ବାଣିଜ୍ୟ |

ସଂଶୋଧିତ କମ୍ପାନୀ ଆଇନକୁ ଅନୁମୋଦନ

ସଂଶୋଧିତ କମ୍ପାନୀ ଆଇନକୁ ଅନୁମୋଦନ
ନୂଆଦିଲ୍ଲୀ,୧୯-୧୨(ପି.ଟି.) କର୍ପୋରେଟ୍‌ ଗଭର୍ନାନ୍ସ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ ସଂଶୋଧିତ କମ୍ପାନୀ ଆଇନ ବିଲ୍‌କୁ ମଙ୍ଗଳବାର ରାଜ୍ୟ ସଭାରେ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ ଋଣ ଖିଲାପ କରୁଥିବା କମ୍ପାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ତା’ ସହିତ ଦେଶରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ରେ ଉନ୍ନତି ଘଟିବ। ଚଳିତବର୍ଷ ଜୁଲାଇରେ ହୋଇଥିବା ମୌସୁମୀ ଅଧିବେଶନରେ ଏହା ଲୋକ ସଭାରେ ଅନୁମୋଦିତ ହୋଇଥିଲା। ଏହି ବିଲ୍‌ ଉପରେ ଆଲୋଚନା କାଳରେ ନିଜ ଉତ୍ତର ରଖି କର୍ପୋରେଟ୍‌ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପି. ପି. ଚୌଧୁରୀ କହିଛନ୍ତି ଯେ, ଏହି ସଂଶୋଧନ ଦ୍ୱାରା ଉନ୍ନତ କର୍ପୋରେଟ୍‌ ଗଭର୍ନାନ୍ସ ସୁନିଶ୍ଚିତ ହେବ। ଏହା ସହିତ ଦେଶରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ କ୍ଷେତ୍ରରେ ସୁଧାର ଆସିବ। କମ୍ପାନୀ ଆଇନ, ୨୦୧୩ ତୁଳନାରେ ନୂଆ ଆଇନରେ ୪୦ରୁ ଊର୍ଦ୍ଧ୍ୱ ସଂଶୋଧନ ଅଣାଯାଇଛି। ଏହି ସଂଶୋଧନଗୁଡିକ ଦ୍ୱାରା ବିଭିନ୍ନ ପ୍ରକାର ପ୍ରକ୍ରିୟା ସରଳ ହେବ। ଆଇନର ଅନୁପାଳନ ସହଜ ହେବ ବୋଲି ସେ କହିଛନ୍ତି। ଏହି ଆଇନ ଅଧୀନରେ ଲାଭକାରୀ କମ୍ପାନୀଗୁଡିକ ମଧ୍ୟରୁ ନିର୍ଦ୍ଦିଷ୍ଟ ବର୍ଗର କମ୍ପାନୀଙ୍କୁ ସେମାନଙ୍କ ୩ ବର୍ଷର ବାର୍ଷିକ ହାରାହାରି ନେଟ୍‌ ଲାଭର ଅତିକମ୍‌ରେ ୨%କୁ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) କାର୍ଯ୍ୟକଳାପରେ ବିନିଯୋଗ କରିବାକୁ ପଡିବ। ଯଦି ଏମାନେ ଏହି ୨% ଲାଭରାଶିକୁ ସିଏସ୍‌ଆର୍‌ କାର୍ଯ୍ୟକ୍ରମରେ ବିନିଯୋଗ ନ କରନ୍ତି ତେବେ କ’ଣ ପାଇଁ ଏହା କରିନାହାନ୍ତି ତାହାର କାରଣ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ନିକଟରେ ଦର୍ଶାଇବେ।
All Right Reserved By

ବାଣିଜ୍ୟ |

ପାଇକାରୀ ମୁଦ୍ରାସ୍ଫୀତି ୫.୧୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୬-୧୦: ପେଟ୍ରୋଲ ଓ ଡିଜେଲର ଦାମ୍‌ ବଢ଼ିବା ତଥା ଖାଦ୍ୟ ପଦାର୍ଥ ମହଙ୍ଗା ହେବା କାରଣରୁ ପାଇକାରୀ ମୂଲ୍ୟ ସୂଚକାଙ୍କ(ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତି ସେପ୍ଟେମ୍ବରରେ ବୃଦ୍ଧି ପାଇ ଦୁଇ ମାସର ସର୍ବୋଚ୍ଚ ସ୍ତର ୫.୧୩%ରେ ପହଞ୍ଚତ୍ ଯାଇଛି।

ଇରାନ ତେଲ ନ ମିଳିଲେ ଚିନ୍ତା ନାହିଁ

ଇରାନ ତେଲ ନ ମିଳିଲେ ଚିନ୍ତା ନାହିଁ

ନୂଆଦିଲ୍ଲୀ,୧୬-୧୦: ନଭେମ୍ବର ୪ରୁ ଇରାନ ବିରୋଧରେ ଆମେରିକାର କଟକଣା ଲାଗୁ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଭାରତ ବିକଳ୍ପ ବ୍ୟବସ୍ଥା କରିସାରିଛି। କଟକଣା ପରେ ଟଙ୍କା ମାଧ୍ୟମରେ ଇରାନରୁ ତେଲ କିଣିବା ଲାଗି ଭାରତ ପ୍ରସ୍ତୁତ ହେଉଛି। 

ପିସି ଜୁଏଲର୍ସର ଉତ୍ସବ ଅଫର

ପିସି ଜୁଏଲର୍ସର ଉତ୍ସବ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ପିସି ଜୁଏଲର୍ସ ପକ୍ଷରୁ ଉତ୍ସବ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ ଗ୍ରାହକ ହୀରା, ସୁନା ଏବଂ ରୂପା ଗହଣାର ଗଢାମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। 

ଏସରର ମ୍ୟାଜିକ୍‌ ବକ୍ସ ଅଫର

ଏସରର ମ୍ୟାଜିକ୍‌ ବକ୍ସ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଟେକ୍ନୋଲୋଜି ବ୍ରାଣ୍ଡ ଏସର ଇଣ୍ଡିଆ ପକ୍ଷରୁ ପାର୍ବଣକୁ ଧ୍ୟାନରେ ରଖି ମ୍ୟାଜିକ ବକ୍ସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। 

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ନୂଆଦିଲ୍ଲୀ,୧୫-୧୦: ପାର୍ବଣକୁ ଦୃଷ୍ଟିରେ ରଖି ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେକୁ ଉନ୍ମୋଚନ କରାଯାଇଛି। ଏହା ଜୁପିଟରର ସ୍ବତନ୍ତ୍ର ଏଡିଶନ ହୋଇଥିବା ବେଳେ ଏଥିରେ ଅନେକ ନୂଆ ବୈଶିଷ୍ଟ୍ୟ ସାମିଲ କରାଯାଇଛି।

ସ୍ବତନ୍ତ୍ର ସେବା ଯୋଗାଣରେ ବିଶ୍ୱାସ ରଖିଛି ସ୍ପେକ୍ଟ୍ରା ଭିଜନ୍‌

ସ୍ବତନ୍ତ୍ର ସେବା ଯୋଗାଣରେ ବିଶ୍ୱାସ ରଖିଛି ସ୍ପେକ୍ଟ୍ରା ଭିଜନ୍‌

ଇଲେକଟ୍ରୋନିକ୍ସ ସାମଗ୍ରୀ ରିଟେଲିଂ ବ୍ୟବସାୟରେ ଏବେ ୩୬୦% ପ୍ରତିଦ୍ୱନ୍ଦ୍ୱିତା। ସଙ୍ଗଠିତ ଷ୍ଟୋଗୁଡିକ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବା ଦିଗରେ ବିଭିନ୍ନ ପଦକ୍ଷେପକୁ ଦୃଷ୍ଟି ଦେଉଛନ୍ତି। ଏହି ଧାରାରେ ଜାତୀୟ ସ୍ତରର ଲାର୍ଜ ଫର୍ମାଟ ଷ୍ଟୋର  ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣିଛନ୍ତି। ଏହା ସହ ଯୁବବର୍ଗଙ୍କ ମଧ୍ୟରେ ସ୍ମାର୍ଟଫୋନ ଏବଂ ସ୍ମାର୍ଟ ଡିଭାଇସର ଚାହିଦା ବଢୁଥିବାରୁ ଇଲେକଟ୍ରୋନିକ୍ସ ରିଟେଲିଂ ଷ୍ଟୋରଗୁଡିକର କଳେବରରେ ଏବେ ଢେର ପରିବର୍ତ୍ତନ ଆସିଛି। 

