ଜୀବନଚର୍ଯ୍ୟା |

ସୌନ୍ଦର୍ଯ୍ୟ: ଶୀତଦିନରେ ହେବେ ସଫ୍ଟ ସଫ୍ଟ...

ସୌନ୍ଦର୍ଯ୍ୟ: ଶୀତଦିନରେ ହେବେ ସଫ୍ଟ ସଫ୍ଟ...
ଶୀତଦିନରେ ତ୍ୱଚା ରୁକ୍ଷ ଏବଂ ସୁଷ୍କ ହୋଇଯାଏ। ତେଣୁ ତାକୁ ସଫ୍ଟ ରଖିବାକୁ ହେଲେ ଆପଣାନ୍ତୁ ନିମ୍ନୋକ୍ତ କିଛି ଟିପ୍ସ.. - ସଫ୍ଟ ତ୍ୱଚା ପାଇଁ ଓ୍ବିଣ୍ଟର ସ୍ପେଶାଲ ଫେସ ଓ୍ବାଶ ଆପଣାନ୍ତୁ । -ଏହାଛଡା ଷ୍ଟ୍ରବେରୀ ଫେଶପ୍ୟାକ୍‌ ବି ବ୍ୟବହାର କରିପାରିବେ। ଏଥିପାଇଁ ଷ୍ଟ୍ରବେରୀର ମଞ୍ଜି ବାହାର କରି ତାକୁ ଗ୍ରାଇଣ୍ଡ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। -ହନି ଫେସ୍‌ପ୍ୟାକ୍‌ ସବୁଠୁ ବେଷ୍ଟ। ଏଥିପାଇଁ ଦୁଇ ଚାମଚ ମହୁକୁ ଗୋଲାପଜଳ ସହ ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ ପରେ ଧୋଇଦିଅନ୍ତୁ। ଦେଖିବେ ମୁହଁର ତ୍ୱଚା ସଫ୍ଟ ଲାଗିବ। -ଆଲୋଭେରା ଜେଲ୍‌କୁ ଫେସ ପ୍ୟାକ୍‌ ରୂପେ ବ୍ୟବହାର କରିବାକୁ ହେଲେ ଏହାକୁ ମୁହଁରେ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ପରେ ଏହାକୁ ଧୋଇ ଦିଅନ୍ତୁ। -ଆଲମଣ୍ଡ ଅଏଲ ଫେସ୍‌ପ୍ୟାକ୍‌ ପାଇଁ ବାଦାମ ତେଲକୁ କ୍ଷୀର ମଲାଇ ସହ ମିଶାଇ ମୁହଁରେ ଲଗାନ୍ତୁ। ୧୦ମିନିଟ୍‌ ପରେ ମୁହଁକୁ ଧୋଇ ଦିଅନ୍ତୁ। - ଲେମ୍ବୁ ରସ ସହିତ ଏକ ଚାମଚ ମହୁ ମିଶାଇ ଫେସ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ୧୦-୧୫ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପରେ ମୁହଁକୁ ଭଲଭାବେ ଧୋଇ ଦିଅନ୍ତୁ। -ଅଙ୍ଗୁରକୁ ଭଲଭାବେ ଗ୍ରାଇଣ୍ଡିଂ କରି ପ୍ୟାକ ପ୍ରସ୍ତୁତ କରନ୍ତୁ। ଆଉ ତାକୁ ମୁହଁରେ ଲଗାନ୍ତୁ। ଅଧାଘଣ୍ଟା ପରେ ମୁହଁକୁ ଧୋଇ ଦିଅନ୍ତୁ। -ପାଚିଲା ଅମୃତଭଣ୍ଡାକୁ ଭଲଭାବେ ଚକଟି ମୁହଁରେ ଲଗାନ୍ତୁ। ଦଶ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ।
All Right Reserved By

ଜୀବନଚର୍ଯ୍ୟା |

କିଡ୍‌ନୀ ଷ୍ଟୋନ୍‌ରୁ  ଦୂରେଇ ରହିବା ଲାଗି ଆପଣାଇ ପାରିବେ ଏହି ଘରୋଇ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ଲାଗି ଆପଣାଇ ପାରିବେ ଏହି ଘରୋଇ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟ ଗ୍ରହଣରେ ଅନିୟମିତତା ଯୋଗୁ ଏବେ କେତେକଙ୍କଠାରେ  କିଡ୍‌ନୀ ଷ୍ଟୋନ୍‌ ହେଉଥିବାର ଦେଖିବାକୁ ମିଳୁଛି। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। 

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ଓ୍ବର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ ଯେଉଁମାନେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ସୁସ୍ଥ ରଖିପାରୁଛନ୍ତି। କାରଣ ସକାଳୁ ଖାଲି ପାଦରେ ଘାସରେ ଚାଲିବା ସମୟରେ ଦେହରେ ପଡୁଥିବା ସୂର୍ଯ୍ୟକିରଣ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। 

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ବାୟୁ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ କେତେକ ସହଜ ଘରୋଇ ପରାମର୍ଶ ସମ୍ପର୍କରେ ଉଲ୍ଲେଖ ଅଛି। 

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।  ପ୍ରତିଦିନ କଞ୍ଚା ପନିର ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସରୁ ଦୂରେଇ ରଖେ। 

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଘରୋଇ ଉପଚାର

ବିଶେଷତଃ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ଏପରିକି ଅନେକ କୃତ୍ରିମ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି। ତେବେ ରାସାୟନିକ ପଦାର୍ଥ ମିଶ୍ରଣରେ ଉତ୍ପାଦ ଗୁଡ଼ିକ ନିର୍ମିତ ହୋଇଥିବାରୁ ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ସହ ପ୍ରତିକ୍ରିୟା କରିଥାଏ। 

ମେଦବହୁଳତା ଦୂରେଇବାର ସହଜ ଉପାୟ...

ମେଦବହୁଳତା ଦୂରେଇବାର ସହଜ ଉପାୟ...

ପରିବର୍ତ୍ତିତ ଜୀବନଶୈଳୀଯୋଗୁ ଖାଦ୍ୟପେୟରେ ଅନିୟମିତତା ଯୋଗୁ ମେଦବହୁଳତା ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। 

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।