ଅପରାଧ |

ଗୁଳିମାଡରେ ଜଣେ ମୃତ, ୨ ଗୁରୁତର

ଗୁଳିମାଡରେ ଜଣେ ମୃତ, ୨ ଗୁରୁତର

ତିର୍ତ୍ତୋଲ,୧୯।୧୨(ଡି.ଏନ୍‌.ଏ.): ତିର୍ତ୍ତୋଲ ଥାନା ମଣିଜଙ୍ଗା ପଞ୍ଚାୟତ ସିନ୍ଦୋଳ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡରେ ଉକ୍ତ ଗ୍ରାମର ଅନ୍ତର୍ଯ୍ୟମୀ ଖୁଣ୍ଟିଆ(୪୫)ଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ରକ୍ଷା କରିବାକୁ ଯାଇ ଭାଇ ବିଶ୍ୱପ୍ରେମୀ(୪୦) ଏବଂ ପୁତୁରା ବ୍ରଜବିହାରୀ(୧୪) ଗୁରୁତର ଆହତ ହୋଇଛନ୍ତି। ତେବେ ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତମାନେ ରାତି ପ୍ରାୟ ୨ଟାରେ ଘରର ପଛପଟ ଗ୍ରୀଲ୍‌ କାଟି ଘର ଭିତରେ ପଶିଥିଲେ। ଶବ୍ଦଶୁଣି ଅନ୍ତର୍ଯ୍ୟାମୀ ଉଠିପଡ଼ି ଜଣଙ୍କୁ ଧରିପକାଇଥିଲେ। ତେବେ ଅନ୍ୟ ସହଯୋଗୀ ଅନ୍ତର୍ଯ୍ୟାମୀଙ୍କୁ ଗୁଳିମାଡ କରି ପଳାଇ ଯାଉଥିବାବେଳେ ବିଶ୍ୱପ୍ରେମୀ ଓ ବ୍ରଜବିହାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ବିଶ୍ୱପ୍ରେମୀଙ୍କ ପିଠିରେ ଗୁଳି ବାଜିଥିବାବେଳେ ବ୍ରଜବିହାରୀଙ୍କ ଜଙ୍ଘରେ ଗୁଳିବାଜିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ମଣିଜଙ୍ଗ-ଏରସମା ରାସ୍ତାର ସିନ୍ଦୋଳ ଛକଠାରେ ରାସ୍ତାରୋକୋ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

All Right Reserved By

ଅପରାଧ |

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

୪ ଫୁଟ ଲମ୍ବ ସୁଡ଼ଙ୍ଗ କରି ଜୁଏଲାରୀ ଦୋକାନରୁ ଚୋରି

ଜଟଣୀ,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅନ୍ତର୍ଗତ ରାଜବଜାର ଅଞ୍ଚଳରେ ଥିବା ଗୋଲ୍ଡ ପ୍ଲାଜା ନାମକ ଜୁଏଲାରି ଦୋକାନରୁ ଶନିବାର ବିଳମ୍ବିତ ରାତିରେ ବଡ ଧରଣର ଚୋରୀ ହୋଇଛି। ନିକଟରେ ଥିବା ଡ୍ରେନ୍‌ ଭିତରୁ ଜୁଏଲାରୀ ଦୋକାନ ପର୍ଯ୍ୟନ୍ତ ୪ ଫୁଟ ଲମ୍ବର ସୁଡଙ୍ଗ କରି ଦୁର୍ବୃତ୍ତମାନେ ଏହି ଚୋରି କରିଥିବା ଜଣାପଡ଼ିଛି।

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଟ୍ରକ୍‌ ଧକ୍କାରେ ୫ ସ୍କୁଲ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଭଦ୍ରକ ଅଫିସ,୨୨।୭: ଭଦ୍ରକ ରାହାଞ୍ଜ ନିକଟରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ଡ୍ରାଇଭର ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛନ୍ତି। ଗ୍ରାମାଞ୍ଚଳ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି।

