ମେଟ୍ରୋ |

ଯୁବତୀଙ୍କୁ ବ୍ଲାକମେଲ୍‌ କରି ବଳାତ୍କାର

ଯୁବତୀଙ୍କୁ ବ୍ଲାକମେଲ୍‌ କରି ବଳାତ୍କାର
ଭୁବନେଶ୍ୱର, ୧୯।୧୨(ବ୍ୟୁରୋ)- ଜଣେ ଯୁବକ ପ୍ରେମିକାଙ୍କ ସହିତ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କଲେ। ତାଙ୍କୁ ସେହି ଭିଡିଓ ଦେଖାଇ ବ୍ଲାକ୍‌ମେଲ କରି ବାରମ୍ବାର ବଳାତ୍କାର କଲେ। ପରେ ବିବାହ କରିବାକୁ ଜିଦ୍‌ ଧରିଲେ। କିନ୍ତୁ ଯୁବତୀ ଜଣକ ରାଜି ନ ହେବାରୁ ଶେଷରେ ତାଙ୍କୁ ଅପହରଣ କରିନେବା ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେଇଛନ୍ତି। ଘଟଣାଟି ଘଟିଛି ଭୁବନେଶ୍ୱରର ରସୁଲଗଡ ଅଞ୍ଚଳରେ। ଯୁବତୀ ଜଣକ ଅଭିଯୁକ୍ତଙ୍କ କବଳରୁ ଖସି ଆସି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(୫୩୮/୧୭) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲାର ଚିନୁ(ଛଦ୍ମାନାମ) ନାମ୍ନୀ ଜଣେ ଯୁବତୀ ରସୁଲଗଡରେ ରହି କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। କେନ୍ଦ୍ରାପଡା ଜିଲାର ଶକ୍ତି ପ୍ରସାଦ ଭୂୟଁା ନାମକ ଯୁବକ ରସୁଲଗଡରେ ରହି ଏମ୍‌ସିଏ କରୁଥିଲେ। ଏହି ସମୟରେ ଚିନୁଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାର ଫାଇଦା ନେଇ ଶକ୍ତି ଚିନୁଙ୍କ ସହିତ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋକୁ ନିଜ ମୋବାଇଲ୍‌ରେ ରେକର୍ଡିଂ କରିଥିଲେ। ପରେ ତାହାକୁ ଦେଖାଇ ଚିନୁଙ୍କୁ ବ୍ଲାକ୍‌ ମେଲ୍‌ କରି ଶାରୀରିକ ସମ୍ପର୍କ ରଖିଥିଲେ। ନିୟମିତ ଏପରି ହେବା ଦ୍ୱାରା ଚିନ୍ତୁ ଶକ୍ତିଙ୍କଠାରୁ ଦୂରେଇ ଯାଇଥିଲେ। କିନ୍ତୁ ଶକ୍ତି ତାଙ୍କୁ ବିବାହ କରିବା ପାଇଁ ଜିଦ୍‌ କରିଥିଲେ। ଚିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଗତ ୧୫ ତାରିଖ ସକାଳେ ଚିନୁ ରସୁଲଗଡରୁ ସତ୍‌ସଂଙ୍ଗ ବିହାର ନିକଟ କୋଚିଂ ସେଣ୍ଟରକୁ ଯାଉଥିବା ବେଳେ ଶକ୍ତି ତାଙ୍କୁ ଏକ କାର୍‌ରେ ଅପହରଣ କରିନେଇଥିଲେ। ଚିନୁଙ୍କୁ ଏକ ଘରେ ନଜର ବନ୍ଦୀ କରି ରଖି ବିବାହ ପାଇଁ ଧମକ ଦେଇଥିଲେ। କୌଣସି ଉପାୟରେ ଚିନୁ ତାଙ୍କ କବଳରୁ ଖସି ଆସିବାରେ ସଫଳ ହୋଇଥିଲେ।
All Right Reserved By

ମେଟ୍ରୋ |

ଓଡ଼ିଶା ସଂସ୍କୃତିକୁ ଅପମାନ ପଡିଲା ମହଙ୍ଗା: ଅଭିଜିତ୍‌ ଗିରଫ

ଓଡ଼ିଶା ସଂସ୍କୃତିକୁ ଅପମାନ ପଡିଲା ମହଙ୍ଗା: ଅଭିଜିତ୍‌ ଗିରଫ

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଓଡ଼ିଶା ସଂସ୍କୃତିକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଶେଷରେ ସାମ୍ବାଦିକ ଅଭିଜିତ୍‌ ଆୟାର୍‌ ଗିରଫ୍‌ ହୋଇଛନ୍ତି। ଭୁବନେଶ୍ୱର ସହିଦନଗର ପୋଲିସ ଆୟାରଙ୍କୁ ଗିରଫ କରିଛି।

ଯୁବତୀଙ୍କ ମୃତଦେହ ଉଦ୍ଧାର

ଯୁବତୀଙ୍କ ମୃତଦେହ ଉଦ୍ଧାର

ନିରାକାରପୁର, ୨୩।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ  ଚିତ୍ରକୁଟ ପାହାଡ଼ ପାଦଦେଶରେ ଥିବା ଖଣି ଭିତରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ଯୁବତୀଙ୍କ ମୁହଁକୁ କେହି ଦୁର୍ବୃତ୍ତ ପଥରରେ ଛେଚି କ୍ଷତବିକ୍ଷତ କରି 

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବାଲିପାଟଣା, ୨୩।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ମାର୍ଥାପୁରରେ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ବିଜୟ ଭୋଇ। 

