Dharitri News
ଖେଳ |

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ପୂଜାରାଙ୍କ ମାନ୍ୟତା ବୃଦ୍ଧି

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ପୂଜାରାଙ୍କ ମାନ୍ୟତା ବୃଦ୍ଧି ଦୁବାଇ, ୧୯।୧୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ଭାରତର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ହୋଇଛି। ବ୍ୟାଟ୍ସମ୍ୟାନ ତାଲିକାରେ ସେ ଗୋଟିଏ ସ୍ଥାନ ଉପରକୁ ଉଠି ୩ୟ ସ୍ଥାନରେ ରହିଛନ୍ତି। ୫୪ଟି ଟେଷ୍ଟରୁ ୫୨.୯୬ ଆଭରେଜରେ ୪,୩୯୬ ରନ ସଂଗ୍ରହ କରିଥିବା ଏହି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନଙ୍କ ବର୍ତ୍ତମାନ ପଏଣ୍ଟ ୮୭୩ ରହିଛି। ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭେନ ସ୍ମିଥ୍‌ (୯୪୫) ଓ ଭାରତର ବିରାଟ କୋହଲି (୮୯୩) ଯଥାକ୍ରମେ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍ମିଥ୍‌ ଗତ ଦୁଇବର୍ଷ ହେବ ଶୀର୍ଷ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଆଶେସ୍‌ ସିରିଜର ୩ୟ ମ୍ୟାଚ୍‌ରେ ୨୩୯ ରନର ମାରାଥନ ଇନିଂସ ଖେଳି ସ୍ମିଥ୍‌ ଦଳକୁ ଜିତାଇଥିବା ସ୍ମିଥ୍‌ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟରେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନଙ୍କ ପଏଣ୍ଟ ସହ ଆହୁରି ନିକଟତର ହୋଇଛନ୍ତି। ବ୍ରାଡ୍‌ମ୍ୟାନ ୯୬୧ ପଏଣ୍ଟ ହାସଲ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇ ରହିଛି। ସ୍ମିଥ୍‌ ଆଉ ୧୬ ପଏଣ୍ଟ ସଂଗ୍ରହ କଲେ ବ୍ରାଡ୍‌ମ୍ୟାନଙ୍କ ସହ ସମକ୍ଷକ ହେବେ। ସେହିପରି ବୋଲିଂ ତାଲିକାରେ ଭାରତର ଦୁଇ ପ୍ରମୁଖ ସ୍ପିନର ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନ ବଜାୟ ରଖିଛନ୍ତି। ୮୯୨ ପଏଣ୍ଟ ସହ ଜେମ୍ସ ଆଣ୍ଡରସନ ଶୀର୍ଷ ସ୍ଥାନରେ ରହିଛନ୍ତି। ୩ୟ ଆଶେସ ଟେଷ୍ଟରେ ଉନ୍ନତ ପ୍ରଦର୍ଶନ କରି ଜୋସ୍‌ ହାଜେଲଉଡ୍‌ ଟପ୍‌-୫ରେ ପ୍ରବେଶ କରିଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ ଜାଡେଜା ଓ ଅଶ୍ୱିନ ମଧ୍ୟ ଟପ୍‌-୫ରେ ରହିଛନ୍ତି। ଜାଡେଜା ୨ୟ ଓ ଅଶ୍ୱିନ ୪ର୍ଥ ସ୍ଥାନରେ ରହିଛନ୍ତି।

ଖେଳ |

୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜରେ

୨୦୧୮ ମହିଳା ଟି୨୦ ବିଶ୍ୱକପ୍‌ ଓ୍ବେଷ୍ଟଇଣ୍ଡିଜରେ

ଦୁବାଇ, ୨୪।୧(ପି.ଟି.): ମହିଳା ଟି୨୦ ବିଶ୍ୱକପ୍‌ର ୨୦୧୮ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ଆୟୋଜକ ଓ୍ବେଷ୍ଟଇଣ୍ଡିଜ ଦଳ ଗତ ସଂସ୍କରଣ ଚାମ୍ପିୟନ ହୋଇଥିଲା। ୨୦୧୬ରେ କଲିକତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍‌ର ଫାଇନାଲରେ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।

ଦକ୍ଷିଣ ଆଫ୍ରିକା ଟୁର୍‌ ପାଇଁ ଟି୨୦ ଦଳ ହରମନପ୍ରୀତ ଅଧିନାୟିକା

ଦକ୍ଷିଣ ଆଫ୍ରିକା ଟୁର୍‌ ପାଇଁ ଟି୨୦ ଦଳ ହରମନପ୍ରୀତ ଅଧିନାୟିକା

ବମ୍ବେ, ୨୪।୧(ପି.ଟି.) ଫେବୃୟାରୀ ୧୩ରୁ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ ପାଇଁ ମଙ୍ଗଳବାର ଭାରତୀୟ ମହିଳା ଦଳ ଘୋଷିତ ହୋଇଯାଇଛି। ପାଞ୍ଚଟି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଷ୍ଟାର ଅଲରାଉଣ୍ଡର ହରମନପ୍ରୀତ କୌରଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। ସ୍ମୃତି ମାନ୍ଧାନାଙ୍କୁ ଉପଅଧିନାୟିକା ଦାୟିତ୍ୱ ଦିଆଯାଇଛି

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି): ଜାତୀୟ ସିନିୟର ମହିଳା ହକି ( ଏ ଓ ବି ଡିଭିଜନ) ଚାମ୍ପିୟନଶିପ୍‌ ରାଞ୍ଚତ୍ଠାରେ ଜାନୁୟାରୀ ୨୬ରୁ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ ପକ୍ଷରୁ ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତିଙ୍କୁ ଅମ୍ପାୟର ଦାୟିତ୍ୱ ଅର୍ପଣ କରାଯାଇଛି।

