ବାଣିଜ୍ୟ |

ମହଙ୍ଗା ହେବ ଟିଭି, ମାଇକ୍ରୋଓ୍ବେଭ, ଏଲଇଡି ଲ୍ୟାମ୍ପ

ମହଙ୍ଗା ହେବ ଟିଭି, ମାଇକ୍ରୋଓ୍ବେଭ, ଏଲଇଡି ଲ୍ୟାମ୍ପ
ନୂଆଦିଲ୍ଲୀ,୧୯-୧୨(ପି.ଟି.)- ଟିଭି ସେଟ୍‌, ମାଇକ୍ରୋଓ୍ବେଭ, ଏଲଇଡି ଲ୍ୟାମ୍ପ ସହ ଅନ୍ୟ କେତେକ ଇଲେକଟ୍ରୋନିକ୍ସ ସାମଗ୍ରୀ କ୍ରୟ ଲାଗି ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ହେବ। ଗତ ସପ୍ତାହରେ ସରକାର ସୀମା ଶୁଳ୍କ ବୃଦ୍ଧି କରିଥିବାରୁ ଉକ୍ତ ବର୍ଗରେ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ ବୋଲି ଜଣାଯାଇଛି। ସ୍ଥାନୀୟ ମାନୁଫାକଚରିଂକୁ ପ୍ରୋତ୍ସାହିତ କରିବାକୁ ଏହିଭଳି ପଦକ୍ଷେପ ନଆଯାଇଛି। ସରକାରୀ ବିଜ୍ଞନ୍ତି ମୁତାବକ ଟିଭି ଉପରେ ୨୦% ଓ ସ୍ମାର୍ଟ ଫୋନ ଉପରେ ୧୫% ସୀମା ଟିକସ ବୃଦ୍ଧି ହୋଇଛି। ସେହିଭଳି ଏଲଇଡି ଲ୍ୟାମ୍ପ ଉପରେ ୨୦% ସୀମା ଟିକସ ରହିଥିବା ବେଳେ ମାଇକ୍ରୋଓ୍ବେଭ ଓଭନ ଉପରେ ଏହା ୨୦% ରହିଛି। କମ୍ପ୍ଲିଟଲି ବିଜନେସ ୟୁନିଟ (ସିବିୟୁ)ଗୁଡିକର ଉତ୍ପାଦର ମୂଲ୍ୟ ବୃଦ୍ଧି ଘଟିବ ବୋଲି କ୍ରେମା ସଭାପତି ମନୀଷ ଶର୍ମା ସୂଚନା ଦେଇଛନ୍ତି। ସରକାରଙ୍କ ଏହି ଭଳି ନିଷ୍ପତ୍ତି ଯୋଗୁ ସ୍ଥାନୀୟ ଉତ୍ପାଦନକାରୀମାନେ ବିଶେଷ ଭାବେ ଲାଭବାନ ହୋଇ ପାରିବେ ବୋଲି ସେ କହିଛନ୍ତି। ଏହିଭଳି ନିଷ୍ପତ୍ତି ଘରୋଇ ମାନୁଫାକଚରିଂକୁ ପ୍ରୋତ୍ସାହିତ କରିବା ସହ ମେକ୍‌ ଇନ୍‌ ଇଣ୍ଡିଆ ଉତ୍ପାଦର ଚାହିଦା ବୃଦ୍ଧି କରିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଏହା ଦ୍ୱାରା ବିଦେଶୀ ଉତ୍ପାଦନକାରୀମାନେ ଘରୋଇ ବଜାରରେ ନିର୍ମାଣ ଲାଗି ଆଗ୍ରହୀ ହେବେ ବୋଲି ସେ ପ୍ରକାଶ କରିଛନ୍ତି।
All Right Reserved By

ବାଣିଜ୍ୟ |

ବଜାରରେ କମୁଛି ନଗଦ

ବଜାରରେ କମୁଛି ନଗଦ

ମୁମ୍ବାଇ,୨୫ା୯: ବିମୁଦ୍ରୀକରଣ ପରେ ନଗଦ ଅର୍ଥର ପ୍ରବାହ ବହୁଗୁଣିତ ହୋଇଥିଲା। ଯେତିକି ଟଙ୍କା ବ୍ୟାଙ୍କକୁ ଫେରିଥିଲା ତା’ର ୯୯.୯ ପ୍ରତିଶତ ପୁନର୍ବାର ବଜାରରେ ପ୍ରଚଳନ ହୋଇସାରିଥିଲା। 

