ମେଟ୍ରୋ |

ଶ୍ରୀକ୍ଷେତ୍ର ମହୋତ୍ସବ: ଘଣ୍ଟ ବାଦ୍ୟରେ ଥରିଲା ଶରଧାବାଲି

ଶ୍ରୀକ୍ଷେତ୍ର ମହୋତ୍ସବ: ଘଣ୍ଟ ବାଦ୍ୟରେ ଥରିଲା ଶରଧାବାଲି

ପୁରୀ ଅଫିସ, ୧୯।୧୨: ଶରଧାବାଲିସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଶ୍ରୀକ୍ଷେତ୍ର ମହୋତ୍ସବର ମଙ୍ଗଳବାର ଥିଲା ଚତୁର୍ଥ ସନ୍ଧ୍ୟା। ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମେ ମଞ୍ଚକୁ ଆସିଥିଲେ ଝଙ୍କଡ଼ ଶାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆ କଳାକାର। ଘଣ୍ଟ ବାଦ୍ୟ ଦର୍ଶକଙ୍କ ମନେ ପକାଇଦେଇଥିଲା ରଥଯାତ୍ରା କଥା। ବାଦ୍ୟର ତାଳେ ତାଳେ ମା’ ଶାରଳାଙ୍କ ଝଲକ ଦେଖିଥିଲେ ଉପସ୍ଥିତ ଦର୍ଶକ। ସିଂହ ଉପରେ ବିରାଜିତ ମା’ ମହିଷାସୁରକୁ ବଧ କରିବାର ଦୃଶ୍ୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ଦୋଳମଣ୍ଡପ ସାହି ଏବଂ ବାଲିସାହିର ସାହିଯାତ ପ୍ରଦର୍ଶନ କରାଯାଇଥିଲା। ନାଗା, ରାବଣ, ସପ୍ତଶିରା ବେଶରେ କଳାକାରମାନେ ମୁକ୍ତାକାଶ ରଙ୍ଗମଞ୍ଚରେ ପୂର୍ଣ୍ଣତା ଭରିଥିଲେ। ସେହିପରି ଶିଳ୍ପୀ ଏଣ୍ଟରଟେନ୍‌ମେଣ୍ଟ ଏବଂ କଲିକତା ରାଇବେନ୍‌ସ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିତେନ୍ଦ୍ର ମୁଦୁଲି ଏବଂ ସାଥୀଙ୍କ ସମରକଳା ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଥିଲା।
ଦୋଳମଣ୍ଡପ ସାହି ଆଖଡା ପକ୍ଷରୁ ବ୍ରିଜେଶ କୁମାର ପଣ୍ଡା ରାବଣ, ଶରତ କୁମାର ପାତ୍ର ନାଗା, ଅଶ୍ୱିନୀ ପ୍ରଧାନୀ ପିଲି ନାଗା, ଜଗନ୍ନାଥ ମହାପାତ୍ର ଓ ମହେଶ ପ୍ରସାଦ ସାହୁ ଦୁର୍ଗାମେଢ ନୃତ୍ୟ କରିଥିଲେ। ସେହିପରି ଜଗନ୍ନାଥ ତିଆଡ଼ି, ନାରାୟଣ ତିଆଡ଼ି, ବିଶ୍ୱଜିତ ତିଆଡ଼ି, ମୟୂରେଶ ସାହୁ, ଅଭିଷେକ ତିଆଡ଼ି, ମଦନ ମୋହନ ସିଂହାରୀ, ରଘୁନାଥ ତିଆଡ଼ି, ଦେବାଶିଷ ଘଟୁଆରୀ ପଟ୍ଟାଖେଳ ପ୍ରଦର୍ଶନ କରିଥିବା ବେଳେ ତୁଷାର ଚନ୍ଦୁକା ବନାଟି ପ୍ରଦର୍ଶନ କରିଥିଲେ। ବାଲିସାହି ପକ୍ଷରୁ ନରସିଂହ ସୁଆର ରାବଣ, ବିଶ୍ୱନାଥ ମହାପାତ୍ର ନାଗା, ଅକ୍ଷୟ ପ୍ରଧାନ, ଗୋପାଳ ଚନ୍ଦ୍ର ବାରିକ ଓ ଚିନ୍ତନ କୁମାର ମିଶ୍ର ମେଢ ନୃତ୍ୟ ପ୍ରଦର୍ଶନ କରିଥିଲେ।
ଅତିଥି ଭାବେ ଯୋଗଦେଇ ନେବଳ ଦାସ ମଠର ସନ୍ଥ ଡ. ରାମଚରଣ ଦାସ ମହାରାଜ କହିଥିଲେ, ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଦୁଇଟି ସଂସ୍ଥା ତିଆରି ହୋଇଥିଲା। ଗୋଟିଏ ମଠବାଡିରେ ମଠମାନଙ୍କ ଦ୍ୱାରା ୭ ଆଖଡା ତିଆରି କରାଯାଇଥିଲା। ସାହିମାନଙ୍କରେ ମଧ୍ୟ ଆଖଡା ତିଆରି କରାଯାଇଥିଲା। ଯେଉଁଠି ଶ୍ରୀମନ୍ଦିର ଏବଂ ମହାପ୍ରଭୁଙ୍କ ସୁରକ୍ଷା ପାଇଁ ପହିଲିମାନ ତିଆରି ହେଉଥିଲେ। ନିଜ ଶକ୍ତି ସାମର୍ଥ୍ୟ ପ୍ରଦର୍ଶନ କରୁଥିଲେ। ଆଜି ଶ୍ରୀକ୍ଷେତ୍ର ମହୋତ୍ସବ ଏହାକୁ ଉଜ୍ଜୀବିତ କରି ରଖିଛି ବୋଲି ସେ କହିଥିଲେ। ଉତ୍ତର ପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାସ କହିଥିଲେ, ଶ୍ରୀକ୍ଷେତ୍ରର ଏହି ସଂସ୍କୃତି କେବଳ ଉତ୍କଳର ନୁହେଁ ସମଗ୍ର ଭାରତର ଆତ୍ମସମ୍ମାନ ବୋଲି ଭାବିବାକୁ ପଡିବ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ପୂର୍ବତନ ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ବାଲିସାହି ଆଖଡା ସଭାପତି ତଳୁଚ୍ଛ ନୀଳକଣ୍ଠ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ସାହୁ, ଦୋଳମଣ୍ଡପ ସାହି ଆଖଡା କର୍ମକର୍ତ୍ତା ବାସୁଦେବ ତିଆଡ଼ି ଓ ଦାଶରଥୀ ପଣ୍ଡା, ହରଚଣ୍ଡୀ ସାହି ଆଖଡା ସଭାପତି ସାଗର ଦୀନବନ୍ଧୁ ପ୍ରତିହାରୀ, ସଙ୍ଗଠନ ସମ୍ପାଦକ କୋଠାରୀ ନାରାୟଣ ମେକାପ, ଶ୍ରୀକ୍ଷେତ୍ର ମହୋତ୍ସବ ପରିଚାଳନା କମିଟି ଯୁଗ୍ମ ସମ୍ପାଦକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ମଞ୍ଚ ସଂଯୋଜନା କରିଥିଲେ ନାରାୟଣ ଗୁରୁ।

