ସମ୍ପାଦକୀୟ |

ଆତ୍ମସମୀକ୍ଷାର ଜନାଦେଶ

ଆତ୍ମସମୀକ୍ଷାର ଜନାଦେଶ
ସବ୍ୟସାଚୀ ଅମିତାଭ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନର ଫଳ ଆସିସାରିଛି। ପାର୍ବତୀୟ ରାଜ୍ୟ ହିମାଚଳ କଥା ଛାଡନ୍ତୁ, କାରଣ ଏଠାକାର ଭୋଟର ପ୍ରତି ୫ ବର୍ଷରେ ସରକାର ବଦଳାଇବାର ନଜିର ରହିଛି। ହେଲେ ସାରା ଦେଶ ଯାହା ଉପରେ ନଜର ରଖିଥିଲା, ତାହା ହେଉଛି ଗୁଜରାଟ। ଏଠାରେ ମୋଦିଙ୍କ କରିସ୍ମା କାମ କରିଛି ଆଉ ଭାଜପା ୬ଷ୍ଠ ଥର ପାଇଁ କ୍ଷମତାକୁ ଆସିଛି। ହେଲେ ବଡ଼ କଥା ହେଲା, ଏହି ବିଜୟ ଭାଜପା ଶିବିର ପାଇଁ ଚିନ୍ତାର କାରଣ ହୋଇଛି। କାରଣ କ୍ଷମତାରେ ଏତେ ବର୍ଷ ରହିବା ପରେ ପ୍ରଥମଥର ପାଇଁ ଦଳ ୯୯ ଆସନରେ ସୀମିତ ରହିଛି। ଏହା ଦଳ ଓ ଗୁଜରାଟ ମଡେଲ୍‌ ପାଇଁ ଏକପ୍ରକାର ସତର୍କ ଘଣ୍ଟି କହିଲେ ଭୁଲ୍‌ ହେବନି।୨୦୧୫ ମସିହା କଥା ଟିକେ ଭାବନ୍ତୁ। ରାସ୍ତାକୁ ଓହ୍ଲାଇ ସାରିଥିଲା ଗୁଜରାଟର ପଟିଦାର ସମାଜ। ୨୦୧୭ରେ ରାଜ୍ୟର କପଡା ବେପାରୀ ବି ରାସ୍ତାକୁ ଓହ୍ଲାଇଥିଲେ। ଏହି ବର୍ଷ ଦଳିତ ଯୁବବର୍ଗ ବି ଆନ୍ଦୋଳନକୁ ଓହ୍ଲାଇଥିଲେ। ସମସ୍ତଙ୍କ ଟାର୍ଗେଟରେ ଥିଲା ମୋଦିଙ୍କ ଗୁଜରାଟ ମଡେଲ। ଅଗଷ୍ଟ ୨୦୧୫ରେ ହାର୍ଦ୍ଦିକ୍‌ ପଟେଲଙ୍କ ବିରାଟ ରାଲି ପରେ ବି କଂଗ୍ରେସର ନିଦ ଭାଙ୍ଗି ନ ଥିଲା, ଏପରିକି ୨୦୧୭ରେ କପଡା ବ୍ୟବସାୟୀଙ୍କ ଆନ୍ଦୋଳନ ବି କଂଗ୍ରେସକୁ ସଚେତନ କରିପାରି ନ ଥିଲା। କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଗୁଜରାଟ କଂଗ୍ରେସର ନିଦ ଭାଙ୍ଗିଥିଲା ଯେତେବେଳେ ରାହୁଲ ଗାନ୍ଧୀ ଗୁଜରାଟରେ ପହଞ୍ଚିଥିଲେ। କଂଗ୍ରେସ ପାଇଁ ସାହାରା ହୋଇଥିଲେ ପଟିଦାର ନେତା ହାର୍ଦ୍ଦିକ୍‌ ପଟେଲ୍‌, ଓବିସି ନେତା ଅଳ୍ପେଶ ଠାକୁର ଓ ଦଳିତ ଯୁବନେତା ଜିଗ୍‌ନେଶ ମଓ୍ବୋନି। ଏମାନଙ୍କ ସାହାରା କଂଗ୍ରେସ ପାଇଁ ଅକ୍ସିଜେନ୍‌ ପରି କାମ ଦେଇଥିଲା। ଆଉ ପ୍ରଥମ ଥର ପାଇଁ ୨୨ ବର୍ଷର ଭାଜପା ସରକାରକୁ ଟକ୍କର ଦେବା ପାଇଁ ଠିଆ ହୋଇଥିଲା କଂଗ୍ରେସ। ୨୦୧୪ରୁ ବରାବର ଗୁଜରାଟ ମଡେଲକୁ ନେଇ ଅଡୁଆରେ ଥିବା କଂଗ୍ରେସକୁ ୨୦୧୯ ପାଇଁ ଆଶା ଦିଶିଥିଲା। ଗତ ୨୨ବର୍ଷ ଭିତରେ ଭାଜପାର ବିଜୟ ରଥ ପ୍ରଥମ ଥର ପାଇଁ ଗୁଜରାଟରେ ସବୁଠାରୁ ଦୁର୍ବଳ ପ୍ରଦର୍ଶନ କରି ଜିତିଥିବା ବେଳେ କଂଗ୍ରେସ ୨୨ବର୍ଷ ଭିତରେ ସବୁଠାରୁ ଶକ୍ତିଶାଳୀ ପ୍ରଦର୍ଶନ କରି ନିର୍ବାଚନ ହାରିଛି। ଗୁଜରାଟର ଏ ହାରଜିତ୍‌ ପ୍ରଥମ ଥର ପାଇଁ ପ୍ରଶ୍ନ ରଖିଛି, ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ପାଇଁ ନିର୍ବାଚନ ସହଜସାଧ୍ୟ ହେବ ତ?ଟିକେ ପଛକୁ ଯିବା, ମନେପକାଇବା ୨୦୧୪ର ନରେନ୍ଦ୍ର ମୋଦିଙ୍କୁ। ତାଙ୍କ ଗୁଜରାଟ ମଡେଲକୁ। ଗୁଜରାଟ ମଡେଲର ବ୍ରାଣ୍ଡ ଆମ୍ବାସାଡର ହୋଇଥିବା ମୋଦିଙ୍କ ସମକକ୍ଷ ହେବା ପାଇଁ କେହି ବିକଳ୍ପ ନ ଥିଲେ। ଏହାପରେ ପରବର୍ତ୍ତୀ ସାଢେ ତିନି ବର୍ଷ। ସେଇ ଗୁଜରାଟ ମଡେଲ୍‌। ବ୍ରାଣ୍ଡ ଆମ୍ବାସାଡର ମୋଦି ସମସ୍ତଙ୍କୁ ଧୂଳି ଚଟାଇଥିଲେ। ଜନତା ବି ମାନିନେଇଥିଲେ ଏକତରଫା ବିଜୟର ଆବଶ୍ୟକତା। ସେଥିପାଇଁ ମହାରାଷ୍ଟ୍ର, ହରିୟାଣା, ଝାଡ଼ଖଣ୍ଡ, ଜମ୍ମୁ ଓ କଶ୍ମୀରରେ ଭାଜପା (ଏକାକୀ ବା ମେଣ୍ଟ) ସରକାର ଗଢ଼ିଥିଲା। ଏହାପରେ ଆସାମ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ୟୁପିର ଜନାଦେଶ ବି ଏକତରଫା ହୋଇଥିଲା। ପଞ୍ଜାବରେ କଂଗ୍ରେସର ବିଜୟ ବି ଏକତରଫା ଥିଲା। ହେଲେ ଯେଉଁ ଗୁଜରାଟ ମଡେଲର ଚର୍ଚ୍ଚା ୨୦୧୪ରୁ ଥିଲା, ତାହା ଦୋହଲିଗଲା ଆଉ କଂଗ୍ରେସକୁ ଟକ୍କର ଦେବା ସ୍ଥିତିରେ ଆଣି ପହଞ୍ଚାଇଦେଲା। ପ୍ରଥମଥର ପାଇଁ ଗୁଜରାଟ ନିର୍ବାଚନର ଫଳ, କଂଗ୍ରେସର ଆତ୍ମବିଶ୍ୱାସକୁ ଫେରାଇଆଣିଛି ଯେ, ଲଢିଲେ ସେମାନେ ଜିତିପାରିବେ। ଭାଜପାକୁ ଗୁଜରାଟ ଫଳ ଭାବିବାକୁ ବାଧ୍ୟ କରିଛି, ଯଦି ଏତିକି ପ୍ରସ୍ତୁତିରେ କଂଗ୍ରେସ ଟକ୍କର ଦେଇପାରିଛି, ତେବେ ୨୦୧୯ର ଲଢେଇ ଏତେଟା ସହଜ ହେବନି। ଗୁଜରାଟର ନିର୍ବାଚନ ଫଳ ଦୀର୍ଘ ବର୍ଷ ଧରି ଶୋଇଥିବା କଂଗ୍ରେସକୁ ଉଠାଇଦେଇଛି, ଆସନ୍ତାବର୍ଷ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ। କର୍ନାଟକକୁ ଛାଡିଦେଲେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଭାଜପା ସରକାର ରହିଛି। ଅର୍ଥାତ୍‌ ଗୁଜରାଟ ପରେ ଓ ୨୦୧୯ ପୂର୍ବରୁ ଏପରି ଏକ ରାଜନୈତିକ ଲଢେଇ ହେବାକୁ ଯାଉଛି, ଯେଉଁଠି ମୁହାଁମୁହିଁ ହେବେ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀ। ଏହାଛଡା ୨୦୧୯ରେ କିଏ କାହା ସହ ରହିବ ତାହା ବି ଏବେଠାରୁ ସ୍ଥିର ହୋଇଯିବ। ଆଞ୍ଚଳିକ ଦଳଗୁଡିକୁ ନିଜର ସ୍ଥିତି ରକ୍ଷା ପାଇଁ ମୋଦି ଅବା ରାହୁଲଙ୍କ ପକ୍ଷକୁ ଆସିବାକୁ ପଡିବ। ବର୍ତ୍ତମାନ ସମୟରେ ମୋଦିଙ୍କ ସହ ନୀତୀଶ କୁମାର, ପ୍ରକାଶ ସିଂ ବାଦଲ, ଚନ୍ଦ୍ରାବାବୁ ନାଇଡୁ, ମେହବୁବା ମୁଫ୍‌ତି, ରାମବିଳାସ ପାଶ୍ୱାନ ଥିବା ବେଳେ ରାହୁଲଙ୍କ ସହ ଅଛନ୍ତି ଅଖିଳେଶ ଯାଦବ, ଲାଲୁପ୍ରସାଦ, କରୁଣାନିଧି, ଫାରୁକ୍‌ ଅବଦୁଲ୍ଲା, ଶରଦ ପାୱାର ଓ ଅସାଦୁଦ୍ଦିନ୍‌ ଓବେସିଙ୍କ ପରି ନେତା। ଆଗକୁ ବାମଦଳ ଓ ବିଏସ୍‌ପିକୁ ସାଥିରେ ଆଣିବାକୁ ରାହୁଲ୍‌ ନିଶ୍ଚିତ ପ୍ରୟାସ କରିବେ। ସେହିପରି ଭାଜପା ଓ କଂଗ୍ରେସ, କାହା ସହ ଏଯାଏ ନ ଥିବା ତୃଣମୂଳ ନେତ୍ରୀ ମମତା ବାନାର୍ଜୀ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଟିଆରଏସ୍‌ ପ୍ରମୁଖ କେ. ଚନ୍ଦ୍ରଶେଖର ରାଓ କେଉଁ ଦିଶାରେ ଯାଉଛନ୍ତି ତାକୁ ବି ଅପେକ୍ଷା କରିବାକୁ ପଡିବ।ଏହା ଭିତରେ ଦୁଇଟି ପ୍ରଶ୍ନ ସାମ୍‌ନାକୁ ଆସୁଛି। ପ୍ରଥମ, ସମୟ ଥିଲା କଂଗ୍ରେସ ବିରୋଧରେ ମେଣ୍ଟ ରାଜନୀତି ଆରମ୍ଭ ହୋଇଥିଲା ଓ ୨୦୧୯ରେ ଭାଜପା ବିରୋଧରେ ବିରୋଧୀଙ୍କ ମେଳି ରାଜନୀତି ହେବାକୁ ଯାଉଛି। ଦ୍ୱିତୀୟ ପ୍ରଶ୍ନଟି ହେଲା, ଧର୍ମ-ଜାତି ରାଜନୀତିଠାରୁ ପୃଥକ୍‌ ନାନା ଆର୍ଥିକ ପ୍ରସଙ୍ଗ ଯାହା ଗୁଜରାଟ ମଡେଲକୁ ଅଡୁଆରେ ପକାଇଛି, ତାହା ୨୦୧୯ରେ ପଲିଟିକାଲ୍‌ ଡିସକୋର୍ସ ବଦଳାଇଦେବନି ତ! ତେବେ ପଲିଟିକାଲ୍‌ ଡିସକୋର୍ସ ମୋଦି ବଦଳାଇବେ ନା କଂଗ୍ରେସ ରାସ୍ତାରେ ମୋଦି ଚାଲିଛନ୍ତି ଏହା ବି ପ୍ରଶ୍ନ ଉଠିବା ସ୍ବାଭାବିକ। ନରେନ୍ଦ୍ର ମୋଦି ଓ ଅମିତ୍‌ ଶାହ ଯୋଡିଙ୍କ ରଣନୀତିରେ ବରିଷ୍ଠ ନେତାମାନେ ଅଣଦେଖା ହୋଇସାରିଛନ୍ତି। ଭାଜପାରେ ଧୂଆଁଧାର ନେତା କୁହାଯାଉଥିବା ଆଡ୍‌ଭାନୀ, ମୁରଲୀ ମନୋହର ଯୋଶୀ, ୟଶୱନ୍ତ ସିହ୍ନା ଅଲୋଡା ହୋଇସାରିଥିବା ବେଳେ ୨୦୧୪ ପୂର୍ବରୁ ଦଳରେ ଗୁରୁତ୍ୱ ବହନ କରୁଥିବା ରାଜନାଥ ସିଂହ, ସୁଷମା ସ୍ବରାଜ, ନୀତିନ ଗଡ୍‌କରୀ, ରବିଶଙ୍କର ପ୍ରସାଦ ବା ଉମାଭାରତୀଙ୍କ କାଟ୍‌ତି ବି ଦଳରେ ଆଉ ନାହିଁ। ଏମାନଙ୍କ ତୁଳନାରେ ଗତ ଲୋକ ସଭା ନିର୍ବାଚନରେ ପରାଜୟର ମୁହଁ ଦେଖିଥିବା ଅରୁଣ ଜେଟ୍‌ଲୀ ବରଂ ଶକ୍ତିଶାଳୀ ଭାବେ ଉଭା ହୋଇଛନ୍ତି। ଭାଜପାର ନୂଆ ବ୍ରିଗେଡ୍‌ କହିଲେ ଏବେ ନିର୍ମଳା ସୀଥାରମଣ, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପୀୟୂଷ ଗୋୟଲ୍‌ ଓ ପ୍ରକାଶ ଜାଭଡେକରଙ୍କୁ ବୁଝାଯାଉଛି। ସେହିପରି ଭାଜପାଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କୁ ତର୍ଜମା କଲେ ଜଣାପଡୁଛି, ସମସ୍ତଙ୍କ ଡୋର ରହିଛି ଅମିତ୍‌ ଶାହ ଓ ନରେନ୍ଦ୍ର ମୋଦିଙ୍କ ହାତରେ। ମହାରାଷ୍ଟ୍ରରେ ଫଡ୍‌ନବିସ୍‌ ହୁଅନ୍ତୁ ଅବା ହରିୟାଣାରେ ଖଟ୍ଟାର। ସେହିପରି ଝାଡ଼ଖଣ୍ଡର ରଘୁବର ଦାସ, ଉତ୍ତରାଖଣ୍ଡର ତ୍ରିବେନ୍ଦ୍ର ରାୱତ୍‌, ଆସାମର ସର୍ବାନନ୍ଦ ସୋନୋବାଲ୍‌, ମଣିପୁରର ବୀରେନ୍‌ ସିଂହ ଓ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ। ଏମାନେ ଗୋଟିଏ ଝଟ୍‌କାରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ଏମାନଙ୍କ ପରିଚୟ ଜାତୀୟସ୍ତରରେ ଗଣତି ହୁଏନି। ସେହିପରି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଛତିଶଗଡର ରମଣ ସିଂହ, ରାଜସ୍ଥାନର ବସୁନ୍ଧରା ରାଜେ ଓ ଗୋଆର ମନୋହର ପାରିକର ନିଜ ନିଜର ଯୋଗ୍ୟତା ବଳରେ ଜାତୀୟସ୍ତରର ପରିଚୟ ତିଆରି କରିଛନ୍ତି। ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦି ଏବେ ସେଇ ରାସ୍ତାରେ ଚାଲିବା ଆରମ୍ଭ କରିଦେଇଛନ୍ତି, ଯେଉଁ ଧାରାରେ ଦିନେ କଂଗ୍ରେସ ଚାଲୁଥିଲା। ଅଶୀ ଦଶକ ଯାଏ ରାଜ୍ୟମାନଙ୍କରେ କଂଗ୍ରେସ ସରକାରଙ୍କ ନେତୃତ୍ୱ ସ୍ଥିର କରୁଥିଲେ ହାଇକମାଣ୍ଡ। ଏବେ ଭାଜପା ସେଇ ହାଇକମାଣ୍ଡ ଧାରାରେ ଚାଲୁଛି। ତେବେ କଂଗ୍ରେସଠାରୁ ଭାଜପାର ଫରକ ଏତିକି ଯେ, ନିର୍ବାଚନ ଜିତିବା ପାଇଁ ଅମିତ୍‌ ଶାହଙ୍କ ରଣନୀତି ଓ ଏହାର ବ୍ରାଣ୍ଡ ଆମ୍ବାସାଡର ପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅତ୍ୟଧିକ ସଂଶ୍ଳିଷ୍ଟତା, ଯାହାକୁ ମୁକାବିଲା କରିବାର ଅସ୍ତ୍ର କଂଗ୍ରେସ ପାଖରେ ନାହିଁ। କାରଣ କଂଗ୍ରେସ ଯେତେବେଳେ ଲଢ଼େଇ ପାଇଁ ପ୍ରସ୍ତୁତି କରୁଥାଏ, ସେତେବେଳେ ଭାଜପା ତୃଣମୂଳସ୍ତରରେ ଗୋଟିଏ ବାଜି ଲଢ଼ିସାରିଥାଏ। କଂଗ୍ରେସ ରାଜ୍ୟସ୍ତରରେ ନିଷ୍ପତ୍ତି ନେବା ସମୟରେ ଭାଜପା ବୁଥ୍‌ ସ୍ତରରେ ପହଞ୍ଚତ୍ ସାରିଥାଏ।ତେବେ ପ୍ରଶ୍ନ ଉଠୁଛି, ଗୁଜରାଟର ଶିକ୍ଷା କ’ଣ କଂଗ୍ରେସର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିପାରିବ! ପାରମ୍ପରିକ ରାଜନୀତି ପାଇଁ ଜଣାଶୁଣା କଂଗ୍ରେସ ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ୱରେ ନିଜକୁ କେତେ ବଦଳାଇପାରୁଛି ତାହା ମୋଟାମୋଟି ବଡ଼ ପ୍ରଶ୍ନ। ମୋ- ୯୪୩୮୨୯୬୫୧୯, amitav.dear@gmail.com
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...