ଖେଳ |

ପାକିସ୍ତାନ ହକି କୋଚ୍‌ଙ୍କ ଇସ୍ତଫା

ପାକିସ୍ତାନ ହକି କୋଚ୍‌ଙ୍କ ଇସ୍ତଫା

କରାଚୀ, ୧୯ା୧୨ (ପି.ଟି.)- ପାକିସ୍ତାନ ଜାତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ଫରହତ୍‌ ଖାଁ ମଙ୍ଗଳବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଅଷ୍ଟ୍ରେଲିଆରେ ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ଇଭେଣ୍ଟ ଏବଂ ଏସିଆ କପ୍‌ରେ ପାକିସ୍ତାନ ଦଳର ବିପର୍ଯ୍ୟୟ ପରେ ଫରହତ୍‌ଙ୍କ ସ୍ଥିତି ଟଳମଳ ଅବସ୍ଥାରେ ଥିଲା। ମୁଖ୍ୟ କୋଚ୍‌ ପଦବୀ ଗ୍ରହଣ କରିବାର ୬ମାସ ନ ପୂରୁଣୁ ସେ ତାଙ୍କ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି। ପୂର୍ବତନ ଅଲିମ୍ପିଆନ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ପାକିସ୍ତାନ ହକି ଫେଡେରେଶନ (ପିଏଫ୍‌ଏଚ୍‌) ଜଣେ ବିଦେଶ କୋଚ୍‌ ଆଣିବା ଲାଗି ଯୋଜନା କରୁଥିବା ଜାଣିବାର କେଇ ଘଣ୍ଟା ପରେ ଫରହତ୍‌ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ବିଦେଶୀ କୋଚ୍‌ ହେଉଛନ୍ତି ଜର୍ମାନୀର ପୂର୍ବତନ ଅଧିନାୟକ ତଥା ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ଖ୍ରିଷ୍ଟିଆନ ବ୍ଲଙ୍କ୍‌। ବ୍ଲଙ୍କ୍‌ ଥିଲେ ଜଣେ ଦକ୍ଷ ମିଡ୍‌ଫିଲ୍ଡର। ବାର୍ସିଲୋନାରେ ୧୯୯୨ ଅଲିମ୍ପିକ ଗେମ୍ସରେ ସେ ଜର୍ମାନୀକୁ ସ୍ବର୍ଣ୍ଣ ପଦକ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯଦିଓ ଏପର୍ଯ୍ୟନ୍ତ କୌଣସି ଦେଶ ହକି ଦଳକୁ କୋଚିଂ ଦେବାର ଅଭିଜ୍ଞତା ତାଙ୍କ ନିକଟରେ ନାହିଁ ପାକିସ୍ତାନ ହକି ଦଳର କୋଚ୍‌ ପଦବୀ ପାଇଁ ତାଙ୍କ ନାମ ବିଚାରାଧୀନ ରହିଛି। ସୂଚନାଯୋଗ୍ୟ, ଲଣ୍ଡନରେ ଓ୍ବାଲର୍‌ଡ ହକି ଲିଗ୍‌ ଟୁର୍ନାମେଣ୍ଟରେ ଖରାପ ପ୍ରଦର୍ଶନ ପରେ ଖ୍ବାଜା ଜୁନେଦ୍‌ ଓ ହନିଫ୍‌ ଖାଁଙ୍କ ସ୍ଥାନରେ ହରଫତ୍‌ ଜୁଲାଇରେ ମୁଖ୍ୟ କୋଚ୍‌ ପଦବୀରେ ନିଯୁକ୍ତି ପାଇଥିଲେ।

All Right Reserved By

ଖେଳ |

୧୯ ବର୍ଷରୁ କମ୍‌ ପ୍ରଥମ ଯୁବ ଟେଷ୍ଟ:  ଭାରତର ଇନିଂସ ବିଜୟ

୧୯ ବର୍ଷରୁ କମ୍‌ ପ୍ରଥମ ଯୁବ ଟେଷ୍ଟ: ଭାରତର ଇନିଂସ ବିଜୟ

କଲମ୍ବୋ, ୨୦।୭(ପି.ଟି.)- ଏଠାରେ ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ପ୍ରଥମ ଯୁବ କ୍ରିକେଟ ଟେଷ୍ଟ ମ୍ୟାଚରେ ଭାରତ ଏକ ଇନିଂସ ଓ ୧୯ ରନରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୭୦.୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରି ଓପନର ଅଥର୍ବ ତାଇଡେଙ୍କ ୧୧୩ ରନ ଓ ଆୟୁସ୍‌ ବଦୋନୀଙ୍କ ଅପରାଜିତ ୧୮୫ ରନର ଶତକୀୟ ପାଳି ବଳରେ ୧୩୪.୫ ଓଭରରେ ୫୮୯ ରନ କରି ଅଲଆଉଟ ହୋଇଥିଲା। ଫଳରରେ ଭାରତ ୩୪୫ ରନର ବୃହତ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଶ୍ରୀଲଙ୍କା ୯୫.୨ ଓଭରରେ ୩୨୪ ରନ କରିଅଲଆଉଟ ହୋବା ଫଳରେ ଏକ ଇନିଂସ ଓ ୧୯ ରନରେ ପରାଜୟ ବରଣ କରିଛି।