All Right Reserved By

ମେଟ୍ରୋ |

ସଂଖ୍ୟାଲଘୁ ଲୋକଙ୍କ ନାମରେ ସେବାୟତ ପାସ

ସଂଖ୍ୟାଲଘୁ ଲୋକଙ୍କ ନାମରେ ସେବାୟତ ପାସ

ପୁରୀ ଅଫିସ,୧୭।୭: ୨୦୧୮ ରଥଯାତ୍ରାର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଏକ ମୋଟର ସାଇକେଲ ପାସକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉକ୍ତ ପାସ ଉପରେ ବାଇକ ନମ୍ବର ଓଆର-୦୨-ଏକ୍ସ-୫୬୧୪ ଏବଂ ବ୍ୟକ୍ତିଙ୍କ ନାମ ଶେଖ୍‌ ଅବିଦ ବୋଲି ଉଲ୍ଲେଖ ରହିଛି।

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ସୁଦର୍ଶନଙ୍କୁ ଛୁଇଁଲେ, ଭିଡ଼ିଓ ରେକର୍ଡିଂ କଲେ

ପୁରୀ ଅଫିସ,୧୭।୭: ପହଣ୍ଡି ସମୟରେ ଠାକୁରଙ୍କୁ କେହି ଛୁଇଁବେ ନାହିଁ କି ପହଣ୍ଡିରେ କେହି ପ୍ରତିବନ୍ଧକ ସାଜିବେ ନାହିଁ। ଏଥିପ୍ରତି ସେବାୟତ ଓ ପୋଲିସ ସତର୍କ ଦୃଷ୍ଟି ଦେବେ। ଶ୍ରୀମନ୍ଦିର ପ୍ରଶାସନର ଏହି କଟକଣାକୁ ମାନୁନାହାନ୍ତି ଭକ୍ତ। ଭିଡ଼ର ସୁଯୋଗ ନେଇ ଠାକୁରଙ୍କୁ ଛୁଉଁଛନ୍ତି।

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ବର୍ଷକୁ ୨୮ ଦିନ ଖାଲିପଡେ ରତ୍ନସିଂହାସନ

ପୁରୀ ଅଫିସ,୧୭।୭: ଆଡପ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହ। ନବ ଦିନାତ୍ମକ ଯାତ୍ରାରେ ଆସି ଜନ୍ମବେଦୀରେ ପହଞ୍ଚତ୍ଛନ୍ତି ମହାପ୍ରଭୁ। ଗୁଣ୍ଡିଚା ମନ୍ଦିରରେ ଲାଗିଛି ଗହଳି ଚହଳି। ସେପଟେ କିନ୍ତୁ ଖଁ। ଖଁ। ଶ୍ରୀମନ୍ଦିର। ଖାଲିପଡିଛି ରତ୍ନସିଂହାସନ।

