ସମ୍ପାଦକୀୟ |

ପାଗଳର ଅଭିବ୍ୟକ୍ତି

ପାଗଳର ଅଭିବ୍ୟକ୍ତି
ବୈକୁଣ୍ଠନାଥ ମିଶ୍ର ସମସ୍ତେ କହନ୍ତି ମୁଁ ପାଗଳ। କ’ଣ ପାଇଁ ମୋତେ ପାଗଳ କହି ଦୂର୍‌ ଦୂର୍‌ କରୁଛନ୍ତି ଓ ପିଲାମାନେ ଟେକାପଥର ଫିଙ୍ଗୁଛନ୍ତି, ଏ ସବୁ ମୁଁ ବୁଝିପାରୁ ନାହିଁ। ମୋର କାଳେ କଥା କହିବାରେ ସ୍ଥିରତା ନାହିଁ, ପୋଷାକପତ୍ରରେ ଶାଳୀନତା ନାହିଁ। ବ୍ୟବହାରରେ ସ୍ବାଭାବିକତା ନାହିଁ ଆଉ ଖାଦ୍ୟରେ ବାଛବିଚାର ନାହିଁ। ମଣିଷଠାରୁ କୁକୁର ପର୍ଯ୍ୟନ୍ତ ସମସ୍ତଙ୍କ ଅଇଁଠା ମୁଁ ଖାଏ। ଚିରା ଲୁଗା ଭିତରୁ କୋଚଟ ମଇଳା ଦେହଟା ଫୁଙ୍ଗୁଳା ମାରୁଥାଏ। ମୋତେ ଦେଖି ତୁମ ଭଦ୍ରସମାଜର ମୁଖମଣ୍ଡଳ ବିକୃତ ହୁଏ, ନାସିକା କୁଞ୍ଚନ ହୁଏ। ଗାଡି ମୋଟରବାଲା ମୋ ପାଖ ଦେଇ ହୁସିଆରରେ ଗାଡି ବୁଲେଇ ନିଅନ୍ତି। ବାଜିଗଲେ ଅଘଟଣ। ବଜାରର ଯେଉଁମାନେ ମୋତେ ଘୃଣା କରନ୍ତି, ସେହିମାନେ ମୋର ନିଜ ଲୋକ ସାଜି ଗାଡିବାଲାକୁ ଅଟକାଇ ବେଶ୍‌ ଦୁଇପଇସା ଆଦାୟ କରନ୍ତି। ମୁଁ ଯନ୍ତ୍ରଣାରେ ଛଟପଟ ହେଉଥିଲାବେଳେ ମୋତେ ହସ୍ପିଟାଲ ନ ନେଇ ମୋ ନାଁରେ ଆଦାୟ ଅର୍ଥରେ ବିଦେଶୀ ପାନୀୟର ଆସର ଜମାନ୍ତି। ଏ ଲୋକମାନଙ୍କୁ ଯେତିକି ଜାଣିଛି ଏମାନେ ମୋଠାରୁ କେଉଁ ଗୁଣରେ ଭଲ ନୁହନ୍ତି। ମୁଁ ଜାଣେ ମୁଁ ପାଗଳ। ତୁମେମାନେ ତ ପାଗଳ ନୁହଁ। କିନ୍ତୁ ତୁମର କାର୍ଯ୍ୟଶୈଳୀ ମୋଠାରୁ କୌଣସି ଗୁଣରେ ଉନ୍ନତ ନୁହେଁ। ତୁମମାନଙ୍କ ଭିତରୁ କିଏ ଧନ ପାଗଳ ତ କିଏ କ୍ଷମତା ପାଗଳ। ପୁଣି କିଏ ଯୌନ ପାଗଳ ତ କିଏ ନିଶାରେ ପାଗଳ। ଯେଉଁଠି ସମସ୍ତେ ଜଣେ ଜଣେ ପାଗଳ, ସେଠି ମୋତେ ଏକୁଟିଆ ପାଗଳ କହି ଅତ୍ୟାଚାର କରୁଛ କାହିଁକି? କାହିଁକି ମୋତେ ଟେକାପଥର ଫିଙ୍ଗୁଛ? ଯଦି ଫିଙ୍ଗିବାକୁ ତୁମର ଏକାନ୍ତ ଇଚ୍ଛା, ତେବେ ଫିଙ୍ଗୁନ ସେ ରାଜନୀତିଆ ପାଗଳଙ୍କୁ, ଯେଉଁମାନେ ଜାତିସ୍ବାର୍ଥକୁ ପଛରେ ପକାଇ ଆପଣା ସ୍ବାର୍ଥକୁ ଦେଖୁଛନ୍ତି। ଏ ରାଜ୍ୟର