ସର୍ବଭାରତୀୟ ଟ୍ୟାଲେଣ୍ଟ ସିରିଜ ଟେନିସ: ରବି ନାରାୟଣ ଚାମ୍ପିୟନ

ସର୍ବଭାରତୀୟ ଟ୍ୟାଲେଣ୍ଟ ସିରିଜ ଟେନିସ: ରବି ନାରାୟଣ ଚାମ୍ପିୟନ

ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳସ୍ଥିତ ଗୁରୁକୂଳ ରିସର୍ଟରେ ସର୍ବଭାରତୀୟ ୧୪ ବର୍ଷରୁ କମ୍‌ ଟ୍ୟାଲେଣ୍ଟ ସିରିଜ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ବାଳକ ସିଙ୍ଗଲ୍ସ ବିଭାଗ ଟାଇଟଲ ହାସଲ କରିଛନ୍ତି ଓଡ଼ିଶାର ରବି ନାରାୟଣ ସାହୁ।

ଫଖର ଜାମନଙ୍କ ଦ୍ୱିଶତକ

ଫଖର ଜାମନଙ୍କ ଦ୍ୱିଶତକ

ହରାରେ,୨୦।୭- ପାକିସ୍ତାନ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଫଖର ଜାମନ ଶୁକ୍ରବାର ଜିମ୍ବାଓ୍ବେ ବିପକ୍ଷରେ ଖେଳାଯାଇଥିବା ୪ର୍ଥ ଦିନିକିଆରେ ଦ୍ୱିଶତକ ମାରିଛନ୍ତି। ସେ ୧୫୬ଟି ବଲର ସମ୍ମୁଖୀନ ହୋଇ ଅପରାଜିତ ୨୧୦ ରନ୍‌ କରିଛନ୍ତି। ତାଙ୍କର ଏହି ବିସ୍ଫୋରକ ଇନିଂସ୍‌ରେ ୫ ଛକା ଓ ୨୪ ଚୌକା ସାମିଲ ଥିଲା।

ଘୋଷଣା ହେଲା ୨୦୨୦ ଅଲିମ୍ପିକ୍ସ ଟିକେଟ ମୂଲ୍ୟ

ଟୋକିଓ,୨୦।୭(ଏଏଫ୍‌ପି)- ଟୋକିଓ ୨୦୨୦ ଅଲିମ୍ପିକ୍ସ ଆୟୋଜକମାନେ ଶୁକ୍ରବାର ଟିକେଟ୍‌ ମୂଲ୍ୟ ଘୋଷଣା କରିଛନ୍ତି। ଟିକେଟର ମୂଲ୍ୟ ଅତିକମ୍‌ରେ ୨୦୨୦ ୟେନ (୧୮ ଡଲାର), ଯାହାକି ଭାରତୀୟ ମୁଦ୍ରାରେ ୧,୨୩୮ ଟଙ୍କା।

୨୦ ବର୍ଷରୁ କମ୍‌ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ,୨୦।୭(ପି.ଟି.)- ସ୍ପେନର ଭାଲେନ୍ସିଆଠାରେ ହେବାକୁ ଥିବା କୋଟିଫ ଅନ୍ତର୍ଜାତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ ଲାଗି ଶୁକ୍ରବାର ୨୦ ବର୍ଷରୁ କମ୍‌ ୨୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଯାଇଛି।

ଏସିଆନ୍‌ ଗେମ୍ସ ଚିଫ୍‌ ଡେ ମିସନ ବ୍ରିଜ ଭୂଷଣ

ନୂଆଦିଲ୍ଲୀ,୨୦।୭(ପି.ଟି.)- ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ ଭୂଷଣ ଶରନ ସିଂଙ୍କୁ ଶୁକ୍ରବାର ଏସିଆନ୍‌ ଗେମ୍ସ ଲାଗି ଘୋଷିତ ଭାରତୀୟ ଦଳର ଚିଫ୍‌ ଡେ ମିସନ(ସିଡିଏମ୍‌) ପଦରେ ନିଯୁକ୍ତ କରାଯାଇଛି।

ଚାଇନା ସହ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ ଖେଳିବ ଭାରତ

ଚାଇନା ସହ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ମ୍ୟାଚ୍‌ ଖେଳିବ ଭାରତ

ନୂଆଦିଲ୍ଲୀ,୨୦।୭(ପି.ଟି.)- ଆସନ୍ତା ବର୍ଷ ହେବାକୁ ଯାଉଛି ଏସିଆନ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। ଏଥି ଲାଗି ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତୀୟ ଦଳ ପ୍ରସ୍ତୁତି ହେବା ପାଇଁ ଚାଇନା ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ।