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ସହରରେ ଲୁଟେରା ସକ୍ରୀୟ: ଗୋଟିଏ ରାତିରେ ୪ ଏଟିଏମ୍‌ରୁ ୧୫ ଲକ୍ଷ ଲୁଟ୍‌

ବାରିପଦା ଅଫିସ,୨୨।୭: ବାରିପଦା ସହରରେ ସକ୍ରିୟ ହୋଇଛନ୍ତି ଲୁଟେରା। ସହରର ୪ଟି ଏଟିଏମ୍‌ରୁ ଶନିବାର ରାତିରେ ଲୁଟ୍‌ ହୋଇଛି। ସମସ୍ତ ଏଟିଏମ୍‌ରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି। ସହରର ତୁଳସୀଚୌରା, ଷ୍ଟେସନ ବଜାର, ପଲବଣି ଓ ଅସ୍ତିଆ ସ୍ଥିତ ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ଏହି ଲୁଟ ହୋଇଛି।

ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ ଗିରଫ

ଚଣ୍ଡିଖୋଲ,୨୨।୭(ଡି.ଏନ.ଏ)- ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାଡ଼ ମାରିବା ଅଭିଯୋଗରେ ବଡ଼ଚଣା ପୋଲିସ ଶନିବାର ସ୍ବାମୀଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟଚାଲାଣ କରିଛି।

ଧରାପଡ଼ିଲା ଗଞ୍ଜେଇ ଚାଲାଣ ରାକେଟ: ଗଞ୍ଜାମରୁ କୋଲକତା ଭାୟା ଭୁବନେଶ୍ୱର

ଭୁବନେଶ୍ୱର,୨୨।୭(ବ୍ୟୁରୋ)- ଗଞ୍ଜାମରୁ ଭୁବନେଶ୍ୱର ଦେଇ ଟ୍ରେନରେ କୋଲକତା ସମେତ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଏକ ର଼୍ୟାକେଟ କମିଶନରେଟ ପୋଲିସ ହାତରେ ଧରାପଡ଼ିଛି। ଶନିବାର କୋଲକତାକୁ ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରୁଥିବା ଉକ୍ତ ର଼୍ୟାକେଟର ୫ ଅଭିଯୁକ୍ତଙ୍କୁ ଶହୀଦନଗର ପୋଲିସ ଗିରଫ କରିଛି।

ନାବାଳିକା ଅପହରଣ ଅଭିଯୋଗରେ ବିବାହିତ ଯୁବକ ଗିରଫ

ବାହାନଗା,୨୧।୭(ଡି.ଏନ୍‌.ଏ.)ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ଗ୍ରାମର ଜଣେ ନାବାଳିକାଙ୍କୁ ଆରୂହାବାଡ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ଜଣେ ବିବାହିତ ଯୁବକ ଅପହରଣ କରିନେଇଥିବା ସୋର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଥାନାରେ ୩୬୩/୧୮ରେ ଏକ ମାମଲା ରୁଜୁ ହୋଇଥିଲା।

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୨୧।୭: ରାସୋଳ ବ୍ଲକ ବାବନ୍ଧ ଗ୍ରାମରେ ୨୦୧୫ ଏପ୍ରିଲ ୨୫ରେ ସଙ୍ଗଠିତ ବହୁ ଚର୍ଚ୍ଚିତ ଜୟନ୍ତୀ ସାହୁ (୨୮) ହତ୍ୟାକାଣ୍ଡ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଢେଙ୍କାନାଳ ଜିଲା ଦୌରାଜଜ୍‌ ପ୍ରଣୀତା ମହାନ୍ତି ମାମଲାର ବିଚାର କରି ଅଭିଯୁକ୍ତ କାଳିଆ ସାହୁ (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ : ଯୁବତୀ, ଯୁବକ ଅଟକ

ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ : ଯୁବତୀ, ଯୁବକ ଅଟକ

ବାଲିଆପାଳ, ୨୧ା୭(ଡି.ଏନ.ଏ.)-ବାଲିଆପାଳ ଥାନା ଅନ୍ତର୍ଗତ ଜାମକୁଣ୍ଡା ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଘରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ସେଠାରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କ ସହିତ ରହିଥିବା ଖବର ପାଇ ଶୁକ୍ରବାର ଗ୍ରାମବାସୀ ଉକ୍ତ ଘରକୁ ଘେରାଉ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗଛରେ ବାନ୍ଧି ପକାଇଥିଲେ।

ରାଜପଥ କଡ଼ ହୋଟେଲ ନିଶା ବେପାରୀଙ୍କ ଭୂସ୍ବର୍ଗ: ରାତି ଅଧରେ ଚଢାଉ, ୨ ଗିରଫ

ରାଜପଥ କଡ଼ ହୋଟେଲ ନିଶା ବେପାରୀଙ୍କ ଭୂସ୍ବର୍ଗ: ରାତି ଅଧରେ ଚଢାଉ, ୨ ଗିରଫ

ବାହାନଗା, ୨୧।୭(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ସୋରଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ରାସ୍ତା କଡରେ ବେଆଇନ ଭାବେ ଗଢିଉଠିଛି ହୋଟେଲ ଓ ରେଷ୍ଟୁରାଣ୍ଟ। ବାହାନଗା ବ୍ଲକ ୧୬ନମ୍ବର ଜାତୀୟ ରାଜପଥ ବେଗୁନିଆ ଓ ଶେରଗଡଠାରେ ଥିବା ଦୁଇଟି ହୋଟେଲ ଓ ରେଷ୍ଟରାଣ୍ଟ ଉପରେ ବୁଧବାର ରାତି ଅଧରେ ଖନ୍ତାପଡା ଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ଜବତ କରିଛି।

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ହରିଣ ମାଂସ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୁକିନ୍ଦା, ୨୦।୭(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତ ବନ୍ଧଗାଁ ଗ୍ରାମରେ ହରିଣ ମାଂସ ବିକ୍ରି କରୁଥିବା ଅଭିଯୋଗରେ ସୁକିନ୍ଦା ବନାଞ୍ଚଳ ଅଧିକାରୀ ଶୁକ୍ରବାର ଜଣଙ୍କୁ ଗିରଫ କରିଛି।

ସମ୍ପର୍କୀୟଙ୍କ ଦ୍ୱାରା ନାବାଳିକା ଗର୍ଭବତୀ ହେବା ଘଟଣା: ସୁଧାର ଗୃହ ପକ୍ଷରୁ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ପଟ୍ଟାମୁଣ୍ଡାଇ, ୨୦।୭ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ନାବାଳିକା(୧୪)ଙ୍କୁ ନିଜ ଦାଦା ଓ ସମ୍ପର୍କୀୟ ଭାଇ ବଳାତ୍କାର କରିବା ଓ ସେ ଗର୍ଭବତୀ ହେବା ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରି ପାରିନାହିଁ।

ବସ୍ତିରେ ଚୋରା ମଦ ବିକ୍ରିକୁ ବିରୋଧ କରିବାରୁ ଘରେ ପଶି ୫ଜଣଙ୍କୁ ଖଣ୍ଡାରେ ହାଣିଲେ

ବସ୍ତିରେ ଚୋରା ମଦ ବିକ୍ରିକୁ ବିରୋଧ କରିବାରୁ ଘରେ ପଶି ୫ଜଣଙ୍କୁ ଖଣ୍ଡାରେ ହାଣିଲେ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ବସ୍ତିରେ ଚୋରା ମଦ ବ୍ୟବସାୟକୁ ବିରୋଧ କରିବାରୁ ଗୋଟିଏ ପରିବାର ୫ଜଣଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଏଥିସହ ତାଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବସ୍ତିରେ ବୁଧବାର ରାତିରେ ଘଟିଛି ଏହି ଘଟଣା।

Watch Live Broadcast of Rath Yatra Puri, Odisha Here

Model This Week

ରୂପେଶ