ଦକ୍ଷ ଶିକ୍ଷକ ସୃଷ୍ଟିରେ ଏନ୍‌ଏସ୍‌ଟିଆଇ ପରୀକ୍ଷାଗାର ସଦୃଶ ହେବ: ଧର୍ମେନ୍ଦ୍ର

ଦକ୍ଷ ଶିକ୍ଷକ ସୃଷ୍ଟିରେ ଏନ୍‌ଏସ୍‌ଟିଆଇ ପରୀକ୍ଷାଗାର ସଦୃଶ ହେବ: ଧର୍ମେନ୍ଦ୍ର

ବାରଙ୍ଗ, ୧୭।୭(ଡି.ଏନ.ଏ.)- ବାରଙ୍ଗସ୍ଥିତ ସୀତାରାମ ବଜାର ପାଖ ଇଏସ୍‌ଆଇ ହସ୍ପିଟାଲ ନିକଟରେ ସୋମବାର ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ(ଏନ୍‌ଏସ୍‌ଟିଆଇ)ର ଶିଳାନ୍ୟାସ କରାଯାଇଛି।

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

୨ ଶାର୍ପ ଶୁଟରଙ୍କ ସହ ଜେଲ୍‌ ଗଲେ ଟିଟୋ

ଭୁବନେଶ୍ୱର(ବ୍ୟୁରୋ)/କେନ୍ଦ୍ରାପଡା ଅଫିସ, ୧୭।୭- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋଙ୍କ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସୋମବାର ଶେଷ ହୋଇଛି। ଅପରାହ୍ନ ପ୍ରାୟ ୩ଟାରେ ଏସ୍‌ଟିଏଫ୍‌ ତାଙ୍କୁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା।

ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ୨ ଯୁବକ ଗିରଫ

ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ୨ ଯୁବକ ଗିରଫ

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ନୟାପଲ୍ଲୀ ଥାନା ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ଖେଳାଉଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅଧୀନ ରଙ୍କଣି ବସ୍ତି ଅଞ୍ଚଳର ପିଙ୍କୁ ନାୟକ ଓ ଗୌରହରି ସାହୁ।

ବାଉନ୍‌ସରଙ୍କୁ ପିଟି ହତ୍ୟା ଘଟଣା

ବାଉନ୍‌ସରଙ୍କୁ ପିଟି ହତ୍ୟା ଘଟଣା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ସାଇଡ୍‌ମରାକୁ କେନ୍ଦ୍ରକରି ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଏବଂ ସରକନ୍ତରା କେନାଲ ବନ୍ଧରେ ରବିବାର ରାତିରେ ହତ୍ୟାକାଣ୍ଡ ଘଟିଥିଲା।

ବୁଡ଼ିଲା ଚନ୍ଦ୍ରଶେଖରପୁର

ବୁଡ଼ିଲା ଚନ୍ଦ୍ରଶେଖରପୁର

ଚନ୍ଦ୍ରଶେଖରପୁର, ୧୭।୭(ଡି.ଏନ.ଏ.)- ରାଜଧାନୀ ଭୁବନେଶ୍ୱର ଏକ ପାହାଡ଼ିଆ ଅଞ୍ଚଳ। କିନ୍ତୁ ବର୍ଷା ଋତୁରେ ଏଠାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ବେଆଇନ କୋଠା ନିର୍ମାଣ ଏବଂ ତ୍ରୁଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁ ସାଧାରଣ ଲୋକେ ବର୍ଷା ସମୟରେ ଦୁର୍ଦ୍ଦଶା ଭୋଗୁଛନ୍ତି, ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ସୋମବାର ଲଗାଣ ବର୍ଷାରେ।

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ସ୍ମାର୍ଟ ସିଟିରେ କୃତ୍ରିମ ବନ୍ୟା

ଭୁବନେଶ୍ୱର, ୧୭।୭(ବ୍ୟୁରୋ)- ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ମାର୍ଟସିଟି। ରବିବାର ରାତି ୧୦ଟାରୁ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ସୋମବାର ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି।

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ। ବଡ଼ଦାଣ୍ଡରେ ତିନିଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ଆଡପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାରଠାରୁ ଜନ୍ମବେଦୀରେ ଦାରୁଦିଅଁଙ୍କ ଦର୍ଶନ ପାଇବେ ଭକ୍ତ। ମିଳିବ ଆଡପ ଅବଢ଼ା। ଏଥିସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଟ୍ରେନରୁ ମୋବାଇଲ, ଟଙ୍କା ଲୁଟ: ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୬ା୭(ବ୍ୟୁରୋ)- ଟ୍ରେନରେ ଯାତ୍ରୀଙ୍କଠାରୁ ମୋବାଇଲ ଫୋନ ଓ ଟଙ୍କା ଲୁଟ କରିଥିବା ୨ ଅଭିଯୁକ୍ତଙ୍କୁ ଜିଆରପି ଥାନା ପୋଲିସ ସୋମବାର ଗିରଫ କରିଛି।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି: ରାତି ୮ଟାଠାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୬ା୭: ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

Model This Week

ରୂପେଶ