ପିଏସ୍‌ଜି କ୍ଲବରେ ରହିବେ ନେମାର

ପିଏସ୍‌ଜି କ୍ଲବରେ ରହିବେ ନେମାର

ସାଓ ପାଉଲୋ,୨୦।୭(ଏଏଫ୍‌ପି)- ବ୍ରାଜିଲ ସୁପରଷ୍ଟାର ନେମାର ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) କ୍ଲବ ପକ୍ଷରୁ ଖେଳିବା ଜାରି ରଖିବେ। ଏ ନେଇ ସେ ନିଜେ ସ୍ପଷ୍ଟ କରିଛନ୍ତି।

ଦାମୀ ଗୋଲ୍‌କିପର ଆଲିସନ

ଦାମୀ ଗୋଲ୍‌କିପର ଆଲିସନ

ଲିଭରପୁଲ,୨୦।୭(ଏଏଫ୍‌ପି)- ବ୍ରାଜିଲ ଗୋଲକିପର ଆଲିସନ ବେକର ସବୁଠୁ ଦାମୀ ଫୁଟ୍‌ବଲ ଖେଳାଳି ହୋଇପାରିଛନ୍ତି। ତାଙ୍କୁ ରେକର୍ଡ ୭୨.୫ ନିୟୁତ ୟୁରୋ ମୂଲ୍ୟରେ ସିରଜି ଏ’ କ୍ଲବ ଲିଭରପୁଲ ଦଳ ନେଇଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୫୮୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ।

ହଲ ଅଫ୍‌ ଫେମ ଓପନ: ସେମିରେ ରାମନାଥନ, ପେସ ଆଉଟ୍‌

ହଲ ଅଫ୍‌ ଫେମ ଓପନ: ସେମିରେ ରାମନାଥନ, ପେସ ଆଉଟ୍‌

ନୂଆଦିଲ୍ଲୀ, ୨୦।୭(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗିଲ୍ସ ଖେଳାଳି ରାମକୁମାର ରାମନାଥନ ନ୍ୟୁପୋର୍ଟଠାରେ ଚାଲିଥିବା ହଲ ଅଫ୍‌ ଫେମ ଓପନ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଆର୍ଚେରୀ ବିଶ୍ୱକପ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ଫାଇନାଲରେ

ଆର୍ଚେରୀ ବିଶ୍ୱକପ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ଫାଇନାଲରେ

ବର୍ଲିନ, ୨୦।୭(ପି.ଟି.)-ଏଠାରେ ଚାଲିଥିବା ଆର୍ଚେରୀ ବିଶ୍ୱକପ ଷ୍ଟେଜ-୪ର ଫାଇନାଲରେ ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ପ୍ରବେଶ କରିଛନ୍ତି। ତ୍ରିଶା ଦେବ, ଜ୍ୟୋତି ସୁରେଖା ଭେନ୍ନାମ୍‌ ଓ ମୁସ୍କାନ କିରାରଙ୍କୁ ନେଇ ଗଠିତ ଭାରତୀୟ ଦଳ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ କରି ୨୩୧-୨୨୮ ପଏଣ୍ଟରେ ତୁର୍କୀକୁ ହରାଇ ସ୍ବର୍ଣ୍ଣ ପଦକ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଶନିବାର ଭାରତ ଓ ଫ୍ରାନ୍ସ ମଧ୍ୟରେ ସ୍ବର୍ଣ୍ଣ ପଦକ ପାଇଁ ଲଢ଼େଇ ହେବ।

ଇଂଲଣ୍ଡ ଲାୟନ୍ସଠାରୁ ହାରିଲା ଭାରତ ଏ’

ଇଂଲଣ୍ଡ ଲାୟନ୍ସଠାରୁ ହାରିଲା ଭାରତ ଏ’

ଓ୍ବରସେଷ୍ଟର, ୨୦ା୭ (ପି.ଟି.)-ଭାରତ ଏ’ କ୍ରିକେଟ ଦଳ ଏଠାରେ ଅନୁଷ୍ଠିତ ଏକମାତ୍ର ୪ ଦିନିଆ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଲାୟନ୍ସଠାରୁ ୨୫୩ରନରେ ପରାସ୍ତ ହୋଇଛି। ୪୨୧ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ପିଛା କରି ବୁଧବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୧ ରନରେ ୩ ଉଇକେଟ ହରାଇ ସାରିଥିବା ଭାରତ ଏ’ ଗୁରୁବାର ଲଢୁଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ଫଳରେ ଦଳ ଦ୍ୱିତୀୟ ଇନିଂସରେ ୪୪ଓଭର ଖେଳି ମାତ୍ର ୧୬୭ ରନ କରିପାରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଲାୟନ୍ସ ୪୨୩ ରନ କରିଥିଲ।

Model This Week

ରୂପେଶ