧୭।୭: ଟେଲିଭିଜନ ଧାରାବାହିକ ‘ନିମ୍‌କି ମୁଖିଆ’ରେ ଇମରତି ଦେବୀ ଭୂମିକାରେ ଅଭିନୟ କରୁଥିବା ରିତା ଭାଦୁଡି ଆଉ ନାହାନ୍ତି। ରିତା ଟେଲିଭିଜନ ଓ ଚଳଚ୍ଚିତ୍ର ଦୁନିଆର ଜଣେ ପରିଚିତ ଚେହେରା ହୋଇଥିବା ବେଳେ ତାଙ୍କ ବିୟୋଗରେ ଉଭୟ ଚଳଚ୍ଚିତ୍ର ଓ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ସନ୍ନିଙ୍କ ବାୟୋପିକ୍‌ର ଟ୍ରେଲରକୁ ଦେଖିଲେ ୧କୋଟିରୁ ଊର୍ଦ୍ଧ୍ୱ ଦର୍ଶକ

ସନ୍ନିଙ୍କ ବାୟୋପିକ୍‌ର ଟ୍ରେଲରକୁ ଦେଖିଲେ ୧କୋଟିରୁ ଊର୍ଦ୍ଧ୍ୱ ଦର୍ଶକ

ମୁମ୍ବାଇ: ବଲିଉଡ ବେବି ଡଲ୍‌ ସନ୍ନି ଲିଓନିଙ୍କ ବିବାଦୀୟ ବାୟୋପିକ୍‌ ‘କରନଜିତ୍‌ କୌର: ଦ ଅନଟୋଲ୍ଡ ଷ୍ଟୋରି ଅଫ୍‌ ସନ୍ନି ଲିଓନି’ ପ୍ରଥମ ସିଜନ୍‌ର ପ୍ରିମିୟର ସୋମବାର ଓ୍ବେବ୍‌ ପ୍ଲାଟଫର୍ମରେ ରିଲିଜ୍‌ ହେବ।

ଭାଇଜାନ୍‌ଙ୍କ କଥା ମନେ ପଡିଲେ ଲାଜେଇ ଯାଆନ୍ତି ଜାହ୍ନବୀ

ଭାଇଜାନ୍‌ଙ୍କ କଥା ମନେ ପଡିଲେ ଲାଜେଇ ଯାଆନ୍ତି ଜାହ୍ନବୀ

ମୁମ୍ବାଇ: ବଲିଉଡର ଦିବଙ୍ଗତ ନାୟିକା ଶ୍ରୀଦେବୀଙ୍କ ଲାଡ୍‌ଲି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଆସନ୍ତା ୨୦ରେ ତାଙ୍କର ଡେବ୍ୟୁ ଫିଲ୍ମ ‘ଧଡକ୍‌’ ବଲିଉଡରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏବେ ସେ ଏହାର ପ୍ରମୋଶନ୍‌କୁ ନେଇ ବ୍ୟସ୍ତ।

ଫୁଟ୍‌ବଲ କୋଚ୍‌ ଭୂମିକାରେ ଅଭିନୟ କରିବେ ଅଜୟ ଦେବଗନ

ଫୁଟ୍‌ବଲ କୋଚ୍‌ ଭୂମିକାରେ ଅଭିନୟ କରିବେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନ ଆଗାମୀ ଦିନରେ ଏକ ଫୁଟ୍‌ବଲ ଡ୍ରାମା ଫିଲ୍ମରେ ଜଣେ ଫୁଟବଲ କୋଚ୍‌ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି।

କରନ୍‌ ଜୋହରଙ୍କ ଫିଲ୍ମରେ ଏକାଠି ନଜର ଆସିବେ ଅକ୍ଷୟ-କରିନା

କରନ୍‌ ଜୋହରଙ୍କ ଫିଲ୍ମରେ ଏକାଠି ନଜର ଆସିବେ ଅକ୍ଷୟ-କରିନା

ମୁମ୍ବାଇ: ବେଶ୍‌ କିଛି ଦିନ ହେବ କରିନା କପୁର ଖାଁ କରନ୍‌ ଜୋହରଙ୍କ ଫିଲ୍ମରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ଏବେ ଏଥିରେ ପୂର୍ଣ୍ଣଛେଦ୍‌ ପକାଇଛନ୍ତି ନିଜେ କରିନା।

ଚିକିତ୍ସା ପରେ ଆସିଲା ଇର୍‌ଫାନଙ୍କ ପ୍ରଥମ ଫଟୋ

ଚିକିତ୍ସା ପରେ ଆସିଲା ଇର୍‌ଫାନଙ୍କ ପ୍ରଥମ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ କିଛିଦିନ ହେବ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ପରେ ଏବେ ପ୍ରଥମ ଥର ଲାଗି ତାଙ୍କର ଏକ ଫଟୋ ଦେଖିବାକୁ ମିଳିଛି।

ନିକ୍‌ଙ୍କୁ ନେଇ ପ୍ରଥମଥର ମୁହଁ ଖୋଲିଲେ ପ୍ରିୟଙ୍କା

ନିକ୍‌ଙ୍କୁ ନେଇ ପ୍ରଥମଥର ମୁହଁ ଖୋଲିଲେ ପ୍ରିୟଙ୍କା

ବମ୍ବେ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କର ପୁରୁଷ ବନ୍ଧୁ ନିକ୍‌ ଜୋନ୍‌ସଙ୍କ ରିଲେସନଶିପ୍‌କୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚ୍ଚା ଚାଲିଛି। ହେଲେ ଏହାକୁ ନେଇ ଏପର୍ଯ୍ୟନ୍ତ ପ୍ରିୟଙ୍କା ଚୁପ୍‌ ଥିବାବେଳେ ଏବେ ପ୍ରଥମଥର ମୁହଁ ଖୋଲିଛନ୍ତି।

ସନ୍ନିଙ୍କ ବାୟୋପିକ୍‌କୁ ନେଇ ବିବାଦ

ସନ୍ନିଙ୍କ ବାୟୋପିକ୍‌କୁ ନେଇ ବିବାଦ

ବମ୍ବେ: ବଲିଉଡ ଅଭିନେତ୍ରୀ ତଥା ପର୍ନ ଷ୍ଟାର ସନ୍ନି ଲିଓନିଙ୍କ ବାୟୋପିକ୍‌ର ଟ୍ରେଲର୍‌ ରିଲିଜ୍‌ ହେବା ପରେ ଏବେ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି(ଏସ୍‌ଜିପିସି)ର ପ୍ରବକ୍ତା ଦଲଜିତ୍‌ ସିଂହ ବେଦୀ ସନ୍ନିଙ୍କ ବାୟୋପିକ୍‌ର ନାମ ଓ ଫିଲ୍ମରେ ସନ୍ନି ବ୍ୟବହାର କରିଥିବା ନାମକୁ ନେଇ ଆପତ୍ତି କରିଛନ୍ତି।

ସାରା-ଶୈଫ୍‌ ଏକାଠି

ସାରା-ଶୈଫ୍‌ ଏକାଠି

ମୁମ୍ବାଇ: ବଡ଼ ପରଦାରେ ଏକାଠି ହେବାକୁ ଯାଉଛନ୍ତି ବଲିଉଡ୍‌ର ଆଉ ଏକ ପିତାପୁତ୍ରୀ ଯୋଡ଼ି। ଝିଅ ସାରା ଅଲି ଖାନ୍‌ଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି ଛୋଟେ ନଓ୍ବାବ୍‌ ଶୈଫ୍‌ ଅଲି ଖାନ୍‌। ଡିଏନ୍‌ଏ ରିପୋର୍ଟ ମୁତାବକ ନିର୍ଦ୍ଦେଶକ ନୀତୀନ କୁମାର ନିଜର ଅପ୍‌କମିଂ ପ୍ରୋଜେକ୍ଟରେ ସାରା ଏବଂ ଶୈଫ୍‌ଙ୍କୁ କାଷ୍ଟ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଫିଲ୍ମ ଫ୍ରାଇଡେ’: ଆଜି ରିଲିଜ ହେବ ‘ସୁର୍‌ମା’

ଫିଲ୍ମ ଫ୍ରାଇଡେ’: ଆଜି ରିଲିଜ ହେବ ‘ସୁର୍‌ମା’

ଭୁବନେଶ୍ୱର,୧୩।୭(ବ୍ୟୁରୋ)- ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ହିନ୍ଦୀ ବାୟୋଗ୍ରାଫିକାଲ ସ୍ପୋର୍ଟସ ଡ୍ରାମା ଫିଲ୍ମ ‘ସୁର୍‌ମା’। ଭାରତୀୟ ଜାତୀୟ ହକିଦଳର ଲୋକପ୍ରିୟ ହକି ଖେଳାଳୀ ସନ୍ଦୀପ ସିଂଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାଦ୍‌ ଅଲ୍ଲୀ।

Model This Week

ରୂପେଶ