 ପୋପ୍‌ଙ୍କୁ ୮ ଉଇକେଟ୍‌: ସେମିରେ ଅଷ୍ଟ୍ରେଲିଆ

ପୋପ୍‌ଙ୍କୁ ୮ ଉଇକେଟ୍‌: ସେମିରେ ଅଷ୍ଟ୍ରେଲିଆ

କୁଇନ୍ସଟାଉନ୍‌, ୨୩।୧- ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର ଏକ ସୁପର୍‌ଲିଗ୍‌ କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍‌

ସିଡ୍‌ନୀ, ୨୩।୧(ଏଏଫ୍‌ପି)- ଘରୋଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ନେଇ ଫେବୃୟାରୀ ୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଅନୁଷ୍ଠିତ ହେବ। ବରିଷ୍ଠ ବ୍ୟାଟ୍ସମ୍ୟାନ ଜୋ ରୁଟ୍‌ ଏହି ଗୁରୁତ୍ୱପୂର୍ଣ୍ଣ ସୀମିତ ଓଭର ବିଶିଷ୍ଟ ସିରିଜ ଲାଗି ଇଂଲଣ୍ଡ ଦଳରୁ ଓହରିଯାଇଛନ୍ତି।

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ବୋପାନ୍ନା-ବାବୋସ କ୍ୱାର୍ଟରଫାଇନାଲରେ

ମେଲବୋର୍ନ, ୨୩।୧(ପି.ଟି.)- ଭାରତୀୟ ଟେନିସ ଷ୍ଟାର ରୋହନ ବୋପାନ୍ନା ଓ ତାଙ୍କ ହଙ୍ଗେରିଆନ ପାର୍ଟନର ତିମେଆ ବାବୋସ ଯୋଡ଼ି ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ର ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଜାତୀୟ ସିନିୟର ଭାରୋତ୍ତୋଳନ: ସୁଶାନ୍ତଙ୍କୁ ସ୍ବର୍ଣ୍ଣ

ଜାତୀୟ ସିନିୟର ଭାରୋତ୍ତୋଳନ: ସୁଶାନ୍ତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ): ମାଙ୍ଗାଲୋରରେ ଚାଲିଥିବା ଜାତୀୟ ସିନିୟର ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ସୁଶାନ୍ତ ସାହୁ ସ୍ବର୍ଣ୍ଣପଦକ ଅର୍ଜନ କରିଛନ୍ତି।

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ନୂଆଦିଲ୍ଲୀ, ୨୨।୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୧ତମ ସଂସ୍କରଣ ଏପ୍ରିଲ ୭ରୁ ଆରମ୍ଭ ହେବ। ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ସୋମବାର ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅର୍ଥକରୀ ଟି୨୦ ଲିଗ୍‌ର ଉଦ୍‌ଘାଟନୀ ସମାରୋହ ଏପ୍ରିଲ ୬ରେ ଓ ଉଦ୍‌ଯାପନୀ ବମ୍ବେରେ ଅନୁଷ୍ଠିତ ହେବ।

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ଜୋକୋଭିଚ୍‌ଙ୍କ ବିପର୍ଯ୍ୟୟ, କ୍ୱାର୍ଟରରେ ଫେଡେରର, ହାଲେପ୍‌

ମେଲବୋର୍ନ,୨୨ା୧(ଏ.ଏଫ୍‌.ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟେନିସ୍‌ ଟୁର୍ନାମେଣ୍ଟରେ ଅଷ୍ଟମ ଦିନରେ ପହଞ୍ଚିଛି। ସୋମବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ଏକ ନମ୍ବର ଖେଳାଳି ୧୪ତମ ସିଡ ମାନ୍ୟତା ପାଇଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଚତୁର୍ଥ ରାଉଣ୍ଡ ମ୍ୟାଚରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି।

୪୯ ବଲରେ ଶତକ ମାରିଲେ ରାଇନା

୪୯ ବଲରେ ଶତକ ମାରିଲେ ରାଇନା

କୋଲକାତା, ୨୨।୧(ପି.ଟି.)- ଜାତୀୟ ଦଳରୁ ଅଲୋଡ଼ା ହୋଇଥିବା ତଥା ସୀମିତ ଓଭର କ୍ରିକେଟରେ ଜଣେ ବିଶେଷଜ୍ଞ ଭାବେ ପରିଚିତ ହୋଇଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଦୀର୍ଘ ଦିନର ବ୍ୟବଧାନ ପରେ ଫର୍ମକୁ ଫେରିଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ଅଷ୍ଟ୍ରେଲିଆନ୍‌ ଓପନ୍‌: ବୋପାନ୍ନା, ଶରନ ହାରିଲେ

ମେଲବୋର୍ନ, ୨୨।୧(ପି.ଟି.)- ଦୁଇ ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ଡିଭିଜ ଶରନ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୁରୁଷ ଡବଲ୍ସର ତୃତୀୟ ରାଉଣ୍ଡ ହର୍ଡଲ୍ସ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ସ୍ମିଥ୍‌ଙ୍କୁ ବିଶ୍ରାମ, ଓ୍ବାର୍ନର ଅଧିନାୟକ

ମେଲବୋର୍ନ, ୨୨।୧(ଏଏଫ୍‌ପି)- ଅଷ୍ଟ୍ରେଲିଆ, ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ନେଇ ଏକ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳ ସୋମବାର ଘୋଷଣା କରାଯାଇଛି। ଦଳର ନିୟମିତ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିବାବେଳେ