ସମ୍ପାଦକୀୟ |

ସାହସର ପୁନର୍ଜନ୍ମ

ସାହସର ପୁନର୍ଜନ୍ମ
ସମ୍ପାଦକୀୟ/ ତଥାଗତ ସତପଥୀ ଗୁଜରାଟ ଓ ହିମାଚଳ ପ୍ରଦେଶ ପାଇଁ ହୋଇଥିବା ନିର୍ବାଚନ ଫଳ ୨୦୧୭ ଡିସେମ୍ବର ୧୮ରେ ସାମ୍ନାକୁ ଆସିଛି। ଉଭୟ ରାଜ୍ୟରେ ଭାଜପା ସରକାର ଗଢ଼ିବାର କ୍ଷମତା ହାସଲ କରିଛି। ଗୁଜରାଟରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଶାସନ କରି ଆସୁଥିବା ଭାଜପା ୨୦୧୨ ତୁଳନାରେ ଏଥର ୧୭ ଆସନ ହରାଇଛି। ଏହି ଦଳ ୧୫୦ରୁ ଅଧିକ ଆସନରେ ସଫଳ ହେବ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବାରମ୍ବାର ହୁଙ୍କାର ଦେଉଥିଲେ। ରାଜ୍ୟର ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ମାତ୍ର ୯୯ରେ ଅଟକିଗଲା। ହେଲେ ୩ ସଂଖ୍ୟାରେ ପହଞ୍ଚତ୍ ପାରି ନ ଥିବା ଭାଜପା ସେଠାରେ ସରକାର ଗଢ଼ିବ। ଉତ୍ତରପ୍ରଦେଶ ନିର୍ବାଚନ ବେଳେ ଭାଜପା ପକ୍ଷରୁ ଯେଉଁଭଳି ଭାବେ ପଞ୍ଜାବର ପରାଜୟକୁ ହେୟଜ୍ଞାନ କରାଯାଇଥିଲା। ଠିକ୍‌ ସେହିଭଳି ହିମାଚଳ ପ୍ରଦେଶରେ ଭାଜପା ବିଜୟକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ। କିନ୍ତୁ ଗୁଜରାଟର ବିଜୟକୁ ଏକ ବୃହତ ବିଜୟ ଚିନ୍ତା କରାଗଲେ ଭାଜପାର ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି କରିବସିବ। ଦେଶବାସୀ ଜାଣିଛନ୍ତି ଯେ ଗୁଜରାଟରେ ଅଧିକ ସଂଖ୍ୟକ ହିନ୍ଦୁଙ୍କର ସେହି ରାଜ୍ୟର ଅଳ୍ପ ସଂଖ୍ୟକ ମୁସଲମାନଙ୍କ ପ୍ରତି ଘୋର ଅବିଶ୍ୱାସ ଦୀର୍ଘଦିନ ଧରି ରହିଆସିଛି। ତଥାପି ଗୁଜରାଟର ଭୋଟ ପରିଣାମ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ ସେହି ରାଜ୍ୟବାସୀ ଭୟକୁ ଏଡ଼ାଇବାରେ ସଫଳ ହୋଇଥିବାରୁ କଂଗ୍ରେସ ଓ ସହଯୋଗୀଙ୍କର ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଇଛି। ମାତ୍ର ୭ଟି ବିଧାୟକଙ୍କୁ ନେଇ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଭାଜପା ପାଇଁ ଶାସନ କରିବା କଷ୍ଟକର ହୋଇପଡ଼ିବ। ଭାଜପାର ‘ବିକାଶ’ ଡାକରାର ଗୁଜରାଟ ଥିଲା ପରୀକ୍ଷାଗାର। ନିର୍ବାଚନ ଫଳାଫଳରୁ ବୁଝାପଡୁଛି ଯେ ସେହି ପରୀକ୍ଷାଗାରରେ ଭାଜପା ଚିନ୍ତାଧାରା ପ୍ରତି ସନ୍ଦେହଜାତ ହେବାର ସଙ୍କେତ ମିଳିଲାଣି। ଏଠାରେ ମନେରଖିବାକୁ ହେବ, ଗୁଜରାଟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଏବଂ ଅମିତ ଶାହଙ୍କ ନିଜ ରାଜ୍ୟ। ସେହି ରାଜ୍ୟ ଉପରେ ଉଭୟଙ୍କର କର୍ତ୍ତୃତ୍ୱ ଅତ୍ୟନ୍ତ ଗଭୀର। ଉଭୟଙ୍କୁ କୌଣସି କଥା ଗୁଜରାଟରେ ଅଜଣା ନାହିଁ। ତଥାପି ଏଭଳି ଫଳାଫଳ ସେମାନଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କରିବା କଥା। ଭୟକୁ ତ୍ୟାଗ କରି ଅଣ-ଭାଜପାକୁ ଯାଇଥିବା ପ୍ରତ୍ୟେକଟି ଭୋଟ ଭାରତରେ ଏକ ନୂଆ ଚିନ୍ତାଧାରା ଆଣିଦେଇଛି। ଅର୍ଥବଳ, ବାହୁବଳ ଏବଂ ଭାଜପାର ସବୁ ଶକ୍ତିଶାଳୀ ଜାତୀୟ ନେତା ଏକାଠି ହୋଇ ଗୁଜରାଟରେ ଦୀର୍ଘଦିନ ଧରି ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପ୍ରାୟ ୨ ମାସ ଧରି ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁ ଦିଲ୍ଲୀରେ କେନ୍ଦ୍ର ସରକାରର କାର୍ଯ୍ୟକ୍ରମ ଅତି ଭଲଭାବେ ବାଧାପ୍ରାପ୍ତ ହୋଇଛି। ଗୁଜରାଟ ନିର୍ବାଚନ ପାଇଁ ପାର୍ଲାମେଣ୍ଟର ବୈଠକ ମଧ୍ୟ ଦୀର୍ଘଦିନ ସକାଶେ ଘୁଞ୍ଚାଇ ଦିଆଯାଇଥିଲା। ଏସବୁଥିରୁ ବୁଝି ହେଉଥିବା ଯେ ଆକାଶ ପାତାଳକୁ ଏକାଠି କରି ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହ ଏହି ନିର୍ବାଚନ ଜିଣିବାକୁ ପ୍ରୟାସ କରିଆସିଥିଲେ। ସେଭଳି ପ୍ରଚ୍ଛଦପଟରେ ବିକାଶ ଧ୍ୱନିର ପ୍ରତୀକ ଭାବେ ରଖାଯାଉଥିବା ଗୁଜରାଟ ପ୍ରମାଣ କରିଦେଲା ଯେ ସେଠାକାର ସାଧାରଣ ନାଗରିକ ଭୟକୁ ତ୍ୟାଗ କରିସାରିଲେଣି। ସମ୍ଭବତଃ ‘ଗୁଜରାଟ ମଡେଲ’ ଭବିଷ୍ୟତରେ ଆଉ ଉଦାହରଣ ଭାବେ ରଖାଯିବ ନାହିଁ। ଗୁଜରାଟର ସାଧାରଣ ଭୋଟର ଦେଶକୁ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ଭାଜପାର ସାଧାରଣ କର୍ମୀ ବୁଝିବାରେ ଅସମର୍ଥ। ରାଜନୈତିକ ଚିନ୍ତାଧାରାରେ ଲିପ୍ତ ଥିବା ବ୍ୟକ୍ତି ଏକ ସାମାଜିକ ପରିବର୍ତ୍ତନକୁ ବୁଝିବା ନିଶ୍ଚିତ ଭାବେ କଷ୍ଟକର। ସବୁଠାରୁ କୌତୂହଳର ବିଷୟ ହେଲା ଯେ ଡିସେମ୍ବର ୧୮ ସକାଳେ ଯେତେବେଳେ ଭୋଟ ଗଣତି ଆରମ୍ଭ ହେଲା ଏବଂ କଂଗ୍ରେସର ସଂଖ୍ୟା ବୃଦ୍ଧି ପାଇଲା ଭଳି ଏକଧାରଣା ସୃଷ୍ଟି ହେଲା, ସେତେବେଳେ ସେନ୍‌ସେକ୍ସ ବା ପୁଞ୍ଜିବଜାରର ସୂଚକାଙ୍କ ୬୦୦ ପଏଣ୍ଟ ହ୍ରାସ ପାଇଗଲା। ସେହି ଗୋଟିଏ କଥାରୁ ବୁଝାପଡ଼ିଲା ଯେ ଭାରତର ଧନୀ ମୋଦି ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ମୁସଲମାନ ଅଞ୍ଚଳରେ କଂଗ୍ରେସ ଆଗେଇ ନ ଥିବା ମଧ୍ୟ ଉଲ୍ଲେଖଯୋଗ୍ୟ। ଶେଷରେ ଏତିକି କୁହାଯାଇପାରେ, ୧୮ ଡିସେମ୍ବର ୨୦୧୭ ଗୁଜରାଟରେ କଂଗ୍ରେସର ପରାଜୟ ହୋଇଥିଲେ ମଧ୍ୟ ଭାଜପାର ବିଜୟ ମଳିନ ପଡ଼ିଯାଇଛି। ଏହା ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ ମୁଣ୍ଡଟେକିବାର ସାହସ ଲୋକଙ୍କ ମନରେ ଆଣିଦେଲା ଭଳି ମନେ ହେଉଛି।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...