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

ନୂଆଦିଲ୍ଲୀ,୧୫-୧୦: ତାପଜ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପ୍ରଥମେ କୋଇଲା ଯୋଗାଣ ଲାଗି କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗଚ୍ଛିତ କମ୍‌ ଥିବା ଘରୋଇ ବିଦ୍ୟୁତ୍‌ ଉତ୍ପାଦନକାରୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି। 

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ଓ ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌)କୁ ଏନ୍‌ସିଏଲ୍‌ଟିରୁ ଜୋରଦାର ଝଟ୍‌କା ଲାଗିଛି।

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ନୂଆଦିଲ୍ଲୀ,୧୫-୧୦:ଚୋରି, ଦୁର୍ବ୍ୟହାର, ମହିଳାଙ୍କ ବିରୋଧରେ ଅପରାଧ ଭଳି ଘଟଣାର ଅଭିଯୋଗ କରିବା ଲାଗି ଟ୍ରେନ ଯାତ୍ରୀଙ୍କୁ ଏଣିକି ପରବର୍ତ୍ତୀ ଷ୍ଟେଶନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି। ଯାତ୍ରା କାଳରେ ଟ୍ରେନ ଯାତ୍ରୀ ମୋବାଇଲ ଆପ୍‌ ଜରିଆରେ ଯେକୌଣସି ଅପରାଧିକ ପ୍ରସଙ୍ଗରେ ଅଭିଯୋଗ କରିପାରିବେ।

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ସାଧାରଣ ଜନତା ଅଚଳ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା ରଖିଲେ। କିନ୍ତୁ ଆୟ ବହିର୍ଭୂତ ଟଙ୍କା ଜମା ରଖିବା ନେଇ ଏବେ ଆୟକର ବିଭାଗ ପକ୍ଷରୁ ବେନାମୀ ଆଇନ ଅଧୀନରେ ୧୦ ହଜାର ଜମାକାରୀଙ୍କୁ ନୋଟିସ ଜାରି କରାଯାଇଛି।

ନୂଆ କେୱାଇସି ଗାଇଡଲାଇନ ଲାଗି ଆର୍‌ବିଆଇକୁ ଅନୁରୋଧ

ନୂଆ କେୱାଇସି ଗାଇଡଲାଇନ ଲାଗି ଆର୍‌ବିଆଇକୁ ଅନୁରୋଧ

ନୂଆଦିଲ୍ଲୀ,୧୫-୧୦: ଆଧାର ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏବେ ବ୍ୟାଙ୍କିଙ୍ଗ ସେକ୍ଟରରେ କଓ୍ବୋଇସି(ନୋ ଇଓର କଷ୍ଟମର ବା ନିଜ ଗ୍ରାହକଙ୍କୁ ଜାଣନ୍ତୁ)କୁ ନେଇ ଏବେ ବ୍ୟାଙ୍କଗୁଡିକରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଅନ୍ତରାଷ୍ଟ୍ରୀୟ ଉଡ଼ାନ ସେବା ଲାଗି ନିଲାମ ଆହ୍ବାନ କଲେ ସରକାର

ଅନ୍ତରାଷ୍ଟ୍ରୀୟ ଉଡ଼ାନ ସେବା ଲାଗି ନିଲାମ ଆହ୍ବାନ କଲେ ସରକାର

ନୂଆଦିଲ୍ଲୀ,୧୫-୧୦:କେନ୍ଦ୍ର ସରକାର ‘ଉଡ଼େ ଦେଶ କା ଆମ୍‌ ନାଗରିକ’(ଉଡ଼ାନ) ଯୋଜନାର ଅନ୍ତରାଷ୍ଟ୍ରୀୟ ସଂସ୍କରଣ ଲାଗି ଇଚ୍ଛୁକ କମ୍ପାନୀଙ୍କ ଠାରୁ ନିଲାମ ଆହ୍ବାନ କରିଛନ୍ତି। ଦେଶରୁ ବଛା ବଛା ଅନ୍ତରାଷ୍ଟ୍ରୀୟ ଗନ୍ତବ୍ୟସ୍ଥଳ ଲାଗି ବିମାନ ସମ୍ପର୍କ ବିସ୍ତାର କରିବାକୁ ସରକାର ଚାହୁଁଛନ୍ତି।