ମିନିଟ୍ରକ୍‌ ଓଲଟି ୧୫ ଶ୍ରମିକ ଗୁରୁତର

ମିନିଟ୍ରକ୍‌ ଓଲଟି ୧୫ ଶ୍ରମିକ ଗୁରୁତର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): ଧଉଳି ଥାନା ଶିଶୁପାଳଗଡ଼ ଛକ ନିକଟରେ ମଙ୍ଗଳବାର ସକାଳେ ଏକ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ମିନିଟ୍ରକ ଶ୍ରମିକମାନଙ୍କୁ ନେଇ ଯାଉଥିବା ବେଳେ ଚକା ଫାଟି ଓଲଟି ପଡ଼ିବାରୁ ଗାଡ଼ିରେ ବସିଥିବା ୧୫ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। 

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଅଭିଜିତ ଆୟର

ବିଧାନସଭା ଗୃହ କମିଟି ନିକଟରେ ହାଜର ହେଲେ ଅଭିଜିତ ଆୟର

ଭୁବନେଶ୍ୱର, ୨୩।୧୦(ବ୍ୟୁରୋ): କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟର ମିତ୍ର ମଙ୍ଗଳବାର ଓଡ଼ିଶା ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଛନ୍ତି। ବିଧାନସଭାସ୍ଥିତ ୫୪ ନଂ. ପ୍ରକୋଷ୍ଠରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୃହ କମିଟି ବୈଠକରେ ଆୟର ନିଜର ପକ୍ଷ ରଖୁଛନ୍ତି। 

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

ମଦ୍ୟପ ଫାଣ୍ଡି ଅଧିକାରୀଙ୍କ ଉନ୍ମତ୍ତକାଣ୍ଡ, ଫାଣ୍ଡି ଘେରିଲେ ଲୋକେ

କୃଷ୍ଣପ୍ରସାଦ, ୨୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଧୀନ ମାଲୁଦ ଫାଣ୍ଡି ଅଧିକାରୀ ମଦ୍ୟପାନ କରି ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ମହଙ୍ଗା ପଡିଛି। 

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ବିଜେଡିରେ ଯୋଗଦେଲେ ୧୬ ଭାଜପା କର୍ମୀ

ପରଜଙ୍ଗ, ୨୩।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ ଭେଜିଆ ଗ୍ରାମର ୧୬ ଭାଜପା କର୍ମୀ ଧର୍ମାନନ୍ଦ ଦାସଙ୍କ ନେତୃତ୍ୱରେ ବିଜେଡିରେ ଯୋଗ ଦେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଡିହଡୋଳସ୍ଥିତ ବାସଭବନରେ ମଙ୍ଗଳବାର ସେମାନେ ପହଞ୍ଚି ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। 

ପିସିଆର୍‌, ଟ୍ରାଫିକ ପୋଲିସ ନେବେ ସିପିଆର୍‌ ଟ୍ରେନିଂ:ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ୫୦ଜଣ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- କିଛିଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେଶନରେ ଜଣେ ଯାତ୍ରୀଙ୍କୁ ହଠାତ୍‌ ହୃଦ୍‌ଘାତ ହୋଇଥିଲା। ଜିଆର୍‌ପିର ଜଣେ କନ୍‌ଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କର ଜୀବନ ବଞ୍ଚତ୍ୟାଇଥିଲା। 

ଆଇସ୍‌କ୍ରିମ ପାର୍ଲରରେ ଛୁରା ମାଡ଼:କର୍ମଚାରୀ ଆହତ, ଅଭିଯୁକ୍ତ କର୍ମଚାରୀ ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରସ୍ଥିତ ଏକ ଆଇସ୍‌କ୍ରିମ୍‌ ପାର୍ଲରେ ରବିବାର ରାତିରେ ଜଣେ କର୍ମଚାରୀଙ୍କ ଛୁରାମାଡ଼ରେ ଅନ୍ୟଜଣେ ଆହତ ହୋଇଛନ୍ତି। 

ନକଲି ଆର୍ମି ଅଫିସର ଗିରଫ

ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ନିଜକୁ ଜଣେ ଆର୍ମି ଅଫିସର କହୁଥିଲେ। ଆର୍ମିରେ ଚାକିରି ଦେବାକୁ କହି ବେକାର ଯୁବତୀଯୁବକଙ୍କଠାରୁ ବହୁ ଲକ୍ଷ ଟଙ୍କା ନେଇଥିଲେ। ନକଲି କାର୍ଡ ତିଆରି କରି ଆର୍ମି ଅଫିସର ଭଳି ସମସ୍ତ ସୁବିଧା ସୁଯୋଗ ବି ହାତଉଥିଲେ। 

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ଭୁବନେଶ୍ୱର,୨୩ା୧୦ (ବ୍ୟୁରୋ) - ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର। ଏପରି ବହୁ ଯୋଜନା କରି କମିଶନରେଟ ପୋଲିସ ବାଃ ବାଃ ନେବାକୁ ଚେଷ୍ଟା କରୁଥିବାବେଳେ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ସେତିକି ସଚେତନ କରିପାରି ନ ଥିବା ଭଳି ମନେ ହେଉଛି। 

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-
ଓଡ଼ିଶା ଜନ୍ମିତ ଯୁବ ସାମାଜିକ କର୍ମୀ ତଥା ବମ୍ବେ ହାଇକୋର୍ଟରେ ଭାରତ ସରକାରଙ୍କ ଓକିଲ ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ପାଢ଼ୀଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ଭାରତୀୟ ସେନ୍‌ସର ବୋର୍ଡ)ରେ ଏକ ମର୍ଯ୍ୟାଦାଜନକ ପଦବୀରେ ନିଯୁକ୍ତ କରାଯାଇଛି।