ମାଟି, ପାଣିକୁ ଯେତେବେଳେ ଛଡାଇ ନିଆଯାଉଛି ସେତେବେଳେ ସଂକୀର୍ଣ୍ଣ ରାଜନୀତିରେ ମାତି ନିିଜ ଭିତରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି। ଫିଙ୍ଗୁନ ପଥର ସେ ଭଦ୍ରମୁଖା ଅଭଦ୍ରଙ୍କୁ, ଯିଏ ନିଜର ପତିପ୍ରାଣା ପତ୍ନୀକୁ ଛାଡି ଗୋପନରେ ଅଭିସାର ରଚୁଛି କେଉଁ ବାରାଙ୍ଗନା ସହ। ଯଦି ପଥର ଫିଙ୍ଗିବାରେ ତୁମର ଏତେ ଆଗ୍ରହ ତେବେ ଫିଙ୍ଗୁନ ସେ ପରସ୍ବ ଅପହରଣକାରୀ ଓ ଗରିବର ଆହାର ଲୁଣ୍ଠୁଥିବା ସରକାରୀ ବାବୁମାନଙ୍କୁ। ସରକାରଙ୍କ ଆହାର କେନ୍ଦ୍ରରେ ମୋ ପାଇଁ ଖାଦ୍ୟ ନାହିଁ। ଆଜକୁ ଏତେଦିନ ହେଲା ଆମ ସହରରେ ଆହାର କେନ୍ଦ୍ର ଖୋଲିଥିଲେ ବି ମୁଁ କିମ୍ବା ମୋ ଭାଇ (ସହରର ସମସ୍ତ ଭିକାରି ଓ କୁଷ୍ଠରୋଗୀ) ପ୍ରତ୍ୟହ ଦାନାଗଣ୍ଡାଏ ପାଉନାହୁଁ। ତୁମମାନଙ୍କ ଭିତରୁ କିଛି ଥିଲାବାଲା ଏହାକୁ ଉପଭୋଗ କରୁଛ। ତେବେ ପାଗଳ ମୁଁ ନା ତୁମେ? ଘରେ ତୁମ ଜୀବନ୍ତ ଦେବତା ମା’ବାପା ଥାଉ ଥାଉ ତାଙ୍କୁ ଦିନେ କିଛି ଦେଲନାହିଁ କିନ୍ତୁ ଆତ୍ମଘୋଷିତ ଭଣ୍ଡବାବାମାନଙ୍କ ପାଦତଳେ ଅଜାଡିଦେଉଛ କୋଟି କୋଟି ଟଙ୍କା ଓ ଧନରତ୍ନ। ଦୈନିକ କୁଢ଼ କୁଢ଼ ଠକାମି ଘଟୁଥିଲେ ମଧ୍ୟ ତୁମେ ତୁମର କଷ୍ଟାର୍ଜିତ ଧନକୁ ଦୁଇ ତିନି ବର୍ଷରେ ଦ୍ୱିଗୁଣିତ ହେବା ଲୋଭରେ ଟେକିଦେଇଛ ଠକ ଚିଟ୍‌ଫଣ୍ଡ କମ୍ପାନୀର ମାଲିକ ହାତକୁ। ଏସବୁ ତୁମର ପାଗଳାମି ନୁହେଁ କି? ଲୋଭ ବିନାଶର ମାର୍ଗ ପ୍ରଦର୍ଶନ କରାଏ। ଏ କଥା ଜାଣି ମଧ୍ୟ ତୁମେ ସେହି ପଥର ପଥିକ ସାଜୁଛ? ଅଗ୍ନିର ଦହନ କ୍ଷମତାକୁ ଆକଳନ ନ କରି ତା’ ମଧ୍ୟକୁ ପତଙ୍ଗ ଲମ୍ଫ ଦେଲା ପରି ତୁମେ ତୁମର ବିନାଶକୁ ଆମନ୍ତ୍ରଣ କରୁଛ। ଅନ୍ୟକୁ ଦୋଷଦେବା ତୁମର ପାଗଳାମି ନୁହେଁ କି? ଏହା କ’ଣ ତୁମର ପାଗଳାମି ନୁହେଁ ଯେ, କେତେଟା ଟଙ୍କା ବିନିମୟରେ ସମର୍ପି ଦେଉଛ ତୁମ ଭୋଟ୍‌ ଖଣ୍ଡିକ କେଉଁ ଅଯୋଗ୍ୟ ହାତରେ ଏବଂ ହତ୍ୟା କରୁଛ ତୁମ ଭୋଟ ଅଧିକାରକୁ? ପାଗଳାମି ତ ସେ କରୁଛି ଯେ ବ୍ୟବସାୟ ନାଁରେ ଚାଉଳରେ ଗୋଡି, ତେଲରେ ପୋଡା ମୋବିଲ ମିଶାଇ ତୁମକୁ ଅହରହ ଠକି ଚାଲିଛି। ତୁମ ଦୁର୍ବଳତାର ସୁଯୋଗ ନେଇ ସେ ବେଶ୍‌ ମୁନାଫା କରୁଛି। ତୁମ ଆଖିରେ ଅନ୍ଧପଟି ବନ୍ଧା ହୋଇଛି, ଯଦ୍ଦ୍ବାରା ତୁମେ ତା’ର ଠକାମିର ଶିକାର ହେଉଛ। ପାଗଳାମି ତ ସେ କରୁଛି ଯେ ନିଜକୁ ଭଗବାନ ସଜାଇ ଶ୍ରୁତିମଧୁର ପ୍ରବଚନ ମାଧ୍ୟମରେ ତୁମକୁ ତା’ର ଭକ୍ତ ବନେଇ ଶୋଷଣ କରୁଛି। ଆଉ ତୁମେ ଯେତେବେଳେ ତା’ର ଭଣ୍ଡାମିକୁ ବୁଝି ନ ପାରି ତା’ ପାଦ ତଳେ ସର୍ବସ୍ବ ଅଜାଡିଦେଉଛ, ତୁମେ ମଧ୍ୟ ପାଗଳ ପଦବାଚ୍ୟ। ମୋର ସିନା ମସ୍ତିଷ୍କ ବିକୃତ, ତେଣୁ ମୁଁ ଚିରାଫଟା ଲୁଗା ପିନ୍ଧି ଲଙ୍ଗଳା ଦିଶୁଚି ବୋଲି ତୁମକୁ ଭଲ ଲାଗୁନାହିଁ। କିନ୍ତୁ ନାୟିକା, ନର୍ତ୍ତକୀ ଯେତେବେଳେ ସଂକ୍ଷିପ୍ତ ବସ୍ତ୍ରରେ ନୃତ୍ୟ ପରିବେଷଣ କରି ଅଙ୍ଗ ପ୍ରଦର୍ଶନ କରୁଛି, ତାକୁ ତ ତୁମେ ବେଶ୍‌ ଉପଭୋଗ କରୁଛ। ପାଲା, ଦାଶକାଠିଆ ପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ତୁମ ଯୋଗଦାନ ଶୂନ ହେଉଥିବାବେଳେ ଏ ନଗ୍ନ ନୃତ୍ୟକୁ ବିନା ପ୍ରତିବାଦରେ ଉପଭୋଗ କରିବା ତୁମ ପାଗଳାମି ନୁହେଁ ତ ଆଉ କ’ଣ? ମୋର ତ ଘରଦ୍ୱାର ନାହିଁ। ମୁଁ ରାସ୍ତାକଡ ଗଛମୂଳେ କିମ୍ବା କାହା ଦୋକାନ ବାରଣ୍ଡାରେ ରାତ୍ରିଯାପନ କରୁଛି। ହେଲେ ତୁମର ତ ଘରସଂସାର ଅଛି। ତୁମେ କାହିଁକି ଘର ପରି ସ୍ବର୍ଗ ଓ ସ୍ତ୍ରୀ ପରି ଲକ୍ଷ୍ମୀଙ୍କୁ ଛାଡି ପର ନାରୀ ସହ ଅନ୍ୟତ୍ର ରାତ୍ରିଯାପନ କରୁଛ? ଏହା କ’ଣ ତୁମର ସୁସ୍ଥ ମସ୍ତିଷ୍କର ପରିଚୟ? ମୁଁ ପରକୁ ହାତ ପତାଏ ମୋ ପେଟ ଚାଖଣ୍ଡକ ପାଇଁ! ହେଲେ କେବେ ଚୋରି କରେନାହିଁ। କିନ୍ତୁ ତୁମେ ସରକାରୀ ଚାକିରିର ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ନିଜ ପରିବାର ପୋଷଣ ପାଇଁ ସମର୍ଥ ହୋଇ ମଧ୍ୟ କାହିଁକି ଚୋରି ଭଳି ଏକ ଘୃଣ୍ୟ କର୍ମକୁ ଆପଣାଉଛ? ମୋର ବୁଦ୍ଧି ବିବେକ କିଛିନାହିଁ, ହେଲେ ତୁମେ କେତେ ବିବେକୀ ନିଜକୁ ପଚାର। ତୁମ ଭିତରୁ କିଏ ଚୋରି କରୁଛ ତ କିଏ ନାଲିଆଖି ଦେଖାଇ ଅଥବା ଚଞ୍ଚକତା କରି ଅନ୍ୟର ଅଧିକାର ଓ ପ୍ରାପ୍ୟ ଲୁଟ୍‌ କରୁଛ। ନିଜକୁ ଅଧୀଶ୍ୱର ମନେକରୁଛ ତ ପୁଣି କେବେ ହାତ ଯୋଡି ଭୋଟ୍‌ ଭିକ୍ଷା କରୁଛ। ସାଧାରଣ ଜନତାର ଭୋଟ୍‌ ଦାନରେ ବଳୀୟାନ ହୋଇ ପରେ ତା’ କଥା ଭୁଲିଯିବା ତୁମର ପାଗଳାମି ନୁହେଁ କି? ଭୋଟ୍‌ ବେଳେ ଜୁହାର, ଭୋଟ ପରେ ପାହାର- ଏହା ତୁମର କେଉଁ ସୁସ୍ଥ ମସ୍ତିଷ୍କର ପରିଚୟ? ମୁଁ ହାତରେ ନିଆଁ ଧରିବା କାଳେ ବିପଦ ! ହେଲେ ତୁମେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରୁଛ। କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ (ଯାହା ତୁମ କଳାକାରନାମାର ପ୍ରମାଣ) ପୋଡିଦେଉଛ, ଈର୍ଷାର ବଶବର୍ତ୍ତୀ ହୋଇ ଅନ୍ୟର ସୁଖସଂସାରରେ ନିଆଁ ଲଗାଉଛ, ଏହା ତୁମର ପାଗଳାମି ନୁହଁ କି? ତୁମେ ଝିଅମାନେ ମୋବାଇଲରେ ଚାଟିଂ କରି କେଉଁ ଅଜଣା ଯୁବକର ମନଭୁଲାଣିଆ କଥାରେ ଫସିଯାଇ ନିଜ ଜୀବନ ହାରିବା ତୁମର ପାଗଳାମି ନୁହେଁ କି? ଆଉ ତୁମେ ଯୁବକମାନେ ବିଲବାଡିରେ ଶ୍ରମ କରି ସୁନା ଫଳାଇବା ପରିବର୍ତ୍ତେ ଅନ୍ୟ ପାଖରେ ଗୋଲାମି କରିବା ତୁମର କେଉଁ ସୁସ୍ଥ ମସ୍ତିଷ୍କର ପରିଚାୟକ? ସ୍ବାଧୀନ ଭାବେ ନିଜର କର୍ମ ନ କରି ଏ ଭୃତ୍ୟପଣ ତୁମକୁ କି ଯଶ ଦେଉଛି? ମୋ ପାଗଳାମି ହୁଏତ ଔଷଧ ଦ୍ୱାରା ଆଧୁନିକ ଚିକିତ୍ସା ପଦ୍ଧତିରେ ଆରୋଗ୍ୟ ହୋଇପାରେ। ମାତ୍ର ତୁମ ପାଗଳାମି ପାଇଁ କୌଣସି ଔଷଧ ନାହିଁ। ତା’ର ଚିକିତ୍ସା କେବଳ ବିବେକ ଦ୍ୱାରା ହିଁ ସମ୍ଭବ। ତେଣୁ ମୋତେ ପାଗଳ ନ କହି ଆତ୍ମସମୀକ୍ଷା କରିବାର ଆବଶ୍ୟକତା ଅଛି। ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...