୧୫% ଅଧିକ ବେଗରେ ଗଡିବ ଭାରତୀୟ ରେଳ

ନୂଆଦିଲ୍ଲୀ, ୨୫-୯
 ଭାରତୀୟ ରେଳପଥ ଏହାର ସମସ୍ତ ନେଟ୍‌ଓ୍ବର୍କକୁ ବିଦ୍ୟୁତୀକରଣ କରିବ। ଅର୍ଥାତ୍‌  ଡିଜେଲ ପରିବର୍ତ୍ତେ ସବୁ ଟ୍ରେନ୍‌  ବିଦ୍ୟୁତ୍‌ରେ ଚାଲିବ। 

୯୦ ଟଙ୍କା ଅତିକ୍ରମ କଲା ପେଟ୍ରୋଲ ଦର

୯୦ ଟଙ୍କା ଅତିକ୍ରମ କଲା ପେଟ୍ରୋଲ ଦର

ନୂଆଦିଲ୍ଲୀ, ୨୫ା୯(ପି.ଟି.)
ଆଉ ୧୦ ଟଙ୍କା ବଢିଲେ ଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଯିବ।  ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ସହରରେ ସୋମବାର ପେଟ୍ରୋଲ ଲିଟର ପିଛା ଦର ୯୦ ଟଙ୍କା ଅତିକ୍ରମ କରି ଯାଇଛି। 

ଆଇଟି ଶିଳ୍ପରେ ୫୦% କର୍ମଚାରୀ ଅସନ୍ତୁଷ୍ଟ

ଆଇଟି ଶିଳ୍ପରେ ୫୦% କର୍ମଚାରୀ ଅସନ୍ତୁଷ୍ଟ

କୋଲକାତା,୨୫-୯
 ଭାରତରେ ସୂଚନା ଓ ପ୍ରଯୁକ୍ତି(ଆଇଟି) ଶିଳ୍ପରେ ଚଳିତ ବର୍ଷ ଘଣ୍ଟାକୁ କର୍ମଚାରୀମାନେ ୩୧୭ ଟଙ୍କାରୁ ଅଧିକ ଦରମା ପାଉଛନ୍ତି। ଏହା ଅନ୍ୟ ସମସ୍ତ ପ୍ରମୁଖ କ୍ଷେତ୍ରଠାରୁ ଅଧିକ ହୋଇଥିଲେ ମଧ୍ୟ ଏ କ୍ଷେତ୍ରର କର୍ମଚାରୀମାନେ ଏହି ଦରମାକୁ ନେଇ ସନ୍ତୁଷ୍ଟ ନୁହନ୍ତି। 

ଭାରତରେ ପୁରୁଷମାନେ ବେଶି ମୋବାଇଲ୍‌ ବ୍ୟବହାର କରୁଛନ୍ତି

ଭାରତରେ ପୁରୁଷମାନେ ବେଶି ମୋବାଇଲ୍‌ ବ୍ୟବହାର କରୁଛନ୍ତି

ନୂଆଦିଲ୍ଲୀ, ୨୪-୯(ପି.ଟି.):  ଭାରତରେ ନାରୀମାନଙ୍କ ତୁଳନାରେ ପୁରୁଷମାନେ ଅଧିକ ସଂଖ୍ୟାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଟେଲିକମ୍ୟୁନିକେଶନ ବିଭାଗ ଯେଉଁ ତଥ୍ୟ ଦେଇଛି ସେଥିରୁ ଜଣାପଡିଛି, ଦେଶରେ ବର୍ତ୍ତମାନ ପ୍ରାୟ ୯୯ କୋଟି ମୋବାଇଲ୍‌ ଉପଭୋକ୍ତା ଅଛନ୍ତି। 

”ମୋଦି କେୟାର ନୁହେଁ ଦରିଦ୍ର ନାରାୟଣ ସେବା“

”ମୋଦି କେୟାର ନୁହେଁ ଦରିଦ୍ର ନାରାୟଣ ସେବା“

ରାଞ୍ଚତ୍,୨୪-୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଠାରେ ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟ ସେବା ଯୋଗାଣକାରୀ ଯୋଜନା ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ପିଏମ୍‌ଜେଏଓ୍ବାଇ) ନାମରେ ନାମିତ ଏହି ଫ୍ଲାଗଶିପ୍‌ ସ୍କିମ୍‌ ଜରିଆରେ ସହରଠାରୁ ଆରମ୍ଭ 

ଟଙ୍କାକୁ ଧ୍ୟାନରେ ରଖି ଆମଦାନୀ ଉପରେ କଟକଣା ଲଗାଯିବ: ଗର୍ଗ

ଟଙ୍କାକୁ ଧ୍ୟାନରେ ରଖି ଆମଦାନୀ ଉପରେ କଟକଣା ଲଗାଯିବ: ଗର୍ଗ

ନୂଆଦିଲ୍ଲୀ,୨୪-୯: କେନ୍ଦ୍ର ସରକାର ଅଣ-ଜରୁରୀ ସାମଗ୍ରୀର ଆମଦାନୀରେ କଟକଣା ଲଗାଇବାକୁ ଯାଉଛନ୍ତି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ବିଭିନ୍ନ ବିକଳ୍ପ ଉପରେ ବିଚାର ଚାଲିଛି ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି। ଡଲାର ବିନିମୟରେ ଟଙ୍କାର ମୂଲ୍ୟକୁ 

୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକିବେ ସରକାର

୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକିବେ ସରକାର

ନୂଆଦିଲ୍ଲୀ,୨୪-୯: କେନ୍ଦ୍ର ସରକାର ୯ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସମ୍ପତ୍ତି ବିକ୍ରି କରିବାକୁ ଯାଉଛନ୍ତି। ସେମାନଙ୍କର ଜମି ଓ ଅନ୍ୟ ସମ୍ପତ୍ତିକୁ ବିକ୍ରି କରାଯିବ। ମୋଟ୍‌ ୨୪ ଉଦ୍ୟୋଗକୁ ରଣନୈତିକ ଦୃଷ୍ଟିକୋଣରୁ ବିକ୍ରି କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଏମ୍‌ଏସପି ବୃଦ୍ଧିରୁ ସୁନା ଚାହିଦା ୨୫% ବଢ଼ିବ

ଏମ୍‌ଏସପି ବୃଦ୍ଧିରୁ ସୁନା ଚାହିଦା ୨୫% ବଢ଼ିବ

ନୂଆଦିଲ୍ଲୀ,୨୪-୯: ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ଅଧିକ ମୂଲ୍ୟ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହାର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ଏହି କାରଣରୁ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ସୁନା ଚାହିଦା ପ୍ରାୟ ୨୫% ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି।

କୋମଲ ଲାହିରୀ ହ୍ବାଟ୍ସଆପ୍‌ର ଭାରତ ଲାଗି ଗ୍ରିଭାନ୍ସ ଅଫିସର

କୋମଲ ଲାହିରୀ ହ୍ବାଟ୍ସଆପ୍‌ର ଭାରତ ଲାଗି ଗ୍ରିଭାନ୍ସ ଅଫିସର

ନୂଆଦିଲ୍ଲୀ,୨୪-୯: ଶେଷରେ କେନ୍ଦ୍ର ସରକାରଙ୍କ ଚାପ ଆଗରେ ମୁଣ୍ଡ ନୁଆଇ ହ୍ବାଟ୍ସଆପ୍‌ କୋମଲ ଲାହିରୀଙ୍କୁ ଭାରତ ଲାଗି ଏହାର ଗ୍ରିଭାନ୍ସ ଅଫିସର ନିଯୁକ୍ତ କରିଛି। ମିଥ୍ୟା ବାର୍ତ୍ତାକୁ ରୋକିବା ଲାଗି ପଦକ୍ଷେପ ନେଉ ବୋଲି କେନ୍ଦ୍ର ସରକାର ଦାବି କରିବା ପରେ ଫେସବୁକ୍‌ ଅଧୀନସ୍ଥ 

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ବଜାରରେ ଟାଟା ଟିଆଗୋ ଏନ୍‌ଆର୍‌ଜି

ଭୁବନେଶ୍ୱର,୨୪-୯: ଟାଟା ମୋଟର୍ସ ଲିମିଟେଡ ପକ୍ଷରୁ ଓଡିଶା ବଜାରକୁ ଆସିଛି ନୂଆ ଟିଆଗୋ ଏନ୍‌ଆର୍‌ଜି। ସ୍ଥାନୀୟ ଏକ ହୋଟେଲରେ ଏହି ମଡେଲକୁ ଉନ୍ମୋଚନ କରାଯାଇଛି। କମ୍ପାନୀର ଆଞ୍ଚଳିକ ସେଲସ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ, ଆଞ୍ଚଳିକ ସର୍ଭିସ ପ୍ରବନ୍ଧକ ରମେଶ

ବ୍ରିଜା ମଡେଲର ଡେଲିଭରି ଦେଲା ମାରୁତି ସୁଜୁକି

ବ୍ରିଜା ମଡେଲର ଡେଲିଭରି ଦେଲା ମାରୁତି ସୁଜୁକି

ଭୁବନେଶ୍ୱର,୨୪-୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଭୁବନେଶ୍ୱରଠାରେ ଏହାର ଲୋକପ୍ରିୟ କମ୍ପାକ୍ଟ ଏସ୍‌ୟୁଭି ମଡେଲ ଭିଟାରା ବ୍ରିଜାର ମେଗା ଡେଲିଭରି ଉତ୍ସବ ଅନୁଷ୍ଠିତ କରାଯାଇଛି। ସ୍ଥାନୀୟ ହୋଟେଲରେ ଏ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।