ଅପରାଧ |

ଯୁବତୀଙ୍କୁ ବଳାତ୍କାର କରି ପ୍ରେମିକ ଫେରାର

ଯୁବତୀଙ୍କୁ ବଳାତ୍କାର କରି ପ୍ରେମିକ ଫେରାର
ଭୁବନେଶ୍ୱର, ୧୯।୧୨(ବ୍ୟୁରୋ)- ପ୍ରଥମେ ରଙ୍ଗ ନମ୍ବରରୁ କଥାବାର୍ତ୍ତା। ପରେ ଗଢିଉଠିଲା ପ୍ରେମ ସମ୍ପର୍କ। ଏହାର ଫାଇଦା ନେଇ ପ୍ରେମିକ ଜଣକ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପୁରୀର ଏକ ଲଜ୍‌ରେ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିଲେ। ଏହାପରେ ବିବାହ କରିବା ପାଇଁ ଘରୁ ସୁନାଗହଣା ଆଣିବାକୁ ଯୁବତୀଙ୍କୁ ବାଧ୍ୟ କଲେ। ପ୍ରେମରେ ଅନ୍ଧ ହୋଇ ଯୁବତୀ ଜଣକ ଘରୁ ସୁନାଗହଣା ଧରି ସିଧା ରାଜଧାନୀକୁ ଚାଲିଆସିଲେ। ଏଠାରେ ପହଞ୍ଚତ୍ବା ପରେ ପ୍ରେମିକ ଜଣକ ସମସ୍ତ ସୁନାଅଳଙ୍କାର ଓ ଟଙ୍କା ଧରି ପ୍ରେମିକାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି। ଫଳରେ ନ୍ୟାୟ ପାଇଁ ଯୁବତୀ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଅଞ୍ଚଳର ସସ୍ମିତା(ଛଦ୍ମନାମ)ଙ୍କ ନିକଟକୁ ୨୦୧୫ରେ ଏକ ରଙ୍ଗନମ୍ବରରୁ ଫୋନ୍‌ ଆସିଥିଲା। ଫୋନ କରିଥିଲେ ପୁରୀ ଜିଲା ତାଳସୁଅଁା ଗ୍ରାମର ଦେବେନ୍ଦ୍ର ଅମରନାଥ ସ୍ବାଇଁ। ରଙ୍ଗ୍‌ ନମ୍ବରରୁ କଥାବାର୍ତ୍ତା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଦେବେନ୍ଦ୍ର ଦେଖା କରିବା ବାହାନାରେ ସସ୍ମିତାଙ୍କୁ ପୁରୀ ଡକାଇଥିଲେ। ସସ୍ମିତା ପୁରୀରେ ପହଞ୍ଚତ୍ବା ପରେ ଦେବେନ୍ଦ୍ର ତାଙ୍କୁ ଏକ ଲଜ୍‌ରେ ରଖି ବଳାତ୍କାର କରିଥିଲେ। ସେଠାରୁ ଦେବେନ୍ଦ୍ର ତାଙ୍କୁ ନିଜେ କାମ କରୁଥିବା ଖଣ୍ଡଗିରି ନାକାଗେଟ୍‌ ନିକଟରେ ଥିବା ଏକ ରୁମ୍‌କୁ ନେଇ ବଳାତ୍କାର କରିଥିଲେ। କିଛି ଦିନ ପରେ ସସ୍ମିତା ଗର୍ଭବତୀ ହେବାରୁ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ। ସସ୍ମିତା ବିବାହ କରିବାକୁ ଜିଦ ଧରିବାରୁ ଦେବେନ୍ଦ୍ର ଚତୁରତାର ସହ ତାଙ୍କୁ ଘରୁ ଟଙ୍କା ଓ ସୁନା ଅଳଙ୍କାର ଆଣିବା ପାଇଁ କହିଥିଲେ। ଗତ ଜୁନ୍‌ ୨୯ରେ ସସ୍ମିତା ସୁନା ଗ୍ରହଣା ଓ ନଗଦ ୨୦ ହଜାର ଟଙ୍କା ଆଣି ରାଜଧାନୀକୁ ଆସିଥିଲେ। ଦେବେନ୍ଦ୍ର ସମେଇଗାଡିଆସ୍ଥିତ ଏକ ଘରେ ତାଙ୍କୁ ରଖିଥିଲେ। ପରେ କୋର୍ଟରେ ବିବାହ କରିବା ଲାଗି ତାଙ୍କଠାରୁ ଏକ ସାଦା କାଗଜରେ ଦସ୍ତଖତ କରିନେଇଥିଲେ। କିନ୍ତୁ ୩ ମାସ ବିତିଯିବା ପରେ ମଧ୍ୟ କୋର୍ଟ ବିବାହ କରି ନ ଥିଲେ। ସସ୍ମିତା ପୁଣି ବିବାହ ପାଇଁ କହିବାରୁ ଦେବେନ୍ଦ୍ରଙ୍କ ବଡ଼ ଭାଇ ଓ ଭଉଣୀ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ସସ୍ମିତାଙ୍କ ବେକରେ ଲୁଗା ବାନ୍ଧି ଫ୍ୟାନ୍‌ରେ ଝୁଲାଇବା ପାଇଁ ଉଦ୍ୟମ କରୁଥିବାବେଳେ ପଡୋଶୀ ପାଟି ଶୁଣି ସସ୍ମିତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଦେବେନ୍ଦ୍ର ତାଙ୍କୁ ଘରୁ ବାହାର କରିଦେଇ ନିଜେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ଏବେ ସସ୍ମିତା ନିଜ ଘରକୁ ଫେରିପାରୁ ନାହାନ୍ତି କି କେଉଁଠି ମୁଣ୍ଡ ଗୁଞ୍ଜିବାକୁ ଟଙ୍କା ନାହିଁ। ଗତ ସପ୍ତାହେ ହେବ ସେ ଥାନାରେ ଅଭିଯୋଗ କରିଥିବାବେଳେ ପୋଲିସ ସୋମବାର ମାମଲା(୫୩୯/୧୭) ରୁଜୁ କରିଛି। କିନ୍ତୁ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ।
All Right Reserved By

ଅପରାଧ |

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ଜ୍ୱାଇଁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଶାଶୁ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ

ରାଜନଗର, ୨୧।୧୦(ଡି.ଏନ.ଏ.): ମହାକାଳପଡା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପରିକ୍ଷିତ ସେଠୀଙ୍କ ପୁଅ ଶ୍ରୀଧର ସେଠୀ ଶ୍ୱଶୁର ଘର ରାଜନଗରକୁ ଦୁର୍ଗାପୂଜା ବୁଲିବାକୁ ଆସିଥିଲେ। 

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ଚାକିରି ଦେବାକୁ କହି ୨୦ ଲକ୍ଷ ଠକେଇ

ରାଉରକେଲା ଅଫିସ,୨୧।୧୦- ଝିରପାଣି ଥାନା ଝିରପାଣି ପୁନର୍ବସତି କଲୋନୀରେ ରହୁଥିବା ଜଣେ ଯୁବତୀ କେତେକ ବେକାର ଯୁବକଙ୍କୁ ଚାକିରି ଦେବା ଆଳରେ ୨୦ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ମଧ୍ୟାହ୍ନରେ କିଛି ଯୁବକ ଥାନାରେ ଅଭିଯୋଗ କରିବାକୁ ପହଞ୍ଚି ଥିଲେ। ହେଲେ ଠକେଇ କରିଥିବା ଯୁବତୀ ଜଣକ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ଦେଖାଯାଇଥିଲା। ‘ମୁଁ ସୁବିଧା ଅନୁସାରେ ଟଙ୍କା ଫେରାଇ ଦେବି। ଆପଣମାନେ

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତିହିଡ଼ି,୨୦।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତ ବିଲଣା ବାସନ୍ତୀନଗର ଗ୍ରାମ ନିକଟସ୍ଥ ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ତିହିଡ଼ି ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ହେଲେ ବିଲଣା ବାସନ୍ତୀନଗରର ବିମଳ ବାରିକ(୪୦)। 

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ:  ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ନଦୀରୁ ବାଳକ ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ: ପାରିବାରିକ ଶାନ୍ତି ପାଇଁ ଦିଆଯାଇଥିଲା ବଳି

ବଲାଙ୍ଗୀର ଅଫିସ/ଟିଟିଲାଗଡ, ୨୦।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସିନ୍ଧେକେଲା ନିକଟ ଉନ୍ଦେର ନଦୀ ପଠାରୁ ନିଖୋଜ ବାଳକର ମୃତଦେହ ଠାବ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। 

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କୋରାପୁଟ, ୨୦।୧୦(ସ୍ବ.ପ୍ର)-କୋରାପୁଟ ଜିଲାରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ବୃନ୍ଦାବନ କୁଲଦୀପ ଓ ଧନ ହରିଜନ ।
ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ଗୋଟିଏ ଅଟୋ ଯୋଗେ ଡୁମୁରିପୁଟ ହାଟକୁ ଦଶମନ୍ତପୁର ବ୍ଲକ ଆଡମଣ୍ଡା ମାଲକାନଗିରି ଗ୍ରାମର ବୃନ୍ଦାବନ କୁଲଦୀପ(୩୫) ଛେଳି ବିକିବାକୁ ଯାଉଥିଲେ। ଡୁମୁରିପୁଟଠାରେ ସେ ଅଟୋରୁ ଓହ୍ଲାଇବା ବେଳେ ତାଙ୍କୁ ଏକ ବାଇକ ଧକ୍କା ଦେଇଥିଲା ।ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବାକୁ ଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ପୋଲିସ ପକ୍ଷରୁ ମାମଲା ରୁଜୁ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ପୋଲିସ ପକ୍ଷରୁ ମାମଲା ରୁଜୁ

ଯାଜପୁର ରୋଡ,୨୦।୧୦(ନି.ପ୍ର.)- ଯାଜପୁର ଜିଲା ବ୍ୟାସନଗର ପୌରପରିଷଦର ଏକ ଦୁର୍ଗାମଣ୍ଡପ ନିକଟରେ ଜନୈକା ନାବାଳିକାଙ୍କୁ ଜଣେ ଗୁପ୍‌ଚୁପ୍‌ ବିକାଳୀ ବଳାତ୍କାର ଉଦ୍ୟମ କରି ଗିରଫ ହୋଇଥିବା ଜଣାପଡ଼ିଛି। 

ରାଜନଅର ଛକ ଗୁଳିକାଣ୍ଡ ଘଟଣା:  ମୋଟ ୬ ଅଭିଯୁକ୍ତ ଗିରଫ

ରାଜନଅର ଛକ ଗୁଳିକାଣ୍ଡ ଘଟଣା: ମୋଟ ୬ ଅଭିଯୁକ୍ତ ଗିରଫ

ଜୟପୁର,୨୦।୧୦(ନି.ପ୍ର.)-କୋରାପୁଟ ଜିଲା ଜୟପୁର ସହରର ରାଜନଅର ଛକରେ ଗତ ୨୫ତାରିଖ ଗୁଳିକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅପରାଧୀ ବିକାଶ ପାତ୍ରଙ୍କୁ ଧରିବାରେ ବିଫଳ ହୋଇଥିବାବେଳେ ମୋଟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ସ୍ତ୍ରୀଙ୍କ ଆତ୍ମହତ୍ୟା ଘଟଣା: ସ୍ବାମୀ ଗିରଫ

ଯାଜପୁର ରୋଡ, ୨୦।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଯାଜପୁର ରୋଡ଼ ଥାନା ଅନ୍ତର୍ଗତ ରାଛିପୁର ଗ୍ରାମରେ ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ସ୍ବାମୀ ସମୀର ରାଉତଙ୍କୁ ପୋଲିସ ଶନିବାର ଗିରଫ କରିଛି। 

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

ପରଜଙ୍ଗ,୨୦।୧୦: ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ନୂଆ କୁଆଳୋ ଗ୍ରାମରେ ଶୁକ୍ରବାର ସାରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଚନ୍ଦନ ବେହେରା।

ପ୍ରେମ ବ୍ୟାପାରରୁ  ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ପ୍ରେମ ବ୍ୟାପାରରୁ ହତ୍ୟା ସନ୍ଦେହ, ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ,୨୦।୧୦: ଗଞ୍ଜାମ ଜିଲା ଗୋଷାଣୀନୂଆଗାଁ ଥାନାଞ୍ଚଳ ହଳଦିଆପଦର ରେଲୱେ ଫ୍ଲାଏଓଭର ବ୍ରିଜ ନିକଟରେ ଥିବା ଏକ ନାଳରୁ ଶୁକ୍ରବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ମୃତକହେଲେ ବଡବଜାର ଥାନା ଅଧୀନ ଧାନମେରା ସାହିର ସୋନୁ ଘଡେଇ ଓରଫ ଯଦୁ ।

ଦୁଇ ବନ୍ଧୁକ ବେପାରୀ ଗିରଫ

ଦୁଇ ବନ୍ଧୁକ ବେପାରୀ ଗିରଫ

ଭୁବନେଶ୍ୱର,୧୯।୧୦- ଭୁବନେଶ୍ୱର ନିକଟସ୍ଥ ତମାଣ୍ଡୋ ଅଞ୍ଚଳରୁ ଶୁକ୍ରବାର ଦୁଇ ବନ୍ଧୁକ ବେପାରୀ ଗିରଫ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, କୌଣସି ସୂତ୍ରରୁ କ୍ୟୁଏଟି ଖବର ପାଇ ତମାଣ୍ଡୋରେ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ତେଲକୋଇ,୧୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ଧନୁର୍ଯୟପୁର ଜୁଆଙ୍ଗ ବସ୍ତିରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳିକୁ କେନ୍ଦ୍ରକରି ସ୍ବାମୀ ସୁକୁରା ଜୁଆଙ୍ଗ(୩୮)ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁବାରୀ(୩୫)ଙ୍କ ମୃତ୍ୟୁ ଘଟିଛି।